ଲଗାଣ ବର୍ଷାରେ ଗଲା ୪ ଜୀବନ: ୧୧ ଜିଲାର ୨୦ ଲକ୍ଷ ଲୋକ ପ୍ରଭାବିତ

ଭୁବନେଶ୍ୱର,(ବ୍ୟୁରୋ)ଡେରାବିଶ/ ପାଟକୁରା/ ନିରାକାରପୁର/ ନିଶ୍ଚିନ୍ତକୋଇଲି (ସ୍ବ.ପ୍ର./ଡି.ଏନ୍‌.ଏ.),୧୪।୯: ଲଘୁଚାପ ଜନିତ ବର୍ଷା ଶନିବାର ରାତିରୁ ରାଜ୍ୟରେ ଲାଗି ରହିଛି। ରାଜ୍ୟର ୧୧ ଜିଲା ପ୍ରଭାବିତ ହୋଇଛି। ବିଶେଷକରି ଉପକୂଳ ଓଡ଼ିଶା ଜିଲାଗୁଡ଼ିକରେ ଏହାର ପ୍ରଭାବ ବିଶେଷମାତ୍ରାରେ ଦେଖିବାକୁ ମିଳିଛି। ଉପକୂଳ ଜିଲାର ବିଭିନ୍ନ ସ୍ଥାନରେ ୪ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ନିଖୋଜ ଅଛନ୍ତି। କେନ୍ଦ୍ରାପଡ଼ା ଜିଲା ଡେରାବିଶ ଓ ଗରଦପୁର ବ୍ଲକ ଅଞ୍ଚଳରେ ମାଟିକାନ୍ଥ ଭୁଶୁଡ଼ି ୨ଜୀବନ ଯାଇଥିବାବେଳେ ଖୋର୍ଦ୍ଧା ଜିଲା ନିରାକାର ଥାନା ଅଞ୍ଚଳରେ ଜଣେ ଯୁବକ ନାଳ ପାଣି ସୁଅରେ ଭାସିଯାଇ ମୃତ୍ୟୁ ଘଟିଛି। ସେହିପରି କଟକ ଜିଲା ନିଶ୍ଚିତକୋଇଲି ଥାନା ଅଞ୍ଚଳରେ ବର୍ଷାବେଳେ ପାଟନାଳିରେ ମାଛ ଧରିବାକୁ ଯାଇ ନିଖୋଜ ଥିବାବେଳେ ଶୌଚ ହେବାକୁ ଯାଇ ଜଣେ ବୃଦ୍ଧଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ଅନୁସାରେ ରବିବାର ବିଳମ୍ବିତ ରାତିରେ ଡେରାବିଶ ବ୍ଲକ ଅଧୀନ ବେଣୀପୁର ଗଁାରେ ମାଟିକାନ୍ଥ ଭୁଶୁଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗଁାର ଅନାମ ପୃଷ୍ଟିଙ୍କ ସ୍ତ୍ରୀ ନର୍ମଦା(୬୦)। ଲଗାଣ ବର୍ଷା ଯୋଗୁ ମାଟିକାନ୍ଥ ବତୁରି ଯାଇଥିଲା। ରାତିରେ ଶୋଇଥିବା ବେଳେ ମାଟିକାନ୍ଥ ଭୁଶୁଡ଼ି ପଡ଼ିବାରୁ ନର୍ମଦା କାନ୍ଥ ତଳେ ଚାପି ହୋଇଯାଇଥିଲେ। ଫଳରେ ତାଙ୍କ ମୃତ୍ୟୁ ଘଟିଥିଲା। ଖବରପାଇ ପୋଲିସ ନର୍ମଦାଙ୍କ ମୃତଦେହ ଜବତ କରିବା ସହ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଘଟଣାସ୍ଥଳକୁ ଅତିରିକ୍ତ ତହସିଲଦାର ପ୍ରମୋଦ କୁମାର ସମ୍ପୃକ୍ତ ସର୍କଲର ଆର୍‌ଆଇଙ୍କୁ ସାଙ୍ଗରେ ଧରି ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଥିଲେ। ମୃତ ମହିଳାଙ୍କ ପରିବାରକୁ ଜିଲା ରେଡ୍‌କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ସେହିପରି ଗରଦପୁର ବ୍ଲକ ଅଧୀନ ବଡ଼ବେତରା ଗଁାରେ ମାଟିକାନ୍ଥ ପଡ଼ି ଅଭୟ କୁମାର ମହାପାତ୍ର(୮୬)ଙ୍କ ସୋମବାର ସକାଳ ସାଢ଼େ ୫ଟାରେ ମୃତ୍ୟୁ ଘଟିଛି। ଘରେ ଶୋଇଥିବା ବେଳେ ତାଙ୍କ ଉପରେ କାନ୍ଥ ପଡ଼ିଯିବାରୁ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଅଭୟଙ୍କ ବୋହୂ କଳ୍ପନା(୨୭)ଙ୍କ ମଧ୍ୟ ବାମ ଗୋଡ଼ରେ କାନ୍ଥ ପଡି ଭାଙ୍ଗିଯାଇଛି। ତାଙ୍କୁ ଚିକିତ୍ସା ଲାଗି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବରପାଇ ପାଟକୁରା ଥାନା ପୋଲିସ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ବ୍ୟବଚ୍ଛେଦ କରାଇଛି। ଗରଦପୁର ତହସିଲଦାର, ବିଡିଓ, ସର୍କଲ ଆର୍‌ଆଇ ପହଞ୍ଚତ୍ କ୍ଷୟକ୍ଷତିର ଆକଳନ କରିଛନ୍ତି। ଅଭୟଙ୍କ ପରିବାରକୁ ରେଡ୍‌କ୍ରସ ପକ୍ଷରୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି।
ସେହିପରି ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅଧୀନ ନୂଆଗଡ଼ ପଞ୍ଚାୟତ ମୋରମୋରସିଂହ ଗ୍ରାମର କମ୍ବେଶ୍ୱର ପାଟ୍ଟଶାଣୀ(୨୯) ନାମକ ଜଣେ ଯୁବକ ସୋମବାର ନାଳ ପାଣି ସୁଅରେ ଭାସିଯାଇ ପ୍ରାଣ ହରାଇଛନ୍ତି। ସେ ୬ମାସ ପୂର୍ବେ ବିବାହ କରିଥିଲେ। କମ୍ବେଶ୍ୱର ସକାଳେ ଘରୁ ବାହାରି କେଉଁଆଡ଼େ ଯାଇଥିଲେ। ସେ ଘରକୁ ଫେରିବା ବିଳମ୍ବ ହେବାରୁ ଘରଲୋକେ ଓ ଗ୍ରାମବାସୀ ତାଙ୍କୁ ଖୋଜାଖୋଜି କରିଥିଲେ। ପରେ ତାଙ୍କ ମୃତଦେହ ନାଳରେ ଭାସୁଥିବା ଦେଖିବାକୁ ମିଳିଥିଲା। ଖବରପାଇ ନିରାକାରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
କଟକ ଜିଲା ନିଶ୍ଚିତକୋଇଲି ଥାନା ଅନ୍ତର୍ଗତ ନତକାଇ ପଞ୍ଚାୟତ ଏକୁରିଖ ଗ୍ରାମର ସଞ୍ଜୟ ରାଉତ(୪୧) ବର୍ଷା ସମୟରେ ପାଟନାଳିରେ ମାଛ ଧରୁଥିବା ବେଳେ ସୁଅରେ ଭାସି ଯାଇଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ନିଶ୍ଚିନ୍ତକୋଇଲି ଦମକଳ ବହିନୀ ଏବଂ ଓଡ୍ରାଫ୍‌ ଟିମ୍‌ କର୍ମଚାରୀ ପହଞ୍ଚତ୍ ଖୋଜାଖୋଜି କରିଛନ୍ତି। ତେବେ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ସଞ୍ଜୟଙ୍କ କୌଣସି ସନ୍ଧାନ ମିଳି ନ ଥିଲା। ସେହିପରି ରବିବାର ରାତିରେ ପୋଖରୀରେ ବୁଡ଼ିଯିବାରୁ ରାମକୃଷ୍ଣପୁର ପଞ୍ଚାୟତ ଅନ୍ତର୍ଗତ ପାଟପାରି ଗ୍ରାମର ବୃଦ୍ଧ ବଟକୃଷ୍ଣ ସ୍ବାଇଁ (୭୨)ଙ୍କ ମୃତ୍ୟୁ ଘଟିଛି। ସେ ଘର ନିକଟରେ ଥିବା ପୋଖରୀକୁ ଶୌଚ ହେବାକୁ ଯାଇଥିଲେ। ଏହି ସମୟରେ ଗୋଡ଼ ଖସିଯିବାରୁ ସେ ବୁଡିଯାଇଥିଲେ। ବହୁ ସମୟ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରି ଶେଷରେ ପୋଖରୀରୁ ମୃତଦେହ ଠାବ କରିଥିଲେ।
ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆରସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁ ୧୧ ଜିଲାର ୫୩ ବ୍ଲକ ଏବଂ ୧୪ ପୌରାଞ୍ଚଳର ୨୭୮୯ ଗ୍ରାମର ୧୯ ଲକ୍ଷ ୫୩ ହଜାର ୬୪୭ ଲୋକ ପ୍ରଭାବିତ ହୋଇଛନ୍ତି। ସେହି ଜିଲାଗୁଡ଼ିକ ହେଲା କଟକ, ଯାଜପୁର, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡା, ଢେଙ୍କାନାଳ, ଖୋର୍ଦ୍ଧା ଏବଂ ଅନୁଗୋଳ। ବର୍ଷା ଯୋଗୁ ୨୬୫ ଘର ଭାଙ୍ଗିଛି। ୩୮୧୯ ଜଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ଏସ୍‌ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଜଗତ୍‌ସିଂହପୁର ଜିଲାର ୮ ବ୍ଲକର ୧୩୨୧ ଗ୍ରାମର ୧୧,୩୬,୯୭୧ ଲୋକ ପ୍ରଭାବିତ ହୋଇଥିବା ବେଳେ କେନ୍ଦ୍ରାପଡ଼ା ଜିଲାର ୮୧୧ ଗ୍ରାମର ୭,୭୯,୨୪୧ ଜଣ ପ୍ରଭାବିତ ହୋଇଛନ୍ତି। କଳାହାଣ୍ଡି ଜିଲାର ୩ଟି ଗ୍ରାମର ୪୪ ଜଣ, କନ୍ଧମାଳ ଜିଲାର ୨୦ଟି ଗ୍ରାମର ୫ ହଜାର, କୋରାପୁଟ ଜିଲାର ୨୦ଟି ଗ୍ରାମର ୧୨୫, କଟକ ଜିଲାର ୨ଟି ଗ୍ରାମ ଓ ୨ଟି ପୌରାଞ୍ଚଳର ୨୫୫୬, ଯାଜପୁର ଜିଲାର ୫୧୫ ଗ୍ରାମର ୮ ହଜାର, ପୁରୀ ଜିଲାର ୫୨ଟି ଗ୍ରାମର ୧୫୪୩୪ଜଣ, ଢେଙ୍କାନାଳ ଜିଲାର ୯ଟି ଗ୍ରାମ ପ୍ରଭାବିତ ହୋଇଛି। ଖୋର୍ଦ୍ଧା ଜିଲାର ୩୨ ଗ୍ରାମ ଓ ୨ଟି ପୌରାଞ୍ଚଳର୧୨୫୭ ଜଣ, ଅନୁଗୋଳ ଜିଲାର ୪ଟି ଗ୍ରାମର ୧୯ ଜଣ ପ୍ରଭାବିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?