Posted inଜାତୀୟ

କଂଗ୍ରେସକୁ ଲାଗିବ ବଡ ଝଟ୍‌କା

ପଣଜୀ,୭ ।୧୨: ଗୋଆରେ କଂଗ୍ରେସକୁ ବଡ ଝଟ୍‌କା ଲାଗିପାରେ । ପୂର୍ବତନ ମୁଖ୍ୟମନ୍ତ୍ରୀ ରବି ନାଇକ ମଙ୍ଗଳବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ସାମିଲ ହୋଇପାରନ୍ତି । ମହାରାଷ୍ଟ୍ରବାଦୀ ଗୋମାଂତକ ପାର୍ଟି(ଏମ୍‌ଜିପି)ରୁ ରାଜନୀତିର କ୍ୟାରିୟର ଆରମ୍ଭ କରିଥିବା ରବି ନାଇକ ପରେ କଂଗ୍ରେସରେ ସାମିଲ ହୋଇଥିଲେ । ଏବେ ସେ କଂଗ୍ରେସ ଛାଡି ଭାଜପାରେ ସାମିଲ ହେବେ ବୋଲି ଜଣାପଡିଛି । ରବି ନାଇକ ୨୫ ଜାନୁୟାରୀ ୧୯୯୧ରୁ ୧୮ ମେ ୧୯୯୩ ଓ ୨ ଏପ୍ରିଲ ୧୯୯୪ରୁ ୮ ଏପ୍ରଲ ୧୯୯୪ ପର୍ଯ୍ୟନ୍ତ ଗୋଆ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ ।
ଦ୍ୱିତୀୟଥର ଲାଗି ରବି ନାଇକ ଭାଜପାରେ ସାମିଲ ହେବାକୁ ଯାଉଛନ୍ତି । ୨୦୦୦ରେ ସେ ଭାଜପାରେ ସାମିଲ ହୋଇଥିଲେ । ଯେତେବେଳେ ମନୋହର ପାରିକର କିଛି ଦଳର ବିଧାୟକଙ୍କ ସମର୍ଥନ ସହ ସରକାର ଗଠନ କରିଥିଲେ । ତାଙ୍କ ସରକାରରେ ନାଇକ ଉପ ମୁଖ୍ୟମନ୍ତ୍ରୀ ଥିଲେ । ହେଲେ ୨୦୦୨ରେ ବିଧାନସଭା ନିର୍ବାଚନ ପୂର୍ବରୁ ସେ ଭାଜପାରୁ ଇସ୍ତଫା ଦେଇ କଂଗ୍ରେସରେ ସାମିଲ ହୋଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତ୍ୟେକ ମିନିଟ୍‌ରେ ୨ଜଣ ସଂକ୍ରମିତ: କର୍ଫ୍ୟୁ ଲାଗି ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଅହମଦାବାଦ,୬।୪: ଭାରତରେ ପୁଣି ଥରେ କରୋନା କାୟା ମେଲାଇ ଚାଲିଛି। କରୋନାର ନୂଆ ଷ୍ଟ୍ରେନ୍‌ ଏବେ ଭୟଙ୍କର ରୂପ ଧାରଣ କରିଥିବା ବେଳେ ଦିନକୁ ଦିନ...

ଭାଗ୍ୟଫଳ ନେଇ ଉତ୍କଣ୍ଠା: ୩୮ ଜିଲାରେ ୫୫ ଗଣତି କେନ୍ଦ୍ର

ପାଟନା,୯।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ମଙ୍ଗଳବାର ପ୍ରକାଶ ପାଇବ। ଏଥିପାଇଁ ରାଜ୍ୟର ୩୮ ଜିଲାର ୫୫ ଭୋଟ ଗଣତି କେନ୍ଦ୍ରରେ ଭୋଟ ଗଣାଯିବା ଲାଗି...

୨ ବର୍ଷର ଶିଶୁକୁ ବଳାତ୍କାର ପରେ ହତ୍ୟା

ସୁରାଟ,୧।୩: ଗୁଜରାଟର ସୁରାଟରେ ୨ ବର୍ଷର ଶିଶୁଙ୍କୁ ବଳାତ୍କାର ପରେ ହତ୍ୟା ଘଟଣା ସାମ୍ନାକୁ ଆସିଛି। ପୀଡ଼ିତାଙ୍କ ବାପାଙ୍କ ବନ୍ଧୁ ଏ ପ୍ରକାର ଜଘନ୍ୟ କାଣ୍ଡ...

ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କୁ ପ୍ରିୟଙ୍କାଙ୍କ ଚିଠି

ନୂଆଦିଲ୍ଲୀ,୧୯ ।୯: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଶନିବାର ଏକ ପତ୍ର ଲେଖିଛନ୍ତି । ଏଥିରେ ସେ...

ମୋଦି କଲେ ଏମିତି କାମ: ସୋସିଆଲ ମିଡିଆରେ ଛୁଟିଲା ପ୍ରଶଂସା ସୁଅ

ନୂଆଦିଲ୍ଲୀ,୧୬।୧୨: ଡିସେମ୍ବର ୧୩ ଏବଂ ୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣସୀ ଗସ୍ତ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ତାଙ୍କ ସ୍ବପ୍ନର...

କମୁଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୨୦।୯: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪,୦୪୩ ନୂଆ...

କର୍‌ତାରପୁର କରିଡର:ପାକିସ୍ତାନର ନୂଆ ଘୋଷଣାରୁ ଦ୍ୱନ୍ଦ୍ୱ

ଇସ୍‌ଲାମାବାଦ,୮-୧୧(ଆଇଏଏନ୍‌ଏସ୍‌):କର୍‌ତାରପୁର କରିଡରକୁ ନେଇ ପାକିସ୍ତାନ ସରକାରଙ୍କ ନୂଆ ଘୋଷଣା ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। କର୍‌ତାରପୁର ଗୁରୁଦ୍ୱାର ଆସିବା ଲାଗି ଭାରତୀୟ ତୀର୍ଥଯାତ୍ରୀଙ୍କର ପାସ୍‌ପୋର୍ଟ ଆଣିବା ଆବଶ୍ୟକ...

ବିଏସ୍‌ଏଫ୍‌କୁ ମିଳିଲା ପାକିସ୍ତାନ ନିର୍ମିତ ଗୁପ୍ତ ସୁଡ଼ଙ୍ଗ

ଜମ୍ମୁ,୧୩।୧: ଭାରତ-ପାକ ସୀମାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ନିର୍ମିତ ୧୫୦ ମିଟର ଲମ୍ବା ସୁଡଙ୍ଗ ଠାବ କରିଛି ଭାରତୀୟ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)। ବିଏସ୍‌ଏଫ୍‌...

Advertisement
Archives

Model This Week