Posted inଖେଳ

ଫ୍ରେଞ୍ଚ୍‌ ଓପନ ଟେନିସ: ଜିଡାନସେକ୍‌ ସେମିଫାଇନାଲରେ

ପ୍ୟାରିସ, ୯।୬-ସ୍ଲୋଭାନିଆର ତାମାରା ଜିଡାନସେକ୍‌ ଚଳିତ ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସର ପ୍ରଥମ ଖେଳାଳି ଭାବେ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ ସେ ୭-୫, ୪-୬, ୮-୬ ସେଟ୍‌ରେ ସ୍ପେନର ପାଉଲା ବଦୋସାଙ୍କୁ ପରାସ୍ତ କରିଛନ୍ତି। ସ୍ଲୋଭାନିଆର ପ୍ରଥମ ମହିଳା ଟେନିସ ଖେଳାଳିଭାବେ ଜିଡାନସେକ୍‌ କୌଣସି ବଡ଼ ଟୁର୍ନାମେଣ୍ଟର ସେମିଫାଇନାଲରେ ପହଞ୍ଚତ୍ଛନ୍ତି। ଏହା ପୂର୍ବରୁ ଶ୍ରେଷ୍ଠ ପ୍ରଦର୍ଶନ ସ୍ବରୂପ ସେ ଥରେ ଲେଖାଏ ଅଷ୍ଟ୍ରେଲିଆନ ଓ ଓ୍ବିମ୍ବେଲଡନ ଓପନର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଥିଲେ। ୨ ଥର ସେ ଫ୍ରେଞ୍ଚ୍‌ ଓପନର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ। ପୂର୍ବରୁ ସ୍ଲୋଭାନିଆର ଶ୍ରେଷ୍ଠ ପ୍ରଦର୍ଶନକାରୀ ମହିଳା ଖେଳାଳିଭାବେ କାଟାରିନା ସ୍ରେବୋନିକ୍‌ ଫ୍ରେଞ୍ଚ୍‌ ଓପନ ଏବଂ ୟୁଏସ୍‌ ଓପନର ୪ର୍ଥ ରାଉଣ୍ଡ ପର୍ଯ୍ୟନ୍ତ ପ୍ରବେଶ କରିଥିଲେ।
ମହିଳା ସିଙ୍ଗଲ୍ସର ଏକ ଚତୁର୍ଥ ରାଉଣ୍ଡ ମ୍ୟାଚରେ ଇଗା ସ୍ବିଟେକ ୬-୩, ୬-୪ ସେଟ୍‌ରେ ମାର୍ତା କଷ୍ଟ୍ୟୁକଙ୍କୁ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସ୍ବିଟେକ ବୁଧବାର କ୍ୱାର୍ଟର ଫାଇନାଲରେ ମାରିକା ସାକାରୀଙ୍କୁ ଭେଟିବେ। ଏହି ଦିନ ଅନ୍ୟ ଏକ କ୍ୱାର୍ଟର ଫାଇନାଲ ମୁକାବିଲା କୋକା ଗୌଫ ଏବଂ ବର୍ବରା କ୍ରେଜିକୋଭାଙ୍କ ମଧ୍ୟରେ ଅନୁଷ୍ଠିତ ହେବ।
ମଙ୍ଗଳବାର ପୁରୁଷ ଡବଲ୍ସରେ ୨ଟି କ୍ୱାର୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଛି। ପ୍ରଥମ କ୍ୱାର୍ଟରରେ ନିକୋଲାସ ମାହୁଟ-ପିଏରେ ହ୍ୟୁଗ୍ସ ହର୍ବର୍ଟ ୭-୬(୭/୫), ୬-୧ ସେଟ୍‌ରେ ଟୋମିସ୍ଲାଭ ବର୍କିକ-ନିକୋଲା କାକିକ୍‌ ଯୋଡ଼ିଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟ ଏକ କ୍ୱାର୍ଟର ଫାଇନାଲରେ ଜୁଆନ ସେବାଷ୍ଟିଆନ କାବାଲ-ରବର୍ଟ ଫାରା ଯୋଡ଼ି ୬-୨, ୬-୭(୩/୭), ୭-୫ ସେଟ୍‌ରେ କେଭିନ କ୍ରାଓ୍ବିଜ-ହୋରିଆ ଟେକାଉ ଯୋଡ଼ିଙ୍କୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚତ୍ଛନ୍ତି। ମହିଳା ଡବଲ୍ସରେ ମଧ୍ୟ ୨ଟି କ୍ୱାର୍ଟର ଫାଇନାଲ ଆୟୋଜିତ ହୋଇଛି। ବେଥାନି ମାଟେକ ସାଣ୍ଡ୍ସ-ଇଗା ସ୍ବିଟେକ ଯୋଡ଼ି ୬-୩, ୬-୨ ସେଟ୍‌ରେ ଡାରିଜା ଜୁରାକ-ଆନ୍ଦ୍ରେଜା କ୍ଲେପାକ୍‌ ଯୋଡ଼ିଙ୍କୁ ପରାସ୍ତ କରିଛନ୍ତି। ସେହିପରି କ୍ୟାଟରିନା ସିନିକୋଭା-ବାର୍ବରା କ୍ରେଜିକୋଭା ଯୋଡ଼ି ୬-୪, ୬-୪ ସେଟ୍‌ରେ କ୍ରିଷ୍ଟିନା ପ୍ଲିସ୍‌କୋଭା-କାରୋଲିନା ପ୍ଲିସ୍‌କୋଭା ଯୋଡ଼ିଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମିକ୍ସଡ ଡବଲ୍ସରେ ଗୁଲିଆନା ଓଲମୋସ-ଜୁଆନ ସେବାଷ୍ଟିଆନ କାବାଲଙ୍କ ବିପକ୍ଷରେ ଓ୍ବାକ୍‌ଓଭର ପାଇ ଜୋ ସାଲିସବୁରି-ଡେଜିରେ କ୍ରାଓ୍ବଜିକ୍‌ ଯୋଡ଼ି ଫାଇନାଲରେ ପ୍ରବେଶ କରିଛନ୍ତି। ଦ୍ୱିତୀୟ ସେମିଫାଇନାଲରେ ଏଲିନା ଭେସନିନା-ଅସଲାନ କାରାତ୍ସେଭ ଯୋଡ଼ି ୬-୪, ୬-୧ ସେଟ୍‌ରେ ଓ୍ବେଜଲି କୁଲ୍ଫ-ଡେମି ସ୍କୁର୍ସଙ୍କୁ ହରାଇ ଫାଇନାଲରେ ପହଞ୍ଚତ୍ଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri