Posted inଖେଳ

ଫ୍ରେଞ୍ଚ୍‌ ଓପନ ଟେନିସ: କ୍ରେଜିକୋଭା-ସିନିକୋଭା ଫାଇନାଲରେ

ପ୍ୟାରିସ, ୧୨।୬-ଚଳିତ ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି ଚେରି ରିପବ୍ଲିକ ଯୋଡ଼ି ବାର୍ବରା କ୍ରେଜିକୋଭା ଏବଂ କାଟରିନା ସିନିକୋଭା। ଶୁକ୍ରବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ଏହି ଯୋଡ଼ି ପୋଲାଣ୍ଡର ମାଗ୍‌ଦା ଲିନେଟି ଏବଂ କ୍ରୋଏସିଆର ବେର୍ନାର୍ଡା ପେରାଙ୍କୁ ୬-୧, ୬-୨ ସେଟ୍‌ରେ ପରାସ୍ତ କରିଛନ୍ତି। କ୍ରେଜିକୋଭାଙ୍କ ପାଇଁ ଚଳିତ ଟୁର୍ନାମେଣ୍ଟରେ ଡବଲ ଟାଇଟଲ ହାସଲର ସୁଯୋଗ ରହିଛି। କାରଣ ଏହି ଚେକ୍‌ ଖେଳାଳି ମହିଳା ସିଙ୍ଗଲ୍ସ ଫାଇନାଲରେ ମଧ୍ୟ ପ୍ରବେଶ କରିଛନ୍ତି। ଦ୍ୱିତୀୟ ସେମିଫାଇନାଲରେ ସେ ୭-୫, ୪-୬, ୯-୭ ସେଟ୍‌ରେ ଗ୍ରୀସ୍‌ର ମାରିଆ ସାକାରିଙ୍କୁ ପରାସ୍ତ କରିଥିଲେ। ଶନିବାର ଫାଇନାଲରେ କ୍ରେଜିକୋଭା ରୁଷିଆର ଆନାସ୍ତାସିଆ ପାଭ୍‌ଲ୍ୟୁଚେଙ୍କୋଭାଙ୍କୁ ଭେଟିବେ। ସେଲାଭାନିଆର ତାମାରା ଜିଡାନସେକ୍‌ଙ୍କ ଅଗ୍ରଗତିରେ ବ୍ରେକ୍‌ ଲଗାଇ ପାଭ୍‌ଲ୍ୟୁଚେଙ୍କୋଭା ଫାଇନାଲରେ ପ୍ରବେଶ କରିଥିଲେ। କ୍ରେଜିକୋଭା ଯଦି ଉଭୟ ସିଙ୍ଗଲ୍ସ ଓ ଡବଲ୍ସ ଟାଇଟଲ ହାସଲ କରନ୍ତି ତେବେ ମେରି ପିଅର୍ସଙ୍କ ରେକର୍ଡ ସହ ସମକକ୍ଷ ହେବେ। ଫ୍ରାନ୍ସର ପିଅର୍ସ ୨୦୦୦ରେ ଏହି ସଫଳତା ପାଇଥିଲେ। କ୍ରେଜିକୋଭା-ସିନିକୋଭା ଯୋଡ଼ି ମହିଳା ଡବଲ୍ସ ଫାଇନାଲରେ ପୋଲାଣ୍ଡର ଇଗା ସ୍ବିଟେକ ଓ ଆମେରିକାର ବେଥାନି ମାଟେକ ସାଣ୍ଡ୍ସ ଯୋଡ଼ିଙ୍କୁ ଭେଟିବେ। ପୋଲାଣ୍ଡ-ଆମେରିକା ଯୋଡ଼ି ଦ୍ୱିତୀୟ ସେମିଫାଇନାଲରେ ରୋମାନିଆର ଇରିନା-କାମେଲିଆ ବେଗୁ ଓ ଆର୍ଜେଣ୍ଟିନାର ନାଦିଆ ପୋଡୋରୋସ୍କା ଯୋଡ଼ିଙ୍କୁ ୬-୩, ୬-୪ ସେଟ୍‌ରେ ପରାସ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତକୁ ଅଗ୍ରଣୀ ଦେଲେ ଜାଡେଜା, ରାହୁଲ, ଟେଲଏଣ୍ଡର୍ସ

ଟ୍ରେଣ୍ଟ ବ୍ରିଜ୍‌,୬।୮: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ୯୫ ରନ୍‌ର ଅଗ୍ରଣୀ ହାସଲ କରିଛି ଭାରତୀୟ ଦଳ। ଲୋକେଶ ରାହୁଲ ୮୪ (...

ଟୋକିଓ ଫ୍ଲାଇଟ୍‌ ମିସ୍‌ କଲେ ଭିନେଶ ଫୋଗଟ

ନୂଆଦିଲ୍ଲୀ,୨୭।୭: ଅଲିମ୍ପିକ୍ସରେ ଭାରତର ସବୁଠୁ ବଡ଼ ପଦକ ଆଶା କୁହାଯାଉଥିବା ରେସଲର ଭିନେଶ ଫୋଗଟ ବିଳମ୍ବରେ ପହଞ୍ଚିବେ ଟୋକିଓରେ। ତାଙ୍କୁ ମଙ୍ଗଳବାର ଫ୍ରାଙ୍କଫର୍ଟରୁ ଟୋକିଓ ଫ୍ଲାଇଟ୍‌...

ପଦକ ବିଜେତାଙ୍କୁ ଆର୍ଥିକ ପୁରସ୍କାର

ଭୁବନେଶ୍ୱର, ୨୨।୨(କ୍ରୀଡ଼ା ପ୍ରତିନିଧି): ୨୦୨୨ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ଏବଂ ଗତବର୍ଷ ବିଭିନ୍ନ ପ୍ରତିଯୋଗିତାରେ ପଦକ ବିଜେତା ଓଡ଼ିଶା ଆଥଲେଟ୍‌ଙ୍କୁ ମଙ୍ଗଳବାର ରାଜ୍ୟ ସରକାରଙ୍କ...

ମଝି ଆକାଶରେ ସରିଗଲା ଇନ୍ଧନ: ଶ୍ରୀଲଙ୍କା କ୍ରିକେଟ୍‌ ଦଳର ଉଡିଲା ହୋସ୍‌

କଲମ୍ବୋ,୮।୭: ଶ୍ରୀଲଙ୍କା କ୍ରିକେଟ ଦଳର ଅସୁବିଧା ଥମିବାର ନାମ ନେଉନାହିଁ। ପଡ଼ିଆ ଭିତରେ ଶ୍ରୀଲଙ୍କା ଦଳ ପରାଜୟର ସ୍ବାଦ ଚାଖୁଥିବାବେଳେ, ପଡ଼ିଆ ବାହାରେ ସେମାନଙ୍କ ସହ...

ଲାଙ୍କାଶାୟାର ଦଳରୁ ଖେଳିବେ ଶ୍ରେୟାସ ଆୟାର

ମାଞ୍ଚେଷ୍ଟର, ୨୩ା୩ (ପି.ଟି.)- ରୟାଲ ଲଣ୍ଡନ କପ୍‌ ୨୦୨୧ ପାଇଁ ଭାରତୀୟ ବ୍ୟାଟ୍ସମ୍ୟାନ ଶେୟାସ ଆୟାର ଲାଙ୍କାଶାୟାର କ୍ରିକେଟ ଦଳରେ ଯୋଗ ଦେଇଛନ୍ତି। କାଉଣ୍ଟି କ୍ଲବ...

ରିପୋର୍ଟ ନେଗେଟିଭ ପରେ ଅଭ୍ୟାସ କଲେ କେକେଆର୍‌ ବ୍ୟାଟ୍ସମ୍ୟାନ ନୀତିଶ

ମୁମ୍ବାଇ, ୩ା୪: କ୍ରମାଗତ ଦୁଇଦିନ କୋଭିଡ୍‌ ରିପୋର୍ଟ ନେଗେଟିଭ ଆସିବା ପରେ କୋଲକାତା ନାଇଟ ରାଇଡର୍ସ(କେକେଆର୍‌) ବ୍ୟାଟ୍ସମ୍ୟାନ ନୀତିଶ ରାଣା ତାଙ୍କ ଟିମ୍‌ମେଟଙ୍କ ସହ ଅଭ୍ୟାସ...

ବିଶ୍ୱକପ ଦଳରୁ ବାଦ୍‌ ପଡିବାରୁ କାନ୍ଦିଲେ ଏହି ବ୍ୟାଟ୍ସମ୍ୟାନ୍‌

କାବୁଲ, ୧୦।୬: ବିଶ୍ୱକପ୍‌ ଦଳରେ ସ୍ଥାନ ନ ମିଳିବାରୁ କାନ୍ଦିକି ନିଜ ଅକ୍ରୋଶ ଜାହିର୍‌ କରିଛନ୍ତି ଆଫଗାନିସ୍ତାନ କ୍ରିକେଟ ଦଳର ଓ୍ବିକେଟକିପର୍‌ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ଶେହଜାଦ୍‌।...

ପ୍ରଥମ ସଂସ୍କରଣରେ ଭାରତକୁ ବ୍ରୋଞ୍ଜ୍‌

ହକି ବିଶ୍ୱକପ୍‌ର ପ୍ରଥମ ସଂସ୍କରଣ ୧୯୭୧ ମସିହାରେ ଆରମ୍ଭ ହୋଇଥିଲା। ଆୟୋଜକ ଦେଶ ଥିଲା ସ୍ପେନ୍‌ ଏବଂ ପ୍ରତିଯୋଗିତା ବାର୍ସିଲୋନାରେ ଅନୁଷ୍ଠିତ ହୋଇଥିଲା। ଅକ୍ଟୋବର ୧୫ରୁ...

Advertisement
Archives

Model This Week