ମନ୍ତ୍ରୀଙ୍କ ନାଁ କହି ଠକେଇ: କିନ୍ନର ଗିରଫ

ପୁରୁଷୋତ୍ତମପୁର,୨୦।୬(ଡି.ଏନ୍‌.ଏ.): ବର୍ତ୍ତମାନର ବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀଙ୍କ ନାଁ କହି ଜଣେ ରାଜନୈତିକ ବ୍ୟକ୍ତି ତଥା ହୋଟେଲ ମାଲିକଙ୍କଠାରୁ ୭୦ ହଜାର ଟଙ୍କା ଠକେଇ ହୋଇଛି। ଟଙ୍କା ଠକେଇ ଅଭିଯୋଗରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ବୌଦ୍ଧରୁ କିନ୍ନର ସଂଘ ସଭାପତି ସୌମ୍ୟରଞ୍ଜନ ପ୍ରଧାନ (୩୦)ଙ୍କୁ ରବିବାର ଗିରଫ କରିଛି। ତାଙ୍କଠାରୁ ଗୋଟିଏ ଏଟିଏମ୍‌ କାର୍ଡ, ଚେକ୍‌ ବୁକ, ମୋବାଇଲ ଫୋନ୍‌ ଓ ୪୦ ହଜାର ଟଙ୍କା ଜବତ କରାଯାଇଥିବା ପୋଲିସ ସୂଚନା ଦେଇଛି।
ପୁରୁଷୋତ୍ତମପୁର ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ଓ ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ କହିଛନ୍ତି, ତାରାତାରିଣୀଠାରେ ଥିବା ଲକ୍ଷ୍ମୀପ୍ରିୟା ହୋଟେଲର ମାଲିକ ଲକ୍ଷ୍ମୀ ନାରାୟଣ ସାହୁଙ୍କୁ ଅଭିଯୁକ୍ତ ସୌମ୍ୟ ମେ ୨୦ ତାରିଖରେ ଫୋନ କରି ନିଜକୁ ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ପର୍ସନାଲ ଆସିଷ୍ଟାଣ୍ଟ ଅନିଲ ପଟ୍ଟନାୟକ ବୋଲି ପରିଚୟ ଦେଇ କଥା ହୋଇଥିଲେ। କିଛି ସମୟ ପରେ ପୂର୍ବତନ ମନ୍ତ୍ରୀଙ୍କ ଅବିକଳ ସ୍ବରରେ କଥା ହୋଇ ଭଲମନ୍ଦ ପଚାରି ବୁଝିଥିଲେ। ହୋଟେଲକୁ ଜଣେ ତନ୍ତ୍ର ସାଧିକା ମା’ ଯିବେ। ତାଙ୍କ ଦ୍ୱାରା ଏକ ପୂଜା କରାଇଲେ ବ୍ୟବସାୟ ଭଲ ହେବ ବୋଲି କହି ୨୪ ତାରିଖରେ ଆଉ ଏକ ଫୋନ ନମ୍ବର ଦେଇଥିଲେ। ଉକ୍ତ ଫୋନ ନମ୍ବରରୁ ଅଭିଯୁକ୍ତ ଜଣକ ମହିଳାଙ୍କ ସ୍ବରରେ କଥା ହୋଇ ପୂଜା ଆୟୋଜନ ପାଇଁ ଟଙ୍କା ମାଗିଥିଲେ। ହୋଟେଲ ମାଲିକ ଏଥିରେ ପ୍ରଲୋଭିତ ହୋଇ ସେ ଦେଇଥିବା ୨ଟି ବ୍ୟାଙ୍କ ଆକାଉଣ୍ଟରେ ୭୦ ହଜାର ଟଙ୍କା ପଠାଇଥିଲେ। ଅଭିଯୁକ୍ତ ପୁଣି ମନ୍ତ୍ରୀଙ୍କ ସ୍ବରରେ କଥା ହୋଇ ହୋଟେଲ ମାଲିକଙ୍କୁ ବ୍ରହ୍ମପୁର ସର୍କିିଟ ହାଉସକୁ ଡକାଇଥିଲେ। ହୋଟେଲ ମାଲିକ ସେଠାକୁ ଯାଇ ମନ୍ତ୍ରୀଙ୍କୁ ଅପେକ୍ଷା କରିିଥିଲେ। ଦୀର୍ଘ ସମୟ ଅପେକ୍ଷା ପରେ ନ ଆସିବାରୁ ସେ ଉକ୍ତ ନମ୍ବରକୁ ଫୋନ କରିଥିଲେ ମଧ୍ୟ ଅଭିଯୁକ୍ତ ଆଉ ଫୋନ ଉଠାଇ ନ ଥିଲେ। ଶେଷରେ ନିରାଶ ହୋଇ ଗତ ୨୯ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ.୨୮୭/୨୨ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତଙ୍କ ଫୋନ ଟ୍ରାକିଙ୍ଗ କରି ଶେଷରେ ବୌଦ୍ଧରୁ ସୌମ୍ୟଙ୍କୁ ଠାବ କରିଥିଲା। ସୌମ୍ୟଙ୍କ ନିଜ ଘର ଅନୁଗୋଳ ଜିଲା କିଶୋରନଗର ଥାନା ଅନ୍ତର୍ଗତ ରଣିଆକଟା ଗ୍ରାମରେ। ସେ ଜଣେ କିନ୍ନର ହୋଇଥିବା ହେତୁ ବୌଦ୍ଧ ଏନଏସି ୱାର୍ଡ ନଂ୧ରେ କିନ୍ନର ସଂଘର ସଭାପତି ଭାବେ ରାମେଶ୍ବର ବିହାରରେ ରହୁଥିଲେ। ପୋଲିସ ସେଠାରୁ ତାଙ୍କୁ ଗିରଫ କରି ପୁରୁଷୋତ୍ତମପୁର ଥାନାକୁ ଆଣିଥିଲା। ତଦନ୍ତ ପରେ ରବିବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ପୂର୍ବରୁ ସୌମ୍ୟଙ୍କ ନାମରେ ଭୁବନେଶ୍ବରର ବିଭିନ୍ନ ଥାନାରେ ମଧ୍ୟ ଏଭଳି ଠକେଇ ମାମଲା ରହିଥିବା ଏସ୍‌ଡିପିଓ ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

‘ବରିଷ୍ଠ ନାଗରିକ ଦେଶର ଅମୂଲ୍ୟ ସମ୍ପଦ’

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିଶନ ଶକ୍ତି ଭବନଠାରେ ଗୁରୁବାର ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ…

ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ: ମୋହନାରୁ ଯାଉଥିଲା ବ୍ରହ୍ମପୁର…

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁ ଛକ ନିକଟରୁ ଗୁରୁବାର ଅବକାରୀ କର୍ମଚାରୀ ୨ଜଣ ଯୁବକଙ୍କ ନିକଟରୁ ୯ କେଜି ୪…

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?