Posted inଫୁରସତ

ଏହି ସହରରେ ମାଗଣା ମିଳୁଛି ଇଣ୍ଟରନେଟ୍‌ ସେବା

ଆଜିର ସମୟରେ ଇଣ୍ଟର୍‌ନେଟ୍‌ ସତେ ଯେପରି ଜୀବନର ଏକ ବଡ଼ ଅଂଶ ପାଲଟିଯାଇଛି। ସେ ଘର ହେଉ କି ଅଫିସ କିମ୍ବା ସର୍ବସାଧାରଣ ସ୍ଥାନ। ସବୁଠି ଇଣ୍ଟରନେଟ୍‌ ସମସ୍ତ କାର୍ଯ୍ୟକୁ ସହଜ କରିଥାଏ। ଏଭଳି ପରିସ୍ଥିତିରେ ଯଦି ଲୋକମାନେ ମାଗଣା ଓ୍ବାଇ-ଫାଇ ପାଆନ୍ତି ତେବେ କ’ଣ ହେବ ଭାବିଲେ। ନିଶ୍ଚିତ ମନ ଆନନ୍ଦରେ ପୂରି ଉଠିବ।

ଠିକ୍‌ ଦୁନିଆରେ ଏପରି ଏକ ସହର ଅଛି, ଯେଉଁଠି ଲୋକଙ୍କୁ ମାଗଣା ଓ୍ବାଇ-ଫାଇ ସେବା ମିଳୁଛି। ମେକ୍ସିକୋ ସିଟି ହେଉଛି ଏହାର ଅନନ୍ୟ ଉଦାହରଣ। ଯେଉଁଠାରେ ମାଗଣା ଓ୍ବାଇଫାଇ ହଟସ୍ପଟ ସୁବିଧା ଉପଲବ୍ଧ। କେବଳ ଏତିକି ନୁହେଁ, ମାଗଣା ଓ୍ବାଇ-ଫାଇ ଦୃଷ୍ଟିରୁ ଏହି ସହର ବିଶ୍ୱରେ ଏକ ନୂତନ ରେକର୍ଡ ସୃଷ୍ଟି କରିଛି। ସର୍ବାଧିକ ମାଗଣା ଓ୍ବାଇ-ଫାଇ ହଟ୍‌ସ୍ପଟ ଥିବାରୁ ନିକଟରେ ଏହି ସହରର ନାମ ଗିନିଜ୍‌ ୱାଲର୍‌ଡ ରେକର୍ଡରେ ସ୍ଥାନ ପାଇଛି।

କରୋନା ମହାମାରୀ ଏବଂ ଲକ୍‌ଡାଉନ ସମୟରେ ବିଦ୍ୟାଳୟଗୁଡ଼ିକ ବନ୍ଦ ହୋଇଯାଇଥିଲା, ତେଣୁ ସହରରେ ହଟ୍‌ସ୍ପଟ ବୃଦ୍ଧି କରାଯାଇଥିଲା। ଯାହା ଦ୍ୱାରା ଛାତ୍ରୀଛାତ୍ର ସେମାନଙ୍କ ଅନ୍‌ଲାଇନ ଅଧ୍ୟୟନ ଆରାମରେ କରିପାରିଥିଲେ।

ମେକ୍ସିକୋରେ ବିନା ସର୍ତ୍ତରେ ମାଗଣା ଓ୍ବାଇ-ଫାଇ ଯୋଗାଇ ଦିଆ ଯାଉଥିବାବେଳେ ଦୁନିଆରେ ଅନେକ ସ୍ଥାନ ଅଛି, ଯେଉଁଠାରେ ଇଣ୍ଟରନେଟ୍‌ ଦେବା ପୂର୍ବରୁ କିଛି ମଜାଦାର ଅବସ୍ଥା ରଖାଯାଇଥାଏ।

ଆମେରିକାର ସାକ୍ସସରେ ଥିବା ଏକ ଥାଇ ରେଷ୍ଟୁରାଣ୍ଟର କାନ୍ଥରେ ଓ୍ବାଇ-ଫାଇ ପାସଓ୍ବାର୍ଡ ଲେଖାଯାଇଛି। ଏହାର କାରଣ ହେଉଛି, ଖାଇବା ସହ ସେହି ଥାଳିର ଏକ ଫଟୋ କ୍ଲିକ୍‌ କରି ଅପଲୋଡ୍‌ କରିପାରିବ। କେବଳ ଏତିକି ନୁହେଁ, ଅନ୍ୟ ଏକ ଥାଇ ରେଷ୍ଟୁରାଣ୍ଟରେ ଲୋକଙ୍କୁ ଓ୍ବାଇ-ଫାଇ ପାସଓ୍ବାର୍ଡ ପାଇବା ପାଇଁ ଏକ ଲମ୍ବା ଗାଣିତିକ ସମୀକରଣ ସମାଧାନ କରିବାକୁ ପଡ଼ିବ। ଏହି ସମୀକରଣର ଉତ୍ତର ରହିଛି ପାସଓ୍ବାର୍ଡ, ଯାହାକୁ ସେଠାରେ ପରିଦର୍ଶନ କରୁଥିବା ଗ୍ରାହକମାନେ ବ୍ୟବହାର କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

୩୦ ବର୍ଷ ଧରି ଟଏଲେଟରେ ତିଆରି ହେଉଥିଲା ସିଙ୍ଗଡ଼ା, ଆଉ ତା’ ପରେ…

ସାଉଦି ଆରବ,୨୭।୪: ୩୦ ବର୍ଷ ଧରି ଶୌଚାଳୟ (ଟଏଲେଟ)ରେ ସିଙ୍ଗଡ଼ା ତିଆରି କରାଯାଉଥିଲା। ପରେ ଏହା ଜଣାପଡ଼ିବା ପରେ ଉକ୍ତ ରେଷ୍ଟୁରାଣ୍ଟକୁ ଚଢ଼ାଉ କରି ସିଲ୍‌...

ବୋହିଗଲା ପରି ଲାଗେ କାର୍ପେଟ୍‌

ଆଜରବାଇଜାନ୍‌ରେ କାର୍ପେଟ୍‌ ବୁଣିବା ଏକ ବହୁ ପୁରାତନ କଳା। ଏହାର କାର୍ପେଟ୍‌ଗୁଡିକରେ ନିଖୁଣ କାରିଗରୀ ଦେଖିବାକୁ ମିଳେ। ଏହାକୁ ଯେ କେବଳ ଚଟାଣ ସଜାଇବା ପାଇଁ...

୧୧ ବର୍ଷ ଧରି ରୋଗଶଯ୍ୟାରେ ପଡ଼ିଥିଲେ ଛାତ୍ର, ଡାକ୍ତର ପାରିଲେନି, ନିଜେ ରସର୍ଚ୍ଚ କରି ହେଲେ ଭଲ

ଆମେରିକାର ଡାଉ ଲିଣ୍ଡ୍‌ସେ ନାମକ ଜଣେ ଛାତ୍ର ୧୧ ବର୍ଷ ଧରି ରୋଗଶଯ୍ୟାରେ ପଡ଼ିଥିଲେ। ତାଙ୍କୁ ଭଲ କରିବା ପାଇଁ ସମସ୍ତ ଡାକ୍ତର ଲାଗିଥିଲେ ମଧ୍ୟ...

୩ ଦିନ ଧରି ଲଗାତର ମାଟିତଳୁ ଆସୁଥିଲା ଅଜବ ସ୍ବର, ପରେ ଜଣାପଡ଼ିଲା ଚମତ୍କାରିତା

ଦୁନିଆରେ କେଉଁଠି ନା କେଉଁଠି ମାନବିକତା ବଞ୍ଚିରହିଛି। ଯାହାର ଉଦାହରଣ ଦେଖିବାକୁ ମିଳିଛି ବ୍ରିଟେନରେ। ମାଟିତଳେ ଫସି ରହିଥିବା ଏକ କୁକୁରକୁ ୩ ଦିନ ପରେ...

ସୂର୍ଯ୍ୟୋପରାଗ ସମୟରେ ଗର୍ଭବତୀ ମହିଳାଙ୍କୁ ଦେବାକୁ ପଡ଼ିବ ବିଶେଷ ଧ୍ୟାନ: ଜାଣନ୍ତୁ କେଉଁଟି କରିବେ କେଉଁଟି ନାହିଁ

ଚଳିତ ବର୍ଷ ପ୍ରଥମ ସୂର୍ଯ୍ୟେପରାଗ ରବିବାରରେ ଅର୍ଥାତ ଜୁନ୍‌ ୨୧ରେ ପଡ଼ୁଛି। ଏହା ସକାଳ ୧୦.୧୪ ରୁ ଆରମ୍ଭ ହୋଇ ଅପରାହ୍ନ ୧.୩୮ରେ ଶେଷ ହେବ।...

ସବୁଠୁ ସଂକୀର୍ଣ୍ଣ ନଦୀ

ନଦୀ ତ ସମସ୍ତେ ଦେଖିଥିବେ। ଏହା ବହୁତ ଲମ୍ବା ହେବା ସହ ଓସାର ଏତେ ହୋଇଥାଏ ଯେ, ଏକୂଳରୁ ସେ କୂଳକୁ ଯିବା ପାଇଁ ଡଙ୍ଗାର...

ଆଇନା ଦେଖି ପଶୁ-ପକ୍ଷୀ ହେଉଛନ୍ତି ଏପରି, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଏହି ମନ୍ଦିରରେ ଭକ୍ତଙ୍କୁ ପ୍ରସାଦ ଭାବେ ମିଳିଥାଏ ସୁନାରୁପା ଅଳଙ୍କାର

ଯେକୌଣସି ମନ୍ଦିରକୁ ଗଲେ ପ୍ରସାଦ ସ୍ବରୂପ ଲଡୁ, ପେଡ଼ା, ଉଖୁଡ଼ା, ଫଳମୂଳ ଇତ୍ୟାଦି ମିଳିଥାଏ। ମାତ୍ର ଭାରତରେ ଏମିତି ଏକ ମନ୍ଦିର ରହିଛି, ଯେଉଁଠି ଭକ୍ତଙ୍କୁ...

Advertisement
Archives

Model This Week