ଆୟତ୍ତରେ ଜଙ୍ଗଲ ନିଆଁ

ଭୁବନେଶ୍ୱର, (ବ୍ୟୁରୋ)/ବାରିପଦା ଅଫିସ, ୧୪।୩: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଦୀର୍ଘଦିନ ହେଲା ଲାଗିଥିବା ନିଆଁକୁ ଏକପ୍ରକାର ଆୟତ୍ତକୁ ଅଣାଯାଇଛି। ୩ଦିନ ଧରି ଶିମିଳିପାଳରେ ବର୍ଷା ହୋଇଥିବା ବେଳେ ଶନିବାର ଉଦଳା ଓ କପ୍ତିପଦା ଅଞ୍ଚଳରେ ଝିପି ଝିପି ବର୍ଷା ହୋଇଛି। ଶନିବାର ଦକ୍ଷିଣରେ ଗୋଟିଏ ଓ ଉତ୍ତରରେ ତିନୋଟି ସ୍ଥାନରେ ନିଆଁ ଲାଗିଥିବା ଖବରପାଇ ବନ କର୍ମଚାରୀ, ଅଗ୍ନିଶମ ଓ ଓଡ୍ରାଫ ବାହିନୀ ସହ ସେଠାରେ ପହଞ୍ଚିଥିଲେ। ନିଆଁକୁ ଆୟତ୍ତ କରାଯାଇଥିବା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ର ନିର୍ଦ୍ଦେଶକ ଏମ୍‌. ଜଗଜୟାନନ୍ଦ ସୂଚନା ଦେଇଛନ୍ତି।

ଶିମିଳିପାଳରେ ନିଆଁର କାରଣ ଓ କ୍ଷୟକ୍ଷତି ସମ୍ପର୍କରେ ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଏବଂ ରାଜଜେମା ଅକ୍ଷିତା ମଞ୍ଜରୀ ଭଞ୍ଜଦେଓ ଶନିବାର ବିଭିନ୍ନ ସ୍ଥାନ ପରିଦର୍ଶନ କରି ଲୋକମାନଙ୍କୁ ନିଆଁ ଲିଭାଇବାକୁ ପରାମର୍ଶ ଦେଇଥିଲେ। ପୋଡ଼ାଡ଼ିହା, ଦେବକୁଣ୍ଡ, ଜାମୁଡ଼ିହା, ସାରବଶା, ପାଲମା ଆଦି ଅଞ୍ଚଳକୁ ଅବୈତନିକ ପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ ଓ ବିଭୁଦତ୍ତ ଦାସ ପରିଦର୍ଶନ କରି ନିଆଁ ଆୟତ୍ତ ହୋଇଥିବା କହିଛନ୍ତି। ଏଥିପୂର୍ବରୁ କଂଗ୍ରେସର ଏକ ପ୍ରତିନିଧି ଦଳ ଅନୁଧ୍ୟାନ କରି ଫେରିଥିବା ବେଳେ ବିଜେଡି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମରେ ନେତା ଓ କର୍ମକର୍ତ୍ତାଗଣ ସାମିଲ ହୋଇଥିଲେ। ସେହିଭଳି ରାଜ୍ୟ ଅତିରିକ୍ତ ମୁଖ୍ୟ ସଚିବ ମୋନା ଶର୍ମା ଓ କେନ୍ଦ୍ରୀୟ ପ୍ରତିନିଧି ଦଳ ଶିମିଳିପାଳ ଅଭୟାରଣ୍ୟର ସ୍ଥିତି ସମୀକ୍ଷା କରି ଫେରିଛନ୍ତି।

ଅନ୍ୟପକ୍ଷରେ ଶିମିଳିପାଳ ସଂଲଗ୍ନ ବ୍ଲକ ଓ ତହସିଲର ବିଡିଓ, ତହସିଲଦାର, ନିର୍ବାଚିତ ପ୍ରତିନିଧି, ଗାଁ ମୁଖିଆ, ଏସ୍‌ଏଚ୍‌ଜିର ସଦସ୍ୟା, ବନସୁରକ୍ଷା ସମିତି ସଦସ୍ୟା ସଦସ୍ୟଙ୍କୁ ଜଙ୍ଗଲ ସୁରକ୍ଷାରେ ଯୋଗଦାନକୁ ସୁଦୃଢ କରିବା ପାଇଁ ୫ ବନଖଣ୍ଡ ଅଧିକାରୀଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କପ୍ତିପଦା, ଉଦଳା, ଡୁକୁରା, ଖୁଣ୍ଟା, ରଙ୍ଗାମାଟିଆ, ବାଙ୍ଗିରିପୋଷୀ, ବିଶୋଇ, ଯଶିପୁର, କରଞ୍ଜିଆ ଓ ଠାକୁରମୁଣ୍ଡା ଅଞ୍ଚଳରେ ଏନେଇ ସଚେତନତା ସଭା ଓ ଶୋଭାଯାତ୍ରା କରାଯାଇ ଲୋକଙ୍କୁ ଜଙ୍ଗଲ ନିଅଁାର ଭୟାବହତା ଓ ପ୍ରାକ୍‌ ପ୍ରତିକାର ବ୍ୟବସ୍ଥା ସମ୍ପର୍କରେ ସୂଚନା ଦିଆଯାଇଛି। ଶିମିଳିପାଳରେ ନିଆଁ ସମ୍ପୂର୍ଣ୍ଣ ଆୟତ୍ତ ଥିବା କୁହାଯାଉଥିବା ବେଳେ ବର୍ତ୍ତମାନ ତୃଣଭୋଜୀ ବନ୍ୟପ୍ରାଣୀଙ୍କର ଖାଦ୍ୟ ଶୃଙ୍ଖଳ ବିଗିଡିଯାଇଛି ବୋଲି ପରିବେଶବିତ୍‌ ସଂଯୁକ୍ତା ବଶା କହିଛନ୍ତି। ଶିକାରୀମାନେ ଏହାର ସୁଯୋଗରେ ଗ୍ରାମାଭିମୁଖୀ ବନ୍ୟଜନ୍ତୁଙ୍କ ଶିକାର ପାଇଁ ଗୁପ୍ତ ଯୋଜନା କରୁଛନ୍ତି। ଏଥିପ୍ରତି ବିଭାଗ ସ୍ବତନ୍ତ୍ର ଦୃଷ୍ଟିଦେବାକୁ ସେ ଦାବି କରିଛନ୍ତି। ସେହିପରି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧୀନ ଦୁଇଟି ବନଖଣ୍ଡକୁ ମିଶାଇ ବାରିପଦା, କରଞ୍ଜିଆ ଓ ରାଇରଙ୍ଗପୁର ଆଦି ୫ଟି ବନଖଣ୍ଡରେ ଖାଲି ପଡିଥିବା କର୍ମଚାରୀଙ୍କ ପଦବୀ ପୂରଣ ପାଇଁ ଓଡ଼ିଶା ବନ କର୍ମଚାରୀ ସଂଘର ସଭାପତି ଖଗେଶ୍ୱର ସେଠୀ ଦାବି କରିଛନ୍ତି।

ଅନ୍ୟପକ୍ଷେ ଶିମିଳିପାଳ ଅଭିମୁଖେ ଭାଜପାର ୧୫ ଜଣିଆ ଟିମ୍‌ ଶନିବାର ଶିମିଳିପାଳ ଅଭିମୁଖେ ଗସ୍ତ କରିଛନ୍ତି। ବିଧାୟକ ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ କ୍ଷେତ୍ର ପରିଦର୍ଶନରେ ଭାଜପା ଟିମ୍‌ ଯାଇଛନ୍ତି। ଏହି ଟିମ୍‌ରେ ୧୩ ବିଧାୟକ, ଜିଲା ପରିଷଦ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ ସାମିଲ ଅଛନ୍ତି। ଏହି ଟିମ୍‌ ଶିମିଳିପାଳ ଅଗ୍ନିକାଣ୍ଡର କାରଣ ଓ ନିରାକରଣ ଅନୁଧ୍ୟାନ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri