Advertisement
Posted inଜାତୀୟ

ଆଇଏଏସ୍‌ ଟିନା ଡାବିଙ୍କ ନାଁ ନେଇ ଠକେଇ ଅଭିଯୋଗ

ଜୟପୁର,୯।୭: ରାଜସ୍ଥାନର ଜୈସଲମେର ଜିଲାପାଳ ଟିନା ଡାବିଙ୍କ ନାଁ ନେଇ ଠକେଇ ଅଭିଯୋଗ ହୋଇଛି। ହ୍ବାଟ୍‌ସଆପ୍‌ରେ ଟିନା ଡାବିଙ୍କ ଫଟୋ ରଖି ଜଣେ ବ୍ୟକ୍ତି ଆମାଜନ ଉପହାର କାର୍ଡ ମାଗିଥିଲେ। ଟିନା ଡାବି ଏହି ସୂଚନା ଜୈସଲମେର ଏସପିଙ୍କୁ ଦେଇଥିଲେ।
ୟୁଆଇଟି ସଚିବ ସୁନୀତା ଚୌଧୁରୀ ତାଙ୍କ ହ୍ବାଟ୍‌ସଆପ୍‌ରେ ଏକ ମେସେଜ୍‌ ପାଇଥିଲେ। ଏହି ମେସେଜ୍‌ ଆସିଥିବା ନମ୍ବରର ଫ୍ରୋଫାଇଲ୍‌ ଫଟୋ ଥିଲେ ଟିନା ଡାବିଙ୍କ ଥିଲା କିନ୍ତୁ ମୋବାଇଲ ନମ୍ବର ଅଲଗା ଥିଲା। ଅଭିଯୁକ୍ତ ସୁନୀତାଙ୍କୁ ଆମାଜନ ଉପହାର କାର୍ଡ ବିଷୟରେ ପଚାରିଥିଲେ। ମେସେଜ୍‌ଟି ଭଲ ଇଂରାଜୀରେ ଲେଖା ହୋଇଥିଲା। ସୁନୀତା କହିଛନ୍ତି, ମୁଁ ନିଶ୍ଚିତ ଥିଲି ଯେ, ଟିନା ମ୍ୟାଡାମଙ୍କ କିଛି କାମ ଥିବ କିନ୍ତୁ ମୁଁ ଆମାଜନ ବ୍ୟବହାର କରେ ନାହିଁ, ତେଣୁ ଏ ବିଷୟରେ ଅଧିକ ଜାଣି ନ ଥିଲି। ମୁଁ ମ୍ୟାଡାମଙ୍କ ଫୋନ କରିଥିଲି। ତା’ପରେ ଜାଣିଲି ଯେ ସେ ଏପରି କୌଣସି ମେସେଜ୍‌ ପଠାଇ ନାହାଁନ୍ତି।

ଜିଲାପାଳ ଟିନା ଡାବି ଜୈସଲମେର ଏସପିଙ୍କୁ ଏହି ବିଷୟରେ ସୂଚନା ଦେଇଥିଲେ। ଏସପି ନମ୍ବର ଯାଞ୍ଚ୍‌ କରିବାରୁ ମେସେଜ୍‌ଟି ଡୁଙ୍ଗରପୁରରୁ ଆସିଥିବା ଜଣାପଡିଥିଲା। ଡୁଙ୍ଗରପୁରର ଏସପି ଏହି ଘଟଣାରେ ଜଣେ ଯୁବକଙ୍କୁ ଗିରଫ କରିଛନ୍ତି। ଏହି ଘଟଣା ପରେ ଜିଲାପାଳ ଟିନା ଡାବି ଲୋକମାନଙ୍କୁ ନିବେଦନ କରି କହିଥିଲେ ଯେ, ତାଙ୍କର କେବଳ ଗୋଟିଏ ନମ୍ବର ଅଛି, ଯାହା ସରକାରୀ ଅଟେ। ତେଣୁ ଲୋକମାନେ ସାବଧାନ ରୁହନ୍ତୁ। ଏହିପରି ମେସେଜ୍‌ ପାଇବା ପରେ ତୁରନ୍ତ ପୋଲିସର ଅଭିଯୋଗ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଅଧରାତିରେ ଆଇପିଏସ୍‌ ସ୍ତରରେ ଅଦଳବଦଳ କଲେ ଯୋଗୀ ସରକାର

ଲକ୍ଷ୍ନୌ,୩।୯: ଯୋଗୀ ସରକାରଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପରେ ପ୍ରଥମ ଥର ପ୍ରଶାସନିକ ବିଭାଗରେ ଅଦଳବଦଳ କରାଯାଇଛି। ସୋମବାର ବିଳମ୍ବିତ ରାତିରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ...

ମିଗ୍‌-୨୧ ବିମାନ ଉଡାଇ କାରଗିଲ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ବାୟୁସେନାର ମୁଖ୍ୟ

ଚଣ୍ଡିଗଡ଼,୨୭।୫: ଭାରତୀୟ ବାୟୁସେନାର ମୁଖ୍ୟ ବିଏସ୍‌ ଧନଓ୍ବା କାରଗିଲ ଶହୀଦଙ୍କୁ ନିଆରା ଢ଼ଙ୍ଗରେ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି। ୩ ଦିନିଆ ଗ୍ରସ୍ତରେ କାରଗିଲ ଯାଇଥିବା ବିଏସ୍‌ ଧନଓ୍ବା...

୨୪ ଘଣ୍ଟାରେ ୮ ହଜାର ୯୦୯ ନୂଆ ଆକ୍ରାନ୍ତ ଚିହ୍ନଟ: କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ଟପିଲା

ନୂଆଦିଲ୍ଲୀ,୩।୬ : ମହାମାରୀ କରୋନା ଭାରତରେ କାୟା ବିସ୍ତାର କରିଚାଲିଛି। ଗତ ୨୪ ଘଣ୍ଟାରେ ଦେଶରେ ୮ ହଜାର ୯୦୯ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।...

ଅଭିନେତା ବିଜୟଙ୍କ ବିରୋଧରେ ଆରେଷ୍ଟ ଓ୍ବାରେଣ୍ଟ

ଥିରୁଭାନନ୍ତପୁରମ,୧୦।୫: ମାଲୟାଲମ ଅଭିନେତା ବିଜୟ ବାବୁଙ୍କ ବିରୋଧରେ ଇରକାକେୁଲମ କୋର୍ଟ ଆରେଷ୍ଟ ଓ୍ବାରେଣ୍ଟ ଜାରି କରିଛି। ବିଜୟ ଏବେ ଫେରାର୍‌ ଥିବାବେଳେ ଓ୍ବାରେଣ୍ଟ ପରେ ପୋଲିସ...

ଗ୍ୟାସ୍‌ ଫାଟି ବିଧାୟକ ଏବଂ ତାଙ୍କ ସ୍ତ୍ରୀ ଗୁରୁତର

ପାଟନା, ୨୮।୫: ରୋଷେଇ ଗ୍ୟାସ୍‌ ଫାଟି ବିହାରର ଜଣେ ବିଧାୟକ ଏବଂ ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ଦୁହିଁଙ୍କୁ ପାଟନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।...

ମାତା-ପିତାଙ୍କ ଆଶୀର୍ବାଦ ନେଇ ଭୋଟ ଦେଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୮।୨: ଦିଲ୍ଲୀର ୭୦ ବିଧାନସଭା ଆସନ ପାଇଁ ଭୋଟିଂ ଜାରି ରହିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମାତା ଗୀତା ଦେବୀ ଏବଂ ପିତା ଗୋବିନ୍ଦରାମ କେଜରିଓ୍ବାଲଙ୍କ...

୫୨ ଦିନ ପରେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ପାର୍ଶ୍ୱରେ ପହଞ୍ଚିବ ଚନ୍ଦ୍ରାୟନ-୨

ନୂଆଦିଲ୍ଲୀ,୧୪।୭: ଭାରତର ଚନ୍ଦ୍ର ମିଶନ ଅନ୍ତର୍ଗତ ଚନ୍ଦ୍ରାୟନ-୨ ଜୁଲାଇ ୧୪-୧୫ ଭୋର୍‌ ୨ଟା ୫୧ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ଇସ୍ରୋର ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଉତ୍‌କ୍ଷେପଣ...

ମମତାଙ୍କ ଚିଠିର ଉତ୍ତର ଦେଲେ ସୀତାରମନ

ନୂଆଦିଲ୍ଲୀ,୯।୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅକ୍ସିଜେନ ଏବଂ କୋଭିଡ୍‌ ଔଷଧ ଉପରୁ ଜିଏସ୍‌ଟି ଛାଡ଼ କରିବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ। ଅର୍ଥମନ୍ତ୍ରୀ ନିର୍ମଳା...

Advertisement
Archives

Model This Week