ଶୋଷ ମେଣ୍ଟାଉଛି ଚୁଆ ପାଣି

ଦଶମନ୍ତପୁର, ୩୦ା୫ (ଡି.ଏନ୍‌.ଏ.): ଗ୍ରୀଷ୍ମପ୍ରବାହ ଯୋଗୁ ଶୁଖିଯାଉଛି କୂଅ, ନଳକୂଅ। ଟୋପାଏ ପାଣି ପାଇଁ ଗ୍ରାମବାସୀ ଡହଳବିକଳ ହେଉଛନ୍ତି। ପିଇବା ପାଣି ମୁନ୍ଦାଏ ପାଇଁ ବୁଲିବାକୁ ପଡୁଛି କେତେଆଡ଼। ଗୁହାରି କଲେ ବି କୌଣସି ଅଧିକାରୀ ଶୁଣୁନାହାନ୍ତି। ଏଭଳି ଅଭିଯୋଗ କରିଛନ୍ତି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅଧୀନ ଗାଦିଆଗୁଡା ପଞ୍ଚାୟତ ରାଣୀଗୁଡା ଗ୍ରାମବାସୀ।
ଗାଁରେ ୩୭ ପରିବାର ଆଦିବାସୀ କନ୍ଧ ସମ୍ପ୍ରଦାୟର ଲୋକମାନେ ବସବାସ କରନ୍ତି। ସେମାନଙ୍କ ମୁଖ୍ୟ ଜୀବିକା ପୋଡୁ ଚାଷ। ବିଶେଷ କରି ପିଇବା ପାଣିର ସୁବିଧା ନ ଥିବାରୁ ଗାଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘବର୍ଷ ହେଲା ଗାଁରେ ଏକମାତ୍ର ନଳକୂଅ ରହିଛି। ପୁରୁଣା ହୋଇଯିବା ଯୋଗୁ ସେଥିରୁ ମଧ୍ୟ ଭଲ ପାଣି ବାହାରୁ ନାହିଁ। ଖରା ଯୋଗୁ ନଳକୂଅ ମଧ୍ୟ ଶୁଖି ଯାଉଛି। ହେଲେ ପାଣି ପାଇଁ ଗ୍ରାମବାସୀ ବାରମ୍ବାର ପ୍ରଶାସନକୁ ଦାବି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଶେଷରେ କୌଣସି ବିକଳ୍ପ ନ ପାଇ ଗାଁ ନିକଟରେ ଥିବା ଏକ ଚୁଆରୁ ପାଇପ୍‌ ଯୋଗେ ବିଲ ପାଖରେ ଥିବା କୁଣ୍ଡରେ ସଂଯୋଗ କରି ସେଥିରୁ ପାଣି ସଂଗ୍ରହ କରୁଛୁ ବୋଲି ଗାଁର କିତଲ ଜାନୀ, ସଲୋପ ଜାନୀ, ହିରମେ ଜାନୀ ପ୍ରମୁଖ କହିଛନ୍ତି। ଦୂଷିତ ପାଣି ପିଇ ଗ୍ରାମବାସୀ ବିଭିନ୍ନ ସମୟରେ ରୋଗାକ୍ରାନ୍ତ ହେଉଥିବା ଗ୍ରାମବାସୀ କ୍ଷୋଭର ସହ ପ୍ରକାଶ କରିଛନ୍ତି। ଏସମ୍ପର୍କରେ ସ୍ଥାନୀୟ ପିଇଓ ସୁଶାନ୍ତ କୁମାର ଶତପଥୀଙ୍କୁ ଯୋଗାଯୋଗ କରିବାରୁ ଉକ୍ତ ଗାଁରେ ଏକ ନୂତନ ନଳକୂଅ ଖୋଳିବା ବ୍ୟବସ୍ଥା କରିବୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?