ପାକିସ୍ତାନକୁ ଫ୍ରାନ୍ସ ଦେଲା ବଡ ଝଟ୍‌କା

ପ୍ୟାରିସ,୨୧ ।୧୧: ଭାରତର ମିତ୍ର ଫ୍ରାନ୍ସ ପାକିସ୍ତାନ ସେନାକୁ ଏକ ବଡ ଝଟ୍‌କା ଦେଇଛି । ଫ୍ରାନ୍ସ ପାକିସ୍ତାନର ମିରାଜ ଫାଇଟର ଜେଟ୍‌, ଏୟାର ଡିଫେନ୍ସ ସିଷ୍ଟମ ଓ ଅଗୋସ୍ତା ୯୦ବି କ୍ଲାସର ସବମରିନକୁ ଅପଗ୍ରେଡ ନ କରିବାକୁ ନିଷ୍ପତ୍ତି ନେଇଛି । କୁହାଯାଉଛି କି ପୈଙ୍ଗାମ୍ବର ମୋହମ୍ମଦଙ୍କ କାର୍ଟୁନ ବିବାଦରେ ତୁର୍କିର ଇସାରାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋଙ୍କର ନିନ୍ଦା କରିଥିଲେ । ଏଥିରେ ଅସନ୍ତୁଷ୍ଟ ହୋଇ ଫ୍ରାନ୍ସ ଏବେ ପାକିସ୍ତାନ ଯୁଦ୍ଧ ବିମାନର ଅପଗ୍ରେଡ ନ କରିବାକୁ ସ୍ଥିର କରିଛି । ଗୋଟିଏ ପଟେ ପାକିସ୍ତାନ ମିରାଜ ଭଳି ଫାଇଟର ଜେଟମାଧ୍ୟମରେ ସେନାର ଶକ୍ତି ବୃଦ୍ଧି କରିବାକୁ ଚାହିଁ ବସିଥିବା ବେଳେ ଫ୍ରାନ୍ସର ଏଭଳି ନିଷ୍ପତ୍ତି ଏବେ ତାକୁ ଚିନ୍ତାରେ ପକାଇବ ନିଶ୍ଚୟ ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ନେଇ ହାଇ ଆଲର୍ଟ: ବୁହାନରେ ଥିବା ନିଜ ନାଗରିକଙ୍କୁ ଫେରାଇ ନେଇ ପାରୁନି ଜାପାନ

ଟୋକିଓ,୨୮।୧: ଚାଇନାର ବୁହାନରେ କରୋନା ଭୁତାଣୁ ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଇତିମଧ୍ୟରେ ଏଠାରେ ମୃତ୍ୟୁ ସଂଖ୍ୟା ୧୦୬ରେ ପହଞ୍ଚିଛି। କରୋନା ନେଇ ଜାପାନ ସରକାର...

ମଣିଷ ମନର କଥା ଏବେ ସହଜରେ ଜାଣିହେବ: ରହିବନି କିଛି ଲୁଚାଛପା…

ଓ୍ବାଶିଂଟନ, ୨୯।୮: ଏଣିକି ମଣିଷର ମସ୍ତିଷ୍କ ପଢ଼ିହେବ। ମଣିଷ ଯାହା ଚିନ୍ତା କରୁଛି ତାହା ଏବେ ସହଜରେ ଜାଣି ହେବ। ଏଲନ୍‌ ମସ୍କ୍‌ଙ୍କ କମ୍ପାନୀ ନ୍ୟୁରୋଲିଙ୍କ୍‌...

କରୋନା ସଂକ୍ରମଣରୁ ଦୂରେଇ ରଖିବ ଏହି ଔଷଧ

ସିକାଗୋ, ୧୬।୮: କରୋନା ମହାମାରୀ ଯୋଗୁ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ରୁଷ୍‌ ଏବଂ ଚାଇନାରେ କରୋନା ଟୀକା ମଧ୍ୟ ପ୍ରସ୍ତୁତି ସରିଛି। ତେବେ ସଂକ୍ରମଣରୁ...

‘ଲକ୍‌ଡାଉନ ଯଥେଷ୍ଟ ନୁହେଁ’

ନୂଆଦିଲ୍ଲୀ/ଲଣ୍ଡନ,୨୩ା୩: କରୋନା ମୁକାବିଲା ଲାଗି ଲକ୍‌ଡାଉନକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ବିରୋଧ କରିଛି। ଏକସଙ୍ଗେ ଯଥେଷ୍ଟ ଜନସ୍ବାସ୍ଥ୍ୟଜନିତ ପଦକ୍ଷେପ ନିଆ ନ ଗଲେ ଏହି...

୨ ସପ୍ତାହ ମଧ୍ୟରେ ହେବ ଆଫଗାନିସ୍ତାନ-ତାଲିବାନ୍‌ ଶାନ୍ତି ଆଲୋଚନା

କାବୁଲ,୨୮।୭: ଆଫଗାନିସ୍ତାନ ସରକାର ଏବଂ ତାଲିବାନ୍‌ ଆତଙ୍କବାଦୀ ସଂଗଠନ ମଧ୍ୟରେ ଶାନ୍ତି ଆଲୋଚନା ୨ ସପ୍ତାହ ମଧ୍ୟରେ ହେବାର ସମ୍ଭାବନା ରହିଛି। ଏନେଇ ଆଫଗାନିସ୍ତାନ ଶାନ୍ତି...

କରୋନା ସହ ଲଢିବାକୁ ଆମେରିକାରେ ନେତୃତ୍ୱର ଅଭାବ ରହିଛି: ଓବାମା

ଓ୍ବାଶିଂଟନ,୧୭।୫: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଆମେରିକାରେ ଦେଖାଦେଇଥିବା କରୋନା ଭାଇରସ ସଂକ୍ରମଣକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱକୁ ଉପରେ ପରୋକ୍ଷରେ ପ୍ରଶ୍ନ...

ମାଗଣା ଖାଦ୍ୟ ପାଇଁ ଧାଁ ଦୌଡ ବେଳେ ୨୦ ମୃତ

ନିୟାମେ,୧୮।୨: ଆଫ୍ରିକୀୟ ଦେଶ ନାଇଜରରେ ମାଗଣା ଖାଦ୍ୟ ପାଇବାକୁ ଧାଁ ଦୌଡ ହେଉଥିବା ବେଳେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ...

ବିତ୍ତଶାଳୀ ଆମେରିକାରେ କରୋନା ତାଣ୍ଡବ: ଅନ୍ତିମ ସଂସ୍କାର ନ କରି ମୃତଦେହକୁ ରାସ୍ତାକଡ଼ରେ ଛାଡିଯାଉଛନ୍ତି ଲୋକେ; ଚିକିତ୍ସା ପାଇଁ ପାଖରେ ନାହିଁ ଅର୍ଥ

ଓ୍ବାଶିଂଟନ,୨୦।୪: କରୋନା ସଂକ୍ରମଣର ତାଣ୍ଡବ ଯୋଗୁ ବିତ୍ତଶାଳୀ ଆମେରିକାର ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଲକ୍‌ ଡାଉନ୍‌ ଯୋଗୁ ଲୋକଙ୍କ ଆର୍ଥିକ ସ୍ଥିତି ଖରାପ ହେବାରେ...


Coronavirus Update

Archives

Model This Week

Why Dharitri