ନିଃଶୁଳ୍କ ଅମ୍ଳଜାନ ଆଶ୍ରୟସ୍ଥଳୀ

ଭୁବନେଶ୍ୱର,୩।୬: କୋଭିଡ୍‌ ମହାମାରୀରେ ଅମ୍ଳଜାନର ଆବଶ୍ୟକତାକୁ ନଜରରେ ରଖି ସ୍ଲାଇଲ ପ୍ଲିଜ୍‌, ସ୍ପର୍ଶ ହସ୍ପିଟାଲ ଏବଂ ଓଡ଼ିଶା ସୋସାଇଟି ଅଫ୍‌ ଦ ଆମେରିକା ହେଲ୍‌ଥ ଆଣ୍ଡ ଓ୍ବେଲନେସ୍‌ ଗ୍ରୁପ୍‌ ପକ୍ଷରୁ (ଓଏସ୍‌ଏ-ଏଚ୍‌ଡବ୍ଲ୍ୟୁଜି) ନିଃଶୁଳ୍କ ଅମ୍ଳଜାନ ଆଶ୍ରୟସ୍ଥଳୀ ଆରମ୍ଭ କରାଯାଇଛି। ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ସ୍ପର୍ଶ ହସ୍ପିଟାଲର ମୁଖ୍ୟ ପରିଚାଳକ ପ୍ରିୟବ୍ରତ ଧୀର, ଅଭିନେତା ସବ୍ୟସାଚୀ ମିଶ୍ର, ଏମ୍‌ଓ ଗ୍ରୁପ୍‌ର ମୁଖ୍ୟ ଡା. ଅବିନାଶ ସାମଲ, ହାଇଟେକ ମେଡିକାଲର ପ୍ରଫେସର ଅମ୍ରିତ ପାଟ୍ଟଜୋଷୀ, ସାମାଜିକ କର୍ମୀ ପ୍ରଭୀନ ଅଗ୍ରଓ୍ବାଲ ଏବଂ ଜୋନାଲ ଡେପୁଟି କମିଶନର ପୁରନ୍ଦର ନନ୍ଦ ଉପସ୍ଥିତ ରହି ଏହାର ଶୁଭାରମ୍ଭ କରିଥିଲେ। ବିଏମ୍‌ସି ଅନୁମୋଦନରେ ପ୍ରଥମ ଥର ଲାଗି ରାଜ୍ୟରେ ଏଭଳି ଏକ ଅକ୍ସିଜେନ ସେଲ୍‌ଟର ପଟିଆ ବିଗ୍‌ ବଜାର ସ୍ଥିତ ତ୍ରିଷ୍ଣା ବାଙ୍କୁଏଟ୍‌ଠାରେ ଖୋଲାଯାଇଛି। ଅକ୍ସିଜେନ ଆବଶ୍ୟକତା ଥିବା କୋଭିଡ୍‌ ରୋଗୀଙ୍କୁ ଅନୁମୋଦିତ କୋଭିଡ୍‌ ହସ୍ପିଟାଲରେ ବେଡ୍‌ ମିଳିବା ପର୍ଯ୍ୟନ୍ତ ଏହି ଆଶ୍ରୟସ୍ଥଳରେ ଅମ୍ଳଜାନ ଯୋଗାଇ ଦେଇ ତାଙ୍କୁ ହାଇପୋକ୍ରିୟାରୁ ବଞ୍ଚାଯାଇପାରିବ। ଏଠାରେ ଡାକ୍ତର ଏବଂ ନର୍ସଙ୍କ ଉପସ୍ଥିତିରେ ରୋଗୀଙ୍କୁ ସେବା ଯୋଗାଇ ଦିଆଯିବ। ରୋଗୀଙ୍କୁ ହସ୍ପିଟାଲ ପହଞ୍ଚାଇବା ପାଇଁ ଆମ୍ବୁଲାନ୍ସ ଏଠାରେ ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରୁ ଖୁସି ଖବର, ୨ ସପ୍ତାହ ମଧ୍ୟରେ ପିଲାଙ୍କ ପାଇଁ ଭାକ୍ସିନ୍‌…

ନୂଆଦିଲ୍ଲୀ,୪।୮: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ସଂକ୍ରମରରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାରଣ ଅଭିଯାନ ଜାରି ରହିଛି।...

ପଞ୍ଚାୟତ ନିର୍ବାଚନ: କରୋନା ଆକ୍ରାନ୍ତ ବି ଦେଇପାରିବେ ଭୋଟ

ନୂଆଦିଲ୍ଲୀ,୧୩।୪: କରୋନା ମହାମାରୀ ମଧ୍ୟରେ ଆୟୋଜିତ ହେବାକୁ ଥିବା ପଞ୍ଚାୟତ ନିର୍ବାଚନର ମତଦାତାଙ୍କ ପାଇ ଏକ ବଡ଼ ଖବର। ଏଣିକି କରୋନା ଆକ୍ରାନ୍ତ ମତଦାତା ମଧ୍ୟ...

ପୁରୀ ଗଣବଳାତ୍କାର ମାମଲା: ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ, ଛାତ୍ର କଂଗ୍ରେସ-ପୋଲିସ ଧସ୍ତାଧସ୍ତି

ଭୁବନେଶ୍ୱର, ୩।୧୨(ବ୍ୟୁରୋ): ପୁରୀ ଗଣବଳାତ୍କାର ମାମଲାକୁ ନେଇ ରାଜନୀତି ଜୋର ଧରିଛି। ପୁରୀର ବିଭିନ୍ନ ସ୍ଥାନରେ ଏହାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଥିବାବେଳେ ରାଜଧାନୀରେ ମଧ୍ୟ...

କରୋନା ପ୍ରଭାବ: ୫୦ କର୍ମଚାରୀଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖିବ ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ,୨୭।୩: ଦେଶରେ କରୋନା ଭାଇରସ୍‌ର ପ୍ରକୋପ ଜାରି ରହିଛି। ଦିନକୁ ଦିନ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଭାରତରେ କରୋନା ଭାଇରସ୍‌ରେ ଏପର୍ଯ୍ୟନ୍ତ...

ଆଞ୍ଚଳିକ ଯୁବ ପ୍ରଶିକ୍ଷଣ ଶିବିର

ଭବାନୀପାଟଣା,୧୭।୯(ଡି.ଏନ.ଏ.) ଏକତା ପରିଷଦ କଳାହାଣ୍ଡି ଶାଖା ପକ୍ଷରୁ ସ୍ଥାନୀୟ ଏସ୍‌ଏନ୍‌ କନଫ୍ରେନ୍ସ ହଲ୍‌ଠାରେ ୨ ଦିନିଆ ଆଞ୍ଚଳିକ ଯୁବ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଯାଇଛି। ଶିବିରକୁ...

ଲକ୍‌ଡାଉନ୍‌ କଟକଣା ଆହୁରି କୋହଳ

ଭୁବନେଶ୍ୱର, ୩୦।୪(ବ୍ୟୁରୋ): କରୋନା ଯୋଗୁ ଦେଶରେ ଲକ୍‌ଡାଉନ ଜାରି ରହିଛି। ଆଗକୁ ଲକ୍‌ଡାଉନ ବଢ଼ିବ ନା ନାହିଁ ତାହା ସବୁଠାରୁ ବଡ଼ ପ୍ରଶ୍ନ ହୋଇ ଉଭା...

ଗଞ୍ଜେଇ ଧରିବାକୁ ଯାଇ ପୋଲିସ ହଟହଟା

ଭୁବନେଶ୍ୱର,୧୩।୩(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ପୋଲିସ ଗୁରୁବାର ନୀଳାଦ୍ରିବିହାର ଏଟିଏମ୍‌ ଛକରେ ଗଞ୍ଜେଇ ଓ ବ୍ରାଉନସୁଗାର ବେପାରୀଙ୍କୁ ଧରିବାକୁ ଯାଇ ହଟହଟା ହୋଇଥିବା ଜଣାପଡ଼ିଛି। ଏପରି କି...

ଆଧାର ଲିଙ୍କ୍‌ ସତ୍ତ୍ୱେ ମିଳୁନି ଗ୍ୟାସ୍‌ ସବ୍‌ସିଡି

ଭୁବନେଶ୍ୱର,୧୭-୯(ବ୍ୟୁରୋ):୨୦୧୪ରେ କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଆସିବା ପରେ ପ୍ରତ୍ୟେକ ଘରେ ଗ୍ୟାସ୍‌ ସଂଯୋଗ କରାଇବା ଉପରେ ବିଶେଷ ଗୁରୁତ୍ୱ ଦେଇଥିଲା। ସବୁଘରେ ସ୍ବଚ୍ଛ...

Advertisement
Archives

Model This Week