Posted inଜାତୀୟ

ଜେଲ ଦଣ୍ଡ ସମାପ୍ତ କରିଥିବା ଦୋଷୀଙ୍କୁ ତୁରନ୍ତ ମୁକ୍ତ କର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୨।୮: ୨୦୦୨ ନୀତିଶ କଟାରା ହତ୍ୟା ମାମଲାରେ ଦୋଷୀ ସୁଖଦେବ ପେହଲୱାନଙ୍କୁ ୨୦ ବର୍ଷର ଦଣ୍ଡ ସମାପ୍ତ ହେବା ପରେ ଜେଲରୁ ମୁକ୍ତ କରାଯିବା ଉଚିତ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି।

ଶୀର୍ଷ ଅଦାଲତ କହିଛନ୍ତି, ସୁଖଦେବ ଭଳି ନିଶ୍ଚିତ ମିଆଦ ଜୀବନକାରାଦଣ୍ଡ ପାଇଥିବା ଦୋଷୀଙ୍କୁ ନିର୍ଦ୍ଦିଷ୍ଟ ଅବଧି ସମାପ୍ତ ପରେ ମୁକ୍ତ କରାଯିବ। ଏହା ସହ ମୁକ୍ତି ପାଇଁ ରିମିସନ ଆଦେଶର ଆବଶ୍ୟକତା ନାହିଁ, ଯାହା ସାରା ଜୀବନ ଜେଲରେ କାଟିବାକୁ ଦଣ୍ଡିତଙ୍କ କ୍ଷେତ୍ରରେ ଲାଗୁ ହୁଏ।

ଅଦାଲତ ମିଆଦ ସମାପ୍ତ ହୋଇଥିଲେ ମଧ୍ୟ ଜେଲରେ ରହିଥିବା ଅନ୍ୟ ଦୋଷୀଙ୍କ ପାଇଁ ଉଦ୍‌ବେଗ ପ୍ରକାଶ କରି ସେମାନଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବି.ଭି. ନାଗରତ୍ନା ଓ କେ.ଭି. ବିଶ୍ୱନାଥନଙ୍କ ବେଞ୍ଚ କହିଛନ୍ତି, “ଏହି ମନୋଭାବ ଜାରି ରହିଲେ ପ୍ରତ୍ୟେକ ଦୋଷୀ ଜେଲରେ ମରିବେ।”

ଗତ ୨୯ ଜୁଲାଇରେ ଅଦାଲତ ସୁଖଦେବ ୟାଦବ (ପେହଲୱାନ)ଙ୍କୁ ମୁକ୍ତ କରିବାକୁ ଆଦେଶ ଦେଇଥିଲେ, କିନ୍ତୁ ସେଣ୍ଟେନ୍ସ ରିଭିଉ ବୋର୍ଡ ତାଙ୍କ ଆଚରଣକୁ କାରଣ ଦର୍ଶାଇ ମୁକ୍ତି ଅଟକାଇଥିଲେ। ମାର୍ଚ୍ଚରେ ୨୦ ବର୍ଷ ଦଣ୍ଡ ସମାପ୍ତ କରିଥିବା ପେହଲୱାନ ଏହା ବିରୁଦ୍ଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ, ଯାହା ତାଙ୍କୁ ମାମଲା ନିଷ୍ପତ୍ତି ହେବା ପର୍ଯ୍ୟନ୍ତ ୩ ମାସର ଅସ୍ଥାୟୀ ମୁକ୍ତି (ଫର୍ଲୋ) ପ୍ରଦାନ କରିଥିଲା।

ଅଦାଲତ ସେଣ୍ଟେନ୍ସ ରିଭିଉ ବୋର୍ଡକୁ ଏହାର ଆଦେଶ ଅମାନ୍ୟ କରିବା ପାଇଁ ତୀବ୍ର ସମାଲୋଚନା କରିଛି। ଦିଲ୍ଲୀ ସରକାରଙ୍କ ପାଇଁ ଉପସ୍ଥିତ ଅତିରିକ୍ତ ସଲିସିଟର ଜେନେରାଲ ଅର୍ଚ୍ଚନା ପାଠକ ଦାଭେ ଯୁକ୍ତି ଦେଇଥିଲେ ଯେ ଜୀବନକାରାଦଣ୍ଡ ଅର୍ଥ ଜୀବନର ଅବଶିଷ୍ଟ ସମୟ ଜେଲରେ କାଟିବା, କିନ୍ତୁ ପେହଲୱାନଙ୍କ ଓକିଲ ସିଦ୍ଧାର୍ଥ ମୃଦୁଲ ଯୁକ୍ତି ଦେଇଥିଲେ ଯେ ଦଣ୍ଡ ମାର୍ଚ୍ଚ ୯ରେ ସମାପ୍ତ ହୋଇଛି ଏବଂ ମୁକ୍ତ ନ କରିବାର କୌଣସି ଯୁକ୍ତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ପରେ ଉଦ୍ଧବଙ୍କ ପାଳି, ଦଳ ଛାଡିବେ ୧୬ ବିଧାୟକ ୭ ଏମପି…

ମୁମ୍ୱାଇ,୧୬।୬: ମହାରାଷ୍ଟ୍ରର ପୂର୍ୱତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା(ୟୁବିଟି) ପୁଣିଥରେ ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି। ୧୪ରୁ ୧୬ ଜଣ ବିଧାୟକ ଏବଂ ୭ ଜଣ…

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ରାତି ପାହିଲେ ଖୋଲିବ ସ୍କୁଲ, କାଳବୈଶାଖୀ ଯୋଗୁ ଉଡିଯାଇଛି ୩ ଶ୍ରେଣୀ ଗୃହ ଛପର; ଚିନ୍ତାରେ ବିଦ୍ୟାର୍ଥୀ

ତୁମୁଡିବନ୍ଧ, ୧୬।୬ (ଦିପକ କୁମାର ପରାସେଠ): କାଳବୈଶାଖୀର ସାଙ୍ଘାତିକ ପ୍ରଭାବ ଯୋଗୁ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ମାଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ୟୁପି ସ୍କୁଲ)ର ଶିକ୍ଷାଦାନ…

ଟ୍ରେସ୍‌ ମ୍ୟାପ୍‌ ପାଇଁ ଲାଞ୍ଚ ମାଗି ଫସିଗଲେ କୋସାଗୁଡ଼ା RI; ମାଡ଼ି ବସିଲା ଭିଜିଲାନ୍ସ, ଦୁଇ ସ୍ଥାନରେ ଚାଲିଛି…

କୋରାପୁଟ,୧୬।୬(ଅମିତାଭ ବେହେରା): କୋରାପୁଟ ଜିଲାରେ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ବୋରିଗୁମ୍ମା ତହସିଲ ଅଧୀନ କୋସାଗୁଡ଼ା ଆର୍‌ଆଇ(RI) ସର୍କଲର ରେଭିନ୍ୟୁ ଇନ୍ସପେକ୍ଟର (ଆର୍‌ଆଇ)…

ଦ୍ରୁତ ଗତିରେ ଆସୁଥିଲେ, ମୁହାଁମୁହିଁ ପିଟି ହୋଇଗଲେ ଦୁଇ ବାଇକ୍‌; ଚାଲିଗଲା ୨ ଜୀବନ, ୩ ଜଣ…

ବଞ୍ଚୋ, ୧୬।୬(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ବଞ୍ଚୋ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦ୍ରୁତଗତିରେ ଆସୁଥିବା ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ…

ଚାଷୀଙ୍କ ପାଇଁ ଖୁସି ଖବର, ଏହି ଦିନ ମିଳିବ PM KISANର ୨୩ତମ କିସ୍ତି

ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତିକୁ ନେଇ ସାରା ଦେଶର ଚାଷୀ ଅପେକ୍ଷା କରିଛନ୍ତି । ଏବେ ଦେଶର କୋଟି କୋଟି ଚାଷୀଙ୍କୁ…

୧୬ମାସ ପରେ ଟ୍ରମ୍ପଙ୍କୁ ଭେଟିଲେ ମୋଦି, ଦେଖୁଦେଖୁ କରିଦେଲେ…

ନୂଆଦିଲ୍ଲୀ,୧୬।୬: ଫ୍ରାନ୍ସର ଏଭିଆନଠାରେ ଆୟୋଜିତ G7 ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ହୋଇଛି। ଦୁଇ…

ଘର ବାରିପଟେ କ୍ରିକେଟ ଖେଳୁଥିଲେ, ଆକାଶରୁ ଖସିଲା ମୃତ୍ୟୁ; ବଜ୍ରପାତରେ ଚାଲିଗଲା ୧୭ ବର୍ଷୀୟ…

ଦିଗପହଣ୍ଡି,୧୬।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଅନ୍ତର୍ଗତ ଦଶିପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଆକସ୍ମିକ ବଜ୍ରପାତ କାରଣରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri