Posted inଖେଳ

ଫ୍ରେଞ୍ଚ୍‌ ଓପନ ଟେନିସ୍‌: ସିଡେଡ୍‌ ଖେଳାଳିଙ୍କ ଅଗ୍ରଗତି

ପ୍ୟାରିସ୍‌,୨।୬: ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍‌ ଓପନ ମଙ୍ଗଳବାର ତୃତୀୟ ଦିବସରେ ପହଞ୍ଚିଛି। ଉଭୟ ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ଅଗ୍ରଗତି କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ତୃତୀୟ ସିଡ୍‌ ମାନ୍ୟତା ପାଇଥିବା ସ୍ପେନ ସୁପରଷ୍ଟାର ରାଫାଲ ନାଡାଲ ପ୍ରଥମ ରାଉଣ୍ଡରେ ଅଷ୍ଟ୍ରେଲିଆର ୨୧ ବର୍ଷୀୟ ଖେଳାଳି ଆଲେକ୍ସେଇ ପୋପିରିନଙ୍କୁ ୬-୩, ୬-୨, ୭-୬ ସେଟ୍‌ରେ ହରାଇ ଅଭିଯାନ ଆରମ୍ଭ କରିଛନ୍ତି। ସେହିପରି ଫ୍ରାନ୍ସର ୧୪ତମ ସିଡ୍‌ ଖେଳାଳି ଗାଏଲ ମନ୍‌ଫିଲ୍ଡ ୧-୬, ୭-୬, ୬-୪, ୬-୪ ସେଟ୍‌ରେ ସ୍ପେନର ଆଲବର୍ଟ ରାମୋସ ଭିନୋଲାସଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେହିପରି ଜର୍ମାନୀର ଫିଲିଫ କୋହେଲସ୍କ୍ରେଇବର ୭-୬, ୬-୨, ୨-୬, ୬-୪ ସେଟ୍‌ରେ ସ୍ପେନର ଫର୍ନାଣ୍ଡୋ ଭର୍ଡାସ୍କୋଙ୍କୁ ପ୍ରଥମ ରାଉଣ୍ଡରେ ପରାସ୍ତ କରି ଅଗ୍ରଗତି କରିଛନ୍ତି। ତେବେ ସପ୍ତମ ସିଡ୍‌ ଖେଳାଳି ରୁଷିଆର ଆନ୍ଦ୍ରେ ରୁବ୍ଲେଭ ୩-୬, ୬-୭, ୬-୪, ୬-୩, ୪-୬ ସେଟ୍‌ରେ ଜର୍ମାନୀର ଜାନ- ଲେନାର୍ଡ ଷ୍ଟ୍ରଫ୍‌ଙ୍କଠାରୁ ପରାସ୍ତ ହୋଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ୨୧ତମ ସିଡ୍‌ ଖେଳାଳି ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉର ୬-୨, ୬-୪, ୭-୬ ସେଟ୍‌ରେ ଇଟାଲୀର ଷ୍ଟିଫାନୋ ଟ୍ରାଭାଗ୍ଲିଆଙ୍କୁ ହରାଇ ଅଗ୍ରଗତି କରିଛନ୍ତି।
ଦ୍ୱିତୀୟ ରାଉଣ୍ଡରେ ବାର୍ଟି, ସେରେନା
ମହିଳା ସିଙ୍ଗଲ୍ସରେ ମଧ୍ୟ ସିଡେଡ୍‌ ଖେଳାଳିମାନେ ଅଗ୍ରଗତି କରିଛନ୍ତି। ଟପ୍‌ ସିଡ୍‌ ଖେଳାଳି ଅଷ୍ଟ୍ରେଲିଆର ଆଲେକ୍ସ ବାର୍ଟି ପ୍ରଥମ ରାଉଣ୍ଡ ମୁକାବିଲାରେ ୬-୪, ୩-୬, ୬-୨ ସେଟ୍‌ରେ ଆମେରିକାର ବର୍ନାଡ ପେରାଙ୍କୁ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଇଞ୍ଜୁରି କାରଣରୁ ବିଜୟୀ ହେବା ପାଇଁ ବାର୍ଟିଙ୍କୁ ସଂଘର୍ଷ କରିବାକୁ ପଡିଥିଲା। ସେହିପରି ସପ୍ତମ ସିଡ୍‌ ମାନ୍ୟତା ପାଇଥିବା ଅଭିଜ୍ଞ ଆମେରିକୀୟ ଖେଳାଳି ସେରେନା ଓ୍ବିଲିୟମ୍ସ ୭-୬, ୬-୨ ସେଟ୍‌ରେ ରୋମାନିଆର ଇରିନା- କାମେଲିଆ ବେଗୁଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ପଞ୍ଚମ ସିଡ୍‌ ଖେଳାଳି ୟୁକ୍ରେନ୍‌ର ଏଲିନା ଭିଟୋଲିନା ୬-୨, ୭-୫ ସେଟ୍‌ରେ ୧୭ ବର୍ଷୀୟା କ୍ୱାଲିଫାୟର ଓସେନ ବାବେଲଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କିମ୍ବଦନ୍ତୀ ଚେସ୍‌ ଖେଳାଳି ଅରାତିଙ୍କ ବିୟୋଗ

ଭୁବନେଶ୍ୱର, ୨୧।୪(ସ୍ପୋଟର୍‌ସ ବ୍ୟୁରୋ)- ରାଜ୍ୟର କିମ୍ବଦନ୍ତୀ ଚେସ୍‌ ଖେଳାଳି ତଥା ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ (ଓଏସ୍‌ସିଏ)ର ଉପସଭାପତି ଓ ଭୁବନେଶ୍ୱର ଚେସ୍‌ ଆସୋସିଏଶନ (ସିବିଏ)ର...

କୋହଲିଙ୍କୁ ସ୍ବତନ୍ତ୍ର ଭାବେ ପ୍ରଶଂସା କଲେ ମୋଦି

ମେଲବୋର୍ନ,୨୪।୧୦: ଭାରତୀୟ କ୍ରିକେଟ ଟିମ୍‌ ଟି୨୦ ବିଶ୍ୱକପ୍‌ ୨୦୨୨ରେ ବିଜୟରୁ ନିଜ ଅଭିଯାନ ଆରମ୍ଭ କରିଛି। ଏହାଦ୍ୱାରା ଦଳ ପାକିସ୍ତାନଠାରୁ ଗତ ବିଶ୍ୱକପ୍‌ର ପରାଜୟର ପ୍ରତିଶୋଧ...

ସଚିନଙ୍କୁ ‘ଭଗବାନ କୃଷ୍ଣ’ କହି ପ୍ରଶଂସକଙ୍କ ହୃଦୟ ଜିତିଲେ ଏହି କ୍ରିକେଟର୍‌

ଭାରତର ପୂର୍ବତନ କ୍ରିକେଟର୍‌ ମହମ୍ମଦ କୈଫ ନିଜ ଟୁଇଟର ଆକାଉଣ୍ଟରେ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ଏକ ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋରେ...

କୋଭିଡ୍‌-୧୯ ପ୍ରଭାବ: କରୋନା ନିୟନ୍ତ୍ରଣକୁ ନ ଆସିଲେ ବାତିଲ ହେବ ଅଲିମ୍ପିକ୍ସ

ଟୋକିଓ, ୨୮।୪(ଏଏଫ୍‌ପି): କୋଭିଡ୍‌-୧୯ ମହାମାରୀ ଶେଷ ନ ହେଲେ ବିଶ୍ୱର ସର୍ବୋଚ୍ଚ କ୍ରୀଡ଼ା ମହାକୁମ୍ଭ କୁହାଯାଉଥିବା ଅଲିମ୍ପିକ୍ସ ଶେଷରେ ବାତିଲ ହେବ। ଏକଥା କହିଛନ୍ତି ଟୋକିଓ...

ପନ୍ତଙ୍କୁ ନେଇ ଏଭଳି କହିଲେ ପଣ୍ଟିଂ

ମୁମ୍ବାଇ,୨୬।୩: ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତଙ୍କ ପ୍ରଶଂସାରେ ଶତମୁଖ ହେଲେ ଦୁଇଥର ବିଶ୍ୱବିଜେତା ଅଷ୍ଟ୍ରେଲିଆ ଟିମ୍‌ର ଅଧିନାୟକ ରିକି ପଣ୍ଟିଂ। ଭବିଷ୍ୟତରେ ଯଦି ନେତୃତ୍ୱ...

ଭାରତକୁ ଧୂଳି ଚଟେଇଥିବା କ୍ରିକେଟର୍‌ଙ୍କୁ ଜ୍ୱାଇଁ କରିବେ ଆଫ୍ରିଦି

କରାଚି,୧୦।୧୧: ପାକିସ୍ତାନର ପୂର୍ବତନ ଅଧିନାୟକ ଶହିଦ ଆଫ୍ରିଦିଙ୍କ ବଡ ଝିଅ ଅକ୍ଷସା ସୋସିଆଲ ମିଡିଆଠାରୁ ନିଜକୁ ଦୂରେଇ ରଖିଛନ୍ତି। କିନ୍ତୁ ତାଙ୍କ ସୌନ୍ଦର୍ଯ୍ୟକୁ ନେଇ ବେଶ୍‌...

ରଣଜୀ ଟ୍ରଫି: ଓଡ଼ିଶା ବନାମ ଝାଡ଼ଖଣ୍ଡ: ଇନିଂସ ଅଗ୍ରଣୀ ପାଇଁ ସଂଘର୍ଷ

କଟକ ଅଫିସ,୧୫ା୨- ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା-ଝାଡ଼ଖଣ୍ଡ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚ୍‌ରେ ଇନିଂସ ଅଗ୍ରଣୀ ପାଇଁ ସଂଘର୍ଷ ଜାରି ରହିଛି। ଓଡ଼ିଶାର ପ୍ରଥମ ଇନିଂସ...

ଆମେରିକୀୟ ଓକିଲଙ୍କ ସହ ସାମିଙ୍କ ପରାମର୍ଶ

ନୂଆଦିଲ୍ଳୀ,୮।୯- ସ୍ତ୍ରୀ ହସିନ ଜାହାଁ ଘରୋଇ ହିଂସା ନେଇ ଦାଏର କରିଥିବା କେସ୍‌ର ସମ୍ମୁଖୀନ ହେବା ପାଇଁ ଭାରତୀୟ ତାରକା ଦ୍ରୁତ ବୋଲର ମହମ୍ମଦ ସାମି...

Advertisement
Archives

Model This Week