Odisha Elections 2024

ଅନୁପ୍ରବେଶକାରୀଙ୍କୁ ମିଳିଛି ସରକାରୀ ଜମି

କେନ୍ଦ୍ରାପଡ଼ା,୧୮ା୯ (ଜଗନ୍ନାଥ ଧଳ): ଚଳିତ ଆର୍ଥିକ ବର୍ଷର ଅଗଷ୍ଟ ଶେଷ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ଜିଲାର ୫୭୯ ଜଣ ଗୃହହୀନ ବ୍ୟକ୍ତିଙ୍କୁ ବସୁନ୍ଧରା ଯୋଜନାରେ ମୋଟ ୧୩.୩୮୦ ଏକର ପତିତ ଜମି ଜିଲା ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଛି। ତଥ୍ୟ ଅନୁଯାୟୀ ଏହି ଯୋଜନାରେ ଜିଲାରେ ଅଦ୍ୟାବଧି ଆଳି ତହସିଲ ଅଞ୍ଚଳର ୪୫୦ ଜଣ ଭୂମିହୀନଙ୍କୁ ୧୫.୯୭୧ ଏକର ଜମି ପ୍ରଦାନ କରାଯାଇଛି। ସେହିପରି ଡେରାବିଶ ତହସିଲ ଅଞ୍ଚଳରେ ୧୫୧ ଜଣଙ୍କୁ ୫.୬୮୦ ଏକର, ଗରଦପୁରରେ ୨୧୭ ଜଣଙ୍କୁ ୮.୬୮୦ ଏକର, ରାଜକନିକାରେ ୫୮୩ ଜଣଙ୍କୁ ୧୯୮.୬୯୦ ଏକର, କେନ୍ଦ୍ରାପଡ଼ାରେ ୪୦୨ ଜଣଙ୍କୁ ୨୬.୮୬୧ ଏକର, ମାର୍ଶାଘାଇରେ ୭୫୯ ଜଣଙ୍କୁ ୨୭.୨୬୨ ଏକର, ମହାକାଳପଡ଼ାରେ ୧୪୬୫ ଜଣଙ୍କୁ ୧୧୧.୨୯୦ ଏକର, ପଟ୍ଟାମୁଣ୍ଡାଇରେ ୮୨୪ ଜଣଙ୍କୁ ୩୧.୭୮୮ ଏକର ଓ ରାଜନଗର ତହସିଲ ଅଞ୍ଚଳରେ ୫୭୦ ଜଣଙ୍କୁ ୨୨.୭୪୦ ଏକର ଜମି ପଟ୍ଟା ପ୍ରଦାନ କରାଯାଇଛି। ୨୦୧୧ ଜନଗଣନା ସମୟରେ ଜିଲାରେ ମୋଟ ୨୫୧୨ ଭୂମିହୀନ ଥିବାବେଳେ ଗତ ଜୁଲାଇ ସୁଦ୍ଧା ଏହି ଯୋଜନାରେ ମୋଟ ୫୪୨୧ ଜଣ ୪୪୮.୯୬୨ ଏକର ଜମି ପାଇଛନ୍ତି। ଏହାସତ୍ତ୍ୱେ ଅଦ୍ୟାବଧି ଜିଲାରେ ୧୩୦୦ରୁ ଅଧିକ ଏହି ଯୋଜନାରେ ସାମିଲ ପାଇଁ ଆବେଦନ ପତ୍ର ପଡି ରହିଛି। ବହୁ ସଂଖ୍ୟକ ଅନୁପ୍ରବେଶକାରୀ ଏହି ଯୋଜନାରେ ହିତାଧିକାରୀ ସାଜିଥିବା ବେଳେ କେତେକ ମଧ୍ୟସ୍ଥି ଏଥିରେ ସହାୟକ ହୋଇଥିବା ଅଭିଯୋଗ ଆସୁଛି। ଅନୁପ୍ରବେଶ ସମସ୍ୟା ଜିଲାରେ ଅହେତୁକ ଭାବେ ବୃଦ୍ଧି ପାଇଥିବା ବେଳେ ବସୁନ୍ଧରା ଯୋଜନା ଏବେ ବାଟବଣା ହୋଇଥିବା ସାଧାରଣରେ ମତାମତ ମିଳିଛି।
ଏ ସମ୍ପର୍କରେ ସାମାଜିକ କର୍ମୀ ପ୍ରତାପ କୁମାର ତ୍ରିପାଠୀ କୁହନ୍ତି, ଜିଲାର ଉପାନ୍ତ ଅଞ୍ଚଳ ବାଂଲାଦେଶୀଙ୍କ ଘର ପାଲଟିଛି। ସମୁଦ୍ର ଓ କଲିକତା ପଥ ଦେଇ ବାଂଲାଦେଶୀ ଏହି ଜିଲାକୁ ଅନୁପ୍ରବେଶ କରି ଦୀର୍ଘ ବର୍ଷ ଧରି ବସବାସ କରୁଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ବାଂଲାଦେଶୀଙ୍କ ସଂଖ୍ୟା ବୃଦ୍ଧି ହୋଇଥିବା ବେଳେ ରୋହେଙ୍ଗା ଲୋକଙ୍କୁ ଜିଲାରେ ଦେଖିବାକୁ ମିଳୁଛି। ଜିଲାର ବିଭିନ୍ନ ସ୍ଥାନରେ ରହିବା ପରେ ଭୋଟର, ଆଧାର ଓ ରାଶନ କାର୍ଡ ଆଦି ସରକାରୀ ଯୋଜନାରେ ସାମିଲ ହେଉଛନ୍ତି। ପରବର୍ତ୍ତୀ ସମୟରେ ବସୁନ୍ଧରା ଯୋଜନାରେ ସାମିଲ ହେଉଛନ୍ତି। ଏଥିପାଇଁ ତହସିଲ କର୍ମଚାରୀଙ୍କ ସମେତ କେତେକ ମଧ୍ୟସ୍ଥି ସାମିଲ ହୋଇଛନ୍ତି। ଫଳରେ ଜିଲାର ମୂଳ ଅଧିବାସୀ ଭୂମିହୀନ ହୋଇଥିଲେ ମଧ୍ୟ ବସୁନ୍ଧରା ଯୋଜନାରେ ସାମିଲ ହୋଇ ପାରିନାହାନ୍ତି। ଯୋଜନାରେ ସାମିଲ ହିତାଧିକାରୀଙ୍କୁ ଆଉଥରେ ତଦନ୍ତର ସାମ୍ନା କରାଇଲେ ଜିଲା ପ୍ରଶାସନ ଏସମ୍ପର୍କରେ ବହୁ ତଥ୍ୟ ପାଇପାରିବ। ମହାକାଳପଡା ଜମ୍ବୁ ଅଞ୍ଚଳର ଜଣେ ବ୍ୟକ୍ତି କହିଛନ୍ତି, ସେ ଜମି ପାଇବା ପାଇଁ ସ୍ଥାନୀୟ ଆରଆଇ କାର୍ଯ୍ୟାଳୟ ଓ ତହସିଲକୁ ଯାଇଥିଲେ। ସଂପୃକ୍ତ ଆରଆଇ ତାଙ୍କୁ ବସୁନ୍ଧରା ଯୋଜନାରେ ସାମିଲ କରାଇ ଜମି ପଟ୍ଟା ଯୋଗାଇ ଦେବାକୁ କହି ୧ ଲକ୍ଷ ଟଙ୍କା ନେଇଛନ୍ତି। ପ୍ରଥମେ ୭୦ ହଜାର ଟଙ୍କା ନେଇ ଫର୍ମ-କେ ରସିଦରେ ୧୨୦୦ ଟଙ୍କାର ପାଉତି ଦେଇଥିଲେ। ପରେ ୩୦ ହଜାର ଟଙ୍କା ନେଇ ୮ ଡିସିମିଲର ଜମି ପଟ୍ଟା ବସୁନ୍ଧରା ଯୋଜନାରେ ଦେଇଥିଲେ ମଧ୍ୟ ତନାଘନା ପରେ ପଟ୍ଟା ଓ ପାଉତି ମିଥ୍ୟା ବୋଲି ଜଣାପଡିଛି। ଏନେଇ ସମ୍ପୃକ୍ତ ଆରଆଇଙ୍କ ବିରୋଧରେ ଥାନାରେ ଅଭିଯୋଗ ପତ୍ର ଦେବା ସହିତ ବ୍ଲକ ଓ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ଏହାସତ୍ତ୍ୱେ ନ୍ୟାୟ ମିଳି ନ ଥିବା ହିତାଧିକାରୀ କ୍ଷୋଭ ପ୍ରକାଶ କରିଛନ୍ତି। ସାମାଜିକ କର୍ମୀ ରାଧାକାନ୍ତ ମହାନ୍ତି କହିଛନ୍ତି, ରାଜ୍ୟ ସରକାର ୨୦୦୬ରେ ଭୂମିହୀନଙ୍କ ପାଇଁ ବସୁନ୍ଧରା ଯୋଜନା ଆରମ୍ଭ କରିଛନ୍ତି। ୨୦୧୧ରେ ଜିଲାରେ ୨୫୧୨ ଭୂମିହୀନ ଚିହ୍ନଟ ହୋଇଥଲେ। ଏବେ ବହୁ ସଂଖ୍ୟାରେ ଅନୁପ୍ରବେଶକାରୀ ବସୁନ୍ଧରା ଯୋଜନାର ହିତାଧିକାରୀ ହୋଇଛନ୍ତି। ସେହିପରି ୨୦୧୭ରେ ତୃତୀୟଲିଙ୍ଗିଙ୍କୁ ଏହି ଯୋଜନାରେ ସାମିଲ ଲାଗି ନିର୍ଦ୍ଦେଶ ଥିଲେ ହେଁ ଅଦ୍ୟାବଧି କେହି ଜମି ଖଣ୍ଡେ ପାଇନାହାନ୍ତି। ଏଡିଏମ୍‌ ନିଲୁ ମହାପାତ୍ର କହିଛନ୍ତି, ବସୁନ୍ଧରା ଯୋଜନାରେ ସାମିଲ କରିବା ପାଇଁ ବହୁ ଆବେଦନପତ୍ର ଆସିଛି। ହେଲେ ଏହାର ତଦନ୍ତ କରାଯାଇ ହିତାଧିକାରୀମାନଙ୍କୁ ସାମିଲ କରାଯାଉଛି। ଦୁର୍ନୀତି ସମ୍ପର୍କରେ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼

ପଡ଼ିଆ,୨୦ା୫(ଭାସ୍କର ରାଓ)- ଗୁଣିଗାରେଡ଼ି ସନ୍ଦେହରେ ଗାଁ କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ସ୍ବାସ୍ଥ୍ୟକେନ୍ଦ୍ରକୁ କିମ୍ବା ଥାନାରେ ଅଭିଯୋଗ କଲେ ପରିବାରର ସମସ୍ତଙ୍କୁ ଜୀବନରୁ...

ଡ୍ୟୁଟି ସାରି ଘରକୁ ଫେରୁଥିଲେ: ହାଇୱା ଧକ୍କାରେ ଚାଳିଗଲା ଜୀବନ

ଭବାନୀପାଟଣା,୨୦।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ଏମ୍‌ଏସ୍‌ଏ ଛକରେ ସୋମବାର ଏକ ଦୁର୍ଘଟଣା ଘଟିଛି। ଏକ ହାଇୱା ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ...

ଆମ୍ବ ତୋଳିବାକୁ ଯାଇଥିଲେ: ହେଲା ବଜ୍ରପାତ

ଟିକିରି/ରାୟଗଡ଼ା,୨୦।୫(ପ୍ରଫୁଲ୍ଲ କୁମାର ବେହେରା/ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ନକଟିଗୁଡା ପଞ୍ଚାୟତ ସାନମାଟିକଣା ଗାଁରେ ସୋମବାର ଅପରାହ୍ନରେ ବଜ୍ରପାତ ଘଟି ଜଣେ ମହିଳାଙ୍କ...

ଯୁବକଙ୍କ ଉପରେ ମାଡ଼ିଗଲା ହାଇୱା, ଉତ୍ତେଜନା

ତିହିଡ଼ି,୨୦।୫(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଆରୁହା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୨ଜଣ ବାଇକ୍‌ ଆରୋହୀଙ୍କ ମଧ୍ୟରେ ଧକ୍କା ହେବା...

ଅପରାହ୍ନ ୫ଟା ସୁଦ୍ଧା ବରଗଡ଼ ଜିଲାରୁ ଆସିଲା ମତଦାନ ହାର

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମତଦାନ କେନ୍ଦ୍ରଗୁଡିକରେ ଏବେବି ମତଦାତାଙ୍କ...

ଜୀବନ ହାରିଦେଲେ ମହିଳା: କାରଣ ଖୋଜୁଛି ପୋଲିସ

ଗଞ୍ଜାମ,୨୦ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅଧୀନ ପାଳିବନ୍ଧ ପଞ୍ଚାୟତର ପୁରୁଣାବନ୍ଧ ଗ୍ରାମର ଜଣେ ମହିଳା ସୋମବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ପିଙ୍କି ବେହେରା (୨୮)।...

ଟ୍ରକ ଧକ୍କାରେ ଶଳା, ଭିଣୋଇ ମୃତ

ଛତ୍ରପୁର,୨୦।୫(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଛତ୍ରପୁର ବ୍ଲକ ଚମାଖଣ୍ଡି ଥାନା ଅନ୍ତର୍ଗତ ଟାଟା ପ୍ଲାଣ୍ଟ ସମ୍ମୁଖ ଜାତୀୟ ରାଜପଥରେ ଏକ ଦୁଃଖଦ ଘଟଣା ସୋମବାର ଦେଖିବାକୁ ମିଳିଛି।...

ମୋଦିଙ୍କ ଭକ୍ତ ହେଉଛନ୍ତି ଜଗନ୍ନାଥ, କହୁ କହୁ ଏମିତି କହିଦେଲେ ସମ୍ବିତ ପାତ୍ର: ଭାଇରାଲ ହେଉଛି ଭିଡିଓ

ଭୁବନେଶ୍ୱର,୨୦।୫(ଅସମାପିକା ସାହୁ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପୁରୀରେ ଏକ ବିଶାଳ ରୋଡ ଶୋ’ କରିଛନ୍ତି। ମୋଦିଙ୍କ ସହ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri