ପୂର୍ବତନ ସମିତିସଭ୍ୟ ସୁବାସ ସେଠୀଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା

ଦିଗପହଣ୍ଡି,୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ସୁବାସ ସେଠୀଙ୍କ ୮୧ ବର୍ଷ ବୟସରେ ମଙ୍ଗଳବାର ଅପରାହ୍ନରେ ତାଙ୍କ ଅନଙ୍ଗପୁର ଗ୍ରାମ ସ୍ଥିତ ବାସଭବନରେ ପରଲୋକ ଘଟିଛି। ଜଣେ ସାଧାରଣ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିବା ସୁବାସ ଗତ ୨୦୧୨ ରୁ ୨୦୧୭ ଯାଏ ପଞ୍ଚାୟତର ସମିତି ସଭ୍ୟ ଭାବେ କାର୍ଯ୍ୟକରି ପଞ୍ଚାୟତ ଜନସାଧାରଣଙ୍କ ପ୍ରଶଂସା ସାଉଁଟିଥିଲେ। ତାଙ୍କ ଉଦ୍ୟମରେ ପଞ୍ଚାୟତ ଅଧୀନ ବିଭିନ୍ନ ଗ୍ରାମର ବହୁ ଉନ୍ନୟନ ମୂଳକ ପ୍ରକଳ୍ପ ନିର୍ମାଣ ହୋଇପାରିଥିଲା।

ତାଙ୍କ ପରଲୋକ ଖବରପାଇ ବହୁ ସଂଖ୍ୟକ ଗଣ୍ୟମାନ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ବିଜେଡ଼ି ରାଜ୍ୟ କାର୍ଯ୍ୟକର୍ତ୍ତା ବିପ୍ଳବ ପାତ୍ର, ଦିଗପହଣ୍ଡି ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ଜିଲା ପରିଷଦ ସଦସ୍ୟ ବିପିନ ଚନ୍ଦ୍ର ପ୍ରଧାନ,ପୂର୍ବତନ ସରପଞ୍ଚ ଅସିତ କୁମାର ସାହୁ,ଅନଙ୍ଗପୁର ଗ୍ରାମର ସାମାଜିକ କର୍ମୀ ବି. ବାବାଜୀ ରେଡ୍ଡୀ ପ୍ରମୁଖ ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ କରାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସାର ପଳାଉଛି ଛତିଶଗଡ଼: ଚାଷୀ ହତାଶ

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ସର୍ବାଧିକ ଧାନ ଫସଲ ହେଉଥିବା ବରଗଡ଼ ଜିଲାରେ ବର୍ତ୍ତମାନ ସାର ସଙ୍କଟ ଚାଷୀମାନଙ୍କୁ ଚିନ୍ତାରେ ପକାଇଦେଇଛି। ଜିଲାରେ ସାର ମହଜୁଦ ଅଛି, ଅଭାବ…

ଘରୁ ଡାକିନେଇ ଯୁକ୍ତ୨ ଛାତ୍ରଙ୍କୁ ବାଡ଼େଇ ମାରିଦେଲେ ୨ ସାଥୀ: ମଦ ପିଆଇ…

ଡେରାବିଶ, ୫ା୮(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅଞ୍ଚଳର ଜଣେ ଯୁକ୍ତ୨ କଲେଜ ଛାତ୍ରଙ୍କୁ ଘରୁ ଡାକି ନେଇ ତାଙ୍କର ୨ଜଣ ସାଙ୍ଗ ମାଡ଼ମାରି…

ଆବାସିକ ବିଦ୍ୟାଳୟରେ ହିଂସାକାଣ୍ଡ: ୯ମ ଶ୍ରେଣୀ ପିଲାଙ୍କୁ ନିସ୍ତୁକ ପିଟିଲେ ୧୦ମ ଛାତ୍ର

କଲ୍ୟାଣସିଂହପୁର/ରାୟଗଡ଼ା, ୫।୮ (ଦୀପକ କୁମାର ପରିଡ଼ା/ କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ଥିବା ଆବାସିକ ବିଦ୍ୟାଳୟରେ ହିଂସାକାଣ୍ଡ ବଢ଼ିବାରେ ଲାଗିଛି। କୋଲନରା ବ୍ଲକ୍‌ ଅନ୍ତର୍ଗତ ରିଭଲକଣାସ୍ଥିତ…

ସୁନାବେଡ଼ା ଅଞ୍ଚଳରେ କଲରାପତରିଆ ବାଘ ଆତଙ୍କ: ଭିଡିଓ ଭାଇରାଲ ହେବା ପରେ…

ନୂଆପଡ଼ା,୫ା୮ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟରେ କଲରାପତରିଆ ବାଘ ଆତଙ୍କ ଦେଖାଦେଇଛି। ବାଘ ରାସ୍ତାରେ ବୁଲୁଥିବା ଭିଡିଓ ସୋସିଆଲ ମିଡିଆରେ…

ଝାରଖଣ୍ଡର ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ: ଜନସାଧାରଣଙ୍କ ପାଇଁ ସୂଚନା ଜାରି କଲା ନନ୍ଦିପଦା ପୋଲିସ

ହାଟଡିହୀ, ୪।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲାରେ ଝାରଖଣ୍ଡର ଏକ ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ ଥିବା ନେଇ ସୂଚନା ମିଳିବା ପରେ, ନନ୍ଦିପଦା ପୋଲିସ ପକ୍ଷରୁ ଜନସାଧାରଣଙ୍କ…

ଡୁଙ୍ଗୁରିପାଲିରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ: ଜବରଦଖଲମୁକ୍ତ ହେଲା ସମବାୟ ସମିତିର ଗୋଦାମ ଗୃହ

ଡୁଙ୍ଗୁରିପାଲି, ୪।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଆଞ୍ଚଳିକ ସମବାୟ ବାଣିଜ୍ୟ ସମିତି ଲିଃ ର ଏକ ପୁରାତନ ଗୋଦାମ ଗୃହକୁ ଦୀର୍ଘ ବର୍ଷ ଧରି ଜବରଦଖଲ…

ନିୟମିତ ଭାବେ ରାସ୍ତା ଅବରୋଧକୁ କେନ୍ଦ୍ର କରି ମାରପିଟ୍, ଅଭିଯୁକ୍ତ ବାପା-ପୁଅ ଗିରଫ

ବଞ୍ଚୋ, ୪।୮(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅନ୍ତର୍ଗତ ଶିବରାୟଣପୁର ଗ୍ରାମରେ ରାସ୍ତା ଅବରୋଧକୁ କେନ୍ଦ୍ର କରି ଘଟିଥିବା ମାରପିଟ୍ ଘଟଣାରେ ପୋଲିସ ବାପା ଓ ପୁଅଙ୍କୁ ଗିରଫ…

କଳାହାଣ୍ଡି-ନୂଆପଡ଼ା ଲାଇଫ୍ ଲାଇନ୍ ତୁର୍କେଲ ପୋଲ ଅଚଳ: ୧୧ ମାସ ହେଲା ଯୋଗାଯୋଗ ବିଚ୍ଛିନ୍ନ, କଂଗ୍ରେସର ବିଶାଳ ପଦଯାତ୍ରା

ଭବାନୀପାଟଣା, ୪।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଓ ନୂଆପଡ଼ା ଜିଲାର ‘ଲାଇଫ୍ ଲାଇନ୍’ କୁହାଯାଉଥିବା ଭବାନୀପାଟଣା ବ୍ଲକର ତୁର୍କେଲ ବ୍ରିଜ୍ ବିପଦସଂକୁଳ ହୋଇପଡ଼ିଥିବାରୁ ଗତ ୧୧ ମାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri