ଚାକିରି, ବ୍ୟାଙ୍କ ଲୋନ୍‌ କରାଇବା ନାଁରେ ଠକେଇ

ନବରଙ୍ଗପୁର,୩୦ା୫(ବି.ପ୍ର.): ଚାକିରି ଓ ବ୍ୟାଙ୍କ ଲୋନ କରାଇଦେବା ନାଁରେ ଜଣେ ଯୁବକ ଶତାଧିକ ଲୋକଙ୍କଠାରୁ ଟଙ୍କା ଠକି ନେଇଥିବା ନବରଙ୍ଗପୁର ଥାନାରେ ଅଭିଯୋଗ ହୋଇଛି। ରବିବାର ନବରଙ୍ଗପୁର ଜିଲାର ଆସଙ୍ଗା, ନନ୍ଦାହାଣ୍ଡି, କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକର ଛତ୍ରଲା ଗାଁର ୨୦ରୁ ଊର୍ଦ୍ଧ୍ୱ ମହିଳା ପୁରୁଷ ନବରଙ୍ଗପୁର ଥାନାଧିକାରୀ ତାରିକ୍‌ ଅହମ୍ମଦଙ୍କୁ ଭେଟି ଅଭିଯୋଗପତ୍ର ଦେଇଛନ୍ତି।
ଏତଲାନୁଯାୟୀ, ନବରଙ୍ଗପୁର ଥାନା ଅଧୀନ କୁସୁମୀ ଗାଁର ସୁନୀଲ ହରିଜନ ଚାକିରି କରାଇ ଦେବା ନାଁରେ ପିଲିକା ଗାଁର ଟୁନି ଷଡ଼ଙ୍ଗୀଙ୍କଠାରୁ ୭୩ ହଜାର, ଆସଙ୍ଗା ଗାଁର ଗୌର ଭାତରା ଓ ବିଦ୍ୟାଧର ମାଝିଙ୍କଠାରୁ ୬୦ ହଜାର ଟଙ୍କା ଲେଖାଏଁ ନେଇଛନ୍ତି। ସେହିଭଳି ଗୁଡ଼ ତିଆରି ମେଶିନ ପାଇଁ ବ୍ୟାଙ୍କ ଲୋନ କରାଇ ଦେବା ବାବଦକୁ ୫୩୦୦ ଟଙ୍କା ନେଇଥିବା ଅଭିଯୋଗକାରୀମାନେ କହିଛନ୍ତି। ଅଭିଯୁକ୍ତ ଗୋଟିଏ ପରିବାରର ୯ ଜଣଙ୍କଠାରୁ ୧ ଲକ୍ଷ ଟଙ୍କା ଲେଖାଏ ଲୋନ କରାଇ ଦେବାକୁ କହି ୧୨ ହଜାର ଟଙ୍କା ଲେଖାଏ ଆଦାୟ କରିଛନ୍ତି। ରତନା ମାଙ୍ଗଲି ବାଇକ ୧୫ ହଜାର ଟଙ୍କାରେ ବନ୍ଧା ପକାଇ ସୁନୀଲଙ୍କୁ ୧୨ ହଜାର ଟଙ୍କା ଦେଇଥିଲେ। ପଦ୍ମିନୀ ବିଶୋଇ, ସବିତା ହରିଜନ, ମଙ୍ଗୁରୁ ଭତରା, ଜଳଧର ଭତରା ଓ ଦୂତୀ ମାଙ୍ଗଲିଙ୍କଠାରୁ ଅଭିଯୁକ୍ତ ୧୦ ହଜାର ଟଙ୍କା ଲେଖାଏ ନେଇଛନ୍ତି। ଚାକିରି ଓ ବ୍ୟାଙ୍କ ଲୋନ୍‌ ନ ହେଲେ ୨ ମାସ ମଧ୍ୟରେ ନେଇଥିବା ଟଙ୍କା ଫେରସ୍ତ ପାଇଯିବେ ବୋଲି ସୁନୀଲ କହିଥିଲେ। କିନ୍ତୁ ଏହା ମଧ୍ୟରେ ଟଙ୍କା ଦେବାର ୬ମାସ ବିତିଯାଇଛି। ଏବେ ସୁଦ୍ଧା ଚାକିରି, ବ୍ୟାଙ୍କ ଲୋନ୍‌ ଓ ଟଙ୍କା ଏହାମଧ୍ୟରୁ କିଛି ବି ମିଳିନି ବୋଲି ଅଭିଯୋଗକାରୀମାନେ କହିଛନ୍ତି। ସୁନୀଲ ନବରଙ୍ଗପୁର ସହରର ୨୬ ନମ୍ବର ଜାତୀୟ ରାଜପଥ କଡରେ ଏକ ଭଡ଼ା ଘରେ ଏହି କାରବାର କରୁଥିଲେ। ସେ ପ୍ରାୟ ୧୫୦ରୁ ଅଧିକ ମହିଳା ପୁରୁଷଙ୍କଠାରୁ ଟଙ୍କା ନେଇଛନ୍ତି। ଏବେ ସେ ଭଡା ଘରେ ନାହାନ୍ତି ଓ ଫୋନ କଲେ ମଧ୍ୟ ଉଠାଉ ନାହାନ୍ତି ବୋଲି ଅଭିଯୋଗକାରୀମାନେ କହିଛନ୍ତି। ନବରଙ୍ଗପୁର ଥାନା ପୋଲିସ ୨୫୩/୨୨ରେ ମାମଲା ରୁଜୁ କରିଛି। ଥାନାଧିକାରୀ ଘଟଣାର ତଦନ୍ତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଟୋ ଉପରେ ଚଢିଗଲା ଟ୍ରକ: ୩ ଘଟଣାସ୍ଥଳରେ ମୃତ, ୯ ଗୁରୁତର ଆହତ

ରାଇଘର,୨୧/୪: ନବରଙ୍ଗପୁର ଜିଲା ରାଇଘର ଥାନା ଅନ୍ତର୍ଗତ ଜୋଡେଙ୍ଗା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଅଟୋ ଓ ଟ୍ରକ ମୁହମୁହି ଧକ୍କା ହେବା ଫଳରେ...

ମାଣ୍ଡିଆ କିଣାର ଭିଜିଲାନ୍ସ ତଦନ୍ତ ଦାବି କଲେ ଚାଷୀ

ନବରଙ୍ଗପୁର,୨୧।୪,(ସଦାଶିବ ପ୍ରହରାଜ)ନବରଙ୍ଗପୁରରେ କର୍ନାଟକରୁ ଆସିଥିବା ଏକ ମାଣ୍ଡିଆ ବୋଝେଇ ଗାଡ଼ି ଶୁକ୍ରବାର ଜବତ ହୋଇଛି। ଏହାପରେ ଜିଲାରେ ମିଲେଟ ମିଶନ କିପରି କାର୍ଯ୍ୟକାରୀ ହେଉଛି ତାହାକୁ...

ବିଜେଡି ବିଧାୟକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ନାଏବ ସରପଞ୍ଚ

ନବରଙ୍ଗପୁର,୧୨।୪(ସଦାଶିବ ପ୍ରହରାଜ):ଋଣ ଦେବାକୁ କହି ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଏସ୍‌ଏଚ୍‌ଜି ମହିଳାଙ୍କୁ ବିଜେଡିରେ ମିଶାଉଥିବା ଅଭିଯୋଗ କରିଛନ୍ତି ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରି ପଞ୍ଚାୟତ ନାଏବ...

ମେ’, ଜୁନ୍‌ରେ ୪ ଦିନ ଡ୍ରାଏ ଡେ

ନବରଙ୍ଗପୁର,୭।୪(ସଦାଶିବ ପ୍ରହରାଜ)ନବରଙ୍ଗପୁର ଜିଲାରେ ଆଗାମୀ ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ, ସ୍ବଚ୍ଛ ଓ ଶାନ୍ତିଶୃଙ୍ଖଳାର ସହିତ ସୁଚାରୁରୂପେ ପରିଚାଳନା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ...

ଆଡ୍‌ମିଟ୍‌ କାର୍ଡ ପାଇଁ ଟଙ୍କା

ଚନ୍ଦାହାଣ୍ଡି, ୬।୪(ଦିଲୀପ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ସରକାରୀ ପାନାବେଡ଼ା ନୂତନ ହାଇସ୍କୁଲ ଛାତ୍ରୀଛାତ୍ରଙ୍କଠାରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆଡ୍‌ମିଟ୍‌ କାର୍ଡ ଦେବା...

ଭାଜପା ଲୋକସଭା ପ୍ରାର୍ଥୀଙ୍କ ଗାଡ଼ିକୁ ଅଣ୍ଡା ମାଡ଼

ପାପଡ଼ାହାଣ୍ଡି, ୨୮।୩(ସ୍ବପ୍ନଜିତ ପଟ୍ଟନାୟକ)ନବରଙ୍ଗପୁର ଜିଲା ମଇଦଲପୁର ହାଟପଦାଠାରେ ବୁଧବାର ଭାଜପାର ନବରଙ୍ଗପୁର ଲୋକ ସଭା ପ୍ରାର୍ଥୀ ବଳଭଦ୍ର ମାଝିଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି। ବଳଭଦ୍ର...

ସିସି କ୍ୟାମେରାରେ କାଦୁଅ ଲଗାଇ କରୁଥିଲେ ବ୍ୟାଙ୍କ ଚୋରି: ସାଇରନ ବାଜିବାରୁ…

ଉମରକୋଟ, ୨୨।୩(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ସହର ମାଁ ପେଣ୍ଡ୍ରାଣୀ ମନ୍ଦିର ନିକଟରେ ଥିବା ଉତ୍କର୍ଷ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କରେ କିଛି ଦୁର୍ବୁତ୍ତ ଲୁଟ୍‌...

ପିଇବା ପାଣି ପାଇଁ ପ୍ରକୃତି ସାହା

ତେନ୍ତୁଳିଖୁଣ୍ଟି,୨୨।୩(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ପାତ୍ରପୁଟ ପଞ୍ଚାୟତ କଳାହାଣ୍ଡି ସୀମାନ୍ତ ପାହାଡ଼ ତଳି ଗାଁ ଝରଣଗୁଡ଼ା। ଗ୍ରାମବାସୀଙ୍କ ପିଇବା ପାଣି ପାଇଁ ପ୍ରକୃତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri