ଚାକିରି, ବ୍ୟାଙ୍କ ଲୋନ୍‌ କରାଇବା ନାଁରେ ଠକେଇ

ନବରଙ୍ଗପୁର,୩୦ା୫(ବି.ପ୍ର.): ଚାକିରି ଓ ବ୍ୟାଙ୍କ ଲୋନ କରାଇଦେବା ନାଁରେ ଜଣେ ଯୁବକ ଶତାଧିକ ଲୋକଙ୍କଠାରୁ ଟଙ୍କା ଠକି ନେଇଥିବା ନବରଙ୍ଗପୁର ଥାନାରେ ଅଭିଯୋଗ ହୋଇଛି। ରବିବାର ନବରଙ୍ଗପୁର ଜିଲାର ଆସଙ୍ଗା, ନନ୍ଦାହାଣ୍ଡି, କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକର ଛତ୍ରଲା ଗାଁର ୨୦ରୁ ଊର୍ଦ୍ଧ୍ୱ ମହିଳା ପୁରୁଷ ନବରଙ୍ଗପୁର ଥାନାଧିକାରୀ ତାରିକ୍‌ ଅହମ୍ମଦଙ୍କୁ ଭେଟି ଅଭିଯୋଗପତ୍ର ଦେଇଛନ୍ତି।
ଏତଲାନୁଯାୟୀ, ନବରଙ୍ଗପୁର ଥାନା ଅଧୀନ କୁସୁମୀ ଗାଁର ସୁନୀଲ ହରିଜନ ଚାକିରି କରାଇ ଦେବା ନାଁରେ ପିଲିକା ଗାଁର ଟୁନି ଷଡ଼ଙ୍ଗୀଙ୍କଠାରୁ ୭୩ ହଜାର, ଆସଙ୍ଗା ଗାଁର ଗୌର ଭାତରା ଓ ବିଦ୍ୟାଧର ମାଝିଙ୍କଠାରୁ ୬୦ ହଜାର ଟଙ୍କା ଲେଖାଏଁ ନେଇଛନ୍ତି। ସେହିଭଳି ଗୁଡ଼ ତିଆରି ମେଶିନ ପାଇଁ ବ୍ୟାଙ୍କ ଲୋନ କରାଇ ଦେବା ବାବଦକୁ ୫୩୦୦ ଟଙ୍କା ନେଇଥିବା ଅଭିଯୋଗକାରୀମାନେ କହିଛନ୍ତି। ଅଭିଯୁକ୍ତ ଗୋଟିଏ ପରିବାରର ୯ ଜଣଙ୍କଠାରୁ ୧ ଲକ୍ଷ ଟଙ୍କା ଲେଖାଏ ଲୋନ କରାଇ ଦେବାକୁ କହି ୧୨ ହଜାର ଟଙ୍କା ଲେଖାଏ ଆଦାୟ କରିଛନ୍ତି। ରତନା ମାଙ୍ଗଲି ବାଇକ ୧୫ ହଜାର ଟଙ୍କାରେ ବନ୍ଧା ପକାଇ ସୁନୀଲଙ୍କୁ ୧୨ ହଜାର ଟଙ୍କା ଦେଇଥିଲେ। ପଦ୍ମିନୀ ବିଶୋଇ, ସବିତା ହରିଜନ, ମଙ୍ଗୁରୁ ଭତରା, ଜଳଧର ଭତରା ଓ ଦୂତୀ ମାଙ୍ଗଲିଙ୍କଠାରୁ ଅଭିଯୁକ୍ତ ୧୦ ହଜାର ଟଙ୍କା ଲେଖାଏ ନେଇଛନ୍ତି। ଚାକିରି ଓ ବ୍ୟାଙ୍କ ଲୋନ୍‌ ନ ହେଲେ ୨ ମାସ ମଧ୍ୟରେ ନେଇଥିବା ଟଙ୍କା ଫେରସ୍ତ ପାଇଯିବେ ବୋଲି ସୁନୀଲ କହିଥିଲେ। କିନ୍ତୁ ଏହା ମଧ୍ୟରେ ଟଙ୍କା ଦେବାର ୬ମାସ ବିତିଯାଇଛି। ଏବେ ସୁଦ୍ଧା ଚାକିରି, ବ୍ୟାଙ୍କ ଲୋନ୍‌ ଓ ଟଙ୍କା ଏହାମଧ୍ୟରୁ କିଛି ବି ମିଳିନି ବୋଲି ଅଭିଯୋଗକାରୀମାନେ କହିଛନ୍ତି। ସୁନୀଲ ନବରଙ୍ଗପୁର ସହରର ୨୬ ନମ୍ବର ଜାତୀୟ ରାଜପଥ କଡରେ ଏକ ଭଡ଼ା ଘରେ ଏହି କାରବାର କରୁଥିଲେ। ସେ ପ୍ରାୟ ୧୫୦ରୁ ଅଧିକ ମହିଳା ପୁରୁଷଙ୍କଠାରୁ ଟଙ୍କା ନେଇଛନ୍ତି। ଏବେ ସେ ଭଡା ଘରେ ନାହାନ୍ତି ଓ ଫୋନ କଲେ ମଧ୍ୟ ଉଠାଉ ନାହାନ୍ତି ବୋଲି ଅଭିଯୋଗକାରୀମାନେ କହିଛନ୍ତି। ନବରଙ୍ଗପୁର ଥାନା ପୋଲିସ ୨୫୩/୨୨ରେ ମାମଲା ରୁଜୁ କରିଛି। ଥାନାଧିକାରୀ ଘଟଣାର ତଦନ୍ତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ସ୍କୁଲ ଛୁଟି ପରେ ମଧ୍ୟାହ୍ନଭୋଜନ ଚାଉଳ ଅଟୋରେ ନେବା ଘଟଣା: ନିଲମ୍ବିତ ହେଲେ ପ୍ରଧାନଶିକ୍ଷୟିତ୍ରୀ

ଝରିଗାଁ,୧୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲାର ଝରିଗାଁ ବ୍ଲକ ଅନ୍ତର୍ଗତ ମାଝୀଗୁଡ଼ା ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଗତ ଶୁକ୍ରବାର ବିଦ୍ୟାଳୟ ଛୁଟି ହେବା ପରେ ଏକ ଅଟୋରେ…

ଅଭିରାମ ଲେଙ୍କାଙ୍କୁ ମିଳିଲା ଶ୍ରେଷ୍ଠ ଶିକ୍ଷକ ସମ୍ମାନ

ଝରିଗାଁ,୧୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଷ୍ଟାଡିୟମଠାରେ ଶନିବାର ଆୟୋଜିତ ୮୦ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଶ୍ରେଷ୍ଠ ଶିକ୍ଷକ ଭାବେ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri