ଘରୋଇ ହସ୍ପିଟାଲକୁ ମାଗଣାରେ ଟିକା

ଭୁବନେଶ୍ୱର,୭ା୫(ବ୍ୟୁରୋ):ସମଗ୍ର ଦେଶ ଏବେ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତିକରୁଛି। କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିଚାଲିଛି। ଟିକା ନେବା ପାଇଁ ଲୋକମାନେ ବ୍ୟାକୁଳ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଘରୋଇ ହସ୍ପିଟାଲଗୁଡ଼ିକରେ ମଧ୍ୟ ଟିକାକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାର ଘରୋଇ ହସ୍ପିଟାଲଗୁଡ଼ିକୁ ଏବେ ମାଗଣାରେ ଟିକା ଯୋଗାଇ ଦେବେ। ଯେଉଁମାନେ ଘରୋଇ ହସ୍ପିଟାଲ୍‌ରେ ଟିକା ନେବାକୁ ଚାହିଁବେ, ସେମାନେ ପ୍ରଶାସନିକ ଖର୍ଚ୍ଚ ବାବଦକୁ କେବଳ ୧୦୦ଟଙ୍କା ଦେବେ। ଟିକାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ବିତ କରିବାକୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଗୁରୁବାର ଏହି ସୂଚନା ଦେଇଛନ୍ତି।
ପ୍ରଦୀପ୍ତ କହିଛନ୍ତି ଯେ ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମ ୨୦୨୧ ଜାନୁୟାରୀ ୧୬ ରୁ ଆରମ୍ଭ ହୋଇଛି। ପ୍ରଥମେ ସ୍ବାସ୍ଥ୍ୟକର୍ମୀ, ଏହାପରେ ଆଗଧାଡିରେ ଥିବା କୋଭିଡ୍‌ ଯୋଦ୍ଧାଙ୍କୁ ଟିକାକରଣ କରାଯାଇଥିଲା। ଏହା ପରେ ୬୦ବର୍ଷରୁ ଊର୍ଦ୍ଧ୍ୱ, ୪୫ରୁ ୬୦ବର୍ଷର ଗୁରୁତର ରୋଗରେ ପୀଡ଼ିତ ବ୍ୟକ୍ତି, ୪୫ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି ଏବଂ ଏବେ ୧୮ରୁ ୪୪ ବର୍ଷ ବର୍ଗର ଲୋକମାନଙ୍କୁ ଟିକା ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ୯୭ ପ୍ରତିଶତ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ୍‌ ଏବଂ ୮୭ ପ୍ରତିଶତ ଦ୍ୱିତୀୟ ଡୋଜ୍‌ ଟିକା ଦିଆଯାଇଥିବା ବେଳେ ୯୭ ପ୍ରତିଶତ ଆଗଧାଡ଼ିର କୋଭିଡ୍‌ ଯୋଦ୍ଧାଙ୍କୁ ପ୍ରଥମ ଡୋଜ୍‌ ଏବଂ ୮୫ ପ୍ରତିଶତ ଦ୍ୱିତୀୟ ଡୋଜ୍‌ ଟିକା ଦିଆଯାଇଛି। ରାଜ୍ୟରେ ୧କୋଟି ୧୬ ଲକ୍ଷ ୪୫ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି ଅଛନ୍ତି। ସେମାନଙ୍କ ମଧ୍ୟରୁ ୪୩ ଲକ୍ଷ ୫୫ ହଜାର ଅର୍ଥାତ୍‌ ୩୫ପ୍ରତିଶତଙ୍କୁ ପ୍ରଥମ ଡୋଜ୍‌ ଟିକା ଦିଆଯାଇଛି। ସେହିପରି ପ୍ରାୟ ୬ ଲକ୍ଷ ଲୋକଙ୍କୁ ଦ୍ୱିତୀୟ ଡୋଜ୍‌ ଟିକା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଆହୁରି ପ୍ରାୟ ୧୭ ଲକ୍ଷ ୪୫ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି ଦ୍ୱିତୀୟ ଡୋଜ୍‌ ନେବା ଅପେକ୍ଷାରେ ରହିଛନ୍ତି। ରାଜ୍ୟରେ ଦୁଇପ୍ରକାର ଟିକାକରଣ ଚାଲିଛି। ଭୁବନେଶ୍ୱରରେ କୋଭାକ୍ସିନ ଓ ରାଜ୍ୟର ଅନ୍ୟାନ୍ୟ ଭାଗରେ କୋଭିଶିଲ୍ଡ ଟିକା ଦିଆଯାଉଛି। ଯେତେ ଲୋକ ଏପ୍ରିଲ ୩୦ ସୁଦ୍ଧା ଘରୋଇ ହସ୍ପିଟାଲରେ ଟିକା ନେଇଛନ୍ତି ସେମାନେ ଦ୍ୱିତୀୟ ଡୋଜ୍‌ ସରକାରୀ ହସ୍ପିଟାଲରେ ମାଗଣାରେ ନେଇପାରିବେ। ଭୁବନେଶ୍ୱରରେ ଦ୍ୱିତୀୟ ଡୋଜ୍‌ କୋଭାକ୍ସିନ ନେବାରେ କୌଣସି ଅସୁବିଧା ନାହିଁ। ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ତେବେ ୩୦ ଜିଲାରେ କୋଭିଶିଲ୍ଡର ଅଭାବ ରହିଛି। ସ୍ବାସ୍ଥ୍ୟମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଅନେକ ଥର କେନ୍ଦ୍ରକୁ ଚିଠି ଲେଖିସାରିଲେଣି। ୧୫ ଲକ୍ଷ ଟିକା ପାଇଁ ଆମେ ଦାବି କରିଛୁ। ଆସନ୍ତା ୧୫ ତାରିଖ ସୁଦ୍ଧା ଆଉ ୬ ଲକ୍ଷ ଟିକା ଆସିବ। ସେହି ଟିକାକୁ ଦ୍ୱିତୀୟ ଡୋଜ୍‌ ଆକାରରେ ଦିଆଯିବ ବୋଲି ପ୍ରଦୀପ୍ତ କହିଛନ୍ତି।
୧୮ରୁ ୪୪ ବର୍ଗର ବ୍ୟକ୍ତିଙ୍କ ପଞ୍ଜୀକରଣ କାର୍ଯ୍ୟ ଚାଲୁ ରହିଛି। କୋଭିଡ୍‌ ସଂକ୍ରମଣ ବଢୁଥିବାରୁ ସହରାଞ୍ଚଳଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ଟିକା ଦିଆଯିବ। ଗ୍ରାମାଞ୍ଚଳରେ ମଧ୍ୟ ସମସ୍ତଙ୍କୁ ଟିକା ଦିଆଯିବ। ଖୁବ୍‌ଶୀଘ୍ର ୪.୭୮ ଲକ୍ଷ ଟିକା ମିଳିବ। ଏଥିପାଇଁ ରାଜ୍ୟ ସରକାର ୧୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଦ୍ୱିତୀୟ ଡୋଜ୍‌ ଟିକା ଶେଷ ନ ହେବା ଯାଏ ପ୍ରଥମ ଡୋଜ୍‌ ଟିକାକରଣ ହେବ ନାହିଁ।
ସରକାର କେବେ ଲକ୍‌ଡାଉନ ଚାହୁଁ ନ ଥିଲେ। ସମସ୍ତେ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କୋଭିଡ୍‌ ଗାଇଡ୍‌ଲାଇନକୁ ମାନନ୍ତୁ। ନଚେତ ପରିସ୍ଥିତି କୁଆଡ଼େ ଯିବ କେହି କହିପାରିବେ ନାହିଁ। ଅତ୍ୟାବଶ୍ୟକ ଜିନିଷ କିଣିବାକୁ ଲୋକମାନଙ୍କୁ ୫ ଘଣ୍ଟା ସମୟ ଦିଆଯାଇଛି, ସେହି ସମୟର ଅପବ୍ୟବହାର କରନ୍ତୁ ନାହିଁ। ଟିକା ପାଇଁ ଯେଉଁ ସମୟ ଦିଆଯାଇଛି ସେହି ସମୟରେ ଆସିବା ଉଚିତ। ବହୁ ଆଗରୁ ଆସି ଧାଡ଼ିବାନ୍ଧି ଛିଡ଼ା ହେବାର ଆବଶ୍ୟକତା ନାହିଁ। ପ୍ରତି ଟିକାକରଣ କେନ୍ଦ୍ରରେ କୋଭିଡ୍‌ ଗାଇଡ୍‌ଲାଇନ ପାଳନ କରିବାକୁ ପ୍ରଦୀପ୍ତ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?