୭ ଜିଲାରେ ଅକ୍ସିଜେନ ପ୍ଲାଣ୍ଟ ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର,୧୦ା୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ରାଜ୍ୟର ୭ ଜିଲାରେ ତରଳ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ ଏବଂ ୭ଟି ପିଏସ୍‌ଏ ବ୍ୟବସ୍ଥାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିସହିତ ବାଲେଶ୍ବରରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ସହାୟତାରେ ଏକ ଅତିରିକ୍ତ ସ୍ବାସ୍ଥ୍ୟ ସୁବିଧା କେନ୍ଦ୍ର, ଡେଙ୍ଗୁ ଓ ଡାଇରିଆ ୱାର୍ଡ, ରକ୍ତ ବର୍ଗୀକରଣ ୟୁନିଟ୍‌, କଟକରେ ଫୁସ୍‌ଫୁସ ରୋଗର ଚିକିତ୍ସା ପାଇଁ ଉତ୍କର୍ଷ କେନ୍ଦ୍ର ଏବଂ ନବରଙ୍ଗପୁରରେ ଆର୍‌ଟି-ପିସିଆର ଟେଷ୍ଟ ଲାବୋରେଟୋରିର ଲୋକାର୍ପଣ କରିଛନ୍ତି। ଏହି ସମସ୍ତ ସ୍ବାସ୍ଥ୍ୟ ଭିତ୍ତିଭୂମି ପାଇଁ ୨୯ କୋଟି ୪୧ ଲକ୍ଷ ଟଙ୍କା ବିନିଯୋଗ କରାଯାଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ, କରୋନାର ଦ୍ବିତୀୟ ଲହରରେ ମେଡିକାଲ ଅକ୍ସିଜେନ ଆବଶ୍ୟକତା ବହୁତ ବଢ଼ିଯାଇଥିଲା। ଏହି ସମୟରେ ଓଡ଼ିଶା ନିଜର ଆବଶ୍ୟକତା ପୂରଣ କରିବା ସହ ଦେଶର ୧୭ ରାଜ୍ୟକୁ ଅକ୍ସିଜେନ ଯୋଗାଇ ଅନେକ ମୂଲ୍ୟବାନ ଜୀବନ ରକ୍ଷା କରିପାରିଛି। ପ୍ରତି ଓଡ଼ିଆଙ୍କ ପାଇଁ ଏହା ଆତ୍ମସନ୍ତୋଷର ବିଷୟ। ଅକ୍ସିଜେନ ଉତ୍ପାଦନଠାରୁ ଆରମ୍ଭ କରି ରୋଗୀଙ୍କ ପାଖରେ ପହଞ୍ଚତ୍ାଇବା ଏକ ଜଟିଳ ପ୍ରକ୍ରିୟା। ଏଥିରେ ଅନେକ ଯନ୍ତ୍ରପାତି, ଯାନବାହନ, ନିରନ୍ତର ତଦାରଖ ଏବଂ ଅନ୍ୟାନ୍ୟ ବ୍ୟବସ୍ଥାର ଆବଶ୍ୟକତା ଜରୁରୀ। ଦ୍ୱିତୀୟ ଲହର ମୁକାବିଲା ଲାଗି ଓଡ଼ିଶାକୁ ଦେଶର ବିଭିନ୍ନ ସ୍ଥାନ ସମେତ ଚାଇନାରୁ ଅକ୍ସିଜେନ ସିଲିଣ୍ଡର ଅଣାଯାଇଛି। ଏହାଦ୍ୱାରା ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଅଧିକ ସୁଦୃଢ଼ ହୋଇଛି। କରୋନା ଭୂତାଣୁ ସଂକ୍ରମଣର ଗତି ଅନିଶ୍ଚିତ। ଏଥିଲାଗି ଆମକୁ ପ୍ରସ୍ତୁତ ରହିବାକୁ ହେବ। ରାଜ୍ୟର ସ୍ବାସ୍ଥ୍ୟ ଭିତ୍ତିଭୂମି, ସ୍ବାସ୍ଥ୍ୟ କର୍ମଚାରୀ ଓ ପ୍ରଶିକ୍ଷଣ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ କାମ କରାଯାଉଛି। ପ୍ରମୁଖ ହସ୍ପିଟାଲଗୁଡ଼ିକରେ ତରଳ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ ନିର୍ମାଣ କରାଯାଉଛି। ଆଜିର ନୂଆ ବ୍ୟବସ୍ଥା ଲୋକଙ୍କୁ ଖୁବ୍‌ଶୀଘ୍ର ସେବା ଯୋଗାଇବ। ଭିତ୍ତିଭୂମି ବିକାଶରେ କର୍ପୋରେଟ କ୍ଷେତ୍ରରୁ ଅକୁଣ୍ଠ ସହାୟତା ମିଳିଛି। ଏଥିଲାଗି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ରଜ, ସାବିତ୍ରୀ ଭଳି ଉତ୍ସବ ସମୟରେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।
କାର୍ଯ୍ୟକ୍ରମରେ ଝାରସୁଗୁଡ଼ାରୁ ଯୋଗ ଦେଇ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଛନ୍ତି, ଅକ୍ସିଜେନ କ୍ଷେତ୍ରରେ ଓଡ଼ିଶା ଦେଶ ପାଇଁ ନୂଆ ଆଶା ହୋଇପାରିଛି। ଆଜିର ଭିତ୍ତିଭୂମି ବ୍ୟବସ୍ଥା ଦ୍ବାରା ରାଜ୍ୟ ତୃତୀୟ ଲହରର ସଫଳ ମୁକାବିଲା କରିପାରିବ ବୋଲି ସେ ଆଶାପ୍ରକାଶ କରିଛନ୍ତି। ବଲାଙ୍ଗୀରରୁ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ, ଭୁବନେଶ୍ବରରୁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡା ପ୍ରମୁଖ ଯୋଗଦେଇ ସ୍ବାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱକୁ ପ୍ରଶଂସା କରିଥିଲେ। ସ୍ବାଗତ ଭାଷଣ ଦେଇ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର କହିଲେ, ନବରଙ୍ଗପୁରକୁ ମିଶାଇ ରାଜ୍ୟର ୧୭ ଜିଲାରେ ଆର୍‌ଟି-ପିସିଆର ଟେଷ୍ଟ ଲାବୋରେଟୋରି କରାଯାଇଛି। ରାଜ୍ୟର ସବୁ ଜିଲାରେ ଏହି ବ୍ୟବସ୍ଥା କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
କାର୍ଯ୍ୟକ୍ରମରେ ସରକାରୀ ଦଳର ଉପମୁଖ୍ୟ ସଚେତକ, ନବରଙ୍ଗପୁର ଏମ୍‌ପି, ବିଧାୟକ ବାଲେଶ୍ବର ବିଧାୟକ, କୋରାପୁଟ ବିଧାୟକ, ବଲାଙ୍ଗୀର ବିଧାୟକ, କଟକ-ଚୌଦ୍ବାର ବିଧାୟକ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ୍‌ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଓଡ଼ିଶା ମେଡିକାଲ କର୍ପୋରେଶନର ପରିଚାଳନା ନିର୍ଦ୍ଦେଶକ ଯାମିନୀ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆୟୁଷ ନିର୍ଦ୍ଦେଶକଙ୍କୁ ସର୍ତ୍ତମୂଳକ ଜାମିନ

ଭୁବନେଶ୍ୱର,୧୪।୭(ବ୍ୟୁରୋ): ମହିଳା କର୍ମଚାରୀଙ୍କ ନିକଟକୁ ଅଶ୍ଳୀଳ ଭିଡିଓ ଓ ମେସେଜ୍‌ ପଠାଇ ଯୌନ ଉପତ୍ୀଡ଼ନ ମାମଲାରେ ଗତ ୯ ତାରିଖରେ ଗିରଫ ହୋଇଥିଲେ ରାଜ୍ୟ ସରକାରଙ୍କ ଆୟୁଷ...

ତାମିଲନାଡୁରେ ଜୁନ୍‌ ୩୦ ପର୍ଯ୍ୟନ୍ତ ବଢ଼ିଲା ଲକ୍‌ଡାଉନ୍‌

ନୂଆଦିଲ୍ଲୀ,୩୧।୫: ପଞ୍ଜାବ ପରେ ତାମିଲନାଡୁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ସମୟସୀମାକୁ ଜୁନ୍‌ ୩୦ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ତାମିଲନାଡୁରେ ସମସ୍ତ ଜିଲାକୁ ୮ଟି ଜୋନ୍‌ରେ ବିଭକ୍ତ...

ଆଜି ରାଜ୍ୟରେ ୭୪୯ ପଜିଟିଭ୍‌ ଚିହ୍ନଟ: ବୌଦ୍ଧରେ ଶୂନ, ବାକି ୨୯ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ତଳେ

ଭୁବନେଶ୍ୱର,୧୬ା୧୧(ବ୍ୟୁରୋ): ସୋମବାର  ରାଜ୍ୟର ୨୯ ଜିଲାରୁ ୭୪୯ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୦,୯,୪୦୮ରେ ପହଞ୍ଚିଥିବା ରାଜ୍ୟ...

ଭୁବନେଶ୍ୱରରୁ ଆଜି ପୁଣି ୨୧୩ ପଜିିଟିଭ୍‌ ଚିହ୍ନଟ: ବଢ଼ୁଛି ଲୋକାଲ କେସ୍‌ ସଂଖ୍ୟା

ଭୁବନେଶ୍ୱର,୧୯।୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୨୧୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୬୮ ଜଣ ରହିଥିବା ବେଳେ ଲୋକାଲ କେସ୍‌...

ନିୟମ ଉଲ୍ଲଂଘନ ଅଭିଯୋଗରେ ତିଲକ ନଗରର ୫ମାର୍କେଟ ସିଲ୍‌

ନୂଆଦିଲ୍ଲୀ,୨୩।୭: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ମାମଲା କମିଯାଇଛି। ଏଥିପାଇଁ ରାଜ୍ୟକୁ ସରକାର ଅନ୍‌ଲକ୍‌ କରିଛନ୍ତି। ହେଲେ ଦିଲ୍ଲୀ ମାର୍କେଟରେ ଲୋକମାନେ କୋଭିଡ-୧୯ର ସମସ୍ତ ନିୟମ...

ରାସ୍ତାରେ କ୍ଷୀର ଢାଳିଲେ ଚାଷୀ

ନିଶ୍ଚିନ୍ତକୋଇଲି,୨୧।୨(ସ୍ବ.ପ୍ର.): ଓମ୍ଫେଡ଼ର ଚାଷୀମାରଣ ନୀତି ବିରୋଧରେ କଟକ ଜିଲା ମାହାଙ୍ଗା ବ୍ଲକ ଏରକଣା ବଜାରରେ ଚାଷୀ ରାସ୍ତାରେ କ୍ଷୀର ଢାଳି ପ୍ରତିବାଦ କରିଛନ୍ତି। ଚାଷୀଙ୍କ ଅଭିଯୋଗ...

କୋଣାର୍କ-ପୁରୀ ବେଳାଭୂମି ମାର୍ଗରେ ଦୁର୍ଘଟଣା: ଦୁଇ ବସ୍‌ ଧକ୍କାରେ ୮ ଗୁରୁତର, ୯ ଆହତ

କୋଣାର୍କ, ୩୦।୧(ଡି.ଏନ୍‌.ଏ.): କୋଣାର୍କ ଥାନା ଅଧୀନ କୋଣାର୍କ -ପୁରୀ ବେଳାଭୂମି ମାର୍ଗ ରାସ୍ତାରେ ଗୁରୁବାର ଏକ ଟୁରିଷ୍ଟ ବସକୁ ପଛପଟୁ ଯାତ୍ରୀବାହୀ ବସ୍‌ ଧକ୍କା ଦେବା...

ଚପଲ ପିନ୍ଧି ମଠକୁ ଯିବାରୁ ହତ୍ୟା

ଢେଙ୍କାନାଳ ଅଫିସ, ୧୨।୨: ଢେଙ୍କାନାଳ ଜିଲା ଗଁଦିଆ ଥାନା ମନ୍ଦାର ନିକଟ ରାସ୍ତାପାର୍ଶ୍ୱରେ ଥିବା ଶ୍ରୀ ଚୈତନ୍ୟ ଗୋସାଇଁ ମଠରେ ଗତ ବୁଧବାର ଘଟିଥିବା ବହୁ...

Advertisement
Archives

Model This Week