ମୁକ୍ତ ଇଣ୍ଡୋ-ପାସିଫିକ୍‌ ପାଇଁ ସଂକଳ୍ପ

ମେଲବୋର୍ନ,୧୨ା୨: ଭାରତ, ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନକୁ ନେଇ ଗଠିତ କ୍ୱାଡ୍‌ ରାଷ୍ଟ୍ରଗୋଷ୍ଠୀର ବହିର୍ବ୍ୟାପାର ମନ୍ତ୍ରୀମାନେ ମୁକ୍ତ ଓ ଅବାଧ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଲାଗି ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ମିଳିତ ଲକ୍ଷ୍ୟ ହାସଲ ଦିଗରେ ଏକତ୍ର କାର୍ଯ୍ୟ କରିବା ଏବଂ ଆତଙ୍କବାଦ ବିରୋଧରେ ସମ୍ମିଳିତ କାର୍ଯ୍ୟାନୁଷ୍ଠାନ ଲାଗି ସଂକଳ୍ପ ନେଇଛନ୍ତି। ଅଷ୍ଟ୍ରେଲିଆର ମେଲବୋର୍ନରେ ଅନୁଷ୍ଠିତ ଏହି ବୈଠକରେ ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର, ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନିଓ ବ୍ଲିଙ୍କେନ୍‌, ଜାପାନ ବହିର୍ବ୍ୟାପାର ମନ୍ତ୍ରୀ ୟୋଶିମାସା ହାୟାଶି ଏବଂ ଅଷ୍ଟ୍ରେଲିଆ ପ୍ରତିପକ୍ଷ ମାରିସ୍‌ ପାଏନ୍‌ ଯୋଗଦେଇଥିଲେ। ଉଦାରତା, ଜାତୀୟ ସାର୍ବଭୌମତ୍ୱର ସୁରକ୍ଷା ଏବଂ ନିୟମର ପାଳନ ତଥା ନିରପେକ୍ଷ କାର୍ଯ୍ୟାନୁଷ୍ଠାନ ନୀତିକୁ ସମର୍ଥନ ଜାରି ରହିବ ବୋଲି କ୍ୱାଡ୍‌ ବିଦେଶ ମନ୍ତ୍ରୀମାନେ ପୁନର୍ବାର ସୁନିଶ୍ଚିତ କରିଥିବା ବୈଠକ ଶେଷରେ ଗଣମାଧ୍ୟମକୁ ମିଳିତ ବିବୃତି ଦେଇ ପାଏନ୍‌ କହିଛନ୍ତି। ଏହା ଚାଇନାକୁ ଏକ ବାର୍ତ୍ତା ଭଳି ପ୍ରତୀୟମାନ ହେଉଛି। ସାରା ବିଶ୍ୱର ଭଲ ପାଇଁ ଏବଂ ଭାରତ, ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ମଜଭୁତ କରିବା ଦିଗରେ କ୍ୱାଡ୍‌ ଏକ ଶକ୍ତି ଭାବେ କାର୍ଯ୍ୟ କରୁଥିବା ବହିର୍ବ୍ୟାପାର ମନ୍ତ୍ରୀ ଜୟଶଙ୍କର କହିଛନ୍ତି। ମୁକ୍ତ, ଅବାଧ ଓ ସମାବେଶୀ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଲାଗି ଆମର ମିଳିତ ସ୍ବପ୍ନକୁ ବଢ଼ାଇବା ନିମନ୍ତେ ଏଜେଣ୍ଡା ପ୍ରସ୍ତୁତ ହୋଇଛି। ଉକ୍ତ ଅଞ୍ଚଳରେ ଶାନ୍ତି, ସ୍ଥିରତା ଓ ଆର୍ଥିକ ସମୃଦ୍ଧି ଦିଗରେ ଏକାଠି କାର୍ଯ୍ୟ କରିବା ଲାଗି କ୍ୱାଡ୍‌ ସଦସ୍ୟ ରାଷ୍ଟ୍ରମାନେ ଆଗ୍ରହୀ ଥିବା ଜୟଶଙ୍କର ସୂଚନା ଦେଇଛନ୍ତି।
ବୈଠକରେ କୋଭିଡ୍‌ ମହାମାରୀର ମୁକାବିଲା ପାଇଁ କ୍ୱାଡ୍‌ ରାଷ୍ଟ୍ରଗୁଡ଼ିକର ଉଦ୍ୟମ ଉପରେ ସମୀକ୍ଷା ହୋଇଥିଲା। ନିରାପଦ ଓ ସୁଲଭ ମୂଲ୍ୟରେ ଟିକା ଯୋଗାଣକୁ ତ୍ୱରାନ୍ବିତ କରାଇବା, ସାମର୍ଥ୍ୟ ବୃଦ୍ଧିରେ ସହଯୋଗ ଏବଂ ଭିତ୍ତିଭୂମି ବିକାଶ ପାଇଁ ବହିର୍ବ୍ୟାପାର ମନ୍ତ୍ରୀମାନେ ସହମତ ହୋଇଥିଲେ। ଆଲୋଚନା ପୂର୍ବରୁ ବହିର୍ବ୍ୟାପାର ମନ୍ତ୍ରୀମାନେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌ଙ୍କୁ ଭେଟିଥିଲେ। ଶନିବାର ଜୟଶଙ୍କର ଏବଂ ପାଏନ୍‌ଙ୍କ ମିଳିତ ଅଧ୍ୟକ୍ଷତାରେ ଦ୍ୱାଦଶ ଭାରତ-ଅଷ୍ଟ୍ରେଲିଆ ବହିର୍ବ୍ୟାପାର ମନ୍ତ୍ରୀସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପାଣି ପାଇଁ ତାତିଲେ ମହିଳା, ହାଣ୍ଡି-ମାଠିଆ ଧରି ରାସ୍ତାରେ ବସିଲେ

ପୁରୁଷୋତ୍ତମପୁର,୩୦ା୯(ସବିତା ପାଣି): ପାଣି ପାଇଁ ଫୁଟିଲା ଅସନ୍ତୋଷ। ହାଣ୍ଡି-ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ଦୁଇ ମାସ ଧରି ପାନୀୟଜଳ ମିଳୁ ନ ଥିବା ଅଭିଯୋଗରେ ଗଞ୍ଜାମ…

ବଦଳିବ ରାହୁ-କେତୁଙ୍କ ଚାଲି: କନ୍ୟା,ମୀନ ରାଶିଙ୍କ ସମେତ ୬ ରାଶିଙ୍କ ଗୋଲଡେନ ଟାଇମ୍‌ ଆରମ୍ଭ, ଧନବର୍ଷା ସହ ବଡ଼ ଚାକିରିର ଅଫର୍‌

ରାହୁ ମକର ରାଶିକୁ ଏବଂ କେତୁ କର୍କଟ ରାଶିକୁ ଆସିବା ଫଳରେ ଡିସେମ୍ୱର ମାସରେ ଅନେକ ରାଶିଙ୍କ ପାଇଁ ଭଲ ସମୟ ଆରମ୍ଭ ହେବ। ଭାଗ୍ୟଶାଳୀ ରାଶିମାନଙ୍କ…

ବିଦ୍ୟାଭାରତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଝଟ୍‌କା: ଆବେଦନ ଖାରଜ

ଭୁବନେଶ୍ୱର,୩୦।୯: : ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ମହାପାତ୍ରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ବିଦ୍ୟାଭାରତୀଙ୍କ ପକ୍ଷରୁ ଦାଖଲ ହୋଇଥିବା…

ମେସେଜ ପାଇଁ ଟଙ୍କା ନେବ ହ଼୍ବାଟସଆପ୍‌! ୧ ଅକ୍ଟୋବରରୁ ବଦଳିବ ନିୟମ; ସାଧାରଣ ୟୁଜର୍ସଙ୍କୁ ପଡ଼ିବ ପ୍ରଭାବ?

ନୂଆଦିଲ୍‌ଲୀ,୩୦।୯: ଯଦି ଆପଣ ହ଼୍ବାଟସଆପ (WhatsApp)ରେ କୌଣସି କମ୍ପାନୀଠାରୁ ଅର୍ଡର ଅପଡେଟ, ଡେଲିଭରି ସୂଚନା କିମ୍ୱା କଷ୍ଟମର ସର୍ଭିସ ନେଉଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଆଶ୍ୱସ୍ତିକର…

ଲୋଇସିଂହାର ଗର୍ବ ଇଫ୍ରାତା: ‘ଇଣ୍ଡିଆ ଟ୍ୟାଲେଣ୍ଟ ଫାଇଟ’ରେ ଚମକିଲେ

ଲୋଇସିଂହା,୩୦।୯(ସୁଶାନ୍ତ ବାରିକ):ଜାତୀୟସ୍ତରୀୟ ରିଆଲିଟି ଶୋ’ ଟ୍ୟାଲେଣ୍ଟ ଫାଇଟସୁପର ମଡେଲ’ ଜୁନିୟର କାଟାଗୋରିରେ ଚାମ୍ପିୟନ ହୋଇ ଲୋଇସିଂହା ତଥା ବଲାଙ୍ଗୀର ଜିଲା ପାଇଁ ଗୌରବ ଆଣିଛନ୍ତି ଇଫ୍ରାତା। ତାଙ୍କ…

ଟ୍ରେନଯାତ୍ରୀଙ୍କ ପାଇଁ ବଡ଼ ସୂଚନା: ଅକ୍ଟୋବର ୧ରୁ କଡ଼ା ଚେକିଂ, ଟିକେଟ୍‌ ସାଙ୍ଗରେ ଏହି ID ନ ରଖିଲେ ଫସିବେ!

ନୂଆଦିଲ୍ଲୀ,୩୦।୯: ଯଦି ଆପଣ ଆଗାମୀ ଦିନରେ ଟ୍ରେନରେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। କେନ୍ଦ୍ରୀୟ ରେଳବାଇ ପକ୍ଷରୁ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ସରିଲା କ୍ଷୀତିଶଙ୍କ ରିମାଣ୍ଡ ଅବଧି, ପୋଲିସ ହାତରେ ଲାଗିଲା କିଛି ନୂଆ ତଥ୍ୟ

ବଲାଙ୍ଗୀର,୩୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ନିସ୍ତୁକ ମାଡ଼ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କ…

ବିବାଦ ଭିତରେ ନିର୍ବାଚନ କମିଶନରଙ୍କ ବଡ଼ ନିଷ୍ପତ୍ତି, ଭୋଟର ଲିଷ୍ଟକୁ ନେଇ କହିଲେ ବଡ଼କଥା…

ନୂଆଦିଲ୍ଲୀ,୩୦।୯: ନିର୍ବାଚନ ଆୟୋଗ ‘ସ୍ପେଶାଲ ଇଣ୍ଟେନସିଭ ରିଭିଜନ’ (SIR) ପ୍ରକ୍ରିୟା ଶେଷ କରିସାରିଥିବା ରାଜ୍ୟଗୁଡ଼ିକରେ ନୂଆ ଭୋଟରମାନଙ୍କ ପାଇଁ ଫର୍ମ-୬ ସହିତ ଯୋଡ଼ା ଯାଇଥିବା ଅତିରିକ୍ତ ଘୋଷଣାନାମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?