Posted inଜାତୀୟ

ପ୍ରଥମ ସ୍ତ୍ରୀ ଥାଉଥାଉ ଏମିତି କାରନାମା କଲେ ଭାଜପାର ପୂର୍ବତନ ବିଧାୟକ: ଭିଡିଓ ଭାଇରାଲ ପରେ …

ଡେରାଡୁନ୍‌,୨୯।୬: ପ୍ରଥମ ସ୍ତ୍ରୀ ଥାଉଥାଉ ଦ୍ୱିତୀୟ ବିବାହ କରି ଫସିଗଲେ ଭାଜପା ନେତା। ୬ ବର୍ଷ ପାଇଁ ଦଳରୁ ହେଲେ ବହିଷ୍କାର। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଉତ୍ତରାଖଣ୍ଡରେ। ଉତ୍ତରାଖଣ୍ଡର ଜ୍ୱାଲାପୁର ନିର୍ବାଚନମଣ୍ଡଳୀର ଭାଜପାର ପୂର୍ବତନ ବିଧାୟକ ସୁରେଶ ରାଠୋରଙ୍କ ଦ୍ୱିତୀୟ ବିବାହ କରି ବିବାଦ ଘେରକୁ ଆସିଛନ୍ତି। ରାଠୋର ତାଙ୍କ ପ୍ରଥମ ସ୍ତ୍ରୀଙ୍କୁ ଛାଡପତ୍ର ନ ଦେଇ ଦ୍ୱିତୀୟ ବିବାହ କରିଥିବା ଅଭିଯୋଗ ହୋଇଛି।

ସୋସିଆଲ ମିଡିଆରେ ରାଠୋରଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ସେ ସାହାରନପୁରର ଅଭିନେତ୍ରୀ ଉର୍ମିଲା ସାନୱାରଙ୍କୁ ତାଙ୍କର ଦ୍ୱିତୀୟ ସ୍ତ୍ରୀ ଭାବେ ପରିଚୟ ଦେଉଥିବା ଦେଖିବାକୁ ମିଳିଥିଲା।

ଏହି ଭିଡିଓ ଭାଇରାଲ ହେବା ପରେ ଭାଜପା ରାଠୋରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା। ଯେଉଁଥିରେ ଉଲ୍ଲେଖ ରହିଛି ଯେ, ଦଳୀୟ ନେତୃତ୍ୱ ଆପଣଙ୍କ ସ୍ପଷ୍ଟୀକରଣରେ ସନ୍ତୁଷ୍ଟ ନୁହେଁ। ଆପଣ କ୍ରମାଗତ ଭାବରେ ଦଳୀୟ ଶୃଙ୍ଖଳା ଏବଂ ସାମାଜିକ ଆଚରଣର ମାନଦଣ୍ଡ ଉଲ୍ଲଂଘନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନରେ ଜନ୍ମ ହେଲେ ୧୧ଟି ହଳଦିଆ ଆନାକୋଣ୍ଡା

ବାରଙ୍ଗ,୭।୭(ଲିଙ୍ଗରାଜ ରାଉତ): ଦ୍ୱିତୀୟ ଥର ପାଇଁ ମା’ ହୋଇଛି ହଳଦିଆ ଆନାକୋଣ୍ଡା। ସୋମବାର ଏହା ଜଣାପଡ଼ିବା ପରେ କର୍ମଚାରୀ ମହଲରେ ଖୁସିର ମହୋଲ ଖେଳିଯାଇଛି। ନନ୍ଦନକାନନ...

ଭୁବନେଶ୍ୱର ଷ୍ଟେଶନରେ ଟ୍ରେନ୍‌ରେ ଲାଗିଲା ନିଆଁ: ଆତଙ୍କରେ ଧାଇଁଲେ ଲୋକେ

ଭୁବନେଶର,୭ା୭: ଭୁବନେଶ୍ୱର ରେଳଷ୍ଟେଶନରେ ହୀରାକୁଦ ଏକ୍ସପ୍ରେସ୍‌ର ଏକ ବଗିରେ ସୋମବାର ସନ୍ଧ୍ୟାରେ କୌଣସି କାରଣରୁ ନିଅଁା ଲାଗିଯାଇଥିଲା। ନିଆଁରେ ଜଣେ ଯାତ୍ରୀଙ୍କ କିଛି ଆସବାବପତ୍ର ପୋଡ଼ିଯାଇଥିବା...

ପୋଷ୍ଟମର୍ଟମ ରିପୋର୍ଟ ଦେବାକୁ ଲାଞ୍ଚ ନେଉଥିଲେ କୁଜଙ୍ଗ CHCର ଡାକ୍ତର ପ୍ରସାଦ ସେଠୀ, ମାଡି ବସିଲା ଭିଜିଲାନ୍ସ

କୁଜଙ୍ଗ,୭।୭: କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC)ର ଡାକ୍ତର ଶିବ ପ୍ରସାଦ ସେଠୀଙ୍କୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଲାଞ୍ଚ ନେଉଥିବା ଧରାଯାଇଛି। ସେ ଜଣେ ଅଭିଯୋଗକାରୀଙ୍କଠାରୁ...

‘ବ୍ୟାଡ୍ ବୟ ପିଜା’ ଆରମ୍ଭ କଲେ ବାଦଶାହ, ପ୍ୟାକେଜିଂରେ ‘ହାୟେ ଗର୍ମୀ

ମୁମ୍ବାଇ: ଜଣାଶୁଣା ରାପର ବାଦଶାହ, ଯିଏ ଜଣେ ଆବେଗୀ ଖାଦ୍ୟପ୍ରେମୀ ମଧ୍ୟ, ନିଜର ଖାଦ୍ୟ ପ୍ରତି ଥିବା ଅନୁରାଗକୁ ଆଉ ଏକ ପାଦ ଆଗକୁ ନେଇଛନ୍ତି।...

ଘୁମୁସର କରାଟେ ଏକାଡେମୀର ବଡ଼ ସଫଳତା

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ୧୧ତମ ରାଜ୍ୟସ୍ତରୀୟ ସୋଟୋକନ କରାଟେ ପ୍ରତିଯୋଗିତା ଭୁବନେଶ୍ବରରେ ଅନୁଷ୍ଟିତ ହୋଇଯାଇଛି । ଏଥିରେ ଘୁମୁସର କରାଟେ ଏକାଡେମୀକୁ ବଡ ସଫଳତା ମିଳିଛି। ଏକାଡେମୀର...

ଆନ୍ଦୋଳନକୁ ଓହ୍ଲାଇବ ଡ୍ରାଇଭର ସଂଘ

ଭଞ୍ଜନଗର,୭ା୭(ବାବୁଲା ପ୍ରଧାନ): ୬ ଦଫା ଦାବି ନେଇ ଓଡ଼ିଶା ଡ୍ରାଇଭର ମହାସଂଘ ମଙ୍ଗଳବାରଠାରୁ ଆନ୍ଦୋଳନକୁ ଓହ୍ଲାଇବ। ଭଞ୍ଜନଗର ଶାଖା କର୍ମକର୍ତ୍ତାମାନେ ମଧ୍ୟ ଆନ୍ଦୋଳନରେ ସାମିଲ ହେବେ।...

ଖୋଲିଲା ମଝିଘରିଆଣିଙ୍କ ୯ ହୁଣ୍ଡି: ମିଳିଲା ୧ କୋଟି ୪ ଲକ୍ଷ, ୧୨ ବିଦେଶୀ ନୋଟ୍‌ ସହ ୩୮ ଗ୍ରାମ ସୁନା

ରାୟଗଡ଼ା, ୭।୭ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରର ୯ଟି ହୁଣ୍ଡି ସୋମବାର ଖୋଲାଯାଇ ଗଣତି କରାଯାଇଛି। ହୁଣ୍ଡିରୁ...

କୁଟିଆ ଜନଜାତି ମହିଳା ଏକକାଳୀନ ଜନ୍ମଦେଲେ ତିନି ସନ୍ତାନ, କନ୍ଧମାଳରେ ଚର୍ଚ୍ଚା

ତୁମୁଡିବନ୍ଧ,୭।୭(ଦିପକ କୁମାର ପରାସେଠ): କନ୍ଧମାଳ ଜିଲାର ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ପଞ୍ଚାୟତରେ ଏକ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। କୁଟିଆ ଜନଜାତିର ଜଣେ ମହିଳା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri