Posted inଖେଳ

ଫ୍ରେଞ୍ଚ୍‌ ଓପନ ଟେନିସ: ଜୋକୋଭିଚ୍‌-ବେରେଟିନି କ୍ୱାର୍ଟର ଫାଇନାଲ

ପ୍ୟାରିସ, ୮।୬-ଚଳିତ ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସର କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ଛନ୍ତି ନମ୍ବର ଓ୍ବାନ ଖେଳାଳି ସର୍ବିୟାର ନୋଭାକ ଜୋକୋଭିଚ୍‌। ୪ର୍ଥ ରାଉଣ୍ଡରେ ଇଟାଲୀର ୧୯ ବର୍ଷୀୟ ଲୋରେଞ୍ଜୋ ମୁସେଟି କଡ଼ା ଚ୍ୟାଲେଞ୍ଜ ଦେଇଥିଲେ ହେଁ ଜୋକୋଭିଚ୍‌ଙ୍କୁ ଭାଗ୍ୟ ସାଥ୍‌ ଦେଇଥିଲା। ୨ଟି ସେଟ୍‌ରେ ପଛରେ ରହିଥିଲେ ମଧ୍ୟ ସେ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲେ। ନିର୍ଣ୍ଣାୟକ ୫ମ ସେଟ୍‌ ଅଧାରୁ ମୁସେଟି ଓହରି ଯିବାରୁ ଜୋକୋଭିଚ୍‌ ଓ୍ବାକ୍‌ଓଭର ପାଇ ଆଗକୁ ବଢ଼ିଥିଲେ। ତୀବ୍ର ସଂଘର୍ଷପୂର୍ଣ୍ଣ ପ୍ରଥମ ଦୁଇ ସେଟ୍‌ରେ ୭-୬(୯/୭), ୭-୬(୭/୨) ସେଟ୍‌ରେ ବିଜୟୀ ହୋଇଥିଲେ। ମାତ୍ର ସେ କ୍ଳାନ୍ତ ହେବାର ସୁଯୋଗ ନେଇ ଅଭିଜ୍ଞ ଜୋକୋଭିଚ୍‌ ପରବର୍ତ୍ତୀ ୨ ସେଟ୍‌କୁ ୬-୧, ୬-୦ ସେଟ୍‌ରେ ସହଜରେ ଜିତି ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ୫ମ ସେଟ୍‌ରେ ଜୋକୋଭିଚ୍‌ ୪-୦ରେ ଅଗ୍ରଣୀ ଥିବାବେଳେ ମୁସେଟି ଓହରିଯିବାକୁ ନିଷ୍ପତ୍ତି ନେଇଥିଲେ। ସର୍ବୀୟ ଖେଳାଳି ଏବେ କ୍ୟାରିୟରର ଦ୍ୱିତୀୟ ଫ୍ରେଞ୍ଚ୍‌ ଓପନ ଏବଂ ଓଭରଅଲ୍‌ ୧୯ତମ ଗ୍ରାଣ୍ଡସ୍ଲାମ ଟାଇଟଲ ଉପରେ ନଜର ପକାଇଛନ୍ତି। ସେ କ୍ୱାର୍ଟର ଫାଇନାଲରେ ଇଟାଲୀର ମାଟେଓ ବେରେଟିନିଙ୍କୁ ଭେଟିବେ। ୪ର୍ଥ ରାଉଣ୍ଡରୁ ରୋଜର ଫେଡରର ଓହରି ଯିବାରୁ ବେରେଟିନି ଓ୍ବାକ୍‌ଓଭର ପାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।
ଅନ୍ୟ ଏକ ୪ର୍ଥ ରାଉଣ୍ଡ ମ୍ୟାଚରେ ଡିଏଗୋ ସ୍କ୍ବାର୍ଜମ୍ୟାନ ୭-୬(୧୧/୯), ୬-୪, ୭-୫ ସେଟ୍‌ରେ ଜାନ-ଲୋନାର୍ଡ ଷ୍ଟୁଫ୍‌ଙ୍କୁ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ଛନ୍ତି। ସେହିପରି ଆଲେକଜାଣ୍ଡର ଜେଭରେଭ ସିଧାସଳଖ ୬-୪, ୬-୧, ୬-୧ ସେଟ୍‌ରେ କେଇ ନିଶିକୋରିଙ୍କୁ ପରାସ୍ତ କରି ଆଗକୁ ବଢ଼ିଛନ୍ତି। ଜେଭରେଭ କ୍ୱାର୍ଟର ଫାଇନାଲରେ ଆଲେଜାଣ୍ଡ୍ରୋ ଡାଭିଡୋଭିଚ୍‌ ଫୋକିନାଙ୍କୁ ଭେଟିବେ। ଫୋକିନା ୪ର୍ଥ ରାଉଣ୍ଡରେ ଫେଡେରିକୋ ଡେଲବୋନିସଙ୍କୁ ହରାଇ ଦେଇଥିଲେ।

ପ୍ରଥମଥର ଗୌଫ, କ୍ରେଜିକୋଭା
ମହିଳା ସିଙ୍ଗଲ୍ସରେ ଆମେରିକାନ୍‌ ଟିନ୍‌ଏଜର କୋକୋ ଗୌଫ ଏବଂ ଚେକ୍‌ ରିପବଲ୍‌ିକର ବାର୍ବରା କ୍ରାଜିକୋଭା ପ୍ରଥମଥରପାଇଁ ଫ୍ରେଞ୍ଚ୍‌ ଓପନ ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଏହି ପର୍ଯ୍ୟାୟରେ ଦୁହେଁ ପରସ୍ପରକୁ ଭେଟିବା ମଧ୍ୟ ନିଶ୍ଚିତ ହୋଇଛି। ଗୌଫ ସିଧାସଳଖ ୬-୩, ୬-୧ ସେଟ୍‌ରେ ଓନ୍ସ ଜାବେଉରଙ୍କୁ ହରାଇ କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ଛନ୍ତି। ୧୭ ବର୍ଷୀୟା ଗୌଫ ନିଜ ସର୍ଭିସରେ ମାତ୍ର ୯ ପଏଣ୍ଟ ହାତଛଡ଼ା କରିଥିଲେ। ପୂର୍ବ ମ୍ୟାଚରେ ଗୌଫ ପ୍ରଥମ ସେଟ୍‌ରେ ବିଜୟୀ ହୋଇଥିବାବେଳେ ଦ୍ୱିତୀୟ ସେଟ୍‌ ଅଧାରୁ ଜେନିଫର ବ୍ରାଡି ଆହତ ହୋଇ ରିଟାୟର୍ଡ ହୋଇ ଯାଇଥିଲେ। ଗୌଫଙ୍କ ପରି ପ୍ରଥମ ଥରପାଇଁ ଫ୍ରେଞ୍ଚ୍‌ ଓପନ କ୍ୱାର୍ଟର ଫାଇନାଲ ସ୍ବାଦ ଚାଖିଥିବା କ୍ରାଜିକୋଭା ୪ର୍ଥ ରାଉଣ୍ଡରେ ୨୦୧୮ ଫ୍ରେଞ୍ଚ୍‌ ଓପନ ରନର୍ସଅପ୍‌ ସ୍ଲୋଆନେ ଷ୍ଟିଫେନ୍ସଙ୍କୁ ୬-୨, ୬-୦ ସେଟ୍‌ରେ ପରାସ୍ତ କରିଥିଲେ। ଫ୍ରେଞ୍ଚ୍‌ ଓପନ ଆସିବା ପୂର୍ବରୁ କ୍ରାଜିକୋଭା ଷ୍ଟ୍ରାସବର୍ଗରେ ଡବ୍ଲ୍ୟୁଟିଏ ଟାଇଟଲ ଜିତିଥିଲେ। ଗତବର୍ଷ ସେ ରୋଲାଣ୍ଡ ଗାରୋସର ୪ର୍ଥ ରାଉଣ୍ଡରୁ ବିଦାୟ ନେଇଥିଲେ। ଷ୍ଟିଫେନ୍ସ ୨୦୧୭ରେ ୟୁଏସ୍‌ ଓପନ ଟାଇଟଲ ଜିତିଥିଲେ। ୨୦୧୮ରେ ସେ ଫ୍ରେଞ୍ଚ୍‌ ଓପନ ଫାଇନାଲରେ ପ୍ରବେଶ କରିଥିଲେ। ମହିଳା ସିଙ୍ଗଲ୍ସର ଅନ୍ୟ ଏକ କ୍ୱାର୍ଟର ଫାଇନାଲ ଏଲିନା ରିବକିନା ଏବଂ ଆଲେକ୍ସାଣ୍ଡାର ପାଭଲ୍ୟୁଚେଙ୍କୋଭାଙ୍କ ମଧ୍ୟରେ ଅନୁଷ୍ଠିତ ହେବ। ରିବକିନା ୪ର୍ଥ ରାଉଣ୍ଡରେ ୬-୩, ୭-୫ ସେଟ୍‌ରେ ବିଜୟୀ ହୋଇ ସେରେନା ଓ୍ବିଲିୟମ୍ସଙ୍କ ଅଭିଯାନ ଶେଷ କରିଥିବାବେଳେ ପାଭଲ୍ୟୁଚେଙ୍କୋଭା ୫-୭, ୬-୩, ୬-୨ ସେଟ୍‌ରେ ଭିକ୍ଟୋରିଆ ଆଜାରେଙ୍କାଙ୍କୁ ହରାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖେଳାଳିଙ୍କ ପାଇଁ ୨.୫ କୋଟି, ଚାକିରି, ଜମି

ନୂଆଦିଲ୍ଲୀ,୫।୮: ଗୁରୁବାର ଭାରତୀୟ ପୁରୁଷ ହକି ଦଳ ୫-୪ ଗୋଲରେ ଜର୍ମାନୀକୁ ହରାଇ ଟୋକିଓ ଅଲିମ୍ପିକ୍ସରେ ହାତେଇଛି ବ୍ରୋଞ୍ଜ ପଦକ। ଏହି ଐତିହାସିକ ବିଜୟ ପରେ...

ସ୍ପିନ୍‌ ବିପକ୍ଷରେ ଚାପେଲଙ୍କ ସର୍ବକାଳୀନ ଶ୍ରେଷ୍ଠ ଇନିଂସ ତାଲିକାରେ ଲକ୍ଷ୍ମଣଙ୍କ ୨୮୧

ମେଲବୋର୍ନ,୨୯।୩(ପି.ଟି.)- ବିଶ୍ୱସ୍ତରୀୟ ସ୍ପିନ୍‌ ବୋଲିଂ ବିପକ୍ଷରେ ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଇଆନ ଚାପେଲ ତାଙ୍କ ଦୁଇଟି ସର୍ବକାଳୀନ ଶ୍ରେଷ୍ଠ ତଥା ଫେଭରାଇଟ୍‌ ଇନିଂସ ସମ୍ପର୍କରେ ଉଲ୍ଲେଖ...

କୋହଲି, ରୋହିତ୍‌, ବୁମ୍‌ରା ପାଇବେ ୭ କୋଟି

ନୂଆଦିଲ୍ଲୀ, ୧୬।୧ (ପି.ଟି.)- ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ଗୁରୁବାର ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ତାଲିକା (୨୦୧୯ ଅକ୍ଟୋବରରୁ ୨୦୨୦ ସେପ୍ଟେମ୍ବର ପର୍ଯ୍ୟନ୍ତ)...

ଜାପାନ କ୍ରୀଡ଼ାପ୍ରେମୀଙ୍କ ଲାଗି ସ୍ବତନ୍ତ୍ର ଅଲିମ୍ପିକ୍‌ ପ୍ୟାକେଜ

ଟୋକିଓ,୨୩।୮(ଏପି): ଟୋକିଓ ଅଲିମ୍ପିକ୍‌ ଆୟୋଜକଙ୍କ ପକ୍ଷରୁ ଜାପାନର କ୍ରୀଡ଼ାପ୍ରେମୀଙ୍କ ପାଇଁ ଏକ ଉଚ୍ଚସ୍ତରୀୟ ପ୍ୟାକେଜ ଘୋଷଣା କରାଯାଇଛି। ୬.୩୫ ନିୟୁତ ୟେନ ମୂଲ୍ୟର ପ୍ୟାକେଜ ମାଧ୍ୟମରେ...

ଆମେରିକାକୁ ହରାଇ ସେମିରେ ନାଇଜେରିଆ

ଭୁବନେଶ୍ୱର, ୨୨ା୧୦(କ୍ରୀଡ଼ା ପ୍ରତିନିଧି): ଚଳିତ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପରେ ଶୁକ୍ରବାର ବଡ଼ ବିପର୍ଯ୍ୟୟ ଘଟାଇଛି ନାଇଜେରିଆ। ବିଶ୍ୱର ନମ୍ବରଓ୍ବାନ ଦଳ ଆମେରିକାକୁ...

ବିଜେତା ଇଂଲଣ୍ଡକୁ ମିଳିଲା ନାହିଁ ଅସଲି ଟ୍ରଫି

ଲଣ୍ଡନ,୧୫।୭:୨୦୧୯ ଆଇସିସି ବିଶ୍ୱକପର ଫାଇନାଲ ମୁକାବିଲା କ୍ରିକେଟର ମକ୍କା କୁହାଯାଉଥିବା ଲର୍ଡସ ପଡିଆରେ ରବିବାର ଶେଷ ହୋଇଛି। ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଆୟୋଜକ ଇଂଲଣ୍ଡ ଷଷ୍ଠ...

ଲଙ୍କା ପ୍ରିମିୟର ଲିଗ୍‌ରେ ଭାଗ ନେବେ ନାହିଁ ଏହି ଦେଶର ଖେଳାଳି

କଲମ୍ବୋ, ୨୯।୯: ନଭେମ୍ବରରେ ଖେଳାଯିବାକୁ ଥିବା ଲଙ୍କା ପ୍ରିମିୟର ଲିଗ୍‌ (ଏଲ୍‌ପିଏଲ୍‌)କୁ ବଡ଼ ଝଟ୍‌କା ଲାଗିଛି। ବାଂଲାଦେଶ କ୍ରିକେଟ୍‌ ବୋର୍ଡ (ବିସିବି) ଏହାର ଖେଳାଳିଙ୍କୁ ଲଙ୍କା...

ପ୍ରଥମ ଦଳ ଭାବେ ଆଇପିଏଲ୍‌ ଖେଳିବା ପାଇଁ ୟୁଏଇ ଗଲା ଏହି ଫ୍ରାଞ୍ଚାଇଜ୍‌

ନୂଆଦିଲ୍ଲୀ, ୨୦।୮: ସେପ୍ଟେମ୍ବର ୧୯ରୁ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ଆରମ୍ଭ ହେବ। କରୋନା ମହାମାରୀ ଲାଗି ଚଳିତ ବର୍ଷ ଆଇପିଏଲ୍‌ ପ୍ରତିଯୋଗିତା...

Advertisement
Archives

Model This Week