ମଥୁରାରୁ ଚାଲିଥିଲା ଠକେଇ କାରବାର

ପୁରୀ ଅଫିସ,୮ା୨: ସାଇବର ଠକେଇକୁ ନେଇ ଏବେ ଆକ୍ସନ ମୁଡ୍‌ରେ ପୁରୀ ପୋଲିସ। ଲୋକଙ୍କୁ ସଚେତନ କରାଇବା ସହ ସାଇବର ଠକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ରହିଥିବା ପୁରୀ ନୀଳାଚଳ ଭକ୍ତନିବାସ ନାମରେ ଫେକ୍‌ ଓ୍ବେବ୍‌ସାଇଟ୍‌ କରି ଲୋକଙ୍କୁ ଠକିବା ଅଭିଯୋଗରେ ପୋଲିସ ୨ଜଣଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରିଛି। ସେମାନେ ହେଲେ କେନ୍ଦୁଝର ଜିଲା ଆଗରପଡ଼ା ଚନ୍ଦନ ସିଂହ (୨୭) ଏବଂ ଭଦ୍ରକ ଜିଲାର ଗୌତମ ସାହୁ (୩୯)। ପୋଲିସ ସେମାନଙ୍କଠାରୁ ୫ଟି ବିଭିନ୍ନ କମ୍ପାନୀର ମୋବାଇଲ ଫୋନ ଜବତ କରିଥିବା ବେଳେ ୩୧ଟି ମୋବାଇଲ ସିମ୍‌ ଜବତ କରିଛି। ସେହିପରି ଗୋଟିଏ ବାୟୋମାଟ୍ରିକ୍‌ ଡିଭାଇସ୍‌ ଜବତ କରିଛି। ଏ ନେଇ ପୋଲିସ ନଂ.୨୬।୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ତେବେ ଏହି ସାଇବର ଠକେଇ ଉତ୍ତରପ୍ରଦେଶର ମଥୁରାରୁ କାରବାର ହେଉଥିଲା ବୋଲି ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ମିହିର ପଣ୍ଡା ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଗତ ନଭେମ୍ବର ୨୪ରେ ଶ୍ରୀମନ୍ଦିର ପ୍ରଶାସନର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସାଇବର ଥାନାରେ ଅଭିଯୋଗ କରିଥିଲେ ଯେ, ନୀଳାଚଳ ଭକ୍ତନିବାସ ନାମରେ ଫେକ୍‌ ବୁକିଂ କରାଯାଇ ଭକ୍ତଙ୍କଠାରୁ ଟଙ୍କା ଲୁଟ୍‌ କରାଯାଇଛି। ଉକ୍ତ ଅଭିଯୋଗକୁ ଆଧାର କରି ପୋଲିସ ପକ୍ଷରୁ ତଦନ୍ତ କରାଯାଇଥିଲା। ତଦନ୍ତ ବେଳେ କେତେଜଣ ଦୁର୍ବୃତ୍ତ ନୀଳାଚଳ ଭକ୍ତନିବାସ ନାମରେ ଏକ ଫେକ୍‌ ସାଇଡ କରି ଲୁଟ୍‌ କରୁଥିବା ଜଣାପଡିଥିଲା। ତେବେ ଯେଉଁ ଆକାଉଣ୍ଟରୁ ଟଙ୍କା ଲୁଟ୍‌ ହୋଇଥିଲା ତାହା ଉତ୍ତର ପ୍ରଦେଶର ମଥୁରା ଅଞ୍ଚଳର ବୋଲି ଜଣାପଡିଥିଲା। ଏପରିକି ଯେଉଁ ସିମ୍‌ ସାହାଯ୍ୟରେ ଏହି ଠକେଇ ହେଉଥିଲା, ସେହି ସିମ୍‌କୁ କେନ୍ଦୁଝର ଜିଲାର ଚନ୍ଦନ ଦେଇଥିଲେ। ଏହାପରେ ସାଇବର ପୋଲିସର ଏକ ଟିମ୍‌ କେନ୍ଦୁଝର ଯାଇ ଚନ୍ଦନକୁ ଗିରଫ କରିଥିଲେ। ସେଠାରେ ତାଙ୍କୁ ପଚରାଉଚରା କରି ଠକେଇରେ ସମ୍ପୃକ୍ତ ଗୌତମଙ୍କୁ ମଧ୍ୟ ଗିରଫ କରି ପୁରୀ ଆଣିଥିଲେ। ଉଭୟଙ୍କୁ ପଚାରିବା ବେଳେ ଚନ୍ଦନ ଏକ ମୋବାଇଲ କମ୍ପାନୀରେ କାର୍ଯ୍ୟ କରିବା ସହ ଗୋଟିଏ ମୋବାଇଲ ଦୋକାନ ମଧ୍ୟ କରିଛନ୍ତି। ନିଜ ଦୋକାନରେ ସିମ୍‌ଗୁଡିକୁ ଅନ୍ୟ ଲୋକଙ୍କ ନାମରେ ଆକ୍ଟିଭ କରି ଭଦ୍ରକର ଗୌତମଙ୍କୁ ଦେଉଥିଲେ। ପରେ ଉକ୍ତ ସିମ୍‌ଗୁଡିକୁ ଗୌତମ ରାଜସ୍ଥାନର ହଲବର ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଦେଉଥିଲେ। ସେଠାରୁ ସିମ୍‌ ବିଭିନ୍ନ ମାଧ୍ୟମରେ ଅଲଗା ସ୍ଥାନକୁ ଯାଉଥିଲା। ଏପରିକି ମଥୁରାକୁ ମଧ୍ୟ ଉକ୍ତ ସିମ୍‌ ଯାଇଥିଲା। ସେଠାରେ ଏଭଳି ଆପରାଧିକ ସାଇବର ଠକେଇ କାର୍ଯ୍ୟ ହେଉଥିଲା।
ଅନ୍ୟପଟେ ଗୌତମ ଏପରି ସାଇବର କ୍ରାଇମ ଘଟଣାରେ ଦିଲ୍ଲୀ ପୋଲିସ ଦ୍ୱାରା ଗିରଫ ହୋଇ ଗତ ଅକ୍ଟୋବରରେ ଜେଲ ଯାଇଥିଲା। ଉକ୍ତ ଘଟଣାରେ ଅନ୍ୟମାନଙ୍କର ସମ୍ପୃକ୍ତି ରହିଛି। ତେବେ ଘଟଣାର ତଦନ୍ତ ଚାଲିଥିବାରୁ ନାମ କହିବା ଠିକ୍‌ ହେବ ନାହିଁ ବୋଲି ଅତିରିକ୍ତ ଏସ୍‌ପି ପଣ୍ଡା କହିବା ସହ ତଦନ୍ତ ସରିବା ପରେ ସମସ୍ତ ତଥ୍ୟ ଲୋକଲୋଚନକୁ ଆସିବ ବୋଲି କହିଥିଲେ। ସେହିପରି ଭକ୍ତନିବାସ ନାମରେ ଠକାମିର ଶିକାର ହୋଇଥିବା ଭକ୍ତମାନେ ପୁରୀ ପୋଲିସ ପାଖରେ ଉପଯୁକ୍ତ ପ୍ରମାଣ ଦେଖାଇ ସେମାନଙ୍କ ଅର୍ଥରାଶି ଫେରିପାଇବେ ବୋଲି ଶ୍ରୀମନ୍ଦିର ଉନୟନ ପ୍ରଶାସକ ଅଜୟ ଜେନା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

ଚାଞ୍ଜଲ୍ୟକର ଖୁଲାସା କଲେ ଭାଜପା ପ୍ରଭାରୀ: ବିଜେଡି ଛାଡିବେ..

ଭୁବନେଶ୍ୱର,୧୯।୪: ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେଡି ଛାଡୁଥିବା ନେତାମାନେ ଭାଜପାରେ ଯୋଗ ଦେବେ। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ...

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri