Posted inଖେଳ

ଚତୁର୍ଥ ଟି୨୦: ଭାରତ ପାଇଁ କର ବା ମର ସ୍ଥିତି

ଅହମଦାବାଦ,୧୮।୩(ପି.ଟି.): ଇଂଲଣ୍ଡ ବିପକ୍ଷ ଚଳିତ ଟି୨୦ ସିରିଜରେ ଭାରତ କର ବା ମର ସ୍ଥିତିରେ ଉପନୀତ ହୋଇଛି। ୫ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ଭାରତ ୨-୧ରେ ପଛରେ ପଡିଥିବା ବେଳେ ଗୁରୁବାର ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚତୁର୍ଥ ଟି୨୦ ମ୍ୟାଚ୍‌ ଖେଳାଯିବ। ଫଳରେ ସିରିଜ ବଞ୍ଚାଇବାକୁ ହେଲେ ଭାରତକୁ ଏହି ମ୍ୟାଚ୍‌ରେ ବିଜୟୀ ହେବା ଅପରିହାର୍ଯ୍ୟ ହୋଇପଡିଛି। ଅନ୍ୟପଟେ ଇଂଲଣ୍ଡ ଏହି ମ୍ୟାଚ୍‌ ଜିତି ଆଗୁଆ ସିରିଜ ହାତେଇବା ଲକ୍ଷ୍ୟରେ ରହିଛି। ସିରିଜରେ ଏ ପର୍ଯ୍ୟନ୍ତ ଟସ୍‌ର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ଟସ୍‌ ଜିତିବା ଦଳ ମ୍ୟାଚ୍‌ ଜିତିଛି। ତେଣୁ ଭାରତକୁ ଏଥର ଟସ୍‌ର ଏହି ଭୂମିକାକୁ ପଛରେ ପକାଇ ଅଲରାଉଣ୍ଡ ପ୍ରଦର୍ଶନ ଉପରେ ଧ୍ୟାନଦେବାର ଆବଶ୍ୟକତା ରହିଛି। ପଛରେ ଚେଜ୍‌ କରିଥିବା ଦଳ ସହଜରେ ବିଜୟୀ ହେଉଥିବା ବେଳେ ଭାରତକୁ ଏହି ଧାରା ଭାଙ୍ଗିବାକୁ ହେବ।
ଆଗକୁ ଭାରତରେ ଟି୨୦ ବିଶ୍ୱକପ୍‌ ଆୟୋଜନ ହେବାକୁ ଯାଉଥିବା ବେଳେ ଅଧିନାୟକ ବିରାଟ କୋହଲି ପ୍ରଦର୍ଶନର ଉନ୍ନତି ଉପରେ ଗୁରୁତ୍ୱ ଦେଇଛନ୍ତି। ପ୍ରଥମେ ବ୍ୟାଟିଂ ହେଉ କି ପଛରେ ରନ୍‌ ଚେଜ୍‌ କରିବା ହେଉ ଦୁଇଟି ଯାକ ସ୍ଥିତିରେ ଭଲ କରିବାର ଆବଶ୍ୟକତା ରହିଛି। ୩ଟିରୁ ୨ଟି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ପରାସ୍ତ ହୋଇଛି। ପାଓ୍ବାରପ୍ଲେରେ ଭାରତ ସଂଘର୍ଷ କରୁଥିବାର ଲକ୍ଷ୍ୟ କରାଯାଇଛି। ଯାହାଫଳରେ ଭାରତ ବଡ଼ ସ୍କୋର ହାସଲ କରିବାରେ ବିଫଳ ହୋଇଛି। ଅବଶ୍ୟ ଶ୍ରେୟାସ ଆୟାର ଓ ବିରାଟ କୋହଲି ଭଲ ପ୍ରଦର୍ଶନ କରିଛନ୍ତି। ଓପନର ଲୋକେଶ ରାହୁଲ ବାରମ୍ବାର ବିଫଳ ହେଉଥିଲେ ମଧ୍ୟ କୋହଲି ତାଙ୍କୁ ସମର୍ଥନ କରିଛନ୍ତି। ରାହୁଲ ଓ ରୋହିତ ଶର୍ମା ଦଳର ପ୍ରଥମ ପସନ୍ଦର ଓପନିଂ ଯୋଡି ବୋଲି ସେ ସ୍ପଷ୍ଟ କରିଛନ୍ତି। ଗତ ୨-୩ ବର୍ଷ ମଧ୍ୟରେ ଏହି ଦୁଇ ବ୍ୟାଟ୍ସମ୍ୟାନ ଅନ୍ୟମାନଙ୍କଠାରୁ ଯଥେଷ୍ଟ ଭଲ ପ୍ରଦର୍ଶନ କରିଛନ୍ତି। ତେଣୁ ରାହୁଲ ପ୍ରଥମ ପସନ୍ଦର ଓପନିଂ ବ୍ୟାଟ୍ସମ୍ୟାନ। ତେଣୁ ରୋହିତ ଓ ରାହୁଲଙ୍କୁ ନେଇ ବ୍ୟସ୍ତ ଓ ଚିନ୍ତିତ ହେବାର କିଛି ନାହିଁ ବୋଲି କୋହଲି ସ୍ପଷ୍ଟ କରିଛନ୍ତି।
ପ୍ରଥମ ୬ ଓଭରରେ ଇଂଲଣ୍ଡର ଦୁଇ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଓ ମାର୍କ ଉଡ୍‌ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ବେଶ୍‌ ସମସ୍ୟାରେ ପକାଇଛନ୍ତି। ଉଇକେଟରେ ବାଉନ୍ସକୁ ନେଇ ଅନୁମାନ କରିବା କଷ୍ଟକର ହେଉଥିବାରୁ ବ୍ୟାଟ୍ସମ୍ୟାନ ଦ୍ୱନ୍ଦ୍ୱରେ ରହୁଛନ୍ତି। ଯାହାଫଳରେ ବ୍ୟାଟ୍ସମ୍ୟାନ ଭୁଲ ଶଟ୍‌ ଖେଳି ଆଉଟ ହେଉଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଓ ଓ୍ବାଶିଂଟନ ସୁନ୍ଦର ଥିବା ସତ୍ତ୍ୱେ ଆଉ ଜଣେ ଅଲରାଉଣ୍ଡରଙ୍କୁ ଦଳରେ ସାମିଲ କରାଯାଇପାରେ ବୋଲି କୋହଲି କହିଛନ୍ତି। ଏପରି ହେଲେ ରାହୁଲ ଟଓ୍ବୋଟିଆ କିମ୍ବା ଅକ୍ଷର ପଟେଲଙ୍କୁ ସୁଯୋଗ ମିଳିପାରେ। ଗତ ମ୍ୟାଚ୍‌ରେ କୋହଲି ୭୭ ରନର ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଥିଲେ ମଧ୍ୟ ଭାରତୀୟ ବୋଲରମାନେ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ସମସ୍ୟାରେ ପକାଇପାରି ନ ଥିଲେ। ଜୋଶ ବଟଲର ବିନା ଦ୍ୱିଧାରେ ସବୁଆଡକୁ ଶଟ୍‌ ଖେଳି ଭାରତକୁ ନିରାଶ କରିଥିଲେ। ଭାରତର ୧ ନମ୍ବର ସ୍ପିନର ୟୁଜବେନ୍ଦ୍ର ଚହଲ କେତୋଟି ଉଇକେଟ ହାସଲ କରିଥିଲେ ମଧ୍ୟ ବହୁ ପରିମାଣରେ ରନ ବ୍ୟୟ କରିଥିଲେ। ବୋଲିଂ ଅଲରାଉଣ୍ଡର ଭାବେ ଦଳକୁ ଫେରିଥିଲେ ମଧ୍ୟ ହାର୍ଦ୍ଦିକ ପାଣ୍ଡ୍ୟା ଏ ପର୍ଯ୍ୟନ୍ତ ଉଇକେଟ ହାସଲ କରିପାରିନାହନ୍ତି। ସେହିପରି ପ୍ରତ୍ୟାବର୍ତ୍ତନରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଅଭିଜ୍ଞ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ନୂଆ ବଲ୍‌ରେ ନିୟମିତ ଭାବେ ବ୍ରେକ୍‌ ଥ୍ରୁ ଦେବାର ଆବଶ୍ୟକତା ରହିଛି। ଅଫ୍‌ ସ୍ପିନର ସୁନ୍ଦର ପ୍ରଭାବୀ ବୋଲିଂ କରି ୬.୯୫ ଇକୋନୋମି ରେଟ୍‌ରେ ୪ଟି ଉଇକେଟ ହାସଲ କରିଛନ୍ତି। ସିରିଜରେ ୨-୧ରେ ପଛରେ ପଡିଥିଲେ ମଧ୍ୟ ଭାରତ ଅନ୍ତିମ ଏକାଦଶରେ ସେଭଳି କୌଣସି ବଡ଼ ପରିବର୍ତ୍ତନ ହେବା ଆଶା କରାଯାଉନାହିଁ।
ଅପରପକ୍ଷରେ ଭାରତ ଭଳି ଇଂଲଣ୍ଡ ସବୁପ୍ରକାର ସ୍ଥିତିରେ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛି। ତୃତୀୟ ମ୍ୟାଚ୍‌ରେ ସହଜ ବିଜୟ ହାସଲ କରିଥିବା ଇଂଲଣ୍ଡ ଏହି ମୁମେଣ୍ଟମ ବଜାୟ ରଖିବାକୁ ଚାହିଁବ। ବଟଲର ଏବେ ସୁପର ଫର୍ମରେ ରହିଛନ୍ତି ଓ ତାଙ୍କ ଦିନରେ ସେ ବିଶ୍ୱର ଯେକୌଣସି ବୋଲିଂକୁ ମାମୁଲି ସାବ୍ୟସ୍ତ କରିବାର କ୍ଷମତା ରଖୁଛନ୍ତି। ମଙ୍ଗଳବାର ଜନି ବେୟାରଷ୍ଟୋ ୪୦ ରନ କରି ଫର୍ମକୁ ଫେରିଛନ୍ତି। ବିଶ୍ୱର ୧ ନମ୍ବର ବ୍ୟାଟ୍ସମ୍ୟାନ ଡାଓ୍ବିଡ୍‌ ମଲାନ ଏପର୍ଯ୍ୟନ୍ତ ନିଜର ଯାଦୁ ଦେଖାଇପାରି ନାହାନ୍ତି। ତେଣୁ ଏହି ମ୍ୟାଚ୍‌ରେ ସେ ବିସ୍ଫୋରକ ବ୍ୟାଟିଂ କରିବେ ବୋଲି ଇଂଲଣ୍ଡ ଆଶା ରଖିଛି। ବିଶ୍ୱର ୧ ନମ୍ବର ଟି୨୦ ଦଳ ଇଂଲଣ୍ଡକୁ ରୋକିବାକୁ ହେଲେ ଭାରତକୁ ସ୍ବତନ୍ତ୍ର ରଣନୀତି ସହ ପଡିଆକୁ ଓହ୍ଲାଇବାକୁ ହେବ। ଯଦି ଭାରତ ଟସ୍‌ ଜିତେ ତାହାହେଲେ ନିଶ୍ଚିତ ଭାବେ ସୁବିଧାଜନକ ସ୍ଥିତିରେ ରହିବ। ତେବେ ଯଦି ଟସ୍‌ ହାରେ ଭାରତକୁ ଅଧିକ କିଛି କରିବାକୁ ହେବ। ଭାରତକୁ ୩ଟି ବିଭାଗରେ ଉଚ୍ଚକୋଟୀର ପ୍ରଦର୍ଶନ କରିବାକୁ ହେବ। ଇଂଲଣ୍ଡ ଅପେକ୍ଷା ଏହି ମ୍ୟାଚ୍‌ ଭାରତ ପାଇଁ ଅଧିକ ଗୁରୁତ୍ୱ ବହନ କରୁଛି। ତେଣୁ ବୁଧବାର ରାତିରେ ଏହି ମୁକାବିଲା ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), ଲୋକେଶ ରାହୁଲ, ଶିଖର ଧାଓ୍ବନ, ଶ୍ରେୟାସ ଆୟାର, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ (ଉଇକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର, ଅକ୍ଷର ପଟେଲ, ଓ୍ବାଶିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ନବଦୀପ ସଇନି, ଦୀପକ ଚହର, ରାହୁଲ ଟଓ୍ବୋଟିଆ ଓ ଇଶାନ କିଷନ।
ଇଂଲଣ୍ଡ ଦଳ: ଇଅନ ମୋର୍ଗାନ (ଅଧିନାୟକ), ଜୋଶ ବଟଲର, ଜାସନ ରୟ, ଲିଆମ ଲିଭିଂଷ୍ଟୋନ, ଡଓ୍ବେିଡ ମଲାନ, ବେନ୍‌ ଷ୍ଟୋକ୍ସ, ମୋଇନ ଅଲି, ଆଦିଲ ରସିଦ, ରିସି ଟୋପ୍ଲେ, କ୍ରିସ୍‌ ଜୋର୍ଡାନ, ମାର୍କ ଉଡ, ସାମ କୁରାନ, ଟମ୍‌ କୁରାନ, ସାମ ବିଲିଙ୍ଗ୍ସ, ଜନି ବେୟାରଷ୍ଟୋ ଓ ଜୋଫ୍ରା ଆର୍ଚର।
ମ୍ୟାଚ୍‌ ଆରମ୍ଭ: ସନ୍ଧ୍ୟା ୭ଟା ।
ସ୍ଥାନ: ନରେନ୍ଦ୍ର ମୋଦି ଷ୍ଟାଡିୟମ, ଅହମଦାବାଦ
ପ୍ରସାରଣ: ଷ୍ଟାର ସ୍ପୋଟର୍‌ସ ନେଟ୍‌ଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri