Posted inଖେଳ

ନକ୍‌ଆଉଟ୍‌ରେ ଫ୍ରାନ୍ସ

ଦୋହା (କାତାର), ୨୭।୧୧(ଏପି): ଡେନ୍‌ମାର୍କ ବିପକ୍ଷରେ ୨-୧ ଗୋଲରେ ବିଜୟ ହାସଲ କରି ଫ୍ରାନ୍ସ ଚଳିତ ବିଶ୍ୱକପରେ ପ୍ରଥମ ଦଳ ଭାବେ ନକ୍‌ଆଉଟ ପର୍ଯ୍ୟାୟରେ ପ୍ରବେଶ କରିଛି। ଦଳପକ୍ଷରୁ ଦୁଇଟି ଯାକ ଗୋଲ୍‌ କିଲିଆନ୍‌ ଏମ୍‌ବାପେ ସ୍କୋର କରିଥିଲେ। ମ୍ୟାଚର ତିନୋଟି ଯାକ ଗୋଲ୍‌ ଦ୍ୱିତୀୟାର୍ଦ୍ଧରେ ସ୍କୋର ହୋଇଥିଲା। ଏମ୍‌ବାପେ ୬୧ତମ ମିନିଟ୍‌ରେ ସ୍କୋର କରି ତାଙ୍କ ଦଳକୁ ପ୍ରଥମେ ଅଗ୍ରଣୀ କରାଇଥିଲେ। ଡେନ୍‌ମାର୍କ ଡିଫେଣ୍ଡର ୬୮ତମ ମିନିଟ୍‌ରେ ହେଡର ଜରିଆରେ ଗୋଲ୍‌ ସ୍କୋର କରି ମ୍ୟାଚକୁ ୧-୧ ସ୍ତରକୁ ନେଇ ଆସିଥିଲେ। ତେବେ ଏମ୍‌ବାପେ ୮୬ ତମ ମିନିଟ୍‌ରେ ତାଙ୍କର ଦ୍ୱିତୀୟ ତଥା ବିଜୟସୂଚକ ଗୋଲ୍‌ ସ୍କୋର କରିଥିଲେ। ଚାରିବର୍ଷ ପୂର୍ବେ ଫ୍ରାନ୍ସ ବିଶ୍ୱକପ୍‌ ଜିତିବା ବେଳେ ଏମ୍‌ବାପେ୍‌ ୪ ଗୋଲ୍‌ ସ୍କୋର କରିଥିଲେ। ତନ୍ମଧ୍ୟରେ ଫାଇନାଲରେ ଗୋଟିଏ ଗୋଲ ସାମିଲ। ଏହାକୁ ମିଶାଇ ଫ୍ରାନ୍ସ ତରଫରୁ ଖେଳି ୩୧ ଗୋଲ ସ୍କୋର କରିଛନ୍ତି। ଫ୍ରାନ୍ସ ଏହାର ଓପନିଂ ଗେମ୍‌ରେ ଅଷ୍ଟ୍ରେଲିଆକୁ ୪-୧ ଗୋଲ୍‌ରେ ପରାସ୍ତ କରିଥିବା ବେଳେ ଟ୍ୟୁନିସିଆ ବିପକ୍ଷରେ ଡେନ୍‌ମାର୍କ ଏହାର ମ୍ୟାଚ ଡ୍ର ରଖିଥିଲା। ଶନିବାର ଏକ ମ୍ୟାଚରେ ଅଷ୍ଟ୍ରେଲିଆ ଟ୍ୟୁନିସିଆକୁ ୧-୦ଗୋଲ୍‌ରେ ପରାସ୍ତ କରିଛି। ବୁଧବାର ଗ୍ରୁପ୍‌ ଡି’ର ଶେଷ ମ୍ୟାଚ ଗୁଡ଼ିକ ଖେଳାଯିବ। ସେଦିନ ଫ୍ରାନ୍ସ ବନାମ ଟ୍ୟୁନିସିଆ ଏବଂ ଅଷ୍ଟ୍ରେଲିଆ ବନାମ ଡେନମାର୍କ ମ୍ୟାଚ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ କେହି ନଥିବା ବେଳେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କଲେ ନବମ ଶ୍ରେଣୀ ଛାତ୍ର, ସହଯୋଗ କରିଥିଲେ….

ଦିଗପହଣ୍ଡି,୭ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁରେ ଅଭାବନୀୟ ଘଟଣା ଦେଖାଯାଇଛି । ଚଳିତ ବର୍ଷ ୧୦ମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇଥିବା ୧୫…

ଖାଲି କ୍ରିକେଟ ଖେଳିବାକୁ ଆସିନି, ୧୦-୨୦ ବର୍ଷ ଯାଏ ଡୋମିନେଟ୍‌ କରିବାକୁ ଚାହୁଁଛି: ବୈଭବଙ୍କ…

ନୂଆଦିଲ୍ଲୀ,୭।୬: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଦ୍ୱାରା ସାରା ବିଶ୍ୱକୁ ଚକିତ କରିଥିବା ୧୫ ବର୍ଷର ଯୁବ କ୍ରିକେଟରବୈଭବ ସୂର୍ଯ୍ୟବଂଶୀଙ୍କୁ ଶନିବାର ଦିନ ଏକ ବଡ଼…

ମର୍ମନ୍ତୁଦ ଦୁର୍ଘଟଣା: ବାପା-ଝିଅଙ୍କ ଉପରେ ମାଡ଼ିଗଲା ଟ୍ରକ, ଆଉ ତା’ପରେ…

ସୋର,୭।୬(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଉତ୍ତରେଶ୍ୱର ବସ୍‌ ଷ୍ଟପ୍‌ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ…

‘କକ୍ରୋଚ ଜନତା ପାର୍ଟି’, ପରେ ‘ପିମ୍ପୁଡ଼ି ଜନତା ପାର୍ଟି’ ନୂଆ ଦଳ ଗଠନ କଲେ ପୂର୍ବତନ ଭାଜପା ନେତା

ମେରଠ,୭।୬: ମେରଠରେ ଏକ ନୂଆ ରାଜନୈତିକ ଦଳ ଗଠନ ଘୋଷଣା କରାଯାଇଛି। ପୂର୍ବତନ ଭାଜପା ନେତା ଅନୁପ ରାଘବ ‘ଚିଣ୍ଟିି ଜନତା ପାର୍ଟି’ ନାମରେ ଏକ ସଂଗଠନ…

ଲଣ୍ଡା ହୋଇ ଶପଥ ନେଲେ…ଗ୍ରାମବାସୀ କହିଲେ ଆମେ ଆଉ ମଦ ପିଇବୁନି

ଆନନ୍ଦପୁର,୭ା୬(ସୁଶାନ୍ତ କୁମାର ସାହୁ ): ମଦ ପରିତ୍ୟାଗ କରି ୧୫ରୁ ଊର୍ଦ୍ଧ୍ବ ବ୍ୟକ୍ତି ଲଣ୍ଡା ହେବା ସହ ନଦୀରେ ବୁଡ଼ ପକାଇଛନ୍ତି ଏବଂ ଠାକୁରଙ୍କ ପାଖରେ ଶପଥ…

ଜଳୁଛି ଲକ୍ଷ୍ମୀପୁର… ଆଦିବାସୀ ଯୁବକଙ୍କୁ ଛୁରାମାଡ଼ ଘଟଣା, ଗିରଫ ଦାବିରେ ଦୋକାନ ଭାଙ୍ଗିଲେ ଆଦିବାସୀ

ଲକ୍ଷ୍ମୀପୁର,୭।୬(ଅନନ୍ତ ପ୍ରସାଦ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକରେ ଶନିବାର ସନ୍ଧ୍ୟାରେ କୌଣସି ଏକ ଘଟଣାକୁ ନେଇ ବଡ଼ ଶଙ୍ଖା ଗ୍ରାମରେ ଜଣେ ଆଦିବାସୀ ଯୁବକକୁ ଲକ୍ଷ୍ମୀପୁରର…

ଦାରିଙ୍ଗବାଡ଼ିର ୩ ବିଦ୍ୟାଳୟରେ ହେବ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ

ଦାରିଙ୍ଗବାଡ଼ି,୭ା୬(ଅରୁଣ ସାହୁ): ଶିକ୍ଷାର ବ୍ୟବସ୍ଥାରେ ଆଉ ଗୋଟିଏ ପାଦ ଆଗକୁ ବଢ଼ିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଛି ପଦକ୍ଷେପ। ରବିବାର କନ୍ଧମାଳ…

ବଡ଼ ହଲଚଲ! TMCରେ ଫାଟ ଭିତରେ ଦିଲ୍ଲୀ ଗସ୍ତ କଲେ ମମତା, ବୈଠକରେ ହୋଇପାରେ ବଡ଼ ନିଷ୍ପତ୍ତି

କୋଲକାତା,୭।୬: ସୋମବାର ଦିନ ଜାତୀୟ ରାଜଧାନୀ ଦିଲ୍ଲୀରେ ଇଣ୍ଡିଆ ବ୍ଲକ୍‌ର ଏକ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ଯୋଗଦେବା ପାଇଁ ଟିଏମ୍‌ସି ସୁପ୍ରିମୋ ମମତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri