ଦୁର୍ଗମ ଅଞ୍ଚଳବାସୀଙ୍କ ଭାଗ୍ୟ ବଦଳିବ

ଫୁଲବାଣୀ ଅଫିସ, ୧୩।୧୨ବଣ, ପାହାଡ ଘେରା କନ୍ଧମାଳ ଜିଲାର ଶତାଧିକ ଗ୍ରାମକୁ ଆଜି ପର୍ଯ୍ୟନ୍ତ ସବୁଦିନିଆ ରାସ୍ତା ନିର୍ମାଣ ହୋଇ ପାରିନାହିଁ। ଫଳରେ ଦୁର୍ଗମ ଅଞ୍ଚଳର ଲୋକେ ବର୍ଷର ଅଧିକାଂଶ ସମୟ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହୁଛନ୍ତି। ରୋଗୀଙ୍କୁ ଦୋଳାରେ ବୋହି ଡାକ୍ତରଖାନାରେ ପହଞ୍ଚାଇବା, ଗର୍ଭବତୀଙ୍କୁ ଭରା ନଈରେ ପାର କରିବା ଆଦି ଜିଲାରେ ସାଧାରଣ ଘଟଣାରେ ପରିଣତ ହୋଇଛି। ସରକାରୀ ସୂଚନା ଅନୁସାରେ, ଜିଲାର ୩୩୪ଟି ଗ୍ରାମକୁ ଏ ଯାଏ ରାସ୍ତା ନାହିଁ । ତେବେ ଏସବୁ ଦୁର୍ଗମ ଅଞ୍ଚଳବାସୀଙ୍କ ଭାଗ୍ୟ ବଦଳିବାକୁ ଯାଉଛି। ରାସ୍ତା ନିର୍ମାଣ ପାଇଁ ସର୍ଭେ କାର୍ଯ୍ୟ ଶେଷ ହେବା ପରେ ଟେଣ୍ଡର ଡକାସରିଛି । ଖୁବ୍‌ କମ୍‌ ଦିନ ମଧ୍ୟେରେ କାମ ଆରମ୍ଭ ହେବ ା ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ବହୁ ଗ୍ରାମବାସୀଙ୍କ ପ୍ର୍ରମୁଖ ମୌଳିିକ ସମସ୍ୟା ରାସ୍ତା କାର୍ଯ୍ୟ ହେବାକୁ ଯାଉ ଥିବାରୁ ସେମାନଙ୍କ ମନରେ ନୂଆ ଆଶା ସଞ୍ଚାର ହୋଇଛି।
ଜିଲାର ଅତି ଦୁର୍ଗମ ତଥା ମାଓବାଦୀ ପ୍ରବଣ ଭାବେ ପରିଚିତ ଫିରିଙ୍ଗିଆ ବ୍ଲ୍ଳକର ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ରାସ୍ତା ସଂଯୋଗୀକରଣ ପାଇଁ ୩୪ଟି ପ୍ରକଳ୍ପର ସର୍ଭେ ସରିଛି। ଏଥିମଧ୍ୟରୁ କେତେକ ପ୍ରକଳ୍ପ ପାଇଁ ଟେଣ୍ଡର ପ୍ରକ୍ରିୟା ବି ଆରମ୍ଭ ହୋଇ ସାରିଛି। ପ୍ରକୃତପକ୍ଷେ ପ୍ରାୟ ୨ ବର୍ଷ ତଳେ ଏହି ଯୋଜନା ହାତକୁ ନିଆ ଯାଇଥିଲା। କିନ୍ତୁ କରୋନା କାରଣରୁ ପ୍ରକ୍ରିୟା ବିଳମ୍ବିତ ହୋଇଥିଲା। ଗ୍ରାମ୍ୟ ନିର୍ମାଣ ବିଭାଜନ(ଆରଡି) ପକ୍ଷରୁ ସର୍ଭେ ଶେଷ ହେବା ପରେ ଟେଣ୍ଡର ସରି କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି ା ସରକାରୀ ରିପୋର୍ଟ ଅନୁସାରେ ଫିରିଙ୍ଗିଆ ଜିଲାର ଦ୍ୱିତୀୟ ବୃହତମ ବ୍ଲକ । ଏହି ବ୍ଲକରେ ସର୍ବାଧିକ ୧୧୨ଟି ଗ୍ରାମକୁ ଯାତାୟତ ପାଇଁ କୌଣସି ପ୍ରକାର ସୁବିଧା ନ ଥିବା ଯୋଗୁଁ ଏହି ସବୁ ଗ୍ରାମଗୁଡିକରେ ଶିକ୍ଷା, ସ୍ବାସ୍ଥ୍ୟ ସେବା ଭଳି ବହୁ ସରକାରୀ ଯୋଜନା ପହଞ୍ଚାଇବା ସମ୍ଭବ ହୋଇ ପାରୁନାହିଁ। ବ୍ଲକରେ ଅନେକ ନଦୀ ଓ ନାଳ ରହିଛି। ବିଶେଷ କରି ବାଘନଦୀ ଓ କେଡ଼ିଜୋଡ଼ି ନାଳ ଯୋଗୁ ବର୍ଷାଦିନରେ ଅନେକ ଗ୍ରାମ ବିଛିନ୍ନ ହୋଇ ପଡୁଛି। ଗ୍ରାମ୍ୟ ନିର୍ମାଣ ବିଭାଜନ ପକ୍ଷରୁ ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତର ବାଣିଜୁରି ଠାରୁ ମାଣ୍ଡିବାଲା ଭାୟା ଟିକିରିପଡା-ମୁର୍ଜା ଗାଁ ରାସ୍ତା ପାଇଁ ପାଖାପାଖି ୩ କୋଟି ଟଙ୍କାର ଟେଣ୍ଡର ପ୍ରକ୍ରିୟା ଚାଲୁରହିଛି। ଲୁଇସିଂ ଠାରୁ ମାଲାକାରି ଭାୟା କୁମ୍ବାରୁ ରାସ୍ତା ପାଇଁ ୪ କୋଟି ୨୧ ଲକ୍ଷ ୫୭ ହଜାର ଟଙ୍କା, ମୁଣ୍ଡାସାହି ଠାରୁ କାଟ୍ରାମାଲା ରାସ୍ତା ପାଇଁ ୪ କୋଟି ୨୧ ଲକ୍ଷ ୯୦ ହଜାର ଟଙ୍କା ବ୍ୟୟ ଅଟକଳ ହୋଇଛି। ଏହି ସବୁ ରାସ୍ତା ନିର୍ମାଣ ହେଲେ ବ୍ଲକର ଗୋଛାପଡା, ଲୁଇସିଂ, ବାଲନ୍ଦାପଡା, ସଲାଗୁଡା, କ୍ରାଣ୍ଡିବାଲି ଓ କୋଏରମାଣ୍ଡୁ ପଂଚାୟତର ବହୁ ବିଚ୍ଛିନାଞ୍ଚଳକୁ ସବୁଦିନିଆ ଯାତାୟତ ସମ୍ଭବ ହେଇପାରିବ। ସେହିପରି ମାଓବାଦୀ ପ୍ରବଣ ଅଞ୍ଚଳ କୁଟିକିଆ ଠାରୁ ସୁମେରବନ୍ଧ ଭାୟା ମାଜାବାଲି ପାଇଁ ପାଖା ପାଖି ୩ କୋଟି ଟଙ୍କା ଓ କଟାପଙ୍ଗା ଠାରୁ ସୁମେରବନ୍ଧ ପର୍ଯନ୍ତ ପ୍ରାୟ ୫ କୋଟି ଟଙ୍କାର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ରାସ୍ତା ସମ୍‌ୂର୍ଣ୍ଣ ହେଲେ ଦୁର୍ଗମ ଅଞ୍ଚଳରୁ ଜିଲା ସଦର ମହକୁମାକୁ ରାସ୍ତା ଫିଟିବ। ବିଭିନ୍ନ ପଞ୍ଚାୟତକୁ ମଧ୍ୟ ସଂଯୋଗୀକରଣ ହୋଇପାରିବ। ଜିଲାର ଆଉ ୨୭ ପ୍ରକଳ୍ପ ପାଇଁ ମଧ୍ୟ ସରକାରଙ୍କ ପକ୍ଷରୁ ସର୍ଭେ କରାଯାଇଛି। ଯଥାଶୀଘ୍ର ସର୍ଭେ ହୋଇଥିବା ପ୍ରକଳ୍ପ ପାଇଁ ଟେଣ୍ଡର ପ୍ରକାଶ ପାଇବ ବୋଲି ଫୁଲବାଣୀ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଶିଲ କୁମାର ମହାନ୍ତି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ପ୍ରବେଶ ଉପରେ ନଜର

ବ୍ରହ୍ମପୁର,୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଘୋଷଣା କରାଯିବା ପରେ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟଗୁଡ଼ିକରେ ରାଜନୈତିକ ମାହୋଲ…

୩ ରାଶି ଉପରେ ରହିବ ରାହୁ-କେତୁଙ୍କ କୃପା: ଘର, ଗାଡ଼ିଠାରୁ ଚାକିରି ଯାଏ ସବୁ ସ୍ୱପ୍ନ ହେବ ପୂରଣ!

ଜ୍ୟୋତିଷ ଶାସ୍ତ୍ରରେ ରାହୁ ଏବଂ କେତୁଙ୍କୁ ଛାୟା ଗ୍ରହ ସହିତ ଅତ୍ୟନ୍ତ ପ୍ରଭାବଶାଳୀ ଗ୍ରହ ଭାବେ ବିବେଚନା କରାଯାଏ। ଏହି ଦୁଇ ଗ୍ରହଙ୍କ ପ୍ରଭାବ ବ୍ୟକ୍ତିଙ୍କ ଜୀବନରେ…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

ପୁଣି ମହଙ୍ଗା ହେବ ମୋବାଇଲ ରିଚାର୍ଜ ପ୍ଲାନ! ଜାଣନ୍ତୁ କେବେଠୁ…

ନୂଆଦିଲ୍‌ଲୀ,୬।୧୦: ସାଧାରଣ ଲୋକଙ୍କୁ ପୁଣି ଥରେ ମହଙ୍ଗା ମାଡ଼ର ଝଟକା ଲାଗିପାରେ। ଏଥର ଏହି ଝଟକା ଟେଲିକମ କମ୍ପାନୀଗୁଡ଼ିକ ଦେଇପାରନ୍ତି। ଏକ ରିପୋର୍ଟ ଅନୁସାରେ, ଆଗାମୀ ୪ରୁ…

ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ: ଚଳଚଞ୍ଚଳ ଗଞ୍ଜାମ ମହାବିଦ୍ୟାଳୟ, ୮ ବର୍ଷ ପରେ ଫେରିବ କ୍ୟାମ୍ପସ ରାଜନୀତି

ଗଞ୍ଜାମ, ୬।୧୦ (ବିଦ୍ୟାଧର ସାହୁ): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଗଞ୍ଜାମ ମହାବିଦ୍ୟାଳୟ ପରିସର ଚଳଚଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?