Posted inଖେଳ

ଫ୍ରେଞ୍ଚ ଓପନ କ୍ୱାଲିଫାୟର୍ସ: ରାମକୁମାର ଜିତିଲେ, ହାରିଲେ ପ୍ରଜନେଶ

ପ୍ୟାରିସ, ୨୬ା୫ (ପି.ଟି.)-ଭାରତର ରାମକୁମାର ରମାନାଥନ ଫ୍ରେଞ୍ଚ ଓପନ କ୍ୱାଲିଫାୟର୍ସ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। କିନ୍ତୁ ପ୍ରଜନେଶ ଗୁଣେଶ୍ୱରନ ପ୍ରଥମ ରାଉଣ୍ଡରେ ପରାଜୟ ସହ ବିଦାୟ ନେଇଛନ୍ତି। ରାମକୁମାର ଓପନିଂ ରାଉଣ୍ଡରେ ଆମେରିକାର ମାଇକେଲ ମୋହ୍‌ଙ୍କୁ ୨-୬, ୭-୬(୪), ୬-୩ ସେଟ୍‌ରେ ହରାଇ ଦେଇଛନ୍ତି। ଏହି ମ୍ୟାଚ ୧ ଘଣ୍ଟା ୫୪ ମିନିଟ୍‌ରେ ଶେଷ ହୋଇଥିଲା। ରାମକୁମାର ପରବର୍ତ୍ତୀ ରାଉଣ୍ଡରେ ଉଜ୍‌ବେକିସ୍ତାନର ଭେଟେରାନ ଡେନିସ ଇସ୍ତୋମିନ୍‌ଙ୍କୁ ଭେଟିବେ। ଇସ୍ତୋମିନ୍‌ ଏକ ୩ ସେଟ୍‌ ବିଶିଷ୍ଟ ମ୍ୟାଚରେ ବୋସନିଆର ଦାମିର ଦିିଜମ୍‌ହରଙ୍କୁ ହରାଇ ଦେଇଥିଲେ। ଅନ୍ୟପକ୍ଷରେ ୩୨ତମ ସିଡ୍‌ ବାମହାତୀ ପ୍ରଜନେଶ ଜର୍ମାନୀର ଓସ୍କାର ଓଟେଙ୍କଠାରୁ ୨-୬, ୨-୬ ସେଟ୍‌ରେ ହାରିଯାଇଛନ୍ତି। ଭାରତର ଟପ୍‌ ସିଙ୍ଗଲ୍ସ ଖେଳାଳି ୨୭ତମ ସିଡ୍‌ ସୁମିତ ନାଗାଲ ତାଙ୍କ ପ୍ରଥମ ମ୍ୟାଚ ରବର୍ଟୋ ମାର୍କୋରାଙ୍କ ବିପକ୍ଷରେ ଖେଳିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫନୀ ବାତ୍ୟା ପାଇଁ ହକି ଇଣ୍ଡିଆର ୩୧ ଲକ୍ଷ ଟଙ୍କା ସାହାଯ୍ୟ

ଭୁବନେଶ୍ୱର,୮।୮(ସ୍ପୋଟ୍ସ ବ୍ୟୁରୋ)- ପ୍ରଳୟଙ୍କାରୀ ଫନୀ ବାତ୍ୟା ପାଇଁ ହକି ଇଣ୍ଡିଆ ତରଫରୁ ଓଡ଼ିଶା ସରକାରଙ୍କୁ ଅର୍ଥ ପ୍ରଦାନ କରାଯାଇଛି। ହକି ଇଣ୍ଡିଆ ଏଥିପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍‌...

ଆଇସିସି ବୋର୍ଡ ବୈଠକରେ ଯୋଗଦେବେ ଜୟ ଶାହା

ନୂଆଦିଲ୍ଲୀ, ୧୧ା୧ (ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ମୃଦୁ ହୃଦ୍‌ଘାତ ପରେ ଡାକ୍ତରଖାନାରୁ ସୁସ୍ଥ ହୋଇ ଫେରିଛନ୍ତି। ଫଳରେ...

ମେନି ପାକ୍ୱିୟୋଙ୍କୁ ଡବ୍ଲ୍ୟୁବିଏ ସୁପର ଓ୍ବେଲଟରଓ୍ବେଟ୍‌ ଟାଇଟଲ

ଲସ ଭେଗାସ,୨୧।୭(ଏଏଫପି)-ଫିଲିପାଇନ୍ସ ବକ୍ସିଂ କିମ୍ବଦନ୍ତୀ ମେନି ପାକ୍ୱିୟୋ ଡବ୍ଲ୍ୟୁବିଏ (ବିଶ୍ୱ ବକ୍ସିଂ ଆସୋସିଏଶନ) ସୁପର ଓ୍ବେଲଟରଓ୍ବେଟ୍‌ ଟାଇଟଲ ହାସଲ କରିଛନ୍ତି। ଶନିବାର ଏଠାରେ ଖେଳାଯାଇଥିବା ମୁକାବିଲାରେ...

ଡ୍ରଗ୍ସ କାରବାର ଅଭିଯୋଗରେ ଶ୍ରୀଲଙ୍କା କ୍ରିକେଟର ଅଟକ

କଲମ୍ବୋ, ୨୬।୫(ଏଏଫପି)- ଡ୍ରଗ୍ସ କାରବାର ଅଭିଯୋଗରେ ଶ୍ରୀଲଙ୍କାର ଅନ୍ତର୍ଜାତୀୟ କ୍ରିକେଟର ଶେହାନ ମଦୁଶନକାଙ୍କୁ ପୋଲିସ ଅଟକ ରଖିଛି। ୨୦୧୮ରେ ନିଜର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚରେ ହ୍ୟାଟ୍ରିକ...

ପ୍ରୋ କବାଡ଼ି ଲିଗ୍‌: ବେଙ୍ଗଲ୍‌, ଜୟପୁର ବିଜୟୀ

ଜୟପୁର, ୨୬।୯(ପି.ଟି.)- ଏଠାରେ ଚାଲିଥିବା ପ୍ରୋ କବାଡ଼ି ଲିଗ୍‌ରେ ବୁଧବାର ଅନୁଷ୍ଠିତ ମ୍ୟାଚ୍‌ ଗୁଡିକରେ ବେଙ୍ଗଲ ଓ୍ବାରିୟର୍ସ ଓ ଜୟପୁର ପିଙ୍କ ପାନ୍ଥର୍ସ ବିଜୟୀ ହୋଇଛନ୍ତି।...

ଜାତୀୟ ଲେଗ୍‌ କ୍ରିକେଟ: ଓଡ଼ିଶା ଚାମ୍ପିୟନ

ଭୁବନେଶ୍ୱର, ୨୪।୨(କ୍ରୀଡ଼ା ପ୍ରତିନିଧି)-ଉତ୍ତର ପ୍ରଦେଶର ମଥୁରାରେ ମଙ୍ଗଳବାର ଉଦ୍‌ଯାପିତ ୯ମ ଜାତୀୟ ଲେଗ୍‌ କ୍ରିକେଟରେ ଓଡ଼ିଶା ଦଳ ଚାମ୍ପିୟନ ହୋଇଛି। ଚନ୍ଦନ ରାୟଙ୍କ ନେତୃତ୍ୱାଧୀନ ଓଡ଼ିଶା...

ଓ୍ବାଲର୍‌ଡ ୟୁଥ୍‌ ବକ୍ସିଂ: ସଚିନ ଜିତିଲେ ସ୍ବର୍ଣ୍ଣ

ନୂଆଦିଲ୍ଲୀ, ୨୪ା୪ (ପି.ଟି.)-ପୋଲାଣ୍ଡର କିଲ୍‌ସିଠାରେ ଚାଲିଥିବା ଓ୍ବାଲର୍‌ଡ ୟୁଥ୍‌ ବକ୍ସିଂ ଚାମ୍ପିୟନଶିପ୍‌ରେ ଭାରତ ଶୁକ୍ରବାର ଏହାର ୮ମ ସ୍ବର୍ଣ୍ଣ ଜିତିିଛି। ସଚିନ ସିଓ୍ବାଚ ୫୬କେଜି ଶ୍ରେଣୀରେ...

ହକି ଇଣ୍ଡିଆ ପୁରସ୍କାର ଦୌଡ଼ରେ ଦୀପ୍‌ ଗ୍ରେସ୍‌

ନୂଆଦିଲ୍ଲୀ, ୪।୩- ହକି ଇଣ୍ଡିଆ ବାର୍ଷିକ ପୁରସ୍କାରର ତୃତୀୟ ସଂସ୍କରଣ ପାଇଁ ମନୋନୟନପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ହକି ତାରକା ମାନଙ୍କୁ ପୁରସ୍କାର ଆକାରରେ...

Advertisement
Archives

Model This Week