ଅନ୍ତନଳୀରେ ମଇଳା ଜମିଲେ ବୃଦ୍ଧି ପାଏ ପେଟ ରୋଗ; ଜାଣିରଖନ୍ତୁ ସଫା କରିବା ଲାଗି ୪ ଟିପ୍ସ

ଶରୀରର ଅଧାରୁ ଅଧିକ ରୋଗ ପେଟ ସହିତ ଜଡିତ। ପେଟ ସମ୍ବନ୍ଧୀୟ ରୋଗର ଆଶଙ୍କା କମାଇବା ପାଇଁ ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବା ଅତ୍ୟନ୍ତ ଜରୁରୀ ବୋଲି ଡାକ୍ତରମାନେ କହିଛନ୍ତି। ହଜମ ପ୍ରକ୍ରିୟା ଠିକ ସେତେବେଳେ ରହିଥାଏ ଯେତେବେଳେ କୋଲନ ଅର୍ଥାତ ବଡ଼ ଅନ୍ତନଳୀ ସୁସ୍ଥ ରହିଥାଏ । ବଡ଼ ଅନ୍ତନଳୀରେ ମଇଳା ଜମା ହେବା କାରଣରୁ ପେଟ ରୋଗ ହୁଏ। ପେଟକୁ ସଫା ରଖିବା ଦ୍ୱାରା ମେଟାବୋଲିକ ସିଷ୍ଟମ ବୃଦ୍ଧି ପାଇଥାଏ । ଅନେକ ରୋଗରୁ ରକ୍ଷା ମିଳିଥାଏ। ପ୍ରାକୃତିକ ଉପାୟରେ ଅନ୍ତନଳୀକୁ ସଫା ତଥା ସୁସ୍ଥ ରଖିବାର ଚାରୋଟି ଟିପ୍ସ ବିଷୟରେ ଆସନ୍ତୁ କଥା ହେବା:-

ପନିପରିବା ରସ:-
ଅନ୍ତନଳୀକୁ ସଫା କରିବା ପାଇଁ ପ୍ରତିଦିନ ପନିପରିବା ରସ ପିଅନ୍ତୁ। ଆପଣ ଲାଉ, ଟମାଟୋ, ପାଳଙ୍ଗ, ବିଲାତି ବାଇଗଣ, କଲରା, ଅଦା ଆଦି ଜିନିଷରୁ ପ୍ରସ୍ତୁତ ରସ ପିଇପାରିବେ। ଏହି ରସ ଅନ୍ତନଳୀରୁ ମଇଳା ବାହାର କରିବା ପାଇଁ କାମ କରେ ଏବଂ ପେଟ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ।

ହାଇ ଫାଇବର ଡାଏଟ:-
ଯଦି ଆପଣ ଅନ୍ତନଳୀକୁ ସଫା କରିବାକୁ ଚାହାଁନ୍ତି ତେବେ ଉଚ୍ଚ ଫାଇବର ଡାଏଟ ନେବା ଆରମ୍ଭ କରନ୍ତୁ। ଉଚ୍ଚ ଫାଇବର ଖାଦ୍ୟରେ ପ୍ରାକୃତିକ କ୍ଲିନ୍‌ଜିଂ ଗୁଣ ଅନ୍ତର୍ଭୁକ୍ତ। ଏଥିପାଇଁ ଆପଣ ଖାଦ୍ୟରେ ସେଓ, କମଳା, କାକୁଡି କିମ୍ବା ଆଲୋ ଭେରା ଭଳି ଜିନିଷ ସାମିଲ କରିପାରିବେ।

ଉଷୁମ ପାଣି:-
ଅନ୍ତନଳୀ ସଫା କରିବାରେ ଉଷୁମ ଜଳ ମଧ୍ୟ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ। ସକାଳୁ ଉଠିବା ମାତ୍ରେ ଖାଲି ପେଟରେ ୨-୩ ଗ୍ଲାସ ଉଷୁମ ପାଣି ପିଅନ୍ତ। ଏହାକୁ ପିଇବା ପରେ, ଯେତେବେଳେ ଆପଣ ଶୌଚାଳୟକୁ ଯିବେ ସେତେବେଳେ ଆପଣ ଆରାମ ଅନୁଭବ କରିବେ। ଅନ୍ତନଳୀ ସଫା କରିବା ପାଇଁ ଏହା ଏକ ଉତ୍ତମ ଉପାୟ ଭାବରେ ବିବେଚନା କରାଯାଏ।

କ୍ଷୀର:-
କ୍ଷୀରରେ କ୍ୟାଲସିୟମ, ଫ୍ୟାଟ ଏବଂ କାର୍ବୋହାଇଡ୍ରେଟ ଭଳି ଅନେକ ଉପକାରୀ ଉପାଦାନ ମିଳିଥାଏ। ଡାକ୍ତରମାନେ କହିଛନ୍ତି ଯେ ଯଦି ଆପଣ ସକାଳେ ଜଳଖିଆ ସହିତ ଏକ ଗ୍ଲାସ କ୍ଷୀର ପିଅନ୍ତି, ତେବେ ଏହା ଅନ୍ତନଳୀକୁ ସଫା କରିବା ଭଳି କାର୍ଯ୍ୟ କରିଥାଏ। କ୍ଷୀର ପିଇବା ଆମ ସ୍ବାସ୍ଥ୍ୟ ପାଇଁ ଅନେକ ବଡ଼ ଉପକାର କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?