Posted inଜାତୀୟ

ଜେଇଇ ଆଡଭାନ୍ସ ପରୀକ୍ଷା ଫଳ ପ୍ରକାଶ, ଶିଶିର-ତନିଷ୍କା ଟପ୍ପର…

ନୂଆଦିଲ୍ଲୀ, ୧୧।୯ : ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି, ବମ୍ବେ ପକ୍ଷରୁ ଜେଇଇ ଆଡଭାନ୍ସ-୨୦୨୨ର ଫଳାଫଳ ଘୋଷଣା କରାଯାଇଛି। ଆଇଆଇଟି ଜେଇଇ ଟପ୍ପରଙ୍କ ନାମ ମଧ୍ୟ ଅନୁଷ୍ଠାନ ଦ୍ୱାରା ପ୍ରକାଶ ପାଇଛି। ଆଇଆଇଟି ବମ୍ବେ ଜୋନର ଆର.କେ ଶିଶିର ତାଲିକାରେ ଶୀର୍ଷରେ ରହିଛନ୍ତି, ତା’ପରେ ଆଇଆଇଟି ଦିଲ୍ଲୀ ଜୋନର ତନିଷ୍କା କାବରା, ଝିଅମାନଙ୍କ ମଧ୍ୟରେ ଶୀର୍ଷରେ ଅଛନ୍ତି।

ଅପରପକ୍ଷରେ, ଆର.କେ ଶିଶିରଙ୍କ ପରେ ପୋଲୁ ଲକ୍ଷ୍ମୀ ସାଇ ଲୋହିତ ରେଡ୍ଡୀ ଏବଂ ଥୋମାସ ବିଜୁ ଚିରାମଭେଲିଲ ସିଆରଏଲ ର଼୍ୟାଙ୍କ-୨ ହାସଲ କରିଛନ୍ତି। ସିଆରଏଲ ର଼୍ୟାଙ୍କ-୪ରେ ଭଙ୍ଗାପାଲ୍ଲୀ ସାଇ ସିଦ୍ଧାର୍ଥ ଏବଂ ସିଆରଏଲ ର଼୍ୟାଙ୍କ-୫ ରେ ମାୟଙ୍କ ମୋଟୱାନି ରହିଛନ୍ତି। ଚଳିତ ବର୍ଷ ପରୀକ୍ଷା ପାଇଁ ମୋଟ ୧୬୦୦୩୮ ପ୍ରାର୍ଥୀ ପଞ୍ଜୀକୃତ ହୋଇଥିଲେ ଏବଂ ୧୫୫୫୩୮ ଜଣ ଉଭୟ ପେପର ଦେଇଥିଲେ। ସେଥିମଧ୍ୟରୁ ୪୦୭୧୨ ଜଣ ପ୍ରାର୍ଥୀ କ୍ୱାଲିଫାଏ କରିଛନ୍ତି।

ଶିଶିର ପୂର୍ଣ୍ଣ ସଂଖ୍ୟା ୩୬୦ରୁ ୩୧୪ ନମ୍ବର ରଖିଛନ୍ତି। ସେହିପରି ତନିଷ୍କା ୩୬୦ରୁ ୨୭୭ ହାସଲ କରିଛନ୍ତି।

ପ୍ରାର୍ଥୀମାନେ jeeadv.ac.in ରେ ଜେଇଇ ଆଡଭାନ୍ସର ଅଫିସିଆଲ ସାଇଟରେ ଫଳାଫଳ ଯାଞ୍ଚ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୨ ନିର୍ବାଚନ ପାଇଁ ବିଗୁଲ ବଜାଇଲେ ଅମିତ ଶାହା

ଲକ୍ଷ୍ନୌ,୧।୮: ଉତ୍ତରପ୍ରଦେଶରେ ହେବାକୁ ଥିବା ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହା ରବିବାର ନିର୍ବାଚନୀ ବିଗୁଲ ବଜାଇଛନ୍ତି। ଦୁଇ ଦିନିଆ ଗସ୍ତର ପ୍ରଥମ...

ଦୀର୍ଘ ସମୟ ପରେ ଜାମା ମସ୍‌ଜିଦ୍‌ରେ ସମୂହ ନମାଜ ପାଠ: ପବିତ୍ର ଇଦ୍‌ରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି

ନୂଆଦିଲ୍ଲୀ,୧।୮: ସମଗ୍ର ଦେଶରେ ଶନିବାର ଇଦ୍‌-ଉଲ୍‌-ଜୁହା ବା ପବିତ୍ର ଇଦ୍‌ ପାଳନ କରାଯାଇଛି। ଶନିବାର ଦିଲ୍ଲୀ ସ୍ଥିତ ଜାମା ମସ୍‌ଜିଦ୍‌ରେ ଦୀର୍ଘ ଦିନ ପରେ ମୁସଲମାନ...

ନୁପୂରଙ୍କୁ ଖୋଜୁଛି ମୁମ୍ବାଇ ପୋଲିସ

ନୂଆଦିଲ୍ଲୀ,୧୮ା୬: ନିଲମ୍ବିତ ଭାଜପା ମୁଖପାତ୍ର ନୁପୂର ଶର୍ମାଙ୍କୁ ମୁମ୍ବାଇ ପୋଲିସ ଖୋଜି ଖୋଜି ରାଜଧାନୀ ଦିଲ୍ଲୀରେ ଯାଇ ପହଞ୍ଚତ୍ଛି। ଇସଲାମ୍‌ ଧର୍ମ ପ୍ରବର୍ତ୍ତକ ପ୍ରଫେଟ ମହମ୍ମଦଙ୍କୁ...

ମିଳୁନି ପିଆଜ ଦୋସା

ବେଙ୍ଗାଲୁରୁ,୩୦।୧୧: ଦେଶର ବିଭିନ୍ନ ଭାଗରେ ଏବେ ପିଆଜର କିଲୋଗ୍ରାମ ପିଛା ଦାମ୍‌ ଶହେ ଟଙ୍କା ଛୁଇଁଛି। ଆଉ ଏହି ଦାମ୍‌କୁ ଦେଖି ଘରଠାରୁ ହୋଟେଲ ସବୁଠି...

ସିବିଏସ୍‌ଇ ବୋର୍ଡ ପରୀକ୍ଷା: ୧ରୁ ୧୫ ଜୁଲାଇ ମଧ୍ୟରେ ହେବ ଦଶମ-ଦ୍ୱାଦଶ ପରୀକ୍ଷା

ନୂଆଦିଲ୍ଲୀ,୮।୫: କରୋନା ସଂକ୍ରମଣ ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏହା ୧୭ ମେ’ ପର୍ଯ୍ୟନ୍ତ ଲାଗୁ କରାଯାଇଛି। ଶୁକ୍ରବାର କେନ୍ଦ୍ର ମାନବ ସମ୍ବଳ...

ସେନାକୁ ସଫଳତା: ପୁଣି ୩ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା

ଶ୍ରୀନଗର, ୨୯।୮: ସେନାକୁ ଆତଙ୍କବାଦ ବିରୋଧୀ ଅପରେଶନ୍‌ରେ ପୁଣି ଏକ ସଫଳତା ମିଳିଛି। ଜମ୍ମୁ-କଶ୍ମୀରର ପୁଲଓ୍ବାମା ଜିଲାରେ ଶନିବାର ଏନ୍‌କାଉଣ୍ଟରରେ ୩ ଜଣ ଆତଙ୍କବାଦୀଙ୍କ ମୁଣ୍ଡ...

ପୂର୍ବାହ୍ନ ୯.୩୦ରେ ଶୁଣାଣି କଲେ ଜଷ୍ଟିସ୍‌ ଲଳିତ

ନୂଆଦିଲ୍ଲୀ,୧୬ା୭: ସୁପ୍ରିମକୋର୍ଟରେ ପୂର୍ବାହ୍ନ ୧୦ଟା ୩୦ ମିନିଟରେ ମାମଲାଗୁଡ଼ିକର ଶୁଣାଣି ପ୍ରକ୍ରିୟା ଆରମ୍ଭ ହୋଇଥାଏ। କିନ୍ତୁ ଶୁକ୍ରବାର ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଆସନ୍ତା ଅଗଷ୍ଟରେ...

ଭାରତୀୟ ରାଜନୀତିରେ ସଫଳ ବୋହୂ

ନୂଆଦିଲ୍ଳୀ,୯।୧୨:ଆଜି ଭାରତୀୟ ରାଜନୀତିର ସଫଳ ବୋହୂ ସୋନିଆ ଗାନ୍ଧୀଙ୍କ ଜନ୍ମଦିନ। ସେ ତାଙ୍କ ଜୀବନର ୭୩ ବର୍ଷର ଯାତ୍ରା ସମାପ୍ତ କରିଛନ୍ତି। ପ୍ରାୟ ଦୁଇ ଦଶନ୍ଧି...

Advertisement
Archives

Model This Week