Posted inଖେଳ

ଚତୁର୍ଥ ଟି୨୦: ଭାରତ ପାଇଁ କର ବା ମର ସ୍ଥିତି

ଅହମଦାବାଦ,୧୮।୩(ପି.ଟି.): ଇଂଲଣ୍ଡ ବିପକ୍ଷ ଚଳିତ ଟି୨୦ ସିରିଜରେ ଭାରତ କର ବା ମର ସ୍ଥିତିରେ ଉପନୀତ ହୋଇଛି। ୫ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ଭାରତ ୨-୧ରେ ପଛରେ ପଡିଥିବା ବେଳେ ଗୁରୁବାର ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚତୁର୍ଥ ଟି୨୦ ମ୍ୟାଚ୍‌ ଖେଳାଯିବ। ଫଳରେ ସିରିଜ ବଞ୍ଚାଇବାକୁ ହେଲେ ଭାରତକୁ ଏହି ମ୍ୟାଚ୍‌ରେ ବିଜୟୀ ହେବା ଅପରିହାର୍ଯ୍ୟ ହୋଇପଡିଛି। ଅନ୍ୟପଟେ ଇଂଲଣ୍ଡ ଏହି ମ୍ୟାଚ୍‌ ଜିତି ଆଗୁଆ ସିରିଜ ହାତେଇବା ଲକ୍ଷ୍ୟରେ ରହିଛି। ସିରିଜରେ ଏ ପର୍ଯ୍ୟନ୍ତ ଟସ୍‌ର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ଟସ୍‌ ଜିତିବା ଦଳ ମ୍ୟାଚ୍‌ ଜିତିଛି। ତେଣୁ ଭାରତକୁ ଏଥର ଟସ୍‌ର ଏହି ଭୂମିକାକୁ ପଛରେ ପକାଇ ଅଲରାଉଣ୍ଡ ପ୍ରଦର୍ଶନ ଉପରେ ଧ୍ୟାନଦେବାର ଆବଶ୍ୟକତା ରହିଛି। ପଛରେ ଚେଜ୍‌ କରିଥିବା ଦଳ ସହଜରେ ବିଜୟୀ ହେଉଥିବା ବେଳେ ଭାରତକୁ ଏହି ଧାରା ଭାଙ୍ଗିବାକୁ ହେବ।
ଆଗକୁ ଭାରତରେ ଟି୨୦ ବିଶ୍ୱକପ୍‌ ଆୟୋଜନ ହେବାକୁ ଯାଉଥିବା ବେଳେ ଅଧିନାୟକ ବିରାଟ କୋହଲି ପ୍ରଦର୍ଶନର ଉନ୍ନତି ଉପରେ ଗୁରୁତ୍ୱ ଦେଇଛନ୍ତି। ପ୍ରଥମେ ବ୍ୟାଟିଂ ହେଉ କି ପଛରେ ରନ୍‌ ଚେଜ୍‌ କରିବା ହେଉ ଦୁଇଟି ଯାକ ସ୍ଥିତିରେ ଭଲ କରିବାର ଆବଶ୍ୟକତା ରହିଛି। ୩ଟିରୁ ୨ଟି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ପରାସ୍ତ ହୋଇଛି। ପାଓ୍ବାରପ୍ଲେରେ ଭାରତ ସଂଘର୍ଷ କରୁଥିବାର ଲକ୍ଷ୍ୟ କରାଯାଇଛି। ଯାହାଫଳରେ ଭାରତ ବଡ଼ ସ୍କୋର ହାସଲ କରିବାରେ ବିଫଳ ହୋଇଛି। ଅବଶ୍ୟ ଶ୍ରେୟାସ ଆୟାର ଓ ବିରାଟ କୋହଲି ଭଲ ପ୍ରଦର୍ଶନ କରିଛନ୍ତି। ଓପନର ଲୋକେଶ ରାହୁଲ ବାରମ୍ବାର ବିଫଳ ହେଉଥିଲେ ମଧ୍ୟ କୋହଲି ତାଙ୍କୁ ସମର୍ଥନ କରିଛନ୍ତି। ରାହୁଲ ଓ ରୋହିତ ଶର୍ମା ଦଳର ପ୍ରଥମ ପସନ୍ଦର ଓପନିଂ ଯୋଡି ବୋଲି ସେ ସ୍ପଷ୍ଟ କରିଛନ୍ତି। ଗତ ୨-୩ ବର୍ଷ ମଧ୍ୟରେ ଏହି ଦୁଇ ବ୍ୟାଟ୍ସମ୍ୟାନ ଅନ୍ୟମାନଙ୍କଠାରୁ ଯଥେଷ୍ଟ ଭଲ ପ୍ରଦର୍ଶନ କରିଛନ୍ତି। ତେଣୁ ରାହୁଲ ପ୍ରଥମ ପସନ୍ଦର ଓପନିଂ ବ୍ୟାଟ୍ସମ୍ୟାନ। ତେଣୁ ରୋହିତ ଓ ରାହୁଲଙ୍କୁ ନେଇ ବ୍ୟସ୍ତ ଓ ଚିନ୍ତିତ ହେବାର କିଛି ନାହିଁ ବୋଲି କୋହଲି ସ୍ପଷ୍ଟ କରିଛନ୍ତି।
ପ୍ରଥମ ୬ ଓଭରରେ ଇଂଲଣ୍ଡର ଦୁଇ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଓ ମାର୍କ ଉଡ୍‌ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ବେଶ୍‌ ସମସ୍ୟାରେ ପକାଇଛନ୍ତି। ଉଇକେଟରେ ବାଉନ୍ସକୁ ନେଇ ଅନୁମାନ କରିବା କଷ୍ଟକର ହେଉଥିବାରୁ ବ୍ୟାଟ୍ସମ୍ୟାନ ଦ୍ୱନ୍ଦ୍ୱରେ ରହୁଛନ୍ତି। ଯାହାଫଳରେ ବ୍ୟାଟ୍ସମ୍ୟାନ ଭୁଲ ଶଟ୍‌ ଖେଳି ଆଉଟ ହେଉଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଓ ଓ୍ବାଶିଂଟନ ସୁନ୍ଦର ଥିବା ସତ୍ତ୍ୱେ ଆଉ ଜଣେ ଅଲରାଉଣ୍ଡରଙ୍କୁ ଦଳରେ ସାମିଲ କରାଯାଇପାରେ ବୋଲି କୋହଲି କହିଛନ୍ତି। ଏପରି ହେଲେ ରାହୁଲ ଟଓ୍ବୋଟିଆ କିମ୍ବା ଅକ୍ଷର ପଟେଲଙ୍କୁ ସୁଯୋଗ ମିଳିପାରେ। ଗତ ମ୍ୟାଚ୍‌ରେ କୋହଲି ୭୭ ରନର ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଥିଲେ ମଧ୍ୟ ଭାରତୀୟ ବୋଲରମାନେ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ସମସ୍ୟାରେ ପକାଇପାରି ନ ଥିଲେ। ଜୋଶ ବଟଲର ବିନା ଦ୍ୱିଧାରେ ସବୁଆଡକୁ ଶଟ୍‌ ଖେଳି ଭାରତକୁ ନିରାଶ କରିଥିଲେ। ଭାରତର ୧ ନମ୍ବର ସ୍ପିନର ୟୁଜବେନ୍ଦ୍ର ଚହଲ କେତୋଟି ଉଇକେଟ ହାସଲ କରିଥିଲେ ମଧ୍ୟ ବହୁ ପରିମାଣରେ ରନ ବ୍ୟୟ କରିଥିଲେ। ବୋଲିଂ ଅଲରାଉଣ୍ଡର ଭାବେ ଦଳକୁ ଫେରିଥିଲେ ମଧ୍ୟ ହାର୍ଦ୍ଦିକ ପାଣ୍ଡ୍ୟା ଏ ପର୍ଯ୍ୟନ୍ତ ଉଇକେଟ ହାସଲ କରିପାରିନାହନ୍ତି। ସେହିପରି ପ୍ରତ୍ୟାବର୍ତ୍ତନରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଅଭିଜ୍ଞ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ନୂଆ ବଲ୍‌ରେ ନିୟମିତ ଭାବେ ବ୍ରେକ୍‌ ଥ୍ରୁ ଦେବାର ଆବଶ୍ୟକତା ରହିଛି। ଅଫ୍‌ ସ୍ପିନର ସୁନ୍ଦର ପ୍ରଭାବୀ ବୋଲିଂ କରି ୬.୯୫ ଇକୋନୋମି ରେଟ୍‌ରେ ୪ଟି ଉଇକେଟ ହାସଲ କରିଛନ୍ତି। ସିରିଜରେ ୨-୧ରେ ପଛରେ ପଡିଥିଲେ ମଧ୍ୟ ଭାରତ ଅନ୍ତିମ ଏକାଦଶରେ ସେଭଳି କୌଣସି ବଡ଼ ପରିବର୍ତ୍ତନ ହେବା ଆଶା କରାଯାଉନାହିଁ।
ଅପରପକ୍ଷରେ ଭାରତ ଭଳି ଇଂଲଣ୍ଡ ସବୁପ୍ରକାର ସ୍ଥିତିରେ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛି। ତୃତୀୟ ମ୍ୟାଚ୍‌ରେ ସହଜ ବିଜୟ ହାସଲ କରିଥିବା ଇଂଲଣ୍ଡ ଏହି ମୁମେଣ୍ଟମ ବଜାୟ ରଖିବାକୁ ଚାହିଁବ। ବଟଲର ଏବେ ସୁପର ଫର୍ମରେ ରହିଛନ୍ତି ଓ ତାଙ୍କ ଦିନରେ ସେ ବିଶ୍ୱର ଯେକୌଣସି ବୋଲିଂକୁ ମାମୁଲି ସାବ୍ୟସ୍ତ କରିବାର କ୍ଷମତା ରଖୁଛନ୍ତି। ମଙ୍ଗଳବାର ଜନି ବେୟାରଷ୍ଟୋ ୪୦ ରନ କରି ଫର୍ମକୁ ଫେରିଛନ୍ତି। ବିଶ୍ୱର ୧ ନମ୍ବର ବ୍ୟାଟ୍ସମ୍ୟାନ ଡାଓ୍ବିଡ୍‌ ମଲାନ ଏପର୍ଯ୍ୟନ୍ତ ନିଜର ଯାଦୁ ଦେଖାଇପାରି ନାହାନ୍ତି। ତେଣୁ ଏହି ମ୍ୟାଚ୍‌ରେ ସେ ବିସ୍ଫୋରକ ବ୍ୟାଟିଂ କରିବେ ବୋଲି ଇଂଲଣ୍ଡ ଆଶା ରଖିଛି। ବିଶ୍ୱର ୧ ନମ୍ବର ଟି୨୦ ଦଳ ଇଂଲଣ୍ଡକୁ ରୋକିବାକୁ ହେଲେ ଭାରତକୁ ସ୍ବତନ୍ତ୍ର ରଣନୀତି ସହ ପଡିଆକୁ ଓହ୍ଲାଇବାକୁ ହେବ। ଯଦି ଭାରତ ଟସ୍‌ ଜିତେ ତାହାହେଲେ ନିଶ୍ଚିତ ଭାବେ ସୁବିଧାଜନକ ସ୍ଥିତିରେ ରହିବ। ତେବେ ଯଦି ଟସ୍‌ ହାରେ ଭାରତକୁ ଅଧିକ କିଛି କରିବାକୁ ହେବ। ଭାରତକୁ ୩ଟି ବିଭାଗରେ ଉଚ୍ଚକୋଟୀର ପ୍ରଦର୍ଶନ କରିବାକୁ ହେବ। ଇଂଲଣ୍ଡ ଅପେକ୍ଷା ଏହି ମ୍ୟାଚ୍‌ ଭାରତ ପାଇଁ ଅଧିକ ଗୁରୁତ୍ୱ ବହନ କରୁଛି। ତେଣୁ ବୁଧବାର ରାତିରେ ଏହି ମୁକାବିଲା ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), ଲୋକେଶ ରାହୁଲ, ଶିଖର ଧାଓ୍ବନ, ଶ୍ରେୟାସ ଆୟାର, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ (ଉଇକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର, ଅକ୍ଷର ପଟେଲ, ଓ୍ବାଶିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ନବଦୀପ ସଇନି, ଦୀପକ ଚହର, ରାହୁଲ ଟଓ୍ବୋଟିଆ ଓ ଇଶାନ କିଷନ।
ଇଂଲଣ୍ଡ ଦଳ: ଇଅନ ମୋର୍ଗାନ (ଅଧିନାୟକ), ଜୋଶ ବଟଲର, ଜାସନ ରୟ, ଲିଆମ ଲିଭିଂଷ୍ଟୋନ, ଡଓ୍ବେିଡ ମଲାନ, ବେନ୍‌ ଷ୍ଟୋକ୍ସ, ମୋଇନ ଅଲି, ଆଦିଲ ରସିଦ, ରିସି ଟୋପ୍ଲେ, କ୍ରିସ୍‌ ଜୋର୍ଡାନ, ମାର୍କ ଉଡ, ସାମ କୁରାନ, ଟମ୍‌ କୁରାନ, ସାମ ବିଲିଙ୍ଗ୍ସ, ଜନି ବେୟାରଷ୍ଟୋ ଓ ଜୋଫ୍ରା ଆର୍ଚର।
ମ୍ୟାଚ୍‌ ଆରମ୍ଭ: ସନ୍ଧ୍ୟା ୭ଟା ।
ସ୍ଥାନ: ନରେନ୍ଦ୍ର ମୋଦି ଷ୍ଟାଡିୟମ, ଅହମଦାବାଦ
ପ୍ରସାରଣ: ଷ୍ଟାର ସ୍ପୋଟର୍‌ସ ନେଟ୍‌ଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମ ଟି-୨୦ରେ ଅଭିଷେକଙ୍କ ବଡ଼ କାରନାମା, ଭାଙ୍ଗିଲେ ୩ ବଡ଼ ରେକର୍ଡ; ଭାରତୀୟଙ୍କ ମଧ୍ୟରେ ନମ୍ବର-୧

ନୂଆଦିଲ୍ଲୀ,୧୪।୯: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ଉଇକେଟ୍‌ରେ ଜିତିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ସମ୍ମୁଖରେ ୧୫୭ ରନର ବିଜୟ ଲକ୍ଷ୍ୟ…

ଟିମ ଇଣ୍ଡିଆ କାହିଁକି ଗ୍ରହଣ କଲା ନାହିଁ ଟ୍ରଫି? ଜବାବ ରଖିଲା BCCI

ନୂଆଦିଲ୍ଲୀ,୧୪।୯: ମୋହସିନ ନକଭିଙ୍କ ଠାରୁ ଟ୍ରଫି ଗ୍ରହଣ ନ କରିବାକୁ ନେଇ ଟିମ ଇଣ୍ଡିଆ ନେଇଥିବା ନିଷ୍ପତ୍ତି ଉପରେ BCCI ପ୍ରତିକ୍ରିୟା ରଖିଛି। BCCI ସମ୍ପାଦକ ଦେବଜିତ…

‘ନକଭିଙ୍କ ଖେଳ…’ ‘ଚୋର’ ବୋଲି ସ୍ଲୋଗାନରେ ପାକିସ୍ତାନ କ୍ଷୁବ୍ଧ; ଭାରତ ଗ୍ରହଣ କଲା ନାହିଁ ଟ୍ରଫି

ନୂଆଦିଲ୍ଲୀ,୧୪।୯: ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ୨୦୨୬ ମହିଳା ଏସିଆ କପ ଟାଇଟଲ ଜିତିଥିଲା, କିନ୍ତୁ ମ୍ୟାଚ ପରବର୍ତ୍ତୀ ଟ୍ରଫି…

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

ଖେଳିବେନି ବୈଭବ ସୂର୍ଯ୍ୟବଂଶୀ! ଟିମ୍‌ରେ ମିଳିଲାନି ସ୍ଥାନ, ୧୧ଜଣିଆ ଦଳ ଚୟନ କଲେ…

ନୂଆଦିଲ୍ଲୀ,୧୩।୯: ଭାରତର ପୂର୍ୱତନ କ୍ରିକେଟର ଆକାଶ ଚୋପ୍ରା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ…

IND vs AFG T20: କିଭଳି ରହିବ ଭାରତର ପ୍ଲେଇଂ-11? ବୈଭବଙ୍କୁ ମିଳିବନି ସୁଯୋଗ !

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ଆଜିଠୁ ଆରମ୍ଭ ହେଉଛି ୩ ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?