ମନ୍ତ୍ରୀଙ୍କ ନାଁ କହି ଠକେଇ: କିନ୍ନର ଗିରଫ

ପୁରୁଷୋତ୍ତମପୁର,୨୦।୬(ଡି.ଏନ୍‌.ଏ.): ବର୍ତ୍ତମାନର ବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀଙ୍କ ନାଁ କହି ଜଣେ ରାଜନୈତିକ ବ୍ୟକ୍ତି ତଥା ହୋଟେଲ ମାଲିକଙ୍କଠାରୁ ୭୦ ହଜାର ଟଙ୍କା ଠକେଇ ହୋଇଛି। ଟଙ୍କା ଠକେଇ ଅଭିଯୋଗରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ବୌଦ୍ଧରୁ କିନ୍ନର ସଂଘ ସଭାପତି ସୌମ୍ୟରଞ୍ଜନ ପ୍ରଧାନ (୩୦)ଙ୍କୁ ରବିବାର ଗିରଫ କରିଛି। ତାଙ୍କଠାରୁ ଗୋଟିଏ ଏଟିଏମ୍‌ କାର୍ଡ, ଚେକ୍‌ ବୁକ, ମୋବାଇଲ ଫୋନ୍‌ ଓ ୪୦ ହଜାର ଟଙ୍କା ଜବତ କରାଯାଇଥିବା ପୋଲିସ ସୂଚନା ଦେଇଛି।
ପୁରୁଷୋତ୍ତମପୁର ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ଓ ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ କହିଛନ୍ତି, ତାରାତାରିଣୀଠାରେ ଥିବା ଲକ୍ଷ୍ମୀପ୍ରିୟା ହୋଟେଲର ମାଲିକ ଲକ୍ଷ୍ମୀ ନାରାୟଣ ସାହୁଙ୍କୁ ଅଭିଯୁକ୍ତ ସୌମ୍ୟ ମେ ୨୦ ତାରିଖରେ ଫୋନ କରି ନିଜକୁ ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ପର୍ସନାଲ ଆସିଷ୍ଟାଣ୍ଟ ଅନିଲ ପଟ୍ଟନାୟକ ବୋଲି ପରିଚୟ ଦେଇ କଥା ହୋଇଥିଲେ। କିଛି ସମୟ ପରେ ପୂର୍ବତନ ମନ୍ତ୍ରୀଙ୍କ ଅବିକଳ ସ୍ବରରେ କଥା ହୋଇ ଭଲମନ୍ଦ ପଚାରି ବୁଝିଥିଲେ। ହୋଟେଲକୁ ଜଣେ ତନ୍ତ୍ର ସାଧିକା ମା’ ଯିବେ। ତାଙ୍କ ଦ୍ୱାରା ଏକ ପୂଜା କରାଇଲେ ବ୍ୟବସାୟ ଭଲ ହେବ ବୋଲି କହି ୨୪ ତାରିଖରେ ଆଉ ଏକ ଫୋନ ନମ୍ବର ଦେଇଥିଲେ। ଉକ୍ତ ଫୋନ ନମ୍ବରରୁ ଅଭିଯୁକ୍ତ ଜଣକ ମହିଳାଙ୍କ ସ୍ବରରେ କଥା ହୋଇ ପୂଜା ଆୟୋଜନ ପାଇଁ ଟଙ୍କା ମାଗିଥିଲେ। ହୋଟେଲ ମାଲିକ ଏଥିରେ ପ୍ରଲୋଭିତ ହୋଇ ସେ ଦେଇଥିବା ୨ଟି ବ୍ୟାଙ୍କ ଆକାଉଣ୍ଟରେ ୭୦ ହଜାର ଟଙ୍କା ପଠାଇଥିଲେ। ଅଭିଯୁକ୍ତ ପୁଣି ମନ୍ତ୍ରୀଙ୍କ ସ୍ବରରେ କଥା ହୋଇ ହୋଟେଲ ମାଲିକଙ୍କୁ ବ୍ରହ୍ମପୁର ସର୍କିିଟ ହାଉସକୁ ଡକାଇଥିଲେ। ହୋଟେଲ ମାଲିକ ସେଠାକୁ ଯାଇ ମନ୍ତ୍ରୀଙ୍କୁ ଅପେକ୍ଷା କରିିଥିଲେ। ଦୀର୍ଘ ସମୟ ଅପେକ୍ଷା ପରେ ନ ଆସିବାରୁ ସେ ଉକ୍ତ ନମ୍ବରକୁ ଫୋନ କରିଥିଲେ ମଧ୍ୟ ଅଭିଯୁକ୍ତ ଆଉ ଫୋନ ଉଠାଇ ନ ଥିଲେ। ଶେଷରେ ନିରାଶ ହୋଇ ଗତ ୨୯ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ.୨୮୭/୨୨ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତଙ୍କ ଫୋନ ଟ୍ରାକିଙ୍ଗ କରି ଶେଷରେ ବୌଦ୍ଧରୁ ସୌମ୍ୟଙ୍କୁ ଠାବ କରିଥିଲା। ସୌମ୍ୟଙ୍କ ନିଜ ଘର ଅନୁଗୋଳ ଜିଲା କିଶୋରନଗର ଥାନା ଅନ୍ତର୍ଗତ ରଣିଆକଟା ଗ୍ରାମରେ। ସେ ଜଣେ କିନ୍ନର ହୋଇଥିବା ହେତୁ ବୌଦ୍ଧ ଏନଏସି ୱାର୍ଡ ନଂ୧ରେ କିନ୍ନର ସଂଘର ସଭାପତି ଭାବେ ରାମେଶ୍ବର ବିହାରରେ ରହୁଥିଲେ। ପୋଲିସ ସେଠାରୁ ତାଙ୍କୁ ଗିରଫ କରି ପୁରୁଷୋତ୍ତମପୁର ଥାନାକୁ ଆଣିଥିଲା। ତଦନ୍ତ ପରେ ରବିବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ପୂର୍ବରୁ ସୌମ୍ୟଙ୍କ ନାମରେ ଭୁବନେଶ୍ବରର ବିଭିନ୍ନ ଥାନାରେ ମଧ୍ୟ ଏଭଳି ଠକେଇ ମାମଲା ରହିଥିବା ଏସ୍‌ଡିପିଓ ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri