Posted inଜାତୀୟ

ବଢ଼ିଲା ଚିତ୍ରାଙ୍କ ଅଡୁଆ

ନୂଆଦିଲ୍ଲୀ,୨୮।୩: ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) କୋ-ଲୋକେଶନ ମାମଲାରେ ସମ୍ପୃକ୍ତ ଏହାର ପୂର୍ବତନ ପରିଚାଳନା ନିର୍ଦ୍ଦେଶିକା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଚିତ୍ରା ରାମକ୍ରିଷ୍ଣାଙ୍କ ବିଚାର ବିଭାଗୀୟ ହାଜତ ମିଆଦକୁ ଦିଲ୍ଲୀର ଏକ ଅଦାଲତ ଏପ୍ରିଲ ୧୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ହାଜତ ସମୟରେ ଚିତ୍ରାଙ୍କ ହାତଲେଖା ନମୁନା ପାଇଁ ସିବିଆଇର ଆବେଦନ ଉପରେ ମଧ୍ୟ କୋର୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏନ୍‌ଏସ୍‌ଇର ପୂର୍ବତନ ମୁଖ୍ୟଙ୍କ ଜାମିନ ଆବେଦନ ଉପରେ ଗତ ଶନିବାର ଅଦାଲତ ସିବିଆଇକୁ ୨ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ କହିଥିଲେ। ସୂଚନାଯୋଗ୍ୟ, ଷ୍ଟକ୍‌ ମାର୍କେଟ ଜାଲିଆତି ମାମଲାରେ ସିବିଆଇ ଚଳିତ ମାସ ଆରମ୍ଭରେ ଚିତ୍ରାଙ୍କୁ ଗିରଫ କରିବା ସହ ଜେରା କରିଥିଲା। ସେହିପରି ଏନ୍‌ଏସ୍‌ଇର ପୂର୍ବତନ ଗ୍ରୁପ୍‌ ଅପରେଟିଂ ଅଫିସର (ଜିଓଓ) ଆନନ୍ଦ ସୁବ୍ରମଣ୍ୟନଙ୍କ ଜାମିନ ଆବେଦନକୁ କୋର୍ଟ ପୂର୍ବରୁ ଅଗ୍ରାହ୍ୟ କରିଦେଇଥିଲେ। ଚିତ୍ରାଙ୍କ ମୁମ୍ବାଇ ଓ ଚେନ୍ନାଇରେ ଥିବା ବିଭିନ୍ନ ଘର ଉପରେ ଆୟକର ବିଭାଗ ପକ୍ଷରୁ ପୂର୍ବରୁ ଚଢ଼ାଉ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘର ଘର ବୁଲି ପ୍ରଚାରରେ ବଢ଼ିଲା ଭିଡ଼, ପ୍ରଚାର ବନ୍ଦ…

ଲକ୍ଷ୍ନୌ, ୨୯।୧ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଘର ଘର ବୁଲି ପ୍ରଚାର କରୁଥିଲେ। ତେବେ ପ୍ରଚାରର ଭିଡ଼...

ବାଲାଘାଟରେ ଟ୍ରେନର ବିମାନ ଦୁର୍ଘଟଣା ଗ୍ରସ୍ତ: ୨ ପାଇଲଟ ମୃତ…

ଭୋପାଳ,୧୮।୩ : ମଧ୍ୟପ୍ରଦେଶରେ ବାଲାଘାଟରେ ଏକ ଟ୍ରେନର ଚାର୍ଟର ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ୨ ଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ...

କେନ୍ଦ୍ର ସରକାରଙ୍କ ପାଇଁ ସତର୍କ ଘଣ୍ଟି, ହସ୍ପିଟାଲରେ ଶ୍ୱାସ ସମସ୍ୟା ଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି…

ନୂଆଦିଲ୍ଲୀ,୨୬।୧୨ : ବିଶ୍ୱରେ ବଢୁଥିବା କରୋନା ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ଦେଶରେ ନୂତନ ବିପଦ ସମ୍ପର୍କରେ କେନ୍ଦ୍ର ସରକାର ପୁନର୍ବାର ଚେତାବନୀ ଦେଇଛନ୍ତି। ଡାକ୍ତରଖାନାରେ...

ଗୁଜରାଟରେ ପାକ୍‌ ପଙ୍ଗପାଳ ଆତଙ୍କ

ବଡୋଦରା, ୨୬ା୧୨: ପାକିସ୍ତାନରୁ ଦଳ ଦଳ ପଙ୍ଗପାଳ ଗୁଜରାଟର ବିଭିନ୍ନ ଜିଲାରେ ପ୍ରବେଶ କରିବା ଫଳରେ ଚାଷୀଙ୍କ ନିଦ ହଜାଇ ଦେଲେଣି। ଏମାନେ ବ୍ୟାପକ ଫସଲ...

ମହାମାରୀ ସଙ୍କଟରେ ବି ରାଜସ୍ବ ସଂଗ୍ରହ ଲୋଭ, ଆର୍‌ଟି-ପିସିଆର୍‌ ପରୀକ୍ଷା ଦାମ୍‌ ଆକାଶ ଛୁଆଁ…

ନୂଆଦିଲ୍ଲୀ, ୧୨।୧୨: କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଆକ୍ରାନ୍ତଙ୍କୁ ଚିହ୍ନଟ ପାଇଁ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ସରକାରୀ ବିମାନବନ୍ଦରରେ...

କ୍ୟାବିନେଟ୍‌ ନିଷ୍ପତ୍ତି: ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ

ନୂଆଦିଲ୍ଲୀ,୧୮।୯: ରେଳ କର୍ମଚାରୀଙ୍କୁ ଚଳିତ ବର୍ଷ ୭୮ ଦିନର ବୋନସ୍‌ ଦିଆଯିବ। ଏନେଇ କ୍ୟାବିନେଟ୍‌ ପକ୍ଷରୁ ନିଷ୍ପତ୍ତି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଗତ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୮ ଜୀବନ

ଲକ୍ଷ୍ନୌ,୨୨।୬: ଉତ୍ତରପ୍ରଦେଶର ହମିରପୁର ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଏକ ପିକ ଅପ ଗାଡି ଅଟୋ ସହ ଧକ୍କା...

ନାମାଙ୍କନ ପତ୍ର ଦାଖଲ କଲେ ଡିମ୍ପଲ

ଲକ୍ଷ୍ନୌ,୧୪।୧୧: ସମାଜବାଦୀ ପାର୍ଟିର ପ୍ରାର୍ଥୀ ଡିମ୍ପଲ ଯାଦବ ସୋମବାର ଉତ୍ତରପ୍ରଦେଶରେ ମୈନପୁରୀ ଉପନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ। ଡିମ୍ପଲ ଯାଦବଙ୍କ ସହ ସ୍ବାମୀ ତଥା...

Advertisement
Archives

Model This Week