ମଥୁରାରୁ ଚାଲିଥିଲା ଠକେଇ କାରବାର

ପୁରୀ ଅଫିସ,୮ା୨: ସାଇବର ଠକେଇକୁ ନେଇ ଏବେ ଆକ୍ସନ ମୁଡ୍‌ରେ ପୁରୀ ପୋଲିସ। ଲୋକଙ୍କୁ ସଚେତନ କରାଇବା ସହ ସାଇବର ଠକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ରହିଥିବା ପୁରୀ ନୀଳାଚଳ ଭକ୍ତନିବାସ ନାମରେ ଫେକ୍‌ ଓ୍ବେବ୍‌ସାଇଟ୍‌ କରି ଲୋକଙ୍କୁ ଠକିବା ଅଭିଯୋଗରେ ପୋଲିସ ୨ଜଣଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରିଛି। ସେମାନେ ହେଲେ କେନ୍ଦୁଝର ଜିଲା ଆଗରପଡ଼ା ଚନ୍ଦନ ସିଂହ (୨୭) ଏବଂ ଭଦ୍ରକ ଜିଲାର ଗୌତମ ସାହୁ (୩୯)। ପୋଲିସ ସେମାନଙ୍କଠାରୁ ୫ଟି ବିଭିନ୍ନ କମ୍ପାନୀର ମୋବାଇଲ ଫୋନ ଜବତ କରିଥିବା ବେଳେ ୩୧ଟି ମୋବାଇଲ ସିମ୍‌ ଜବତ କରିଛି। ସେହିପରି ଗୋଟିଏ ବାୟୋମାଟ୍ରିକ୍‌ ଡିଭାଇସ୍‌ ଜବତ କରିଛି। ଏ ନେଇ ପୋଲିସ ନଂ.୨୬।୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ତେବେ ଏହି ସାଇବର ଠକେଇ ଉତ୍ତରପ୍ରଦେଶର ମଥୁରାରୁ କାରବାର ହେଉଥିଲା ବୋଲି ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ମିହିର ପଣ୍ଡା ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଗତ ନଭେମ୍ବର ୨୪ରେ ଶ୍ରୀମନ୍ଦିର ପ୍ରଶାସନର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସାଇବର ଥାନାରେ ଅଭିଯୋଗ କରିଥିଲେ ଯେ, ନୀଳାଚଳ ଭକ୍ତନିବାସ ନାମରେ ଫେକ୍‌ ବୁକିଂ କରାଯାଇ ଭକ୍ତଙ୍କଠାରୁ ଟଙ୍କା ଲୁଟ୍‌ କରାଯାଇଛି। ଉକ୍ତ ଅଭିଯୋଗକୁ ଆଧାର କରି ପୋଲିସ ପକ୍ଷରୁ ତଦନ୍ତ କରାଯାଇଥିଲା। ତଦନ୍ତ ବେଳେ କେତେଜଣ ଦୁର୍ବୃତ୍ତ ନୀଳାଚଳ ଭକ୍ତନିବାସ ନାମରେ ଏକ ଫେକ୍‌ ସାଇଡ କରି ଲୁଟ୍‌ କରୁଥିବା ଜଣାପଡିଥିଲା। ତେବେ ଯେଉଁ ଆକାଉଣ୍ଟରୁ ଟଙ୍କା ଲୁଟ୍‌ ହୋଇଥିଲା ତାହା ଉତ୍ତର ପ୍ରଦେଶର ମଥୁରା ଅଞ୍ଚଳର ବୋଲି ଜଣାପଡିଥିଲା। ଏପରିକି ଯେଉଁ ସିମ୍‌ ସାହାଯ୍ୟରେ ଏହି ଠକେଇ ହେଉଥିଲା, ସେହି ସିମ୍‌କୁ କେନ୍ଦୁଝର ଜିଲାର ଚନ୍ଦନ ଦେଇଥିଲେ। ଏହାପରେ ସାଇବର ପୋଲିସର ଏକ ଟିମ୍‌ କେନ୍ଦୁଝର ଯାଇ ଚନ୍ଦନକୁ ଗିରଫ କରିଥିଲେ। ସେଠାରେ ତାଙ୍କୁ ପଚରାଉଚରା କରି ଠକେଇରେ ସମ୍ପୃକ୍ତ ଗୌତମଙ୍କୁ ମଧ୍ୟ ଗିରଫ କରି ପୁରୀ ଆଣିଥିଲେ। ଉଭୟଙ୍କୁ ପଚାରିବା ବେଳେ ଚନ୍ଦନ ଏକ ମୋବାଇଲ କମ୍ପାନୀରେ କାର୍ଯ୍ୟ କରିବା ସହ ଗୋଟିଏ ମୋବାଇଲ ଦୋକାନ ମଧ୍ୟ କରିଛନ୍ତି। ନିଜ ଦୋକାନରେ ସିମ୍‌ଗୁଡିକୁ ଅନ୍ୟ ଲୋକଙ୍କ ନାମରେ ଆକ୍ଟିଭ କରି ଭଦ୍ରକର ଗୌତମଙ୍କୁ ଦେଉଥିଲେ। ପରେ ଉକ୍ତ ସିମ୍‌ଗୁଡିକୁ ଗୌତମ ରାଜସ୍ଥାନର ହଲବର ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଦେଉଥିଲେ। ସେଠାରୁ ସିମ୍‌ ବିଭିନ୍ନ ମାଧ୍ୟମରେ ଅଲଗା ସ୍ଥାନକୁ ଯାଉଥିଲା। ଏପରିକି ମଥୁରାକୁ ମଧ୍ୟ ଉକ୍ତ ସିମ୍‌ ଯାଇଥିଲା। ସେଠାରେ ଏଭଳି ଆପରାଧିକ ସାଇବର ଠକେଇ କାର୍ଯ୍ୟ ହେଉଥିଲା।
ଅନ୍ୟପଟେ ଗୌତମ ଏପରି ସାଇବର କ୍ରାଇମ ଘଟଣାରେ ଦିଲ୍ଲୀ ପୋଲିସ ଦ୍ୱାରା ଗିରଫ ହୋଇ ଗତ ଅକ୍ଟୋବରରେ ଜେଲ ଯାଇଥିଲା। ଉକ୍ତ ଘଟଣାରେ ଅନ୍ୟମାନଙ୍କର ସମ୍ପୃକ୍ତି ରହିଛି। ତେବେ ଘଟଣାର ତଦନ୍ତ ଚାଲିଥିବାରୁ ନାମ କହିବା ଠିକ୍‌ ହେବ ନାହିଁ ବୋଲି ଅତିରିକ୍ତ ଏସ୍‌ପି ପଣ୍ଡା କହିବା ସହ ତଦନ୍ତ ସରିବା ପରେ ସମସ୍ତ ତଥ୍ୟ ଲୋକଲୋଚନକୁ ଆସିବ ବୋଲି କହିଥିଲେ। ସେହିପରି ଭକ୍ତନିବାସ ନାମରେ ଠକାମିର ଶିକାର ହୋଇଥିବା ଭକ୍ତମାନେ ପୁରୀ ପୋଲିସ ପାଖରେ ଉପଯୁକ୍ତ ପ୍ରମାଣ ଦେଖାଇ ସେମାନଙ୍କ ଅର୍ଥରାଶି ଫେରିପାଇବେ ବୋଲି ଶ୍ରୀମନ୍ଦିର ଉନୟନ ପ୍ରଶାସକ ଅଜୟ ଜେନା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri