Posted inଖେଳ

ଫ୍ରେଞ୍ଚ୍‌ ଓପନ ଟେନିସ: ଜୋକୋଭିଚ୍‌-ବେରେଟିନି କ୍ୱାର୍ଟର ଫାଇନାଲ

ପ୍ୟାରିସ, ୮।୬-ଚଳିତ ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସର କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ଛନ୍ତି ନମ୍ବର ଓ୍ବାନ ଖେଳାଳି ସର୍ବିୟାର ନୋଭାକ ଜୋକୋଭିଚ୍‌। ୪ର୍ଥ ରାଉଣ୍ଡରେ ଇଟାଲୀର ୧୯ ବର୍ଷୀୟ ଲୋରେଞ୍ଜୋ ମୁସେଟି କଡ଼ା ଚ୍ୟାଲେଞ୍ଜ ଦେଇଥିଲେ ହେଁ ଜୋକୋଭିଚ୍‌ଙ୍କୁ ଭାଗ୍ୟ ସାଥ୍‌ ଦେଇଥିଲା। ୨ଟି ସେଟ୍‌ରେ ପଛରେ ରହିଥିଲେ ମଧ୍ୟ ସେ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲେ। ନିର୍ଣ୍ଣାୟକ ୫ମ ସେଟ୍‌ ଅଧାରୁ ମୁସେଟି ଓହରି ଯିବାରୁ ଜୋକୋଭିଚ୍‌ ଓ୍ବାକ୍‌ଓଭର ପାଇ ଆଗକୁ ବଢ଼ିଥିଲେ। ତୀବ୍ର ସଂଘର୍ଷପୂର୍ଣ୍ଣ ପ୍ରଥମ ଦୁଇ ସେଟ୍‌ରେ ୭-୬(୯/୭), ୭-୬(୭/୨) ସେଟ୍‌ରେ ବିଜୟୀ ହୋଇଥିଲେ। ମାତ୍ର ସେ କ୍ଳାନ୍ତ ହେବାର ସୁଯୋଗ ନେଇ ଅଭିଜ୍ଞ ଜୋକୋଭିଚ୍‌ ପରବର୍ତ୍ତୀ ୨ ସେଟ୍‌କୁ ୬-୧, ୬-୦ ସେଟ୍‌ରେ ସହଜରେ ଜିତି ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ୫ମ ସେଟ୍‌ରେ ଜୋକୋଭିଚ୍‌ ୪-୦ରେ ଅଗ୍ରଣୀ ଥିବାବେଳେ ମୁସେଟି ଓହରିଯିବାକୁ ନିଷ୍ପତ୍ତି ନେଇଥିଲେ। ସର୍ବୀୟ ଖେଳାଳି ଏବେ କ୍ୟାରିୟରର ଦ୍ୱିତୀୟ ଫ୍ରେଞ୍ଚ୍‌ ଓପନ ଏବଂ ଓଭରଅଲ୍‌ ୧୯ତମ ଗ୍ରାଣ୍ଡସ୍ଲାମ ଟାଇଟଲ ଉପରେ ନଜର ପକାଇଛନ୍ତି। ସେ କ୍ୱାର୍ଟର ଫାଇନାଲରେ ଇଟାଲୀର ମାଟେଓ ବେରେଟିନିଙ୍କୁ ଭେଟିବେ। ୪ର୍ଥ ରାଉଣ୍ଡରୁ ରୋଜର ଫେଡରର ଓହରି ଯିବାରୁ ବେରେଟିନି ଓ୍ବାକ୍‌ଓଭର ପାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।
ଅନ୍ୟ ଏକ ୪ର୍ଥ ରାଉଣ୍ଡ ମ୍ୟାଚରେ ଡିଏଗୋ ସ୍କ୍ବାର୍ଜମ୍ୟାନ ୭-୬(୧୧/୯), ୬-୪, ୭-୫ ସେଟ୍‌ରେ ଜାନ-ଲୋନାର୍ଡ ଷ୍ଟୁଫ୍‌ଙ୍କୁ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ଛନ୍ତି। ସେହିପରି ଆଲେକଜାଣ୍ଡର ଜେଭରେଭ ସିଧାସଳଖ ୬-୪, ୬-୧, ୬-୧ ସେଟ୍‌ରେ କେଇ ନିଶିକୋରିଙ୍କୁ ପରାସ୍ତ କରି ଆଗକୁ ବଢ଼ିଛନ୍ତି। ଜେଭରେଭ କ୍ୱାର୍ଟର ଫାଇନାଲରେ ଆଲେଜାଣ୍ଡ୍ରୋ ଡାଭିଡୋଭିଚ୍‌ ଫୋକିନାଙ୍କୁ ଭେଟିବେ। ଫୋକିନା ୪ର୍ଥ ରାଉଣ୍ଡରେ ଫେଡେରିକୋ ଡେଲବୋନିସଙ୍କୁ ହରାଇ ଦେଇଥିଲେ।

ପ୍ରଥମଥର ଗୌଫ, କ୍ରେଜିକୋଭା
ମହିଳା ସିଙ୍ଗଲ୍ସରେ ଆମେରିକାନ୍‌ ଟିନ୍‌ଏଜର କୋକୋ ଗୌଫ ଏବଂ ଚେକ୍‌ ରିପବଲ୍‌ିକର ବାର୍ବରା କ୍ରାଜିକୋଭା ପ୍ରଥମଥରପାଇଁ ଫ୍ରେଞ୍ଚ୍‌ ଓପନ ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଏହି ପର୍ଯ୍ୟାୟରେ ଦୁହେଁ ପରସ୍ପରକୁ ଭେଟିବା ମଧ୍ୟ ନିଶ୍ଚିତ ହୋଇଛି। ଗୌଫ ସିଧାସଳଖ ୬-୩, ୬-୧ ସେଟ୍‌ରେ ଓନ୍ସ ଜାବେଉରଙ୍କୁ ହରାଇ କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ଛନ୍ତି। ୧୭ ବର୍ଷୀୟା ଗୌଫ ନିଜ ସର୍ଭିସରେ ମାତ୍ର ୯ ପଏଣ୍ଟ ହାତଛଡ଼ା କରିଥିଲେ। ପୂର୍ବ ମ୍ୟାଚରେ ଗୌଫ ପ୍ରଥମ ସେଟ୍‌ରେ ବିଜୟୀ ହୋଇଥିବାବେଳେ ଦ୍ୱିତୀୟ ସେଟ୍‌ ଅଧାରୁ ଜେନିଫର ବ୍ରାଡି ଆହତ ହୋଇ ରିଟାୟର୍ଡ ହୋଇ ଯାଇଥିଲେ। ଗୌଫଙ୍କ ପରି ପ୍ରଥମ ଥରପାଇଁ ଫ୍ରେଞ୍ଚ୍‌ ଓପନ କ୍ୱାର୍ଟର ଫାଇନାଲ ସ୍ବାଦ ଚାଖିଥିବା କ୍ରାଜିକୋଭା ୪ର୍ଥ ରାଉଣ୍ଡରେ ୨୦୧୮ ଫ୍ରେଞ୍ଚ୍‌ ଓପନ ରନର୍ସଅପ୍‌ ସ୍ଲୋଆନେ ଷ୍ଟିଫେନ୍ସଙ୍କୁ ୬-୨, ୬-୦ ସେଟ୍‌ରେ ପରାସ୍ତ କରିଥିଲେ। ଫ୍ରେଞ୍ଚ୍‌ ଓପନ ଆସିବା ପୂର୍ବରୁ କ୍ରାଜିକୋଭା ଷ୍ଟ୍ରାସବର୍ଗରେ ଡବ୍ଲ୍ୟୁଟିଏ ଟାଇଟଲ ଜିତିଥିଲେ। ଗତବର୍ଷ ସେ ରୋଲାଣ୍ଡ ଗାରୋସର ୪ର୍ଥ ରାଉଣ୍ଡରୁ ବିଦାୟ ନେଇଥିଲେ। ଷ୍ଟିଫେନ୍ସ ୨୦୧୭ରେ ୟୁଏସ୍‌ ଓପନ ଟାଇଟଲ ଜିତିଥିଲେ। ୨୦୧୮ରେ ସେ ଫ୍ରେଞ୍ଚ୍‌ ଓପନ ଫାଇନାଲରେ ପ୍ରବେଶ କରିଥିଲେ। ମହିଳା ସିଙ୍ଗଲ୍ସର ଅନ୍ୟ ଏକ କ୍ୱାର୍ଟର ଫାଇନାଲ ଏଲିନା ରିବକିନା ଏବଂ ଆଲେକ୍ସାଣ୍ଡାର ପାଭଲ୍ୟୁଚେଙ୍କୋଭାଙ୍କ ମଧ୍ୟରେ ଅନୁଷ୍ଠିତ ହେବ। ରିବକିନା ୪ର୍ଥ ରାଉଣ୍ଡରେ ୬-୩, ୭-୫ ସେଟ୍‌ରେ ବିଜୟୀ ହୋଇ ସେରେନା ଓ୍ବିଲିୟମ୍ସଙ୍କ ଅଭିଯାନ ଶେଷ କରିଥିବାବେଳେ ପାଭଲ୍ୟୁଚେଙ୍କୋଭା ୫-୭, ୬-୩, ୬-୨ ସେଟ୍‌ରେ ଭିକ୍ଟୋରିଆ ଆଜାରେଙ୍କାଙ୍କୁ ହରାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କଲେ ଲିଓନେଲ ମେସି: କହିଲେ- ଏହି କାରଣ ପାଇଁ…

ନୂଆଦିଲ୍ଲୀ, ୩୧।୮: ଫୁଟବଲ ଜଗତର ପ୍ରଶଂସକଙ୍କ ପାଇଁ ଆସିଛି ବଡ଼ ଖବର। ଆର୍ଜେଣ୍ଟିନାର ମହାନ ଫୁଟବଲର୍‌ ଲିଓନେଲ ମେସି ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କରିଛନ୍ତି। ଏଣିକି…

ବୈଭବଙ୍କ ବୋଲିଂ ଆକ୍ସନ ଦେଖି ଯୁବରାଜଙ୍କ ମଜାଦାର କମେଣ୍ଟ, କହିଲେ ଏମିତି…ପଡିଗଲା ଚହଳ

ନୂଆଦିଲ୍ଲୀ, ୩୧।୮: ଭାରତୀୟ କ୍ରିକେଟର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ ୨୦୨୬ ଦୁଲୀପ ଟ୍ରଫିରେ ନିଜ ପ୍ରତିଭାର ଝଲକ ଦେଖାଉଛନ୍ତି। ମାତ୍ର ୧୫ ବର୍ଷ ବୟସର…

ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବାକୁ ଯାଉଥିଲେ ବୈଭବ, ହେଲେ…

ନୂଆଦିଲ୍ଲୀ,୩୧।୮: ଦୁଲୀପ ଟ୍ରଫି ସେମିଫାଇନାଲରେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ପୁଣିଥରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି। ଇଷ୍ଟ ଜୋନ ପକ୍ଷରୁ ସେଣ୍ଟ୍ରାଲ ଜୋନ ବିପକ୍ଷରେ…

ଧୋନୀ ମାଗୁଛନ୍ତି ୨୫% ଅଂଶଧନ! ଏମିତି ଜବାବ ଦେଲା CSK

ନୂଆଦିଲ୍ଲୀ,୩୧।୮: ଏମଏସ ଧୋନୀ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଥିବା ସମ୍ପର୍କକୁ ଆଇପିଏଲର ସବୁଠାରୁ ସ୍ବତନ୍ତ୍ର ସମ୍ପର୍କ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଧୋନୀଙ୍କ…

ବୈଭବଙ୍କ ବଡ଼ କାରନାମା: ନାଁରେ କଲେ ଏମିତି ରେକର୍ଡ ଯାହା ଇତିହାସରେ କେହି କରିନଥିଲେ!

ନୂଆଦିଲ୍ଲୀ, ୩୧।୮: ମାତ୍ର ୧୫ ବର୍ଷ ବୟସରେ ଭାରତୀୟ କ୍ରିକେଟରେ ଲଗାତାର ରେକର୍ଡ କରି ଚାଲିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏବେ ଦୁଲୀପ ଟ୍ରଫି ୨୦୨୬ର ସେମିଫାଇନାଲରେ ଆଉ…

୫ ବର୍ଷ ପରେ ଟିମ୍‌ଇଣ୍ଡିଆକୁ ଫେରିପାରନ୍ତି ଏହି ୩୫ ବର୍ଷୀୟ ବୋଲର୍‌: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୯।୮: ଗତ ପାଞ୍ଚ ବର୍ଷ ଧରି ଭାରତୀୟ ଦଳରୁ ବାହାରେ ଥିବା କୃଣାଲ ପାଣ୍ଡ୍ୟା ପୁଣି ଦଳକୁ ଫେରିପାରନ୍ତି। ଦଳ ପରିଚାଳନା ନିୟମିତ ଭାବରେ ନୂତନ ଖେଳାଳିଙ୍କ…

୧୫ ବର୍ଷରେ ବୈଭବ ସୂର୍ଯ୍ୟବଂଶୀଙ୍କ ୭ଟି ବଡ଼ ରେକର୍ଡ: ଭାଙ୍ଗିବା ପ୍ରାୟ ଅସମ୍ଭବ! ବଡ଼ ବଡ଼ କ୍ରିକେଟର ଫଡିବେ ଫିକା

ନୂଆଦିଲ୍ଲୀ,୩୧।୮: ବୟସ ମାତ୍ର ୧୫ ବର୍ଷ। କିନ୍ତୁ କ୍ରିକେଟ ମଇଦାନରେ ରେକର୍ଡ ପରେ ରେକର୍ଡ କରି ଚର୍ଚ୍ଚାରେ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ। ଅତ୍ୟନ୍ତ କମ ବୟସରେ…

ମହିଳା ଏସିଆ କପ୍ ୨୦୨୬: ଇତିହାସ ରଚିଲେ ସ୍ମୃତି ମନ୍ଧାନା, ୨ୟ ସର୍ବାଧିକ…

ନୂଆଦିଲ୍ଲୀ,୩୧।୮: ମହିଳା ଏସିଆ କପ୍‌ ୨୦୨୬ରେ ଭାରତୀୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ପ୍ରଥମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଥାଇଲାଣ୍ଡକୁ ୯୪ ରନ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri