ଠକେଇ ଟଙ୍କାରେ ଗାଡ଼ି ସଉକ

ଭୁବନେଶ୍ୱର,୫।୫ (ବ୍ୟୁରୋ): ମୋତେ ଟଙ୍କା ଦିଅ ମୁଁ ତୁମକୁ ଚାକିରି ଦେବି । ସରକାରୀ ହେଉ ବା ବେସରକାରୀ, ଟଙ୍କା ଦେଲେ ସହଜରେ ମିଳିଯିବ। ଏମିତି କହି ଚାକିରି ଆଶାୟୀ ଯୁବତୀଯୁବକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଧୃତ ଠକଙ୍କୁ ମଞ୍ଚେଶ୍ୱର ଥାନା ପୋଲିସ ଗିରଫ କରିଛି। ସେ ହେଲେ ଏହି ଥାନା ଅନ୍ତର୍ଗତ ସପ୍ତଶତୀ ବିହାରରେ ରହୁଥିବା ମୟୂରଭଞ୍ଜର ଦେବବ୍ରତ ପଲେଇ(୨୧)। ତେବେ ଉକ୍ତ ଠକେଇ ଟଙ୍କାରେ ସେ ଦାମୀ ଗାଡି କିଣିବା ସହ ଅୟସ ଜୀବନ ବିତାଉଥିଲେ। ପୋଲିସ ଏହା ଜାଣିବା ପରେ ତାଙ୍କ ମହିନ୍ଦ୍ରା ଥର୍‌ ଗାଡି, ଗୋଟିଏ ଦାମୀ ବାଇକ୍‌ ସମେତ ଚାକିରି ଆଶାୟୀଙ୍କ ସିଭି, କିଛି ରସିଦ ଆଦି ଜବତ କରିଛି। ଅନୁଗୋଳର ୩ଜଣ ଯୁବକଙ୍କୁ କନଷ୍ଟେବଲ ଚାକିରି ଦେବା ନାଁରେ ୧୩ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ପୋଲିସ ଏକ ମାମଲା (ନଂ.୧୮୩/୨୩) ରୁଜୁ କରି ଅଭିଯୁକ୍ତ ଦେବବ୍ରତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା। ଜାମିନ ନ ମିଳିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏଥିସହ ତାଙ୍କ ଅଫିସକୁ ମଧ୍ୟ ସିଲ କରାଯାଇଛି। ତେବେ ଏହି ଠକେଇ ଟଙ୍କା ବଢିପାରେ ବୋଲି ଜୋନ୍‌-୫ ଏସିପି ସଞ୍ଜୀବ ଶତପଥୀ ଖବରଦାତା ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ତାଙ୍କ ନାମରେ ଜଣେ ଯୁବତୀ ମଧ୍ୟ ଠକେଇ ଅଭିଯୋଗ ଆଣିଛନ୍ତି। ଅଭିଯୁକ୍ତ ଦେବବ୍ରତ ମେଡିକାଲରେ ଚାକିରି ଦେବାକୁ କହି ଯୁବତୀଙ୍କଠାରୁ ୫୦ ହଜାର ଟଙ୍କା ନେଇଥିଲେ। ଚାକିରି ନ ଦେଇପାରିବାରୁ ଯୁବତୀ ତାଙ୍କୁ ଟଙ୍କା ଫେରସ୍ତ ପାଇଁ କହିବାରୁ ସେ ତାଙ୍କୁ ଚାପୁଡା ମାରିବା ସହ ଧମକ ଦେଇଥିଲେ। ତେବେ ଠକେଇର ଶିକାର ହୋଇଥିବା ଜାଣିବା ପରେ ଏନେଇ ଯୁବତୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି । ତେବେ ଅଭିଯୁକ୍ତଙ୍କଠାରୁ ମିଳିଥିବା ସିଭିରୁ ସମସ୍ତ ପିଲାଙ୍କୁ ଡାକି ପଚରାଉଚରା କରାଯିବା ସହ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରାଯାଉଛି ବୋଲି ଥାନା ଅଧିକାରୀ ସୁଧୀର ସାହୁ କହିଛନ୍ତି।
ଅଭିଯୁକ୍ତ ଦେବବ୍ରତ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପଳାଶୁଣୀ, ସପ୍ତଶତୀ ବିହାରର ପ୍ଲଟ ନଂ.୨୯୪୩/୬୮୧୨ରେ ଡିଟୁ-ଏସ୍‌ ସଲ୍ୟୁଶନ ନାମକ ଏକ ପ୍ଲେସ୍‌ମେଣ୍ଟ୍‌ ଅଫିସ ଖୋଲି ଏହି ଠକେଇ ର଼୍ୟାକେଟ ଚଳାଇଥିଲେ। ସେ ବିଭିନ୍ନ ସୋସିଆଲ ପ୍ଲାଟ୍‌ଫର୍ମ ମାଧ୍ୟମରେ ବିଜ୍ଞାପନ ଦେବା ସହ ଯୁବତୀଯୁବକଙ୍କୁ ଚାକିରି ଦେବାର ପ୍ରତିଶ୍ରୁତି ଦେଇ ବିପୁଳ ଟଙ୍କା ଲୁଟୁଥିଲେ। ଅନୁଗୋଳର ବଳରାମ ପ୍ରଧାନଙ୍କ ବନ୍ଧୁ ମୃତ୍ୟୁଞ୍ଜୟ ଅଭିଯୁକ୍ତ ଦେବବ୍ରତଙ୍କୁ ଯୋଗାଯୋଗ କରିବାରୁ ସେ ଓଡ଼ିଶା ପୋଲିସ ସେବାରେ ନିଶ୍ଚିତ ଚାକିରି ଯୋଗାଇ ଦେବାକୁ କହିଥିଲେ। ସେହି ଅନୁସାରେ, ଗତ ମାର୍ଚ୍ଚ ୧୭ରେ ବଳରାମ ତାଙ୍କ ବାପା ଓ ଭାଇଙ୍କ ସହିତ ଦେବବ୍ରତଙ୍କ ଅଫିସକୁ ଆସିଥିଲେ। ସେଠାରେ ଚାକିରି କରାଇ ଦେବାକୁ ୨୦ ଲକ୍ଷ ଟଙ୍କା ଦାବି କରିଥିଲେ ଅଭିଯୁକ୍ତ ଦେବବ୍ରତ। କିଛିଦିନ ପରେ ଦେବବ୍ରତ ପୁନର୍ବାର ବଳରାମଙ୍କୁ ଯୋଗାଯୋଗ କରି ଆଉ ୨ଜଣ ଚାକିରି ଆଶାୟୀଙ୍କୁ ଯୋଗାଯୋଗ କରିବାକୁ କହିଥିଲେ। ବଳରାମ ମାର୍ଚ୍ଚ ୨୭ରେ ତାଙ୍କର ୨ଜଣ ବନ୍ଧୁଙ୍କୁ ନେଇ ଦେବବ୍ରତଙ୍କ ଅଫିସକୁ ଯାଇଥିଲେ ଓ ସେଠାରେ ତାଙ୍କୁ ୨ ଲକ୍ଷ ଟଙ୍କା ଦେଇଥିଲେ। ଏହିପରି ଭାବରେ ଅଭିଯୁକ୍ତ ଦେବବ୍ରତ କନଷ୍ଟେବଲ ଚାକିରି କରାଇ ଦେବାକୁ କହି ବଳରାମ ଓ ତାଙ୍କର ଦୁଇ ବନ୍ଧୁ ବସନ୍ତ ଏବଂ ମାନସଙ୍କଠାରୁ ନଗଦ ଓ ଫୋନ ପେ’ ଜରିଆରେ ସେମାନଙ୍କଠାରୁ ୧୩ ଲକ୍ଷ ଟଙ୍କା ନେଇଥିଲେ। ଗତ ଏପ୍ରିଲ ୫ରେ କନଷ୍ଟେବଲ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ସେଥିରେ ବଳରାମ କିମ୍ବା ତାଙ୍କର ବନ୍ଧୁଙ୍କ ନାମ ନ ଥିବାରୁ ସେମାନେ ଦେବବ୍ରତଙ୍କୁ ଯୋଗଯୋଗ କରିଥିଲେ। ଏନେଇ ଦେବବ୍ରତ ନିଯୁକ୍ତି ଦେବା ପାଇଁ ନିଶ୍ଚିତ କରାଇବା ସହ ନାନା ବାହାନା ଦେଖାଇ ପୁନର୍ବାର ୫୦ ହଜାର ଟଙ୍କା ଦେବା ପାଇଁ କହିଥିଲେ। ଏଥିରେ ବଳରାମ ଓ ତାଙ୍କର ବନ୍ଧୁଙ୍କର ସନ୍ଦେହ ହେବାରୁ ସେମାନେ ଠକାମିର ଶିକାର ହୋଇଥିବା ଜାଣିପାରି ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପଚରାଉଚରାବେଳେ ଅଭିଯୁକ୍ତ ନିଜର ଦୋଷ ସ୍ବୀକାର କରିବା ସହ ବିଳାସପୂର୍ଣ୍ଣ ଜୀବନ ଯାପନ କରିବା ପାଇଁ ସେ ଏହିପରି ଠକେଇ କରିଆସୁଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?