ଦୁର୍ଗମ ଅଞ୍ଚଳବାସୀଙ୍କ ଭାଗ୍ୟ ବଦଳିବ

ଫୁଲବାଣୀ ଅଫିସ, ୧୩।୧୨ବଣ, ପାହାଡ ଘେରା କନ୍ଧମାଳ ଜିଲାର ଶତାଧିକ ଗ୍ରାମକୁ ଆଜି ପର୍ଯ୍ୟନ୍ତ ସବୁଦିନିଆ ରାସ୍ତା ନିର୍ମାଣ ହୋଇ ପାରିନାହିଁ। ଫଳରେ ଦୁର୍ଗମ ଅଞ୍ଚଳର ଲୋକେ ବର୍ଷର ଅଧିକାଂଶ ସମୟ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହୁଛନ୍ତି। ରୋଗୀଙ୍କୁ ଦୋଳାରେ ବୋହି ଡାକ୍ତରଖାନାରେ ପହଞ୍ଚାଇବା, ଗର୍ଭବତୀଙ୍କୁ ଭରା ନଈରେ ପାର କରିବା ଆଦି ଜିଲାରେ ସାଧାରଣ ଘଟଣାରେ ପରିଣତ ହୋଇଛି। ସରକାରୀ ସୂଚନା ଅନୁସାରେ, ଜିଲାର ୩୩୪ଟି ଗ୍ରାମକୁ ଏ ଯାଏ ରାସ୍ତା ନାହିଁ । ତେବେ ଏସବୁ ଦୁର୍ଗମ ଅଞ୍ଚଳବାସୀଙ୍କ ଭାଗ୍ୟ ବଦଳିବାକୁ ଯାଉଛି। ରାସ୍ତା ନିର୍ମାଣ ପାଇଁ ସର୍ଭେ କାର୍ଯ୍ୟ ଶେଷ ହେବା ପରେ ଟେଣ୍ଡର ଡକାସରିଛି । ଖୁବ୍‌ କମ୍‌ ଦିନ ମଧ୍ୟେରେ କାମ ଆରମ୍ଭ ହେବ ା ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ବହୁ ଗ୍ରାମବାସୀଙ୍କ ପ୍ର୍ରମୁଖ ମୌଳିିକ ସମସ୍ୟା ରାସ୍ତା କାର୍ଯ୍ୟ ହେବାକୁ ଯାଉ ଥିବାରୁ ସେମାନଙ୍କ ମନରେ ନୂଆ ଆଶା ସଞ୍ଚାର ହୋଇଛି।
ଜିଲାର ଅତି ଦୁର୍ଗମ ତଥା ମାଓବାଦୀ ପ୍ରବଣ ଭାବେ ପରିଚିତ ଫିରିଙ୍ଗିଆ ବ୍ଲ୍ଳକର ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ରାସ୍ତା ସଂଯୋଗୀକରଣ ପାଇଁ ୩୪ଟି ପ୍ରକଳ୍ପର ସର୍ଭେ ସରିଛି। ଏଥିମଧ୍ୟରୁ କେତେକ ପ୍ରକଳ୍ପ ପାଇଁ ଟେଣ୍ଡର ପ୍ରକ୍ରିୟା ବି ଆରମ୍ଭ ହୋଇ ସାରିଛି। ପ୍ରକୃତପକ୍ଷେ ପ୍ରାୟ ୨ ବର୍ଷ ତଳେ ଏହି ଯୋଜନା ହାତକୁ ନିଆ ଯାଇଥିଲା। କିନ୍ତୁ କରୋନା କାରଣରୁ ପ୍ରକ୍ରିୟା ବିଳମ୍ବିତ ହୋଇଥିଲା। ଗ୍ରାମ୍ୟ ନିର୍ମାଣ ବିଭାଜନ(ଆରଡି) ପକ୍ଷରୁ ସର୍ଭେ ଶେଷ ହେବା ପରେ ଟେଣ୍ଡର ସରି କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି ା ସରକାରୀ ରିପୋର୍ଟ ଅନୁସାରେ ଫିରିଙ୍ଗିଆ ଜିଲାର ଦ୍ୱିତୀୟ ବୃହତମ ବ୍ଲକ । ଏହି ବ୍ଲକରେ ସର୍ବାଧିକ ୧୧୨ଟି ଗ୍ରାମକୁ ଯାତାୟତ ପାଇଁ କୌଣସି ପ୍ରକାର ସୁବିଧା ନ ଥିବା ଯୋଗୁଁ ଏହି ସବୁ ଗ୍ରାମଗୁଡିକରେ ଶିକ୍ଷା, ସ୍ବାସ୍ଥ୍ୟ ସେବା ଭଳି ବହୁ ସରକାରୀ ଯୋଜନା ପହଞ୍ଚାଇବା ସମ୍ଭବ ହୋଇ ପାରୁନାହିଁ। ବ୍ଲକରେ ଅନେକ ନଦୀ ଓ ନାଳ ରହିଛି। ବିଶେଷ କରି ବାଘନଦୀ ଓ କେଡ଼ିଜୋଡ଼ି ନାଳ ଯୋଗୁ ବର୍ଷାଦିନରେ ଅନେକ ଗ୍ରାମ ବିଛିନ୍ନ ହୋଇ ପଡୁଛି। ଗ୍ରାମ୍ୟ ନିର୍ମାଣ ବିଭାଜନ ପକ୍ଷରୁ ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତର ବାଣିଜୁରି ଠାରୁ ମାଣ୍ଡିବାଲା ଭାୟା ଟିକିରିପଡା-ମୁର୍ଜା ଗାଁ ରାସ୍ତା ପାଇଁ ପାଖାପାଖି ୩ କୋଟି ଟଙ୍କାର ଟେଣ୍ଡର ପ୍ରକ୍ରିୟା ଚାଲୁରହିଛି। ଲୁଇସିଂ ଠାରୁ ମାଲାକାରି ଭାୟା କୁମ୍ବାରୁ ରାସ୍ତା ପାଇଁ ୪ କୋଟି ୨୧ ଲକ୍ଷ ୫୭ ହଜାର ଟଙ୍କା, ମୁଣ୍ଡାସାହି ଠାରୁ କାଟ୍ରାମାଲା ରାସ୍ତା ପାଇଁ ୪ କୋଟି ୨୧ ଲକ୍ଷ ୯୦ ହଜାର ଟଙ୍କା ବ୍ୟୟ ଅଟକଳ ହୋଇଛି। ଏହି ସବୁ ରାସ୍ତା ନିର୍ମାଣ ହେଲେ ବ୍ଲକର ଗୋଛାପଡା, ଲୁଇସିଂ, ବାଲନ୍ଦାପଡା, ସଲାଗୁଡା, କ୍ରାଣ୍ଡିବାଲି ଓ କୋଏରମାଣ୍ଡୁ ପଂଚାୟତର ବହୁ ବିଚ୍ଛିନାଞ୍ଚଳକୁ ସବୁଦିନିଆ ଯାତାୟତ ସମ୍ଭବ ହେଇପାରିବ। ସେହିପରି ମାଓବାଦୀ ପ୍ରବଣ ଅଞ୍ଚଳ କୁଟିକିଆ ଠାରୁ ସୁମେରବନ୍ଧ ଭାୟା ମାଜାବାଲି ପାଇଁ ପାଖା ପାଖି ୩ କୋଟି ଟଙ୍କା ଓ କଟାପଙ୍ଗା ଠାରୁ ସୁମେରବନ୍ଧ ପର୍ଯନ୍ତ ପ୍ରାୟ ୫ କୋଟି ଟଙ୍କାର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ରାସ୍ତା ସମ୍‌ୂର୍ଣ୍ଣ ହେଲେ ଦୁର୍ଗମ ଅଞ୍ଚଳରୁ ଜିଲା ସଦର ମହକୁମାକୁ ରାସ୍ତା ଫିଟିବ। ବିଭିନ୍ନ ପଞ୍ଚାୟତକୁ ମଧ୍ୟ ସଂଯୋଗୀକରଣ ହୋଇପାରିବ। ଜିଲାର ଆଉ ୨୭ ପ୍ରକଳ୍ପ ପାଇଁ ମଧ୍ୟ ସରକାରଙ୍କ ପକ୍ଷରୁ ସର୍ଭେ କରାଯାଇଛି। ଯଥାଶୀଘ୍ର ସର୍ଭେ ହୋଇଥିବା ପ୍ରକଳ୍ପ ପାଇଁ ଟେଣ୍ଡର ପ୍ରକାଶ ପାଇବ ବୋଲି ଫୁଲବାଣୀ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଶିଲ କୁମାର ମହାନ୍ତି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ବାପାଙ୍କ ବଦଳରେ ଲଢିବେ ଝିଅ: ୨୭ରେ ଘୋଷଣା କରିପାରେ କଂଗ୍ରେସ

କଟକ,୨୬।୪(ଶିଳ୍ପା ପ୍ରିୟଦର୍ଶିନୀ):କଂଗ୍ରେସ ପକ୍ଷରୁ ଆସନ୍ତା ୨୭ ତାରିଖରେ ବାଲିଯାତ୍ରା ଉପର ପଡ଼ିଆରେ ଏକ ବଡ଼ ସଭା ହେବ ଏବଂ ସେଥିରେ ଦଳ ମହମ୍ମଦ ମୋକିମଙ୍କ ବଡ଼...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri