Posted inଖେଳ

ଫ୍ରେଞ୍ଚ୍‌ ଓପନ ଟେନିସ: ଜିଡାନସେକ୍‌ ସେମିଫାଇନାଲରେ

ପ୍ୟାରିସ, ୯।୬-ସ୍ଲୋଭାନିଆର ତାମାରା ଜିଡାନସେକ୍‌ ଚଳିତ ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସର ପ୍ରଥମ ଖେଳାଳି ଭାବେ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ ସେ ୭-୫, ୪-୬, ୮-୬ ସେଟ୍‌ରେ ସ୍ପେନର ପାଉଲା ବଦୋସାଙ୍କୁ ପରାସ୍ତ କରିଛନ୍ତି। ସ୍ଲୋଭାନିଆର ପ୍ରଥମ ମହିଳା ଟେନିସ ଖେଳାଳିଭାବେ ଜିଡାନସେକ୍‌ କୌଣସି ବଡ଼ ଟୁର୍ନାମେଣ୍ଟର ସେମିଫାଇନାଲରେ ପହଞ୍ଚତ୍ଛନ୍ତି। ଏହା ପୂର୍ବରୁ ଶ୍ରେଷ୍ଠ ପ୍ରଦର୍ଶନ ସ୍ବରୂପ ସେ ଥରେ ଲେଖାଏ ଅଷ୍ଟ୍ରେଲିଆନ ଓ ଓ୍ବିମ୍ବେଲଡନ ଓପନର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଥିଲେ। ୨ ଥର ସେ ଫ୍ରେଞ୍ଚ୍‌ ଓପନର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ। ପୂର୍ବରୁ ସ୍ଲୋଭାନିଆର ଶ୍ରେଷ୍ଠ ପ୍ରଦର୍ଶନକାରୀ ମହିଳା ଖେଳାଳିଭାବେ କାଟାରିନା ସ୍ରେବୋନିକ୍‌ ଫ୍ରେଞ୍ଚ୍‌ ଓପନ ଏବଂ ୟୁଏସ୍‌ ଓପନର ୪ର୍ଥ ରାଉଣ୍ଡ ପର୍ଯ୍ୟନ୍ତ ପ୍ରବେଶ କରିଥିଲେ।
ମହିଳା ସିଙ୍ଗଲ୍ସର ଏକ ଚତୁର୍ଥ ରାଉଣ୍ଡ ମ୍ୟାଚରେ ଇଗା ସ୍ବିଟେକ ୬-୩, ୬-୪ ସେଟ୍‌ରେ ମାର୍ତା କଷ୍ଟ୍ୟୁକଙ୍କୁ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସ୍ବିଟେକ ବୁଧବାର କ୍ୱାର୍ଟର ଫାଇନାଲରେ ମାରିକା ସାକାରୀଙ୍କୁ ଭେଟିବେ। ଏହି ଦିନ ଅନ୍ୟ ଏକ କ୍ୱାର୍ଟର ଫାଇନାଲ ମୁକାବିଲା କୋକା ଗୌଫ ଏବଂ ବର୍ବରା କ୍ରେଜିକୋଭାଙ୍କ ମଧ୍ୟରେ ଅନୁଷ୍ଠିତ ହେବ।
ମଙ୍ଗଳବାର ପୁରୁଷ ଡବଲ୍ସରେ ୨ଟି କ୍ୱାର୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଛି। ପ୍ରଥମ କ୍ୱାର୍ଟରରେ ନିକୋଲାସ ମାହୁଟ-ପିଏରେ ହ୍ୟୁଗ୍ସ ହର୍ବର୍ଟ ୭-୬(୭/୫), ୬-୧ ସେଟ୍‌ରେ ଟୋମିସ୍ଲାଭ ବର୍କିକ-ନିକୋଲା କାକିକ୍‌ ଯୋଡ଼ିଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟ ଏକ କ୍ୱାର୍ଟର ଫାଇନାଲରେ ଜୁଆନ ସେବାଷ୍ଟିଆନ କାବାଲ-ରବର୍ଟ ଫାରା ଯୋଡ଼ି ୬-୨, ୬-୭(୩/୭), ୭-୫ ସେଟ୍‌ରେ କେଭିନ କ୍ରାଓ୍ବିଜ-ହୋରିଆ ଟେକାଉ ଯୋଡ଼ିଙ୍କୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚତ୍ଛନ୍ତି। ମହିଳା ଡବଲ୍ସରେ ମଧ୍ୟ ୨ଟି କ୍ୱାର୍ଟର ଫାଇନାଲ ଆୟୋଜିତ ହୋଇଛି। ବେଥାନି ମାଟେକ ସାଣ୍ଡ୍ସ-ଇଗା ସ୍ବିଟେକ ଯୋଡ଼ି ୬-୩, ୬-୨ ସେଟ୍‌ରେ ଡାରିଜା ଜୁରାକ-ଆନ୍ଦ୍ରେଜା କ୍ଲେପାକ୍‌ ଯୋଡ଼ିଙ୍କୁ ପରାସ୍ତ କରିଛନ୍ତି। ସେହିପରି କ୍ୟାଟରିନା ସିନିକୋଭା-ବାର୍ବରା କ୍ରେଜିକୋଭା ଯୋଡ଼ି ୬-୪, ୬-୪ ସେଟ୍‌ରେ କ୍ରିଷ୍ଟିନା ପ୍ଲିସ୍‌କୋଭା-କାରୋଲିନା ପ୍ଲିସ୍‌କୋଭା ଯୋଡ଼ିଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମିକ୍ସଡ ଡବଲ୍ସରେ ଗୁଲିଆନା ଓଲମୋସ-ଜୁଆନ ସେବାଷ୍ଟିଆନ କାବାଲଙ୍କ ବିପକ୍ଷରେ ଓ୍ବାକ୍‌ଓଭର ପାଇ ଜୋ ସାଲିସବୁରି-ଡେଜିରେ କ୍ରାଓ୍ବଜିକ୍‌ ଯୋଡ଼ି ଫାଇନାଲରେ ପ୍ରବେଶ କରିଛନ୍ତି। ଦ୍ୱିତୀୟ ସେମିଫାଇନାଲରେ ଏଲିନା ଭେସନିନା-ଅସଲାନ କାରାତ୍ସେଭ ଯୋଡ଼ି ୬-୪, ୬-୧ ସେଟ୍‌ରେ ଓ୍ବେଜଲି କୁଲ୍ଫ-ଡେମି ସ୍କୁର୍ସଙ୍କୁ ହରାଇ ଫାଇନାଲରେ ପହଞ୍ଚତ୍ଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇସ୍ତଫା ଦେଲେ ମିଶ୍‌ବା-ଉଲ-ହକ୍‌, କାହିକି ଜାଣନ୍ତୁ…

କରାଚି,୧ା୯: ଇଂଲଣ୍ଡ ଟୁର୍‌ରେ ପ୍ରଥମ ଦୁଇ ଟେଷ୍ଟରେ ଶୋଚନୀୟ ପରାଜୟ ପରେ ପାକିସ୍ତାନ କ୍ରିକେଟ୍‌ରେ ଆମୂଳଚୂଳ ପରିବର୍ତ୍ତନ ଜାରି ରହିଛି। ଦଳର ୭ ଖେଳାଳିଙ୍କୁ ସ୍ବଦେଶ ପଠାଇ…

ସାହାଣୀ କପ୍‌ ଫୁଟ୍‌ବଲ୍‌: ୩ରେ ହେବ ଖେଳାଳି ଚୟନ, କେମିତି କରିବେ ଆବେଦନ ଜାଣନ୍ତୁ…

କେନ୍ଦୁଝର,୧।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କ୍ରୀଡ଼ା ସଂସ୍ଥା ଆନୁକୂଲ୍ୟରେ ସାହାଣୀ କପ୍‌ ସିନିଅର ପୁରୁଷ ଆନ୍ତଃ ଜିଲା ଫୁଟ୍‌ବଲ୍‌ ଟୁର୍ନାମେଣ୍ଟ ପାଇଁ ଆସନ୍ତା ଗୁରୁବାର ଷ୍ଟାଡିୟମ୍‌…

ଆଶ୍ଚର୍ଯ୍ୟ ହେଲେ ବି ସତ: ଗୋଟିଏ ମ୍ୟାଚ୍‌ରେ ଦୁଇଥର ଭାଙ୍ଗିଲା ଗୋଟିଏ ବିଶ୍ୱରେକର୍ଡ, ଅନ୍ତର୍ଜାତୀୟ T20ରେ ଘଟିଲା…

ନୂଆଦିଲ୍ଲୀ,୧।୯: ୨୦୨୭ ଦିନିକିଆ ବିଶ୍ୱକପର ତିନି ସହ ଆୟୋଜକ ନାମ୍ବିଆ, ଜିମ୍ବାୱେ ଏବଂ ଦକ୍ଷିଣ ଆଫ୍ରିକା। ବର୍ତ୍ତମାନ ପରସ୍ପର ବିପକ୍ଷରେ ଏକ T20 ସିରିଜରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।…

ଚମତ୍କାର ବିଜୟ ସହ ଫାଇନାଲରେ ସିଧା ପହଞ୍ଚିଲା ବୈଭବଙ୍କ ଦଳ, ଦମ୍‌ଦାର ବ୍ୟାଟିଂ ସହିତ ଟିମ୍‌କୁ ଜିତାଇଲେ…

ନୂଆଦିଲ୍ଲୀ,୧।୯: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲରେ ଇଷ୍ଟ ଜୋନ ଚମତ୍କାର ବିଜୟ ହାସଲ କରିଛି। ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧ ମଧ୍ୟରେ ବିସିସିଆଇ ସେଣ୍ଟର ଅଫ ଏକ୍ସିଲେନ୍ସରେ…

ଗୋଟିଏ T20 ମ୍ୟାଚ୍‌ରେ ଦୁଇଟି ଶତକ! CPLରେ ଇତିହାସ ସୃଷ୍ଟି କଲେ ଏହି କ୍ରିକେଟର୍‌, ଜାଣନ୍ତୁ ରୋଚକ ଘଟଣା

ନୂଆଦିଲ୍ଲୀ,୧।୯: କାରିବିଆନ ପ୍ରିମିୟର ଲିଗ (CPL) ରେ ଅନେକ ବ୍ୟାଟସମ୍ୟାନ ଶତକ ମାରିଛନ୍ତି। ଏହି ୱେଷ୍ଟଇଣ୍ଡିଜ ଟି-୨୦ ଲିଗରେ ଏପର୍ଯ୍ୟନ୍ତ ମୋଟ ୩୬ ଶତକ ମାରିଛନ୍ତି। କିନ୍ତୁ…

ମଇଦାନ କମ୍ପାଇଲେ ବୈଭବ! ସେମିଫାଇନାଲରେ କଲେ ଏମିତି କାରନାମା, ପଡିଗଲା ଚହଳ

ନୂଆଦିଲ୍ଲୀ,୧।୯: ଭାରତୀୟ କ୍ରିକେଟରେ ଏବେ ସବୁଠାରୁ ଅଧିକ ଚର୍ଚ୍ଚାରେ ଅଛନ୍ତି ୧୫ ବର୍ଷୀୟ ଯୁବ କ୍ରିକେଟର୍‌ ବୈଭବ ସୂର୍ଯ୍ୟବଂଶୀ। ପ୍ରତିଯୋଗିତାମୂଳକ କ୍ରିକେଟରେ ପାଦ ଦେବା ପରଠାରୁ ନିଜର…

ପାକିସ୍ତାନ କ୍ରିକେଟରେ ଝଡ଼: ଇଂଲଣ୍ଡରେ ଲଜ୍ଜାଜନକ ପରାଜୟ ପରେ ଏହି ଖେଳାଳି ଛାଡ଼ିଲେ…

ନୂଆଦିଲ୍ଲୀ,୧।୯: ପାକିସ୍ତାନ କ୍ରିକେଟରେ ସମସ୍ୟା କମିବାର ନାଁ ନେଉନାହିଁ। ଇଂଲଣ୍ଡ ବିପକ୍ଷ ସିରିଜ ମଧ୍ୟରେ ଦଳକୁ ଆଉ ଏକ ବଡ଼ ଝଟକା ଲାଗିଛି। ଦିଗ୍ଗଜ କ୍ରିକେଟର୍‌ ମିସବାହ-ଉଲ-ହକ…

ଏହି କ୍ରିକେଟର୍‌ଙ୍କ ହାତରେ ଅଛି ଚୁମ୍ବକ! ଏମିତି କ୍ୟାଚ୍‌ ଧରିଲେ, କ୍ରିକେଟ୍‌ ଜଗତରେ ପଡ଼ିଲା ଚହଳ, ଦେଖନ୍ତୁ VIDEO

ନୂଆଦିଲ୍ଲୀ,୧।୯: ନ୍ୟୁଜିଲାଣ୍ଡ କ୍ରିକେଟର୍‌ ଗ୍ଲେନ ଫିଲିପ୍ସଙ୍କ କ୍ୟାଚ୍‌କୁ ନେଇ କ୍ରିକେଟ୍‌ ଜଗତରେ ଚହଳ ପଡ଼ିଛି। କାରିବିଆନ ପ୍ରିମିୟର ଲିଗ୍‌ରେ ସେ ଏମିତି ଏକ କ୍ୟାଚ ନେଇଛନ୍ତି, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri