Posted inଜାତୀୟ

ଚିନ୍ତା କରିବାର କିଛି ନାହିଁ

ନୂଆଦିଲ୍ଲୀ,୧୩।୧୦: ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କୁ ବୁଧବାର ସନ୍ଧ୍ୟାରେ ଏମ୍ସରେ ଭର୍ତ୍ତି କରାଯାଇଛି। ଏହି ଖବର ପ୍ରସାରିତ ହେବା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନି, ପୂର୍ବତନ କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟାଙ୍କ ଭଳି ବରିଷ୍ଠ କଂଗ୍ରେସ ନେତାମାନେ ସୋସିଆଲ ମିଡିଆରେ ଆରୋଗ୍ୟ କାମନା କରିଥିଲେ। ଫଳରେ ମନମୋହନ ସିଂଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ଭୁଲ ଖବର ପ୍ରସାରିତ ହୋଇଥିଲା। ତେବେ ଏହା ଉପରେ କଂଗ୍ରେସ ପକ୍ଷରୁ ଅପଡେଟ୍‌ ଦେଇଛନ୍ତି ଏଆଇସିସିର ଯୋଗାଯୋଗ ଦାୟିତ୍ୱରେ ଥିବା ସଚିବ ପ୍ରଣବ ଝା।

ଜ୍ୱର ଓ ଦୁର୍ବଳତା ଭଳି ସାଧାରଣ କାରଣରୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିନ୍ତୁ ଚିନ୍ତା କରିବାର କିଛି କାରଣ ନାହିଁ। ଏବେ ସେ ସମ୍ପୂର୍ଣ୍ଣ ଠିକ୍‌ ଅଛନ୍ତି। ସେ ରୁଟିନ ଚେକ୍‌ ଅପ୍‌ ପାଇଁ ଛନ୍ତି। ଦରକାର ପଡ଼ିଲେ, ଆମେ ଆହୁରି ଅପଡେଟ୍‌ କରିବୁ। ଚିନ୍ତା ପ୍ରକଟ କରିବା ପାଇଁ ଆମ ବନ୍ଧୁମାନଙ୍କୁ ଧନ୍ୟବାଦ୍‌ ବୋଲି ଟୁଇଟ୍‌ କରି ଲେଖିଛନ୍ତି ପ୍ରଣବ।

ଚଳିତ ବର୍ଷ, ୮୮ ବର୍ଷୀୟ କଂଗ୍ରେସ ଭେଟେରାନଓ ରାଜ୍ୟସଭା ସଦସ୍ୟ କୋଭିଡ୍‌-୧୯ରେ ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲାଲଜୀଙ୍କୁ ରୂପାର ରାକ୍ଷୀ ବାନ୍ଧୁଥିଲେ ମାୟାବତୀ

ଲେକ୍ଷ୍ନୌ,୨୧।୭: ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ମଙ୍ଗଳବାର ୮୫ବର୍ଷ ବୟସରେ ଲକ୍ଷ୍ନୌରେ ଦେହାନ୍ତ ହୋଇଛି। ଗତ କିଛି ଦିନରୁ ଲାଲଜୀ ଲକ୍ଷ୍ନୌ ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ...

‘ଚାଇନା ବିରୋଧରେ ଚୁପ୍‌ କାହିଁକି’

ନୂଆଦିଲ୍ଲୀ, ୭ା୬: ଭାଜପା ନେତ୍ରୀ ନୂପୁର ଶର୍ମାଙ୍କ ମନ୍ତବ୍ୟକୁ ବିରୋଧ କରୁଥିବା ଇସ୍‌ଲାମୀୟ ଦେଶଗୁଡ଼ିକ ଚାଇନାରେ ମୁସଲମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ଚୁପ୍‌ କାହିଁକି...

ନବମ, ଦଶମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କଲେ ମୋଦି

ମୁମ୍ବାଇ,୧୦।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ନବମ ଏବଂ ଦଶମ ବନ୍ଦେ ଭାରତ ଏକ୍ସପ୍ରେସ ଉପହାର ଦେଇଛନ୍ତି। ଶୁକ୍ରବାର ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସରୁ...

କରୋନାରେ ଏମ୍ସ ଡାକ୍ତରଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୨୪।୫: ଦିଲ୍ଲୀ ଏମ୍ସର ବରିଷ୍ଠ ଡାକ୍ତର ଜିତେନ୍ଦ୍ର ନାଥ ପାଣ୍ଡେ (୭୮)ଙ୍କର ଶନିବାର କରୋନାରେ ମୃତ୍ୟୁ ଘଟିଛି। ସେ ଏମ୍ସର ପୁଲମୋନୋଲୋଜି ବିଭାଗର ନିର୍ଦ୍ଦେଶକ...

ମମତାଙ୍କ ଉପରେ ବର୍ଷିଲେ ସ୍ମୃତି

କୋଲକାତା,୩୧ ।୧: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ରବିବାର ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି । ଜାନୁୟାରୀ ୩୦ ଓ ୩୧ରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗ ଗସ୍ତ...

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଅବହେଳା, ଗଠନ ହେବ ଯାଞ୍ଚ୍‌ କମିଟି…

ନୂଆଦିଲ୍ଲୀ, ୧୦।୧ : ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ହୋଇଥିବା ଅବହେଳା ମାମଲାର ବିଚାର କରି ସୁପ୍ରିମ୍‌କୋର୍ଟ ଏକ ଯାଞ୍ଚ...

ରାବଣରେ ଅଗ୍ନି ସଂଯୋଗ କରିବେ ମୋଦି

ନୂଆଦିଲ୍ଲୀ,୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ଲାଲକିଲ୍ଲା ବାହାରେ ଦ୍ୱାରକା ଶ୍ରୀରାମଲିଳା କମିଟିର ମଞ୍ଚରେ ରାବଣ ଦେହରେ ଅଗ୍ନି ସଂଯୋଗ କରିବାର କାର୍ଯ୍ୟକ୍ରମ...

ଅବୁଝମାଡ୍‌ ଅଞ୍ଚଳରେ ରହିଛି କେତେ ଗାଁ ତାହା ସରକାରଙ୍କୁ ନାହିଁ ଜଣା

ରାୟପୁର,୮।୭: ଛତିଶଗଡ଼ର ମାଓବାଦୀ ପ୍ରବଣ ଅଞ୍ଚଳ ଅବୁଝମାଡ୍‌ରେ କେତେ ଗାଁ ରହିଛି ସେ ନେଇ କୌଣସି ତଥ୍ୟ ସରକାରଙ୍କ ପାଖରେ ନାହିଁ। ଘନ ଜଙ୍ଗଲ ଦ୍ୱାରା...

Advertisement
Archives

Model This Week