Posted inଖେଳ

ସ୍ତ୍ରୀ, ମା’ଙ୍କୁ ହତ୍ୟା କରି ପୂର୍ବତନ ଭାରତୀୟ ଆଥ୍‌ଲେଟ୍‌ ଗିରଫ

ଓ୍ବାଶିଂଟନ, ୨୬।୮: ଭାରତ ପାଇଁ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ଜିତିଥିବା ଆଥ୍‌ଲେଟ୍‌ ଇକ୍‌ବାଲ ସିଂ ନିଜ ସ୍ତ୍ରୀ ଓ ମା’ଙ୍କୁ ହତ୍ୟା କରିଥିବା ମାମଲାରେ ଆମେରିକାରେ ଗିରଫ ହୋଇଛନ୍ତି। ଆମେରିକାର ଏକ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବକ, ପେନ୍‌ସିଲଭାନିଆର ଡେଲ୍‌ଓ୍ବାରରେ ରହୁଥିବା ୬୨ ବର୍ଷୀୟ ଇକ୍‌ବାଲ ପୋଲିସକୁ ଡାକି ନିଜ ଅପରାଧ ସ୍ବୀକାର କରିଛନ୍ତି। ଏହି ରିପୋର୍ଟରେ କୁହାଯାଇଛି ଯେ, ଯେତେବେଳେ ନ୍ୟୁଟାଉନ ଟାଉନଶିପ୍‌ସ୍ଥିତ ଇକ୍‌ବାଲଙ୍କ ବାସଭବନରେ ପୋଲିସ ପହଞ୍ଚିଥିଲା ସେତେବେଳେ ଦେଖିଥିଲା ଯେ ଇକ୍‌ବାଲ ନିଜକୁ ଆଘାତ ଦେଇ ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ଥିଲେ। ତାଙ୍କ ସ୍ତ୍ରୀ ଓ ମା’ଙ୍କ ମୃତ ଦେହ ଘର ଭିତରେ ପଡ଼ିଥିଲା। ଏହି ହତ୍ୟା ମାମଲାରେ ଇକ୍‌ବାଲଙ୍କ ନାମରେ ମାମଲା ରୁଜୁ କରାଯାଇଛି ଏବଂ ତାଙ୍କୁ ହାଜତରେ ରଖାଯାଇଛି। ଯେତେତୁ ସେ ନିଜ ଦୋଷ ସ୍ବୀକାର କରିନେଇଛନ୍ତି ତେଣୁ ତାଙ୍କ ଜାମିନ ନାମଞ୍ଜୁର ହୋଇଥିଲା। ନିଜର ପକ୍ଷ ଉପସ୍ଥାପନ କରିବା ଲାଗି ଇକ୍‌ବାଲ କୌଣସି ଓକିଲଙ୍କ ସହାୟତା ନେଇ ନ ଥିବା ଜଣାପଡ଼ିଛି। ଆହତ ଇକ୍‌ବାଲଙ୍କୁ ଏବେ ହସ୍ପିଟାଲରେ ଚିକିତ୍ସିତ କରାଯାଉଛି। ଏଠାରେ ଉଲ୍ଲେଖଯୋଗ୍ୟ, ଇକ୍‌ବାଲ ଜଣେ ଶଟ୍‌ପୁଟ ଆଥ୍‌ଲେଟ୍‌ ଥିଲେ। ୧୯୮୩ରେ କୁଏତରେ ଅନୁଷ୍ଠିତ ଏସିଆନ୍‌ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ରେ ସେ ବ୍ରୋଞ୍ଜ ପଦକ ଜିତିଥିଲେ। ଏହାପରେ ସେ ଆମେରିକାରେ ରହିବାକୁ ସ୍ଥିର କରିଥିଲେ। ରିପୋର୍ଟ ମୁତାବକ ସେଠାରେ ସେ କ୍ୟାବ୍‌ ଡ୍ରାଇଭର ଭାବେ କାମ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?