Posted inଖେଳ

ଫ୍ରେଞ୍ଚ୍‌ ଓପନ ଟେନିସ୍‌: ଚତୁର୍ଥ ରାଉଣ୍ଡରେ ଜୋକୋଭିଚ୍‌, ନାଡାଲ

ପ୍ୟାରିସ୍‌,୬।୬: ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍‌ ଓପନ ଶନିବାର ସପ୍ତମ ଦିବସରେ ପ୍ରବେଶ କରିଛି। ପୁରୁଷ ସିଙ୍ଗଲ୍ସରେ ଟପ୍‌ସିଡ୍‌ ସର୍ବିୟାର ନୋଭାକ ଜୋକୋଭିଚ୍‌, ତୃତୀୟ ସିଡ୍‌ ସ୍ପେନର ରାଫାଲ ନାଡାଲ, ଇଟାଲୀର ଅଣସିଡ୍‌ ଖେଳାଳି ଲୋରେଞ୍ଜୋ ମୁସେଟି, ଆମେରିକାର ୧୮ତମ ସିଡ୍‌ ଖେଳାଳି ଜାନିକ ସିନର, ଜର୍ମାନୀର ଜାନ ଲେନାର୍ଡ ଷ୍ଟ୍ରଫ୍‌, ଦଶମ ସିଡ୍‌ ଆର୍ଜେଣ୍ଟିନାର ଡିଏଗୋ ସ୍ବାର୍ଜମ୍ୟାନ ସେମାନଙ୍କ ତୃତୀୟ ରାଉଣ୍ଡ ମ୍ୟାଚ୍‌ରେ ବିଜୟୀ ହୋଇ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି।
ନାଡାଲ ତୃତୀୟ ରାଉଣ୍ଡରେ ବ୍ରିଟେନର କାମେରନ ନୋରିଙ୍କୁ ୬-୩, ୬-୩, ୬-୩ ସେଟ୍‌ରେ ହରାଇ ଚତୁର୍ଥ ରାଉଣ୍ଡକୁ ଉଠିଛନ୍ତି। ଜୋକୋଭିଚ ୬-୧, ୬-୪, ୬-୧ ସେଟ୍‌ରେ ଲିଥୁଆନିଆର ୯୩ ର଼୍ୟାଙ୍କ୍‌ର ଖେଳାଳି ରିକାର୍ଡାସ ବେରନାକିସ୍‌ଙ୍କୁ ପରାସ୍ତ କରି କ୍ରମାଗତ ଦ୍ୱାଦଶ ବର୍ଷ ପାଇଁ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଏଥର ସଫଳ ହେଲେ ଜୋକୋଭିଚ୍‌ ଦ୍ୱିତୀୟଥର ପାଇଁ ଫ୍ରେଞ୍ଚ୍‌ ଓପନ ଓ ମୋଟ ଉପରେ ୧୯ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିବେ। ସେହିପରି ମୁସେଟି ୩-୬, ୬-୪, ୬-୩, ୩-୬, ୬-୩ ସେଟ୍‌ରେ ଇଟାଲୀର ମାର୍କୋ ସେକିନାଟୋଙ୍କୁ ହରାଇ ଅଗ୍ରଗତି କରିଛନ୍ତି। ଇସ୍ନର ୬-୧, ୭-୫, ୬-୩ ସେଟ୍‌ରେ ସ୍ବିଡେନର ଓ୍ବାଇମେରଙ୍କୁ ୬-୧, ୭-୫, ୬-୩ ସେଟ୍‌ରେ ହରାଇ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଷ୍ଟ୍ରଫ୍‌ ୬-୪, ୭-୬, ୬-୨ ସେଟ୍‌ରେ ସ୍ପେନର ଅଲକାରାଜ ଗାର୍ଭିଆଙ୍କୁ ତୃତୀୟ ରାଉଣ୍ଡରେ ହରାଇ ଆଗକୁ ବଢିଛନ୍ତି। ସେହିପରି ସ୍ବାର୍ଜମ୍ୟାନ ୬-୪, ୬-୨, ୬-୧ ସେଟ୍‌ରେ ଜର୍ମାନୀର ଫିଲିପ୍‌ କୋହେଲସ୍କ୍ରେଇବରଙ୍କୁ ହରାଇ ଅଗ୍ରଗତି କରିଛନ୍ତି।
ଚତୁର୍ଥ ରାଉଣ୍ଡରେ କେନିନ, କ୍ରେଜସିକୋଭା
ମହିଳା ସିଙ୍ଗଲ୍ସରେ ଚତୁର୍ଥ ସିଡ୍‌ ମାନ୍ୟତାପ୍ରାପ୍ତ ଆମେରିକାର ସୋଫିଆ କେନିନ୍‌ ଚତୁର୍ଥ ରାଉଣ୍ଡକୁ ଉଠିଛନ୍ତି। ସେ ନିଜ ଦେଶରେ ୨୮ତମ ସିଡ୍‌ ଜେସିକା ପେଗୁଲାଙ୍କୁ ୪-୬, ୬-୧, ୬-୪ ସେଟ୍‌ରେ ପରାସ୍ତ କରି ଅଗ୍ରଗତି କରିଛନ୍ତି। ସେହିପରି ଚେକ ଗଣରାଜ୍ୟର ବାରବୋରା କ୍ରେଜିଶୋଭା ୬-୩, ୬-୨ ସେଟ୍‌ରେ ପଞ୍ଚମ ସିଡ୍‌ ୟୁକ୍ରେନର ଏଲିନା ଭିଟୋଲିନାଙ୍କୁ ହରାଇ ବିପର୍ଯ୍ୟୟ ଘଟାଇବା ସହ ଅଗ୍ରଗତି କରିଛନ୍ତି। ଫ୍ରେଞ୍ଚ୍‌ ଓପନ ପ୍ରଥମ ସପ୍ତାହରେ ଭିଟୋଲିନା ସପ୍ତମ ଟପ୍‌-୧୦ ସିଡ୍‌ ଖେଳାଳିଭାବେ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ବିଦାୟ ନେଇଛନ୍ତି। ସେହିପରି ଆମେରିକାର ସ୍ଲୋଆନ ଷ୍ଟିଫେନ୍ସ ୬-୩, ୭-୫ ସେଟ୍‌ରେ କାରୋଲିନା ମୁଚୋଭାଙ୍କୁ ହରାଇ ଅଗ୍ରଗତି କରିଛନ୍ତି। ୟୁକ୍ରେନର ମାର୍ଟା କୋସିଟ୍ୟୁକ ୬-୧, ୬-୨ରେ ଭାରଭାରା ଗ୍ରାଚେଭାଙ୍କୁ ହରାଇ ଅଗ୍ରଗତି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲଡର୍‌ସରେ ଗାଙ୍ଗୁଲିଙ୍କ ସେଲିବ୍ରେଶନକୁ ପୁଣି ଦୋହରାଇଲେ ଭାରତୀୟ ଖେଳାଳି

ଲଣ୍ଡନ,୨୦ା୮: ଲଡର୍‌ସ କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ଖେଳାଯାଇଥିବା ସପ୍ତମ ତଥା ଅନ୍ତିମ ମିକ୍ସଡ୍‌ ଭିନ୍ନକ୍ଷମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଇଂଲଣ୍ଡକୁ ୧୧୮ ରନରେ ହରାଇ ଭାରତ ବିଜୟ…

ବୈଭବଙ୍କ ପାଇଁ ବଡ଼ ସୁଯୋଗ, ଟିମ ଇଣ୍ଡିଆ ପୂର୍ବରୁ ଦୁଲୀପ ଟ୍ରଫିରେ ଖେଳିବେ, BCCI ଘୋଷଣା କଲା ପୂରା ସୂଚୀ

ନୂଆଦିଲ୍ଲୀ, ୨୦।୮: ବୈଭବ ସୂର୍ଯ୍ୟବଂଶୀ ଭାରତୀୟ T20I ଟିମର ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ପାଲଟିଛନ୍ତି। ସେପ୍ଟେମ୍ବରରେ ଆଫଗାନିସ୍ତାନ ବିପକ୍ଷ T20I ସିରିଜ ଜରିଆରେ ସେ ଟିମ ଇଣ୍ଡିଆ…

ପାକିସ୍ତାନ ବିପକ୍ଷରେ କମାଲ! ୫-୫ ୱିକେଟ୍ ନେଲେ ୨ ବୋଲର, ଗୋଟିଏ ବଲ୍‌କୁ ୨ ଭାଗ କରି ବାଣ୍ଟିଲା ଇଂଲଣ୍ଡ

ହେଡିଂଲି,୨୦।୮: ହେଡିଂଲିରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ପାକିସ୍ତାନର ପ୍ରଥମ ପାଳି…

‘IPL ଖେଳ ନାହିଁ, ନଚେତ୍‌…’ ଭାରତୀୟ ଖେଳାଳିଙ୍କୁ ମିଳିଲା ବଡ଼ ଚେତାବନୀ

ନୂଆଦିଲ୍ଲୀ, ୨୦।୮: ମାନବ ସୁତାର ଟିମ ଇଣ୍ଡିଆର ନୂଆ ଷ୍ଟାର ପାଲଟିଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ସେ ମୋଟ ୧୦ଟି ଉଇକେଟ୍‌ ନେଇ ଐତିହାସିକ…

ଡିଭିଲିୟର୍ସଙ୍କ ବଡ଼ ବୟାନ; ସଚିନ-ବିରାଟଙ୍କୁ ନେଇ କହିଦେଲେ ଏମିତି, ସବୁଠି ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୮: ଦକ୍ଷିଣ ଆଫ୍ରିକାର ‘ମିଷ୍ଟର ୩୬୦ ଡିଗ୍ରୀ’ ଭାବେ ପରିଚିତ ଏବି ଡିଭିଲିୟର୍ସ ଭାରତୀୟ କ୍ରିକେଟର ଦୁଇ ମହାନ ବ୍ୟାଟର ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କୁ…

୨୦ ବର୍ଷ ପରେ କ୍ରିକେଟ୍‌ ଜଗତରେ ଘଟିଲା ଏମିତି: ପରାଜିତ ହେବ ପାକିସ୍ତାନ!

ହେଡିଂଲି,୨୦।୮: ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ବର୍ତ୍ତମାନ ହେଡିଂଲିରେ ଚାଲିଛି। ପ୍ରଥମ ଦିନରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ଦୁଇ…

ICC ରାଙ୍କିଂରେ ବଡ଼ ଓଲଟପାଲଟ: ଜୋ ରୁଟଙ୍କୁ ହଟାଇ ବିଶ୍ୱର ନମ୍ବର-୧ ଟେଷ୍ଟ ବ୍ୟାଟ୍ସମ୍ୟାନ ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୦।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ତା’ର ସଦ୍ୟତମ ରାଙ୍କିଂ ପ୍ରକାଶ କରିଛି। ହ୍ୟାରି ବ୍ରୁକ ବିଶ୍ୱର ନମ୍ବର-୧ ଟେଷ୍ଟ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ତାଙ୍କ ସାଥୀ ଜୋ…

ପାକିସ୍ତାନକୁ ବିଶ୍ୱକପ୍‌ରୁ ବିଦା କଲା ଭାରତ

ନୂଆଦିଲ୍ଲୀ,୧୯।୮: FIH ହକି ବିଶ୍ୱକପ୍ ୨୦୨୬ ର ଏକ ରୋମାଞ୍ଚକର ମ୍ୟାଚ୍‌ରେ ଭାରତୀୟ ପୁରୁଷ ହକି ଦଳ ପାକିସ୍ତାନକୁ ୫-୩ ଗୋଲ୍‌ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri