ଜଙ୍ଗଲ ଅଧିକାର ସ୍ବୀକୃତି ଆଇନ ପ୍ରହସନ

ଯାଜପୁର,୧୯ା୮(ହର୍ଷବର୍ଦ୍ଧନ ବେହେରା): ଓଡ଼ିଶାରେ ୬୨ ପ୍ରକାର ଜନଜାତି ବସବାସ କରନ୍ତି। ସେମାନଙ୍କ ମଧ୍ୟରୁ ୧୩ ପ୍ରକାର ଆଦିମ ଜନଜାତି ( ପିଭିଟିଜି) ବର୍ଗର ରହିଛନ୍ତି। ଆଦିବାସୀମାନଙ୍କ ପାଇଁ ଜଙ୍ଗଲ ଅଧିକାର ସ୍ବୀକୃତି ଆଇନ-୨୦୦୬ ପ୍ରଣୟନ କରାଯାଇଛି। ଏହାର ନିୟମାବଳୀ ବିଜ୍ଞାପିତ ହେବାପରେ ଆଇନଟି ଓଡ଼ିଶାରେ ୧ା୧ା୨୦୦୮ରେ କାର୍ଯ୍ୟକାରୀ ହୋଇଥିଲା। ବନବାସୀ ଓ ଆଦିବାସୀ ନିଜ ଭିଟାମାଟିର ଅଧିକାର ପାଇବା ସହ ବିଭିନ୍ନ ଆବାସ ଯୋଜନାରେ ସାମିଲ ହୋଇପାରିବେ ବୋଲି ଆଇନରେ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ହେଲେ ଆଇନ କାର୍ଯ୍ୟକାରୀ କରାଯିବାର ୧୬ବର୍ଷ ଅତିକ୍ରାନ୍ତ ହୋଇସାରିଥିଲେ ହେଁ ତାହା କଚ୍ଛପ ଗତିରେ ଚାଲିଛି। ଯାଜପୁର ଜିଲା ସୁକିନ୍ଦା ବ୍ଲକକୁ ଏହାର ଉଦାହରଣ ଭାବେ ନିଆଯାଇପାରେ। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ, ସୁକିନ୍ଦା ବ୍ଲକ ଅଞ୍ଚଳରେ ମହ୍ଲାର ଜନଜାତି ଶ୍ରେଣୀର ପ୍ରାୟ ୩୪୬ ପରିବାର ବସବାସ କରନ୍ତି। ସେହିପରି ଏହି ବ୍ଲକର କଅଁସ ପଞ୍ଚାୟତର ମହ୍ଲାରସାହିର ଫରେଷ୍ଟ ଅଫିସ ପଛପାର୍ଶ୍ୱ ଅଞ୍ଚଳରେ ୭୪ ଜଣ ମହ୍ଲାର ଜନଜାତିଙ୍କୁ ଜଙ୍ଗଲ ଜମି ଅଧିକାର ପଟ୍ଟା ପ୍ରଦାନ କରାଯାଇଛି ବୋଲି ଦର୍ଶାଯାଇଛି। ହେଲେ ବାସ୍ତବରେ ସେଠାରେ ମାତ୍ର ୭ଜଣ ଆଦିମ ଜନଜାତି ବର୍ଗର ପରିବାର ଅସ୍ଥାୟୀ ଚାଳଛପର ଘର କରି ରହୁଥିବା ଦେଖାଯାଇଛି। ଏଥିରୁ ଜିଲା ପ୍ରଶାସନର ତଥ୍ୟ ଓ ବାସ୍ତବତା ମଧ୍ୟରେ ବହୁ ପାର୍ଥକ୍ୟ ଥିବା ଅଭିଯୋଗ ହେଉଛି।
ରାଜ୍ୟରେ ଜନଜାତିମାନଙ୍କ ସଂଖ୍ୟା ୯୫ ଲକ୍ଷ ୯୦ ହଜାର ୭୫୬, ଯାହାକି ସମୁଦାୟ ଜନସଂଖ୍ୟାର ୨୨.୮୫ ପ୍ରତିଶତ। ଓଡ଼ିଶାରେ ଥିବା ପ୍ରାୟ ୫୩,୮୪୫ ଗ୍ରାମ ମଧ୍ୟରୁ ଜଙ୍ଗଲ ଅଧିକାର ଆଇନ ପରିସର ମଧ୍ୟରେ ପାଖାପାଖି ୩୨,୫୬୨ ଗ୍ରାମ ଆସୁଛି। ବର୍ତ୍ତମାନ ସୁଦ୍ଧା ୪.୫୬ ଲକ୍ଷ ବ୍ୟକ୍ତିଗତ ଜଙ୍ଗଲ ଅଧିକାର ପଟ୍ଟା ପ୍ରଦାନ କରାଯାଇଛି ବୋଲି ସରକାରୀ ତଥ୍ୟରୁ ଜଣାପଡିଛି। କିନ୍ତୁ ଗୋଷ୍ଠୀ ଜଙ୍ଗଲ ଜନବସତିଗୁଡ଼ିକୁ ସ୍ବୀକୃତି ଏବଂ ଜଙ୍ଗଲ ଗ୍ରାମ ଓ ସର୍ବେକ୍ଷଣ ହୋଇ ନ ଥିବା ଜନବସତିଗୁଡ଼ିକୁ ରାଜସ୍ବ ଗ୍ରାମରେ ପରିବର୍ତ୍ତନ କରିବା ଦିଗରେ ପ୍ରଗତି ନୈରାଶ୍ୟଜନକ ରହିଛି। ଏହାବାଦ୍‌ ଗୋଷ୍ଠୀ ଅଧିକାର ଓ ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାରକୁ ସ୍ବୀକୃତି ଦେବା କ୍ଷେତ୍ରରେ ଓଡ଼ିଶା ବହୁତ ପଛୁଆ ଅଛି ବୋଲି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଜାରି ମୋ ଜଙ୍ଗଲ ଜମି ଯୋଜନାର କାର୍ଯ୍ୟାନ୍ବୟନ ନିମନ୍ତେ ମାର୍ଗଦର୍ଶିକାରେ ପ୍ରକାଶ କରାଯାଇଛି। ବିଶେଷକରି ଏହି ଆଇନ ଅନ୍ତର୍ଗତ ଉପଯୁକ୍ତ ହିତାଧିକାରୀଙ୍କୁ ଇନ୍ଦିରା ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମୋ କୁଡ଼ିଆ, ବିଜୁ ପକ୍କାଘର ଆଦି ଆବାସ ଯୋଜନାରେ ଅଗ୍ରଗତି ଅତି ନୈରାଶ୍ୟଜନକ ରହିଛି। ଯେଉଁ କେତେକ ଆବାସ ଯୋଜନା କାର୍ଯ୍ୟକାରୀ ହେଉଛି ସେଥିରେ ବହୁ ଦୁର୍ନୀତି ଭରି ରହିଛି। ଏହାର ସଦ୍ୟତମ ଉଦାହରଣ ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପାଣ୍ଠିରେ ମହ୍ଲାରସାହି ଗ୍ରାମରେ ନିର୍ମାଣାଧୀନ ମାଙ୍କିଡ଼ିଆ ସମ୍ପ୍ରଦାୟର ପରିବାରଙ୍କ ପାଇଁ ୮୭ଟି ଗୃହ ନିର୍ମାଣ କ୍ଷେତ୍ରରେ ଦେଖିବାକୁ ମିଳିଛି। ଅତି ନିମ୍ନମାନର କାର୍ଯ୍ୟର ଅଭିଯୋଗ କରାଯାଇ ଲୋକାୟୁକ୍ତରେ ମାମଲା ହୋଇଛି। ତୁରନ୍ତ ଉକ୍ତ ଘରଗୁଡ଼ିକୁ ସମ୍ପୂର୍ଣ୍ଣ କରି ଆଦିବାସୀ ପରିବାରଙ୍କୁ ହସ୍ତାନ୍ତର କରିବାକୁ ଲୋକାୟୁକ୍ତଙ୍କ ପକ୍ଷରୁ ନିର୍ଦ୍ଦେଶ ହୋଇଛି। ହେଲେ ଏଯାଏ ତାହା ବି ସଫଳ ହୋଇ ପାରିନାହିିଁ। ଏହିକ୍ରମରେ ସରକାରଙ୍କ ମୋ ଜଙ୍ଗଲ ଜମି ଯୋଜନା ଏଠାରେ ପ୍ରହସନ ହୋଇଛି ବୋଲି ମତପ୍ରକାଶ ପାଇଛି।
ଏ ସଂକ୍ରାନ୍ତରେ ଜିଲା ମଙ୍ଗଳ ଅଧିକାରୀ(ଡିଡବ୍ଲ୍ୟୁଓ) ଶରତ ଚନ୍ଦ୍ର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ୨୦୨୪ ସୁଦ୍ଧା ଜଙ୍ଗଲ ଅଧିକାର ଆଇନରେ ସାମିଲ ହେବାକୁ ଥିବା କୌଣସି ବ୍ୟକ୍ତି ବାକି ରହିବେ ନାହିଁ। ଇତିମଧ୍ୟରେ ୬୦୦ ପରିବାରଙ୍କୁ ଜଙ୍ଗଲ ଅଧିକାର ପଟ୍ଟା ପ୍ରଦାନ କରିବାକୁ ବ୍ୟବସ୍ଥା କରାଯାଉଛି। ତେବେ ଘର ଯୋଗାଇଦେବା କାର୍ଯ୍ୟ ପଞ୍ଚାୟତିରାଜ ବିଭାଗର। ଜମି ପାଇବା ପରେ ଘର ଯୋଗାଇଦେବାକୁ କୌଣସି ସମସ୍ୟା ରହିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାରେ ଭାଙ୍ଗିଲା ଘର: ତାର୍ପୋଲିନ ଯୋଗାଇଦେଲେ ତହସିଲଦାର

କେସିଙ୍ଗା, ୨୫।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିବା ସହ ଚାଷଜମିରେ ମଧ୍ୟ କ୍ଷୟକ୍ଷତି ହେଉଥିବା…

୨୭ ବର୍ଷର ସଂଘର୍ଷ ପରେ ୫୯ ବର୍ଷରେ ପାଇଲେ ସରକାରୀ ଚାକିରି; ୧୯୯୯ରୁ କରୁଥିଲେ ପ୍ରସ୍ତୁତି, ଜାଣନ୍ତୁ ରୋଚକ କାହାଣୀ

ନୂଆଦିଲ୍ଲୀ,୨୫।୯: ବୟସ ୫୯ ବର୍ଷ। ଦୀର୍ଘ ୨୭ ବର୍ଷର ସଂଘର୍ଷ ପରେ ଶେଷରେ ପୂରଣ ହୋଇଛି ସରକାରୀ ଶିକ୍ଷକ ହେବାର ସ୍ୱପ୍ନ । ଉତ୍ତରପ୍ରଦେଶର ବାଗପତ ଜିଲାର…

ବଡ଼ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ: ଏହି ଜିଲା ଦେଇ ଗତି କରିବ ଅବପାତ, ଏସବୁ ସ୍ଥାନରେ ଭୀଷଣ ବର୍ଷା!

ଭୁବନେଶ୍ୱର, ୨୫।୯: ଆସନ୍ତା ୨୪ ଘଣ୍ଟା ସତର୍କ ରହିବାକୁ ପଡ଼ିବ କହିଲେ ରାଜସ୍ବ ମନ୍ତ୍ରୀ। ଅବପାତ ବରଗଡ଼ ଦେଇ ଛତିଶଗଡ଼ ଆଡ଼କୁ ଯିବ। ଏହି ସମୟରେ ଝାରସୁଗୁଡ଼ା,…

ହାତୀନଦୀରେ ବଡ଼ ବନ୍ୟା, ଶହଶହ ଏକର ଚାଷ ଜମି ଜଳମଗ୍ନ

ଭବାନୀପାଟଣା,୨୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ୩ ଦିନ ଧରି ଲଗାଣ ବର୍ଷା ଏବଂ ଇନ୍ଦ୍ରାବତୀ ମଙ୍ଗଳପୁର ବ୍ୟାରେଜରୁ ୪ଟି ଗେଟ ଖୋଲାଯିବା ପରେ ଶୁକ୍ରବାର…

ବର୍ଷକୁ ମାଗଣାରେ ମିଳିବ ୬ଟା ସିଲିଣ୍ଡର, ସରକାରଙ୍କ ବଡ଼ ଘୋଷଣା; ଜାଣନ୍ତୁ କାହାକୁ ମିଳିବ ଫାଇଦା

ନୂଆଦିଲ୍‌ଲୀ,୨୫।୯: ଏଣିକି ବର୍ଷକୁ ମିଳିବ ୬ଟି ସିଲିଣ୍ଡର। ଏନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଉମର ଅବଦୁଲ୍ଲା ସରକାର ବିଧାନସଭାରେ ଏକ ବଡ଼ ଘୋଷଣା କରି ଜମ୍ମୁ-କଶ୍ମୀରରେ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କଲେ ନବୀନ, SIR ପ୍ରକ୍ରିୟା ଉପରେ କହିଲେ ଏମିତି କଥା: ରାଜନୀତିରେ ଚହଳ

ଭୁବନେଶ୍ୱର, ୨୫।୯: ନିର୍ବାଚନ କମିଶନ ଏବଂ ଭୋଟର ତାଲିକାର SIR ପ୍ରକ୍ରିୟାକୁ ନେଇ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମୁଖ୍ୟ ନିର୍ବାଚନ…

୪ଦିନ ହେଲା ବର୍ଷା ଜାରି: କୁଳଲଙ୍ଘି ଗର୍ଜନ କରୁଛି ରୁଷିକୁଲ୍ୟା

ପୁରୁଷୋତ୍ତମପୁର,୨୫।୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ୪ଦିନ ହେଲା ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଯୋଗୁ…

ରୋହିତ ଯୋଗୁ ଏହି ଧୁରନ୍ଧରଙ୍କ କଟିବ ପତ୍ତା! ୨୭ରେ ପ୍ରଥମ ODI ପାଇଁ ଜାଣନ୍ତୁ ସମ୍ଭାବ୍ୟ ପ୍ଲେଇଂ-୧୧

ନୂଆଦିଲ୍ଲୀ,୨୫।୯: ଶ୍ରେୟସ ଅୟର ବର୍ତ୍ତମାନ ଜାପାନରେ ଏସିଆନ ଗେମ୍ସ ଦଳ ସହ ରହିଛନ୍ତି। ତେଣୁ ଭାରତୀୟ ଦଳରେ ନମ୍ବର-୪ ସ୍ଥାନ ଖାଲି ରହିଛି। ଏହି ସ୍ଥାନରେ ମ୍ୟାନେଜମେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?