Posted inଜାତୀୟ

‘ଭାଜପା କାହିଁକି ଭୟ କରୁଛି…’ଜାତି ଜନଗଣନା ଉପରେ ରୋକ ଲାଗିବା ପରେ ପ୍ରତିକ୍ରିୟା ରଖିଲେ ଆରଜେଡି ସୁପ୍ରିମୋ

ପାଟନା,୫।୫: ବିହାରରେ ଚାଲିଥିବା ଜାତିଭିତ୍ତିକ ଜନଗଣନା ଉପରେ ପାଟନା ହାଇକୋର୍ଟ ଗୁରୁବାର ସ୍ଥଗିତାଦେଶ ଜାରି କରିଛନ୍ତି। ଏହାର ପରବର୍ତ୍ତୀ ଶୁଣାଣି ଜୁଲାଇ ୩ରେ ହେବ ବୋଲି କୋର୍ଟ କହିଛନ୍ତି। କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ବିହାରରେ ରାଜନୀତି ଆରମ୍ଭ ହୋଇଯାଇଛି। ଏହି ସମୟରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଭାଜପାକୁ ଟାର୍ଗେଟ କରିଛନ୍ତି। ଟୁଇଟ କରି କହିଛନ୍ତି, ଜନଗଣନା ହେଉଛି ଅଧିକାଂଶ ଲୋକଙ୍କ ଦାବି ଏବଂ ଏହା ଜାରି ରହିବ। ହେଲେ ଭାଜପା ଜାତି ଜନଗଣନାକୁ ଡରୁଛନ୍ତି କାହିଁକି? ଯିଏ ଜାତି ଜନଗଣନାକୁ ବିରୋଧ କରୁଛି ସେ ସେ ସମାନତା, ମାନବିକତାର ବିରୋଧୀ ଏବଂ ଉଚ୍ଚ-ନିଚ୍ଚ, ଦାରିଦ୍ର, ବେକାରୀ, ପଛୁଆବର୍ଗ, ସାମାଜିକ, ଅର୍ଥନୈତିକ ଭେଦଭାବର ସମର୍ଥକ। ଜାତି ଜନଗଣନାରେ ଭାଜପାର ଚତୁର କୌଶଳ ଏବଂ ଚତୁରତାକୁ ମୁଁ ବୁଝିସାରିଛି।

ଏହାପୂର୍ବରୁ ବିହାରର ଉପମୁଖ୍ୟମନ୍ତ୍ରୀ ତଥା ଲାଲୁଙ୍କ ସାନ ପୁଅ ତେଜସ୍ବୀ ଯାଦବ ମଧ୍ୟ ଗୁରୁବାର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ତେଜସ୍ବୀ କହିଛନ୍ତ, ଜାତିଭିତ୍ତିକ ଜନଗଣନା ଲୋକଙ୍କ ହିତ ପାଇଁ ଅଟେ। ଏହି ସର୍ବେକ୍ଷଣର ଦାବି ମଧ୍ୟ ଜନସାଧାରଣଙ୍କଠାରୁ ଆସିଥିଲା। ଏହି ସର୍ବେକ୍ଷଣର ଲାଭ ହେଉଛି ଦାରିଦ୍ର୍ୟ ଦୂର କରିବା, ପଛୁଆବର୍ଗ ଦୂର କରିବା ଏବଂ ସରକାରଙ୍କ ଯୋଜନାର ଲାଭ କିପରି ସମାଜର ଶେଷ ପର୍ଯ୍ୟାୟରେ ପହଞ୍ଚିବ। ଏହା ସବୁ ଥିଲା। ଲୋକଙ୍କ ଆର୍ଥିକ ଅବସ୍ଥା କ’ଣ? ଏହାକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା। ଏହି ସର୍ଭେ ଏକ ନିର୍ଦ୍ଦିଷ୍ଟ ଜାତି ବିଷୟରେ ନୁହେଁ, ଏହା ସମସ୍ତଙ୍କ ପାଇଁ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

Facebookରେ ଲାଇଭ୍‌ ଆସିଲେ,ବେକରେ ରଶି ଲଗାଇ ଝୁଲି ପଡ଼ିଲେ…ସ୍ତ୍ରୀଙ୍କ ସହ ବିବାଦ ପରେ…

ବରେଲୀ,୧୯।୮: ଉତ୍ତରପ୍ରଦେଶର ବରେଲୀ ଜିଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଜଣେ ଯୁବକ ଫେସବୁକ୍‌ରେ ଲାଇଭ୍ ଆସି ଆତ୍ମହତ୍ୟା…

କେବେ ବାନ୍ଧିବେ ରାକ୍ଷୀ? ୨୭ ନା ୨୮, ଜାଣନ୍ତୁ ତାରିଖ

ରାକ୍ଷୀ ପୂର୍ଣ୍ଣିମା ଏକ ଲୋକପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ…

ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନିତ କରିବ ପାକିସ୍ତାନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୧୯।୮: ପାକିସ୍ତାନ ସରକାର ମହମ୍ମଦ ଅଲୀ ଜିନ୍ନାଙ୍କ ଗୁରୁତର ଅସୁସ୍ଥତାକୁ ଗୋପନ ରଖିବା ଏବଂ ତାଙ୍କର ଚିକିତ୍ସା କରିଥିବା ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନ ଦେବାକୁ ଘୋଷଣା…

ପାକିସ୍ତାନକୁ ବିଶ୍ୱକପ୍‌ରୁ ବିଦା କଲା ଭାରତ

ନୂଆଦିଲ୍ଲୀ,୧୯।୮: FIH ହକି ବିଶ୍ୱକପ୍ ୨୦୨୬ ର ଏକ ରୋମାଞ୍ଚକର ମ୍ୟାଚ୍‌ରେ ଭାରତୀୟ ପୁରୁଷ ହକି ଦଳ ପାକିସ୍ତାନକୁ ୫-୩ ଗୋଲ୍‌ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri