ଜଙ୍ଗଲ ନିଆଁ: ବାଜିଲାଣି ସତର୍କ ଘଣ୍ଟି

ଅସମାପିକା ସାହୁ, ନୀଳାଦ୍ରି ବିହାରୀ ଦଣ୍ଡପାଟ, ପ୍ରଭାତ ପାଣିଗ୍ରାହୀ, ଲୋକନାଥ ମିଶ୍ର
ଭୁବନେଶ୍ୱର (ବ୍ୟୁରୋ)/ବାରିପଦା ଅଫିସ୍‌/ଖୋର୍ଦ୍ଧା ଅଫିସ୍‌/ନୟାଗଡ଼ ଅଫିସ୍‌୍‌, ୧୬ା୧୧: ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଷ୍ଟେଟ୍‌ ଅଫ୍‌ ଫରେଷ୍ଟ ରିପୋର୍ଟ-୨୦୨୧ ଅନୁଯାୟୀ ଦେଶର ପ୍ରାୟ ୨୨% ଜଙ୍ଗଲ ହେଉଛି ‘ଅତିଉଚ୍ଚ’ ଏବଂ ‘ଚରମ’ ଅଗ୍ନିପ୍ରବଣ ବର୍ଗର। ପୂର୍ବରୁ ସେଣ୍ଟ୍ରାଲ ଓଡ଼ିଶା ଅତିଉଚ୍ଚ ଅଗ୍ନିପ୍ରବଣ ବର୍ଗରେ ଯାଉଥିବାବେଳେ ୨୦୨୧ ରିପୋର୍ଟରେ ଏହା ଚରମ ଅଗ୍ନିପ୍ରବଣ ବର୍ଗକୁ ଆସିଯାଇଛି। ଦିନକୁ ଦିନ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ଓ ତାପମାତ୍ରା ବୃଦ୍ଧିପାଇବା ଯୋଗୁ ପ୍ରତିବର୍ଷ ଫେବୃୟାରୀ ଶେଷ ସପ୍ତାହରୁ ଜୁନ୍‌ ଯାଏ ବିଭିନ୍ନ ସ୍ଥାନରେ ଜଙ୍ଗଲ ଜଳିଉଠୁଛି। ଏହାର ଭୟାବହତାକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ବନାଗ୍ନି ସିଜନ ଆରମ୍ଭ (ନଭେମ୍ବର) ହେବା ପୂର୍ବରୁ ନିଆ ନ ଗଲେ ନିଅଁା ଅଁାରେ ଧ୍ୱଂସ ପାଇଯିବ ରାଜ୍ୟର ଜଙ୍ଗଲ ସମ୍ପଦ। ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ(ଏଫ୍‌ଏସ୍‌ଆଇ)ର ତଥ୍ୟାନୁସାରେ, ୨୦୨୦ ନଭେମ୍ବରରୁ ୨୦୨୧ ଜୁନ୍‌ ମଧ୍ୟରେ ଦେଶରେ ୩,୪୫,୯୮୯ ଜଙ୍ଗଲ ନିଆଁ ଲାଗିଥିଲା। ଏହିବର୍ଷ ଓଡ଼ିଶା ଜଙ୍ଗଲ ନିଅଁା କ୍ଷେତ୍ରରେ ସାରା ଦେଶରେ ଶୀର୍ଷରେ ରହିଥିଲା। ୨୦୨୧ ନଭେମ୍ବରରୁ ୨୦୨୨ ଜୁନ୍‌ ମଧ୍ୟରେ ସାରା ଦେଶରେ ୨, ୨୩, ୩୩୩ ବନାଗ୍ନି ଦେଖିବାକୁ ମିଳିଛି। ଏହିବର୍ଷ ଓଡ଼ିଶା ଦେଶରେ ୪ର୍ଥ ସ୍ଥାନରେ ରହିଛି। ଏହା ପୂର୍ବାପେକ୍ଷା ହ୍ରାସ ପାଇଥିଲେ ବି ଚିନ୍ତାଜନକ। କାରଣ ମୋଟ ଜଙ୍ଗଲ ନିଅଁାର ୯୦% କେବଳ ମନୁଷ୍ୟକୃତ ବୋଲି କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନରୁ ଜଣାପଡ଼ିଛି। ଜଙ୍ଗଲ ନିଅଁା ଯେ ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ତାହା କେହି ବି ଅସ୍ବୀକାର କରିବେ ନାହିଁ। ପରିବେଶ, ଜୀବଜଗତ, ଜଙ୍ଗଲ, ବନ୍ୟପ୍ରାଣୀ ଏବଂ ସମଗ୍ର ମାନବ ସମାଜ ପ୍ରତି ଏହା ଭୟଙ୍କର ପରିସ୍ଥିତି ସୃଷ୍ଟି କରିପାରେ। ଗତବର୍ଷ ଜଙ୍ଗଲ ନିଅଁାକୁ ନେଇ ଓଡ଼ିଶା ଚର୍ଚ୍ଚାରେ ରହିଥିଲା। ରାଜ୍ୟର ଅନେକ ଜଙ୍ଗଲରେ ନିଅଁା ଲାଗିଥିଲା। ଲଗାତର ଦୁଇ ସପ୍ତାହ ଯାଏ ଶିମିଳିପାଳ ଜଙ୍ଗଲ ଭିତରେ ନିଅଁା ନ ଲିଭିବା ଜନମାନସକୁ ବ୍ୟଥିତ କରିଥିଲା। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଏହାକୁ ଗୁରୁତ୍ୱର ସହ ନେଇ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲା। ଚଳିତବର୍ଷ ଶିମିଳିପାଳରେ ବନାଗ୍ନି ରୋକିବା ପାଇଁ ଡିସେମ୍ବର ପହିଲାରୁ ଆକ୍ସନ ପ୍ଲାନ୍‌ ଆରମ୍ଭ ହେବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଏକ ଜିଲାସ୍ତରୀୟ କମିଟି ଗଠନ କରାଯିବ। ଏଥିରେ ଜିଲାପାଳ ଅଧ୍ୟକ୍ଷ ରହିବା ସହିତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ସାମିଲ କରାଯାଇ ଅଗ୍ନିକାଣ୍ଡ ରୋକିବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଟି.ଅଶୋକ କୁମାର କହିଛନ୍ତି। ସେହିପରି ଶିମିଳିପାଳ ସଂଲଗ୍ନ ଗ୍ରାମବାସୀଙ୍କୁ ଜଡ଼ିତ କରି ବନାଗ୍ନି ରୋକିବା ଓ ଅଭୟାରଣ୍ୟକୁ ସୁରକ୍ଷା କରିବାରେ ପ୍ରୟାସ କରାଯିବ। ଅନ୍ୟପକ୍ଷରେ ବନ କର୍ମଚାରୀଙ୍କ ସଂଖ୍ୟା କମ୍‌ ଥିବାରୁ ଜାନୁୟାରୀ ୧୫ରୁ ଜୁନ୍‌ ଶେଷ ପର୍ଯ୍ୟନ୍ତ ଅଗ୍ନି ନିର୍ବାପକ ସ୍କ୍ବାଡ୍‌ରେ ଆଖପାଖ ଗ୍ରାମର ଯୁବପିଢ଼ିଙ୍କୁ ସାମିଲ କରାଯିବାର ଯୋଜନା ରହିଥିବା ଟି.ଅଶୋକ କୁମାର କହିଛନ୍ତି। ଅଗ୍ନିକାଣ୍ଡ ପ୍ରତି ସତର୍କ ଦୃଷ୍ଟି ଦିଆଯାଉଥିବା ବେଳେ ଅଘଟଣ ହେବା ମାତ୍ରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଉଛି। ପର୍ଯ୍ୟଟକମାନଙ୍କୁ ଶିମିଳିପାଳ ପ୍ରବେଶ ସମୟରେ କଡ଼ାକଡ଼ି ଯାଞ୍ଚ କରାଯିବା ସହ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ବିଭାଗୀୟ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପ ନିର୍ଦ୍ଦେଶକ ସମ୍ରାଟ ଗୌଡ଼ା ପ୍ରକାଶ କରିଛନ୍ତି।
ନିକଟରେ ଖୋର୍ଦ୍ଧା ଜିଲାର ଜଟଣୀ ପଟୁ ବରୁଣେଇ ପାହାଡ଼କୁ ସଂଯୋଗ କରୁଥିବା ରାସ୍ତାରେ ନିଅଁା ଲାଗିଯାଇଥିଲା। ନିଆଁ ଲାଗିଥିବା ସ୍ଥାନ ପାହାଡ଼ିଆ ଥିବା ଏବଂ ଚଲା ରାସ୍ତା ନ ଥିବାରୁ ଅଗ୍ନିଶମ କର୍ମଚାରୀ ପହଞ୍ଚତ୍ବାରେ ବିଳମ୍ବ ଘଟିଥିଲା। ଫଳରେ ନିଅଁାକୁ ଆୟତ୍ତ କରିବାରେ ବିଳମ୍ବ ହୋଇଥିଲା। ଏନେଇ ଖୋର୍ଦ୍ଧା ରେଞ୍ଜର ଜୟପ୍ରକାଶ ପଣ୍ଡା କୁହନ୍ତି, ପ୍ରାୟ ୪୮୦ ହେକ୍ଟର ବିଶିଷ୍ଟ ବରୁଣେଇ ଜଙ୍ଗଲରେ ଶତାଧିକ ଔଷଧୀୟ ଗୁଳ୍ମ ସହ ଅନେକ ମୂଲ୍ୟବାନ ଗଛ ରହିଛି। ଏହାର ସୁରକ୍ଷା ପ୍ରତି ଗୁରୁତ୍ୱ ଦିଆଯାଉଛି। ଜଙ୍ଗଲରେ ନିଆଁକୁ ଆୟତ୍ତ କରିବା ପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ ବରୁଣେଇ ଚାରିପଟ ବୁଲି ତଦାରଖ କରୁଛନ୍ତି। ପାଦଚଲା ରାସ୍ତାରେ ଜଙ୍ଗଲରେ ଫାୟାର ଲାଇନ କଟାଯାଇଛି। ଏହାଦ୍ୱାରା ନିଆଁକୁ ସହଜରେ ଆୟତ୍ତ କରାଯାଇପାରିବ। ଯେଉଁ ସ୍ଥାନରେ ନିଅଁା ଲାଗିବାର ଆଶଙ୍କା ଅଧିକ ରହିଛି, ସେଠି ଅଧିକ ଗୁରୁତ୍ୱ ଦିଆଯାଉଛି। ସେହି ସ୍ଥାନଗୁଡ଼ିକରେ ପଡ଼ିଥିବା ଶୁଖିଲା ପତ୍ର ଏକାଠି କରି ଜାଳି ଦିଆଯାଉଛି। ଜଙ୍ଗଲରେ ଜଗୁଆଳି ରହିଛନ୍ତି। ସେମାନେ ବିଭିନ୍ନ ସ୍ଥାନକୁ ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ବିଶେଷକରି ସକାଳ, ଅପରାହ୍ନ ଏବଂ ସନ୍ଧ୍ୟା ସମୟରେ ତଦାରଖ କରିବାକୁ ଜଗୁଆଳିମାନଙ୍କୁ ପରାମର୍ଶ ଦିଆଯାଇଛି। ଏଥିସହିତ ଜଙ୍ଗଲ ନିଅଁା ନ ଲଗାଇବା ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସେ କହିଛନ୍ତି। ଏନେଇ ଏସିଏଫ୍‌ ଅସିତ୍‌ ମିଶ୍ର କୁହନ୍ତି, ଜଙ୍ଗଲରେ ନିଆଁ ନ ଲଗାଇବା ପାଇଁ ବନାଞ୍ଚଳ ସ୍ତରରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ପିକନିକ କରିବାକୁ ଗଲେ ଦିଆସିଲି, ବିଡି, ସିଗାରେଟ୍‌ ଜଳାଇ ନ ପକାଇବା ପାଇଁ ସଚେତନ କରାଯାଉଛି।
ନୟାଗଡ ବନଖଣ୍ଡ ଅଧିକାରୀ(ଡିଏଫ୍‌ଓ) କ୍ଷମା ଷଡ଼ଙ୍ଗୀ କୁହନ୍ତି, ମଳୟ ପବନ ବହିଲେ ଗଛ ପତ୍ରଝଡ଼ା ଦେଇଥାଏ। କୌଣସି ଶୁଖିଲା ପତ୍ରରେ ନିଅଁା ଲାଗିଲେ ତାହା ବ୍ୟାପିଯାଏ ଏବଂ ଲିଭାଇବା କଷ୍ଟକର ହୋଇଥାଏ। ସାଧାରଣତଃ ଫେବୃୟାରୀ ୧୫ରୁ ଜୁନ ୧୫ ପର୍ଯ୍ୟନ୍ତ ଅଗ୍ନିକାଣ୍ଡ ଭୟ ଅଧିକ ରହୁଛି। ଏହାକୁ ରୋକିବା ପାଇଁ ନିଆଯାଉଥିବା ପଦକ୍ଷେପ ନିମନ୍ତେ ସରକାରୀ ଅନୁଦାନ ଆସିଥାଏ। କିନ୍ତୁ ତାହା ଏଯାଏ ଆସିନାହିଁ। ତେବେ ବନ ବିଭାଗ କର୍ମଚାରୀଙ୍କୁ ଜଙ୍ଗଲ ନିଅଁା ପ୍ରତି ସତର୍କ ରହିବାକୁ କୁହାଯାଇଛି। ଗତବର୍ଷ ଜଙ୍ଗଲରେ ନିଅଁା ଲିଭାଇବା କାଠିକର ପାଠ ହୋଇଥିଲା ବୋଲି ଷଡ଼ଙ୍ଗୀ କହିଛନ୍ତି।
ରାଜ୍ୟରେ ଜଙ୍ଗଲ ନିଅଁା ଲାଗିବା ଖବର ଠିକ୍‌ ସମୟରେ ପାଇବା ସବୁଠୁ ବଡ଼କଥା। ଏଥିପାଇଁ ବନ ବିଭାଗ ଆପ୍ରାଣ ଉଦ୍ୟମ କରିବା ଆବଶ୍ୟକ। ସେହି ଅନୁସାରେ ନିଅଁାକୁ ଲିଭାଗଲା କି ନାହିଁ, ତାହାର ଖବର ମଧ୍ୟ ଉପଗ୍ରହ ମାଧ୍ୟମରେ ନିଆଯିବା ଜରୁରୀ। ପରିବେଶବିତ୍‌ ଶୁଭେନ୍ଦୁ ମଲ୍ଲିକଙ୍କ କହିବାନୁସାରେ, ଜଙ୍ଗଲ ନିଅଁାର ସଫଳ ପରିଚାଳନା ପାଇଁ ସମସ୍ତଙ୍କୁ କାନ୍ଧରେ କାନ୍ଧ ମିଶେଇ ମିଳିତ ମୁକାବିଲା କରିବାକୁ ପଡ଼ିବ। ଖାଲି ବନ ବିଭାଗ ଉପରେ ଦୋଷ ବା ଦାୟିତ୍ୱ ଲଦିଦେଲେ ହେବନାହିଁ। ଜଙ୍ଗଲ ନିଅଁାକୁ କାବୁ କରିବା ପାଇଁ ଅନେକ ଖସଡ଼ା କେନ୍ଦ୍ର ସରକାରଙ୍କ ତରଫରୁ ପ୍ରସ୍ତୁତ କରାଯାଇଛି। ସେଗୁଡିକୁ ଠିକ୍‌ ଭାବେ କାମରେ ଲଗେଇବା ଦରକାର। କେଉଁ ଗୋଟିଏ ବିଭାଗରେ ଦୁର୍ବଳତା ରହିଗଲେ ଜଙ୍ଗଲ ନିଅଁା ସହ ଲଢ଼େଇ ସହଜ ହେବନାହିଁ। ଏଥିନିମନ୍ତେ ଆଧୁନିକ ପ୍ରଣାଳୀ ବ୍ୟବହାର କରି କିଛି କାମ କଲେ ନିଶ୍ଚୟ ସଫଳତା ମିଳିବ।
ଜଙ୍ଗଲ ନିଅଁାର ପ୍ରମୁଖ କାରଣ
ଜଙ୍ଗଲ ନିଅଁାର ୨ ସମ୍ଭାବ୍ୟ କାରଣ ହେଉଛି ପ୍ରାକୃତିକ ଏବଂ ମନୁଷ୍ୟକୃତ। ପ୍ରାକୃତିକ କାରଣଗୁଡ଼ିକ ହେଲା ବଜ୍ରପାତ, ପଥର ବା ବାଲିଗରଡ଼ା ଘଷି ହୋଇ ଅଗ୍ନିକଣା ବାହାରିବା, ଥୁଣ୍ଟା ଗଛ ଡାଳ ବା ବାଉଁଶ ପରସ୍ପର ଘଷି ହୋଇ ନିଅଁା ଝୁଲ ବାହାରିବା ଓ ଆଗ୍ନେୟଗିରି ଉଦ୍‌ଗିରଣ। ତେବେ ମନୁଷ୍ୟକୃତ କାରଣ ହେଉଛି ଇଚ୍ଛାକୃତ ଏବଂ ଦୁର୍ଘଟଣା ଜନିତ। ଯେମିତିକି ପୋଡ଼ୁଚାଷ, ଘାସ ଓ ଜାଳେଣି, ବନ କର୍ମଚାରୀଙ୍କ ଉପରେ କୌଣସି ରାଗ ଶୁଝାଇବା ପାଇଁ ନିଅଁା ଲଗେଇବା, ଗାଁ ଲୋକଙ୍କ ପାଇଁ ରାସ୍ତା ଫିଟେଇବା, ଜଙ୍ଗଲ ଜମି ଜବରଦଖଲ, ବେଆଇନ ଗଛକଟାକୁ ଲୁଚେଇବା, ଆଦିବାସୀ ପରମ୍ପରା ଆଦି ସବୁ ଇଚ୍ଛାକୃତ ଅଗ୍ନିକାଣ୍ଡ। କିନ୍ତୁ ମହୁଲ ଆଦି ଅଣକାଠ ଜାତୀୟ ଜଙ୍ଗଲ ଦ୍ରବ୍ୟ ସଂଗ୍ରହ, ଫସଲ ଅବଶିଷ୍ଟକୁ ପୋଡ଼ିବା, ବନ୍ୟପ୍ରାଣୀଙ୍କୁ ଶିକାର ପାଇଁ ନିର୍ଦ୍ଦିଷ୍ଟ ଦିଗକୁ ଘଉଡ଼େଇବା, ଜଳନ୍ତା ବିଡ଼ି ବା ସିଗାରେଟ ଫୋପାଡ଼ିବା, ମୋଟର ଯାନର ନିଅଁା ସ୍ପାର୍କ, ଟ୍ରାନ୍ସଫର୍ମରରୁ ନିଅଁା ସ୍ପାର୍କ, କାଠ କୋଇଲା ସଂଗ୍ରହ, ଜଙ୍ଗଲ ମଧ୍ୟରେ ରୋଷେଇ, ରାସ୍ତା କାମ ପାଇଁ ପିଚୁ ଗରମ କରିବା ଆଦି ଯୋଗୁ ଘଟୁଛି ଦୁର୍ଘଟଣାଜନିତ ଅଗ୍ନିକାଣ୍ଡ।
କେଉଁ ସବୁ କ୍ଷତି
୧୯୯୫ରେ ଇଣ୍ଡୋନେସିଆର ପୂର୍ବ କାଲିମାନନ୍ତରେ ଭୟାବହ ଅଗ୍ନିକାଣ୍ଡରେ ୩ ନିୟୁତ ହେକ୍ଟର ନଷ୍ଟ ହେବା ସହିତ ପଡୋଶୀ ଦେଶଗୁଡ଼ିକରେ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥିଲା। ଜଙ୍ଗଲ ନିଅଁାର ପ୍ରଭାବରେ ଏକ ଦଶନ୍ଧି ପରେ ମଧ୍ୟ ନାନା ରୋଗ ସୃଷ୍ଟି ହେବା ସହ କୀଟପତଙ୍ଗ ଆକ୍ରମଣ ବୃଦ୍ଧି ଏବଂ ଜଳସ୍ତରର ହ୍ରାସ ହୋଇଥାଏ। ତେବେ ଅତ୍ୟଧିକ ଜଙ୍ଗଲ ନିଅଁାରୁ ଯେଉଁସବୁ ମୁଖ୍ୟ କ୍ଷତି ଘଟିଥାଏ ସେଗୁଡ଼ିକ ହେଲା, ମୂଲ୍ୟବାନ କାଠ ଉତ୍ସଗୁଡ଼ିକର କ୍ଷତି, ଇକୋ-ସିଷ୍ଟମ ଉପରେ ଜଙ୍ଗଲ ନିଅଁାର ପ୍ରଭାବ, ବନ୍ୟଜନ୍ତୁଙ୍କ ସଂଖ୍ୟା ଏବଂ ବାସସ୍ଥାନ ହ୍ରାସ, ଜଙ୍ଗଲ ଆବରଣ ହ୍ରାସ, ବିଶ୍ୱତାପନ, ମୃତ୍ତିକା କ୍ଷୟ, ସାମାଜିକ-ଅର୍ଥନୈତିକ ପ୍ରଭାବ ଏବଂ ପର୍ଯ୍ୟଟନ କ୍ଷେତ୍ର ଅନାକର୍ଷଣ ହେବା।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ ବଡ଼ ଆକ୍ସନ: ଦରମା ବନ୍ଦ ସହ ଚୁକ୍ତିଭିତ୍ତିକ ଡାକ୍ତରଙ୍କୁ ନୋଟିସ୍‌ ପରେ କାର୍ଯ୍ୟରୁ ନିବୃତ୍ତ ପାଇଁ ନିର୍ଦ୍ଦେଶ !

ଭୁବନେଶ୍ୱର, ୨ା୭: ରାଜ୍ୟରେ ଚାଲିଥିବା ଡାକ୍ତରୀ ଆନ୍ଦୋଳନକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବଡ଼ ଏବଂ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ସରକାରୀ ମେଡିକାଲ…

ୟୁଜରନେମ ବିବାଦ: ହ୍ବାଟସଆପ ପରେ, ଆଇଟି ମନ୍ତ୍ରଣାଳୟ ଏବେ ସିଗନାଲ-ଟେଲିଗ୍ରାମକୁ ପଠାଇଛି ନୋଟିସ

ନୂଆଦିଲ୍ଲୀ,୨।୭: ୟୁଜରନେମ ଫିଚରକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ହ୍ବାଟସଆପ ପରେ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ଏବେ ଟେଲିଗ୍ରାମ ଏବଂ ସିଗନାଲକୁ ମଧ୍ୟ…

ଶ୍ରୀ ଶ୍ରୀ ଦଧିବାମନଙ୍କ ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି: ଆସନ୍ତା ୧୬ରେ ଶ୍ରୀଗୁଣ୍ଡିଚା, ୨୫ରେ ରଥ ଉପରେ…

ବରଗଡ଼, ୨ା୭ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲିସ୍ଥିତ ପ୍ରସିଦ୍ଧ ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ପାଳନ ପାଇଁ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ…

ଟ୍ରକ୍ ମିଳିଲା, ଚପଲ ମିଳିଲା…ହେଲେ ୮ ଦିନ ହେଲା ଡ୍ରାଇଭରଙ୍କ ପତ୍ତା ନାହିଁ, ଭୋକ-ଉପାସରେ ଏ ଥାନାରୁ ସେ ଥାନା ବୁଲି ନୟାନ୍ତ…

ଦିଗପହଣ୍ଡି, ୨ା୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମର ଜଣେ ଗାଡ଼ି ଚାଳକ ବାପୁଜୀ ସ୍ୱାଇଁ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଛନ୍ତି।…

ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବେ ନାହିଁ ପୁଅ ମୋଜତାବା, ଜାଣନ୍ତୁ କାରଣ

ତେହରାନ,୨।୭: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପରଲୋକ ପରେ ସମଗ୍ର ଦେଶରେ ଗଭୀର ଶୋକ ପ୍ରକାଶ ପାଇଛି। ରାଜଧାନୀ ତେହରାନରୁ ଆରମ୍ଭ କରି ମଶାଦ,…

ଦେଓ ନଦୀ ପୋଲ ଉପରେ ଗୋ-ଚାଲାଣ ଗାଡ଼ି ସହ ଅଟୋର ମୁହାଁମୁହିଁ ଧକ୍କା: ଗୋଟିଏ ବଳଦ ମୃତ, ଗୋ-ମାଫିଆ…

ପାଟଣା, ୨ା୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା-କରଞ୍ଜିଆ ଦେଇଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥରେ ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଯାଇଛି। ସାହାରପଡା ସ୍ଥିତ…

ଡୋକରୀଦର ଝରଣା ନିକଟରେ ଅଜଣା ମୃତଦେହ: ଖବର ପାଇ ବି ପହଞ୍ଚିଲାନି ପୋଲିସ, ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ

କୋକସରା, ୨ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖଲିଗଡ ପାଦଦେଶରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାର ‘ଡୋକରୀଦର’ ଝରଣା ନିକଟରେ…

ବଦଳିଲା ଭାରତ-ଇଂଲଣ୍ଡ ଟି-୨୦ ମ୍ୟାଚର ସମୟ, ଜାଣନ୍ତୁ କେତେବେଳେ ଆରମ୍ଭ ହେବ…

ନୂଆଦିଲ୍ଲୀ,୨।୭: ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛି। ଟିମ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳୁଛି। ବର୍ଷା ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri