ମୁକ୍ତ ହେବାକୁ ଯାଉଛନ୍ତି ରାଷ୍ଟ୍ରପତିଙ୍କୁ ଗୁଳି କରିଥିବା ଶୁଟର

ଓ୍ବାଶିଂଟନ,୨୮।୯: ୪୦ ବର୍ଷ ତଳେ ଆମେରିକାର ରାଷ୍ଟ୍ରପତି ରୋନାଲ୍ଡ ରେଗାନଙ୍କୁ ଗୁଳି କରିଥିବା ଶୁଟର ଜନ ହିଙ୍କଲେ ଆସନ୍ତା ବର୍ଷ ଜୁନରୁ ସମ୍ପୂର୍ଣ୍ଣ ମୁକ୍ତ ହେବାକୁ ଯାଉଛନ୍ତି। ୧୯୮୧ ମସିହା ମାର୍ଚ୍ଚ ୩୧ ତାରିଖରେ ଓ୍ବାଶିଂଟନର ଏକ ହୋଟେଲ ବାହାରେ ରାଷ୍ଟ୍ରପତି ରେଗାନଙ୍କୁ ଗୁଳି କରିଥିଲେ ହିଙ୍କଲେ। ଏଥିରେ ଅନ୍ୟ ୩ ଜଣ ଆହତ ହୋଇଥିଲେ। ଘଟଣାର ତଦନ୍ତରୁ ଜଣାପଡ଼ିଥିଲା, ଫିଲ୍ମ ‘ଟାକ୍ସି ଡ୍ରାଇଭର’ ଦେଖି ଅଭିନେତ୍ରୀ ଜୋଡି ଫୋଷ୍ଟରଙ୍କ ପାଇଁ ହିଙ୍କଲେ ଅବସାଦଗ୍ରସ୍ତ ହୋଇପଡ଼ିଥିଲେ। ଏଣୁ ଫୋଷ୍ଟରଙ୍କୁ ଇମ୍ପ୍ରେସ କରିବା ପାଇଁ ସେ ରାଷ୍ଟ୍ରପତିଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ।

ଗୁଳିକାଣ୍ଡ ପରଠାରୁ ତାଙ୍କୁ ଓ୍ବାଶିଂଟନ ସାଇକଆଟ୍ରିକ ହସ୍ପିଟାଲରେ ରଖାଯାଇଥିଲା। ୨୦୧୬ରେ ତାଙ୍କୁ କଡ଼ା ସର୍ତ୍ତରେ ଛଡ଼ାଯାଇଥିଲା। ମୁଖ୍ୟ ସର୍ତ୍ତ ଥିଲା ସେ ତାଙ୍କ ମା’ଙ୍କ ଘର ଭର୍ଜିନିଆର ଓ୍ବିଲିୟମବର୍ଗ ଠାରୁ ୮୦ କିମିରୁ ଅଧିକ ଦୂର ଯାଇପାରିବେ ନାହିଁ। ଆଉ ବର୍ତ୍ତମାନ ଓ ପୂର୍ବତନ ରାଷ୍ଟ୍ରପତି, ଉପ ରାଷ୍ଟ୍ରପତି ରହୁଥିବା କୌଣସି ଅଞ୍ଚଳକୁ ସେ ଯାଇପାରିବେ ନାହିଁ।

କୋର୍ଟଙ୍କ ଡକ୍ୟୁମେଣ୍ଟ ଅନୁଯାୟୀ, ଜଷ୍ଟିସ ବିଭାଗ ଓ ହିଙ୍କଲେଙ୍କ ଓକିଲଙ୍କ ମଧ୍ୟରେ ହୋଇଥିବା ଚୁକ୍ତିରେ ସୋମବାର ଜଣେ ଫେଡେରାଲ ଜଜ୍‌ ମୋହର ମାରିଛନ୍ତି। ଏହାର ଅର୍ଥ ଆସନ୍ତା ବର୍ଷ ଜୁନରୁ ତାଙ୍କ ଉପରେ କୌଣସି ସର୍ତ୍ତ ଲାଗୁ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାକୁ ବୁଦ୍ଧି ଶିଖାଇବାକୁ ଭାରତ, ଜାପାନ, ଅଷ୍ଟ୍ରେଲିଆ ସହ କଥା ହେବ ଆମେରିକା!

ଓ୍ବାଶିଂଟନ,୩୦।୮: ଦକ୍ଷିଣ ଚୀନ୍‌ ସାଗରେ ଚାଇନା ତା’ର ଶକ୍ତି ବୃଦ୍ଧି କରି ଚାଲିଥିବା ବେଳେ ଆମେରିକା ଏହାର ମୁକାବିଲା କରିବାକୁ ଏବେଠାରୁ ପ୍ରସ୍ତୁତ ହେଲାଣି। ଏଥିପାଇଁ...

୧୦ ଲକ୍ଷ ବିଦେଶୀ ଛାତ୍ରୀଛାତ୍ରଙ୍କୁ ଆମେରିକା ଛାଡ଼ିବାକୁ ନିର୍ଦ୍ଦେଶ

ଓ୍ବାଶିଂଟନ, ୭।୭: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆମେରିକା ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଇତିମଧ୍ୟରେ ଆମେରିକା ଛାଡ଼ିବାକୁ ୧୦...

ନ୍ୟୁୟର୍କରେ ସର୍ବାଧିକ ସଂକ୍ରମିତ

ନ୍ୟୁୟର୍କ,୧୧ା୪: କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟାରେ ବିଶ୍ୱର ସମସ୍ତ ଦେଶଠାରୁ ଆମେରିକାର ନ୍ୟୁୟର୍କ ପ୍ରଦେଶ ଟପିଯାଇଛି। କେବଳ ନ୍ୟୁୟର୍କରେ ଗୁରୁବାର ୧୦,୩୩୩ ଜଣ ସଂକ୍ରମିତ ହେବା...

ମଙ୍ଗଳରେ ବାସ କରିପାରିବେ ପୃଥିବୀର ୪ ପ୍ରଜାତିର ମିଥାନୋଜେନ୍ସ୍‌

ଓ୍ବାଶିଂଟନ,୨୫।୧୧: ମଙ୍ଗଳରେ ବସତି ସ୍ଥାପନ କରିବା ଲାଗି ମନୁଷ୍ୟ ଉଦ୍ୟମ ଜାରି ରଖିଛି। ଏପରିସ୍ଥଳେ ମହାକାଶ ବିଜ୍ଞାନୀମାନେ କହିଛନ୍ତି ଯେ, ପୃଥିବୀରେ ଥିବା ୪ ପ୍ରଜାତିର...

ଜନଗହଳି ସମ୍ପର୍କରେ ସୂଚନା ଦେବ ଆପ୍‌: ଓଡ଼ିଆ ଉଦ୍ୟୋଗୀଙ୍କ କୃତିତ୍ୱ

ଲଣ୍ଡନ, ୨୭।୭: ପୃଥିବୀରେ କରୋନା ମହାମାରୀ ସଙ୍କଟ ସୃଷ୍ଟି କରିଛି। ଏପରିସ୍ଥଳେ ସାମାଜିକ ଦୂରତା ବଜାୟ ରଖିବା ଅପରିହାର୍ଯ୍ୟ ହୋଇପଡ଼ିଛି। ତେବେ କେଉଁ ସ୍ଥାନରେ ଜନଗହଳି...

ପୁଟିନ୍‌ଙ୍କୁ ହତ୍ୟା ଲାଗି ଷଡ଼ଯନ୍ତ୍ର ରଚିଥିଲା ୟୁକ୍ରେନ୍‌…

ମସ୍କୋ/କ୍ୱିଭ୍‌, ୨୪।୫ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିଷୟରେ ଏନେଇ ସାରା ବିଶ୍ୱରେ ସମାଲୋଚନା ହେବାରେ...

ବିଶ୍ୱରେ ୫୪ ଲକ୍ଷ ଆଡକୁ ଗତି କରୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା

ଓ୍ବାଶିଂଟନ,୨୪।୫: କରୋନା ଭାଇରସ ସଂକ୍ରମଣ ବିଶ୍ୱର ପ୍ରାୟ ସମସ୍ତ ଦେଶକୁ ବ୍ୟାପି ସାରିଲାଣି। ତେବେ ଆଫ୍ରିକା ଓ ନର୍ଥ ଆମେରିକା ଏବେ ଏହାର ହଟ୍‌ସ୍ପଟ୍‌ ଥିବା...

ତାଇଓ୍ବାନ ଆକାଶ ମାର୍ଗରେ ଅନୁପ୍ରବେଶ କଲେ ୧୮ ଚାଇନା ବିମାନ…

ତାଇପେଇ ସିଟି, ୮।୫ : ତାଇୱାନର ଆକାଶ ମାର୍ଗରେ ଚାଇନାର ୧୮ଟି ସାମରିକ ବିମାନ ଅନୁପ୍ରବେଶ କରିଛି। ଏନେଇ ତାଇଓ୍ବାନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।...

Advertisement
Archives

Model This Week