Posted inଖେଳ

ପାରାଗୁଏକୁ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ଫ୍ରାନ୍ସ

ଫିଲାଡେଲଫିଆ, ୫ା୭: ପେନାଲ୍ଟି କିକ୍‌ରୁ କିଲିଆନ ଏମ୍‌ବାପେଙ୍କ ଗୋଲ ବଳରେ ରବିବାର ଖେଳାଯାଇଥିବା ରାଉଣ୍ଡ ଅଫ୍‌-୧୬ ମ୍ୟାଚ୍‌ରେ ଫ୍ରାନ୍ସ ୧-୦ ଗୋଲରେ ପାରାଗୁଏକୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଏହି ଗୋଲ ସହ ଏମ୍‌ବାପେ ବିଶ୍ୱକପ୍‌ ଇତିହାସରେ ସର୍ବାଧିକ ୨୦ ଗୋଲ କରିଥିବା ଆର୍ଜେଣ୍ଟିନାର ଲିଓନେଲ ମେସିଙ୍କଠାରୁ ଗୋଟିଏ ଗୋଲ ପଛରେ ରହିଛନ୍ତି।

ଏଥିସହିତ ସେ ଟୁର୍ନାମେଣ୍ଟର ଗୋଲ୍ଡେନ ବୁଟ ରେସରେ ଆର୍ଜେଣ୍ଟିନାର ଲିଓନେଲ ମେସିଙ୍କ ସମକକ୍ଷ ହୋଇଛନ୍ତି। ଦୁହେଁ ଏପର୍ଯ୍ୟନ୍ତ ୭ଟି ଲେଖାଏ ଗୋଲ କରିଛନ୍ତି। ଏହି ରେସରେ ନରଓ୍ବେର ଏର୍ଲିଂ ହାଲାଣ୍ଡ ଓ ଇଂଲଣ୍ଡର ହାରୀ କେନ ମଧ୍ୟ ରହିଛନ୍ତି। ଉଭୟଙ୍କ ନାମରେ ୫ଟି ଲେଖାଏ ଗୋଲ ରହିଛି। ଫ୍ରାନ୍ସ ତା’ର କ୍ୱାର୍ଟର ଫାଇନାଲରେ ମରକ୍କୋକୁ ଭେଟିବ। ଏହି ଦଳ ଶନିବାର ତା’ର ପ୍ରି-କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ସହ ଆୟୋଜକ କାନାଡାକୁ ୩-୦ ଗୋଲରେ ହରାଇଥିଲା। ଗତ କାତାର ୨୦୨୨ ସଂସ୍କରଣରେ ମରକ୍କୋକୁ ସେମିଫାଇନାଲରେ ହରାଇ ଫ୍ରାନ୍ସ ଫାଇନାଲ ପହଞ୍ଚିଥିଲା।

୬୮,୩୨୪ ଦର୍ଶକଙ୍କ ଉପସ୍ଥିତିରେ ଫିଲାଡେଲଫିଆ ଷ୍ଟାଡିୟମରେ ଖେଳାଯାଇଥିବା ଏହି ଅତ୍ୟଧିକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ର ପ୍ରଥମାର୍ଦ୍ଧ ଗୋଲ ଶୂନ୍ୟ ରହିଥିଲା। ଦ୍ୱିତୀୟାର୍ଦ୍ଧର ୭୦ତମ ମିନିଟ୍‌ରେ ପାରାଗୁଏ ମିଡ୍‌ଫିଲ୍ଡର ଡିଏଗୋ ଗୋମେଜ ବକ୍ସ ମଧ୍ୟରେ ଡିଜାୟର ଡୋଙ୍କୁ ଟାକେଲ କରିଥିଲେ। ଏଥିଯୋଗୁ ଫ୍ରାନ୍ସକୁ ମିଳିଥିବା ପେନାଲ୍ଟି କିକ୍‌କୁ ଏମ୍‌ବାପେ ଗୋଲରେ ପରିଣତ କରିଥିଲେ। ଏହା ୧୯ ବିଶ୍ୱକପ୍‌ ମ୍ୟାଚ୍‌ରେ ଏମ୍‌ବାପେଙ୍କ ଲାଗି ୧୯ତମ ଗୋଲ ଥିଲା। ଏମ୍‌ବାପେ ପ୍ରଥମ ଖେଳାଳି ଭାବେ ୩ ବିଶ୍ୱକପ୍‌ର ୩ ନକ୍‌ଆଉଟ୍‌ ମ୍ୟାଚ୍‌ରେ ଗୋଲ କରିଛନ୍ତି। ମ୍ୟାଚ୍‌ରେ ପାରାଗୁଏ ଦଳର ଖେଳାଳିମାନେ ଅତ୍ୟଧିକ ଫିଜିକାଲ ଗେମ୍‌ ଖେଳିଥିଲେ। ଏଥିଯୋଗୁ ମ୍ୟାଚ୍‌ ସମାପ୍ତି ଲାଗି ହ୍ବିସିଲ ବାଜିବା ପରେ ଏମ୍‌ବାପେ ପାଖରେ ଥିବା ପାରାଗୁଏ ଗୋଲକିପର ଅର୍ଲାଣ୍ଡୋ ଗିଲ୍‌ଙ୍କ ସହ ହାତ ମିଳାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ତୁମ ବାପା ମଧ୍ୟ ଅଟକାଇ ପାରିବେ ନାହିଁ…’ – ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଖୋଲା ଚ୍ୟାଲେଞ୍ଜ କଲେ ମନ୍ତ୍ରୀଙ୍କ ଝିଅ? ଉଠିଲାଣି ଝଡ଼

ହାଇଦ୍ରାବାଦ,୨୦।୮: ତେଲଙ୍ଗାନା କଂଗ୍ରେସ ଭିତରେ ଚାଲିଥିବା ବିଦ୍ରୋହ ଏବେ ଖୋଲା ଖୋଲି ଦେଖାଯାଇଛି। ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡିଙ୍କ କ୍ୟାବିନେଟର ଜଣେ ବରିଷ୍ଠ ମନ୍ତ୍ରୀଙ୍କ ଝିଅ ସାର୍ବଜନୀନ ଭାବରେ…

କ୍ଷୀର ଦେବା ବନ୍ଦକଲେ ମାଲିକ ଛାଡ଼ିଦେଉଛନ୍ତି ଗାଈ: ଫସଲ ଖାଇ କରୁଛନ୍ତି ନଷ୍ଟ

ଅମରପାଲି,୨୦ା୮(ପୀତାମ୍ବର ସାହୁ): ମାଲିକ ଗାଈ ପାଳନ କରି କ୍ଷୀର ବିକ୍ରି କରୁଛନ୍ତି। ଗାଈ କ୍ଷୀର ଦେଉଥିବା ପର୍ଯ୍ୟନ୍ତ ତାହାର ଯତ୍ନ ନେଉଛନ୍ତି। ହେଲେ କ୍ଷୀର ଦେବା ବନ୍ଦ…

ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ଚାଲିଆସିଲେ ହାତୀପଲ, ବନ କର୍ମଚାରୀ କଲେ ଏମିତି କାମ, ସମସ୍ତେ ଆଶ୍ଚର୍ଯ୍ୟ…

ଆସାମର ହୋଜାଇ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ରାଜଧାନୀ ଏକ୍ସପ୍ରେସ୍‌ ଯିବାକୁ ଥିବାବେଳେ ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ହାତୀପଲ…

ପ୍ରିନ୍ସିପାଲଙ୍କୁ ୨୭ ଥର ଛୁରା ମାଡ଼ କଲେ ଛାତ୍ର; ‘ବାବୁ’ ଶବ୍ଦ ଖୋଲିଲା…

ନାଲଗୋଣ୍ଡା,୨୦।୮: ତେଲଙ୍ଗାନା ନାଲଗୋଣ୍ଡା ଜିଲାର ଏକ ଘରୋଇ ସ୍କୁଲର ପ୍ରିନ୍ସିପାଲ ରୂପା ରେଡ୍ଡିଙ୍କୁ ତାଙ୍କ ଘରେ ହତ୍ୟା କରାଯିବାର ଏକ ସପ୍ତାହରୁ ଅଧିକ ସମୟ ପରେ, ପୋଲିସ…

ସୃଷ୍ଟି ହେଲା ଦୁର୍ଲଭ ରାଜଯୋଗ: କର୍କଟ ସମେତ ୫ ରାଶିଙ୍କ ଚମକିବ ଭାଗ୍ୟ, ଅଚାନକ ମିଳିବ ଖୁସିଖବର!

୨୦ ଅଗଷ୍ଟର ରାଶିଫଳ ଅନୁସାରେ, ଏହି ଦିନ ଚନ୍ଦ୍ରମା ଦିନ-ରାତି ବିଛା ରାଶିରେ ବିଶାଖା ପରେ ଅନୁରାଧା ନକ୍ଷତ୍ରରେ ଗୋଚର କରିବେ। ବିଛା ରାଶିରେ ଚନ୍ଦ୍ରମା ନୀଚସ୍ଥ…

ICC ରାଙ୍କିଂରେ ବଡ଼ ଓଲଟପାଲଟ: ଜୋ ରୁଟଙ୍କୁ ହଟାଇ ବିଶ୍ୱର ନମ୍ବର-୧ ଟେଷ୍ଟ ବ୍ୟାଟ୍ସମ୍ୟାନ ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୦।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ତା’ର ସଦ୍ୟତମ ରାଙ୍କିଂ ପ୍ରକାଶ କରିଛି। ହ୍ୟାରି ବ୍ରୁକ ବିଶ୍ୱର ନମ୍ବର-୧ ଟେଷ୍ଟ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ତାଙ୍କ ସାଥୀ ଜୋ…

ଶ୍ରାବଣରେ ଶାହରୁଖ ଖାନ୍‌ଙ୍କ ଘରୁ ବାହାରିଲା ସାପ ଯୋଡ଼ି: ଜାଣନ୍ତୁ ଘରେ ସାପ ଆସିବା କେଉଁ ସଙ୍କେତ ଦିଏ…

ହିନ୍ଦୁ ଧର୍ମୀୟ ଶାସ୍ତ୍ରରେ ସାପକୁ ପୂଜନୀୟ ମନେ କରାଯାଏ। ଭଗବାନ ଶିବ ମଧ୍ୟ ନିଜ ବେକରେ ନାଗକୁ ଧାରଣ କରିଥିବାରୁ ନାଗଙ୍କୁ ନେଇ ଧାର୍ମିକ ମାନ୍ୟତା ରହିଛି।…

ଇଣ୍ଡୋନେସିଆରେ ପୁଣି ୫.୭ ତୀବ୍ରତାର ଭୂମିକମ୍ପ

ଜାକର୍ତ୍ତା,୨୦।୮: ଇଣ୍ଡୋନେସିଆର ରୁଟେଙ୍ଗ ନିକଟରେ ୫.୭ ତୀବ୍ରତାର ଭୂମିକମ୍ପ ହୋଇଛି। USGS ଅନୁଯାୟୀ, ଏହାର କେନ୍ଦ୍ରସ୍ଥଳ ରୁଟେଙ୍ଗର ପ୍ରାୟ ୩୨ କିଲୋମିଟର ଉତ୍ତର-ଉତ୍ତରପୂର୍ବ (NNE) ରେ ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri