Posted inଖେଳ

ଗମ୍ଭିରଙ୍କ ସହ ବିବାଦ ଉପରେ ମୁହଁ ଖୋଲିଲେ ଅକ୍‌ମଲ

ନୂଆଦିଲ୍ଲୀ,୩୦।୧: ୨୦୧୦ ଏସିୟା କପ୍‌ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଗୌତମ ଗମ୍ଭିରଙ୍କ ସହ ମୁହଁା ମୁହଁା ହୋଇଥିଲେ ଉଇକେଟକିପର ବ୍ୟାଟର କମରାନ ଅକ୍‌ମଲ। ଏହି ଘଟଣା ଉପରେ ଅକମଲ ପ୍ରଥମ ଥର ପାଇଁ ସେ ମୁହଁ ଖୋଲିଛନ୍ତି। ନିକଟରେ ଶେଷ ହୋଇଥିବା ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ (ଏଲଏଲସି)ରେ ଭାଗ ନେଇଥିବା ଅକମଲଙ୍କୁ ‘ଗମ୍ଭିର ଓ ହରଭଜନ ସିଂଙ୍କ ମଧ୍ୟରୁ କାହା ସହିତ ତୁମର ବଡ଼ ଶତ୍ରୁତା ଥିଲା’ ବୋଲି ପ୍ରଶ୍ନ କରାଯାଇଥିଲା।

ଏହାର ଉତ୍ତରରେ ୪୦ ବର୍ଷୀୟ ଉଇକେଟକିପର କହିଛନ୍ତି, “ଦୁଇ ପୂର୍ବତନ ଖେଳାଳିଙ୍କ ମଧ୍ୟରୁ କାହା ସହ ମୋର ଶତ୍ରୁତା ଥିଲା, ମୋତେ ଲାଗୁନି। ଭୁଲ ବୁଝାମଣା ଯୋଗୁ ଏହା ଘଟିଥିଲା। ବେଳେବେଳେ ଏହା ଘଟେ। ଏସିଆ କପ୍‌ରେ ମୋର ଗମ୍ଭିରଙ୍କ ସହ ଭୁଲ ବୁଝାମଣା ହୋଇଥିଲା। ସେ ଜଣେ ଭଲ ବ୍ୟକ୍ତି ଏବଂ ଭଲ କ୍ରିକେଟର ମଧ୍ୟ। ଆମେ ଏ’ ଟିମ୍‌ରେ ମଧ୍ୟ ସାଙ୍ଗ ହୋଇ ଖେଳିଛୁ। ଏଣୁ ମୋର କାହା ସହ କୌଣସି ଶତ୍ରୁତା ନାହିଁ”।

ସେହି ମ୍ୟାଚ୍‌ରେ ପାକିସ୍ତାନକୁ ୩ ଉଇକେଟ ହରାଇଥିଲା ଭାରତ। ବିଜୟୀ ଦଳ ପାଇଁ ଗମ୍ଭିର ୮୩ ରନ୍‌ର ଇନିଂସ ଖେଳିଥିଲେ। ଫାଇନାଲରେ ଭାରତ ୮୧ ରନ୍‌ରେ ଶ୍ରୀଲଙ୍କାକୁ ହରାଇ ଏସିଆ କପ୍‌ ଜିତିଥିଲା। ଉଲ୍ଲେଖଯୋଗ୍ୟ, ଅକମଲ ପାକିସ୍ତାନ ପାଇଁ ୫୩ ଟେଷ୍ଟ, ୧୫୭ ଦିନିକିଆ ଓ ୫୮ ଟି୨୦ ମ୍ୟାଚ୍‌ ଖେଳି ଯଥାକ୍ରମେ ୨୬୪୮, ୩୨୩୬ ଏବଂ ୯୮୭ ରନ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦଶନ୍ଧିର ଶ୍ରେଷ୍ଠ ଦଳ ଘୋଷଣା କଲା ଆଇସିସି, କୋହଲିଙ୍କୁ ପ୍ରତ୍ୟେକ ଦଳରେ ସ୍ଥାନ

ଦୁବାଇ,୨୭।୧୨: ଚଳିତ ଦଶନ୍ଧିର ପ୍ରତ୍ୟେକ ଫର୍ମାଟ ପାଇଁ ରବିବାର ଶ୍ରେଷ୍ଠ ଦଳ ଘୋଷଣା କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)। ଟି୨୦ ଓ ଦିନିକଆ ଫର୍ମାଟରେ...

କରୋନାରୁ ଆରୋଗ୍ୟ ହେଲେ ରୋନାଲ୍‌ଡୋ

ତୁରିନ୍‌ (ଇଟାଲୀ):କ୍ରିଷ୍ଟିଆନୋ ରୋନାଲ୍‌ଡୋ ୧୯ ଦିନ ପରେ କରୋନା ଭାଇରସ୍‌ରୁ ଆରୋଗ୍ୟ ଲାଭ କରିଛନ୍ତି। ସ୍ବାବ୍‌ ଟେଷ୍ଟରେ ତାଙ୍କର ନେଗେଟିଭ ଆସିଛି। ତାଙ୍କର ଆଉ ହୋମ୍‌...

ମୋରିସ ଖେଳିବା ସମ୍ଭାବନା କମ୍‌

ଦୁବାଇ, ୨୪।୯(ପି.ଟି.)- ଆହତ ସମସ୍ୟାରୁ ସମ୍ପୂର୍ଣ୍ଣ ମୁକୁଳି ନ ଥିବାରୁ କ୍ରିସ୍‌ ମୋରିସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପକ୍ଷରୁ ଆଗାମୀ ମ୍ୟାଚରେ ମଧ୍ୟ ଖେଳିବା...

ବିଶ୍ୱକପ୍‌ ହକି: ଆଜି ଆଉ ୮ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

ଭୁବନେଶ୍ୱର,୨୮ା୧୨(ବ୍ୟୁରୋ)-ଓଡ଼ିଶାରେ ଆୟୋଜିତ ହେଉଥିବା ପୁରୁଷ ହକି ବିଶ୍ୱକପ୍‌ ଦେଖିବା ପାଇଁ ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରୁଛନ୍ତି। ମଙ୍ଗଳବାର ଉଚ୍ଚଶିକ୍ଷା ମନ୍ତ୍ରୀ...

ତିସିତ୍‌ସିପାସ୍‌ ପ୍ରି-କ୍ୱାର୍ଟରରେ

ପ୍ୟାରିସ, ୧ା୬ (ଏଏଫ୍‌ପି)-ଷ୍ଟିଫାନସ ତିସିତ୍‌ସିପାସ୍‌ ଦୀର୍ଘ ୮୩ ବର୍ଷ ବ୍ୟବଧାନରେ ପ୍ରଥମ ଗ୍ରୀକ୍‌ ଖେଳାଳି ହିସାବରେ ଫ୍ରେଞ୍ଚ୍‌ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ୍‌ ପ୍ରତିଯୋଗିତାର ଚତୁର୍ଥ ରାଉଣ୍ଡରେ...

ଚେନ୍ନାଇକୁ ପରାସ୍ତ କଲା ଆରସିବି

ପୁଣେ,୪।୫: ଆଇପିଏଲ ୨୦୨୨ର ୪୯ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଚାରିଥର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ)କୁ ୧୩ ରନରେ ପରାସ୍ତ କରିଛି।...

ଇତିହାସ ରଚିଲେ ରୋହିତ-ଜୟସ୍ବାଲ ଯୋଡ଼ି

ଡୋମିନିକା,୧୪।୭: ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଡୋମିନିକା ଗ୍ରାଉଣ୍ଡରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚର ଦ୍ୱିତୀୟ ଦିନର...

ପୁଣି ଏକ ବିଶ୍ୱରେକର୍ଡ ହାସଲ କଲେ କୋହଲି

ଅହମଦାବାଦ,୧୭।୩: ଭାରତୀୟ ଅଧିନାୟକ ବିରାଟ କୋହଲି ଟି-୨୦ରେ ଆଉ ଏକ ରେକର୍ଡ ନେଇଛନ୍ତି। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ଟି-୨୦ରେ କୋହଲି ଅପରାଜିତ...

Advertisement
Archives

Model This Week