Posted inଖେଳ

ଫ୍ରେଞ୍ଚ୍‌ ଓପନ୍‌ ଟେନିସ: ନାଡାଲ, ସିତ୍‌ସିପାସ, ଜେଭରେଭ ସେମିଫାଇନାଲରେ

ପ୍ୟାରିସ, ୧୦।୬- ସ୍ପେନ୍‌ ସୁପରଷ୍ଟାର ରାଫାଲ ନାଡାଲ, ଗ୍ରୀସ୍‌ର ଷ୍ଟିଫାନୋସ ସିତ୍‌ସିପାସ ଚଳିତ ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ସେମିଫାଇନାଲରେ ସେ ଜର୍ମାନୀର ଆଲେକଜାଣ୍ଡର ଜେଭ୍‌ରେଭ୍‌ଙ୍କୁ ଭେଟିବେ। ଟେନିସ୍‌ର ଦୁଇ ପ୍ରତିଭା ସମ୍ପନ୍ନ ଖେଳାଳିଭାବେ ବିବେଚିତ ହେଉଥିବା ସିତ୍‌ସିପାସ ଓ ଜେଭରେଭ ଏଥିସହ ଗ୍ରାଣ୍ଡସ୍ଲାମ ଟାଇଟଲର ନିକଟତର ହୋଇଛନ୍ତି। ସିତ୍‌ସିପାସ-ଜେଭରେଭ ସେମିଫାଇନାଲ ଟୁର୍ନାମେଣ୍ଟ ଇତିହାସରେ ଅନ୍ୟତମ ସର୍ବକନିଷ୍ଠ ମୁକାବିଲା ହେବ। ୨୦୦୮ରେ ରାଫାଲ ନାଡାଲ ଓ ନୋଭାକ୍‌ ଜୋକୋଭିଚ୍‌ଙ୍କ ମଧ୍ୟରେ ଏପରି ମୁକାବିଲା ହୋଇଥିଲା। ୫ମ ସିଡ୍‌ ସିତ୍‌ସିପାସ ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ୨ ନମ୍ବର ଡାନିଲ ମେଡ୍‌ଭେଡେଭ୍‌ଙ୍କୁ ୬-୩, ୭-୬(୭/୩), ୭-୫ ସେଟ୍‌ରେ ପରାସ୍ତ କରିଥିଲେ। ପୂର୍ବଦିନ ଅନୁଷ୍ଠିତ ପ୍ରଥମ କ୍ୱାର୍ଟରରେ ୨୦୨୦ ୟୁଏସ୍‌ ଓପନ ଫାଇନାଲିଷ୍ଟ ୬ଷ୍ଠ ସିଡ୍‌ ଜେଭରେଭ ୬-୪, ୬-୧, ୬-୧ ସେଟ୍‌ରେ ୪୬ତମ ର଼୍ୟାଙ୍କ୍‌ପ୍ରାପ୍ତ ଆଲେଜାଣ୍ଡ୍ରୋ ଡାଭିଡୋଭିଚ୍‌ ଫୋକିନାଙ୍କୁ ହରାଇ ଦେଇଥିଲେ। ଜେଭରେଭ ପ୍ୟାରିସରେ ପ୍ରଥମ ଏବଂ ତୃତୀୟ ଥରପାଇଁ ଗ୍ରାଣ୍ଡସ୍ଲାମ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ସିତ୍‌ସିପାସ ଗ୍ରୀସ୍‌ର ୨୨ ବର୍ଷୀୟ ହୋଇଥିବାବେଳେ ଜେଭରେଭ ୨୪ ବର୍ଷୀୟ ଜର୍ମାନୀ ଖେଳାଳି। ଉଭୟ ଖେଳାଳି ଚଳିତ ବର୍ଷ ରେଡ୍‌ କ୍ଲେରେ ମାଷ୍ଟର୍ସ ୧୦୦୦ ଟାଇଟଲ ହାସଲ କରିଛନ୍ତି। ତେଣୁ ଏହି ଦୁଇ ଖେଳାଳି ଏଠାରେ ବିପର୍ଯ୍ୟୟ ଘଟାଇବା ପାଇଁ ବ୍ୟଗ୍ର। ତୃତୀୟ ସିଡ୍‌ ମାନ୍ୟତା ପାଇଥିବା ନାଡାଲ କ୍ୱାର୍ଟର ଫାଇନାଲରେ ଆର୍ଜେଣ୍ଟିନାର ଡିଏଗୋ ସ୍ବାର୍ଜମ୍ୟାନଙ୍କୁ ୬-୩, ୪-୬, ୬-୪, ୬-୦ ସେଟ୍‌ରେ ହରାଇ ସେମିକୁ ଉଠିଛନ୍ତି। ସେମିରେ ସେ ଟପ୍‌ ସିଡ୍‌ ସର୍ବିୟାର ନୋଭାକ ଜୋକୋଭିଚ୍‌ କିମ୍ବା ନବମ ସିଡ୍‌ ଖେଳାଳି ଇଟାଲୀର ମାଟେଓ ବେରେଟିନିଙ୍କୁ ଭେଟିବେ।
ସାକାରି-କ୍ରେଜିକୋଭା
ମହିଳା ସିଙ୍ଗଲ୍ସରେ ଗ୍ରୀସ୍‌ର ମାରିଆ ସାକାରି ଓ ଚେକ୍‌ ରିପବ୍ଲିକର ବାର୍ବରା କ୍ରେଜିକୋଭା ସେମିଫାଇନାଲରେ ପରସ୍ପରକୁ ଭେଟିବେ। ତୃତୀୟ କ୍ୱାର୍ଟର ଫାଇନାଲରେ ସାକାରି ପୋଲାଣ୍ଡର ଇଗା ସ୍ବିଟେକ୍‌ଙ୍କୁ ସିଧାସଳଖ ୬-୪, ୬-୪ ସେଟ୍‌ରେ ପରାସ୍ତ କରିଛନ୍ତି। ସେହିପରି କ୍ରେଜିକୋଭା ଆମେରିକାର କୋକୋ ଗଫ୍‌ଙ୍କୁ ୭-୬(୮/୬), ୬-୩ ସେଟ୍‌ରେ ହରାଇ ସେମିଫାଇନାଲରେ ପହଞ୍ଚତ୍ଛନ୍ତି। ପୂର୍ବରୁ ଅନୁଷ୍ଠିତ ୨ଟି ମହିଳା କ୍ୱାର୍ଟର ଫାଇନାଲରେ ୩୧ତମ ସିଡ୍‌ ରୁଷିଆର ଆନାସ୍ତାସିଆ ପାଭ୍‌ଲ୍ୟୁଚେଙ୍କୋଭା ତାଙ୍କ ଡବଲ୍ସ ପାର୍ଟନର ଏଲିନା ରିବ୍‌କିନାଙ୍କୁ ୬-୭(୨/୭), ୬-୨, ୯-୭ରେ ଏବଂ ସ୍ଲୋଭାନିଆର ୮୫ତମ ର଼୍ୟାଙ୍କ୍‌ପ୍ରାପ୍ତ ତାମାରା ଜିଡାନସେକ୍‌ ୭-୫, ୪-୬, ୮-୬ ସେଟ୍‌ରେ ପାଉଲା ବଦୋସାଙ୍କୁ ହରାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପଡ଼ିଆରେ ବ୍ୟାଟ୍ସମ୍ୟାନ୍‌-ବୋଲର୍‌ଙ୍କ ମଧ୍ୟରେ ରୋଚକ ମୁହୂର୍ତ୍ତ : ଦେଖନ୍ତୁ ଭିଡିଓ

ଲାହୋର,୨୫।୩:ପୂର୍ବ ତୁଳନାରେ ଆଜିକାଲି କ୍ରିକେଟ୍‌ ଏକ ଭଦ୍ରଲୋକଙ୍କ ଖେଳ ଭାବରେ ଉଭା ହେଉଛି। ଅତୀତରେ, ପ୍ରତିଦ୍ୱନ୍ଦ୍ୱୀ ଖେଳାଳିଙ୍କ ସହିତ କ୍ରିକେଟ ପଡ଼ିଆରେ ପରସ୍ପରକୁ ସ୍ଲେଜ କରିବା...

‘ଅନ୍‌ଲାଇନ୍‌ ଚେସ୍‌ କୋଚିଂ ଉପାଦେୟ ହେଉଛି’

ଭୁବନେଶ୍ୱର, ୨୦।୩(କ୍ରୀଡ଼ା ପ୍ରତିନିଧି)-ଦିନ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କେବଳ ଚେସ କଥା ଭାବୁଥିବା ଗୁରୁ ସତ୍ୟରଞ୍ଜନ ପଟ୍ଟନାୟକ ଏବେ ଏହି ଗେମ୍‌କୁ ନେଇ ବେଶ୍‌ ଚିନ୍ତିତ।...

କ୍ରିକେଟ ଇତିହାସରେ ଆଜି ଏକ ବିଶେଷ ଦିନ: ଜାଣନ୍ତୁ କାହିଁକି

ଜୁଲାଇ ୧୮।୭, ଅର୍ଥାତ୍‌ ଆଜିର ଦିନ କ୍ରିକେଟ ଇତିହାସରେ ଏକ ବିଶେଷ ମହତ୍ତ୍ୱ ରହିଛି। କ୍ରିକେଟ ଜଗତରେ ‘ଦ ଡକ୍ଟର’ ଭାବରେ ଜଣାଶୁଣା ଡବ୍ଲୁ ଗ୍ରେସ...

ଧୋନୀଙ୍କଠାରେ ଏବେ ବି ବହୁତ କ୍ରିକେଟ ବାକି ଅଛି: ଅନିରୁଦ୍ଧ

ନୂଆଦିଲ୍ଲୀ,୩୦।୫: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ପୂର୍ବତନ କୋଷାଧ୍ୟକ୍ଷ ଅନିରୁଦ୍ଧ ଚୌଧୁରୀ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସମର୍ଥନରେ ବାହାରିଛନ୍ତି। ଧୋନୀଙ୍କ ପାଖରେ...

ଜିମ୍ବାଓ୍ବେ କ୍ରିକେଟ ପ୍ରଶଂସକଙ୍କୁ ୫ବର୍ଷ ବାସନ୍ଦ

ହରାରେ, ୧୯ା୨: ଜିମ୍ବାଓ୍ବେ କ୍ରିକେଟ ଦଳର ଜଣେ ପ୍ରଶଂସକକୁ ଦେଶର ସମସ୍ତ କ୍ରିକେଟ ଭେନ୍ୟୁ ଓ ଇଭେଣ୍ଟରୁ ବାସନ୍ଦ କରାଯାଇଥିବା ଜିମ୍ବାଓ୍ବେ କ୍ରିକେଟ (ଜେଡ୍‌ସି) ପକ୍ଷରୁ...

ଏହି କ୍ରିକେଟରଙ୍କ ସହ ନୃତ୍ୟ କଲେ ୟୁଜବେନ୍ଦ୍ରଙ୍କ ସ୍ତ୍ରୀ ଧନଶ୍ରୀ

ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲଙ୍କ ସ୍ତ୍ରୀ ଧନଶ୍ରୀ ବର୍ମା ନିଜର ନୃତ୍ୟ ପାଇଁ ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଛନ୍ତି। ତାଙ୍କର ନୃତ୍ୟ ଭିଡିଓ ସୋସିଆଲ...

ରାଞ୍ଚି ରେ ଧୋନୀଙ୍କ ଅଭ୍ୟାସ

ନୂଆଦିଲ୍ଲୀ, ୮।୮-ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ)ରେ ସେପ୍ଟେମ୍ବରରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଆରମ୍ଭ ହେବାକୁ ଯାଉଛି। କରୋନା ଭାଇରସ ସଂକ୍ରମଣ ଜନିତ ଗାଇଡଲାଇନ୍‌କୁ ଦୃଷ୍ଟିରେ ରଖି...

ଓ୍ବେଷ୍ଟଇଣ୍ଡିଜ ଆଗରେ ୨୮୮ ରନ୍‌ର ବିଜୟ ଲକ୍ଷ୍ୟ

ଚେନ୍ନାଇ,୧୫।୧୨- ସ୍ଥାନୀୟ ଚିଦାମ୍ବରମ ଷ୍ଟାଡିୟମରେ ଚାଲିଥିବା ଦିନିକିଆ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ଧାର୍ଯ୍ୟ ୫୦ ଓଭରରେ ୮ ଉଇକେଟ ହରାଇ ୨୮୭...

Advertisement
Archives

Model This Week