ଆୟତ୍ତରେ ଜଙ୍ଗଲ ନିଆଁ

ଭୁବନେଶ୍ୱର, (ବ୍ୟୁରୋ)/ବାରିପଦା ଅଫିସ, ୧୪।୩: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଦୀର୍ଘଦିନ ହେଲା ଲାଗିଥିବା ନିଆଁକୁ ଏକପ୍ରକାର ଆୟତ୍ତକୁ ଅଣାଯାଇଛି। ୩ଦିନ ଧରି ଶିମିଳିପାଳରେ ବର୍ଷା ହୋଇଥିବା ବେଳେ ଶନିବାର ଉଦଳା ଓ କପ୍ତିପଦା ଅଞ୍ଚଳରେ ଝିପି ଝିପି ବର୍ଷା ହୋଇଛି। ଶନିବାର ଦକ୍ଷିଣରେ ଗୋଟିଏ ଓ ଉତ୍ତରରେ ତିନୋଟି ସ୍ଥାନରେ ନିଆଁ ଲାଗିଥିବା ଖବରପାଇ ବନ କର୍ମଚାରୀ, ଅଗ୍ନିଶମ ଓ ଓଡ୍ରାଫ ବାହିନୀ ସହ ସେଠାରେ ପହଞ୍ଚିଥିଲେ। ନିଆଁକୁ ଆୟତ୍ତ କରାଯାଇଥିବା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ର ନିର୍ଦ୍ଦେଶକ ଏମ୍‌. ଜଗଜୟାନନ୍ଦ ସୂଚନା ଦେଇଛନ୍ତି।

ଶିମିଳିପାଳରେ ନିଆଁର କାରଣ ଓ କ୍ଷୟକ୍ଷତି ସମ୍ପର୍କରେ ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଏବଂ ରାଜଜେମା ଅକ୍ଷିତା ମଞ୍ଜରୀ ଭଞ୍ଜଦେଓ ଶନିବାର ବିଭିନ୍ନ ସ୍ଥାନ ପରିଦର୍ଶନ କରି ଲୋକମାନଙ୍କୁ ନିଆଁ ଲିଭାଇବାକୁ ପରାମର୍ଶ ଦେଇଥିଲେ। ପୋଡ଼ାଡ଼ିହା, ଦେବକୁଣ୍ଡ, ଜାମୁଡ଼ିହା, ସାରବଶା, ପାଲମା ଆଦି ଅଞ୍ଚଳକୁ ଅବୈତନିକ ପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ ଓ ବିଭୁଦତ୍ତ ଦାସ ପରିଦର୍ଶନ କରି ନିଆଁ ଆୟତ୍ତ ହୋଇଥିବା କହିଛନ୍ତି। ଏଥିପୂର୍ବରୁ କଂଗ୍ରେସର ଏକ ପ୍ରତିନିଧି ଦଳ ଅନୁଧ୍ୟାନ କରି ଫେରିଥିବା ବେଳେ ବିଜେଡି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମରେ ନେତା ଓ କର୍ମକର୍ତ୍ତାଗଣ ସାମିଲ ହୋଇଥିଲେ। ସେହିଭଳି ରାଜ୍ୟ ଅତିରିକ୍ତ ମୁଖ୍ୟ ସଚିବ ମୋନା ଶର୍ମା ଓ କେନ୍ଦ୍ରୀୟ ପ୍ରତିନିଧି ଦଳ ଶିମିଳିପାଳ ଅଭୟାରଣ୍ୟର ସ୍ଥିତି ସମୀକ୍ଷା କରି ଫେରିଛନ୍ତି।

ଅନ୍ୟପକ୍ଷରେ ଶିମିଳିପାଳ ସଂଲଗ୍ନ ବ୍ଲକ ଓ ତହସିଲର ବିଡିଓ, ତହସିଲଦାର, ନିର୍ବାଚିତ ପ୍ରତିନିଧି, ଗାଁ ମୁଖିଆ, ଏସ୍‌ଏଚ୍‌ଜିର ସଦସ୍ୟା, ବନସୁରକ୍ଷା ସମିତି ସଦସ୍ୟା ସଦସ୍ୟଙ୍କୁ ଜଙ୍ଗଲ ସୁରକ୍ଷାରେ ଯୋଗଦାନକୁ ସୁଦୃଢ କରିବା ପାଇଁ ୫ ବନଖଣ୍ଡ ଅଧିକାରୀଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କପ୍ତିପଦା, ଉଦଳା, ଡୁକୁରା, ଖୁଣ୍ଟା, ରଙ୍ଗାମାଟିଆ, ବାଙ୍ଗିରିପୋଷୀ, ବିଶୋଇ, ଯଶିପୁର, କରଞ୍ଜିଆ ଓ ଠାକୁରମୁଣ୍ଡା ଅଞ୍ଚଳରେ ଏନେଇ ସଚେତନତା ସଭା ଓ ଶୋଭାଯାତ୍ରା କରାଯାଇ ଲୋକଙ୍କୁ ଜଙ୍ଗଲ ନିଅଁାର ଭୟାବହତା ଓ ପ୍ରାକ୍‌ ପ୍ରତିକାର ବ୍ୟବସ୍ଥା ସମ୍ପର୍କରେ ସୂଚନା ଦିଆଯାଇଛି। ଶିମିଳିପାଳରେ ନିଆଁ ସମ୍ପୂର୍ଣ୍ଣ ଆୟତ୍ତ ଥିବା କୁହାଯାଉଥିବା ବେଳେ ବର୍ତ୍ତମାନ ତୃଣଭୋଜୀ ବନ୍ୟପ୍ରାଣୀଙ୍କର ଖାଦ୍ୟ ଶୃଙ୍ଖଳ ବିଗିଡିଯାଇଛି ବୋଲି ପରିବେଶବିତ୍‌ ସଂଯୁକ୍ତା ବଶା କହିଛନ୍ତି। ଶିକାରୀମାନେ ଏହାର ସୁଯୋଗରେ ଗ୍ରାମାଭିମୁଖୀ ବନ୍ୟଜନ୍ତୁଙ୍କ ଶିକାର ପାଇଁ ଗୁପ୍ତ ଯୋଜନା କରୁଛନ୍ତି। ଏଥିପ୍ରତି ବିଭାଗ ସ୍ବତନ୍ତ୍ର ଦୃଷ୍ଟିଦେବାକୁ ସେ ଦାବି କରିଛନ୍ତି। ସେହିପରି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧୀନ ଦୁଇଟି ବନଖଣ୍ଡକୁ ମିଶାଇ ବାରିପଦା, କରଞ୍ଜିଆ ଓ ରାଇରଙ୍ଗପୁର ଆଦି ୫ଟି ବନଖଣ୍ଡରେ ଖାଲି ପଡିଥିବା କର୍ମଚାରୀଙ୍କ ପଦବୀ ପୂରଣ ପାଇଁ ଓଡ଼ିଶା ବନ କର୍ମଚାରୀ ସଂଘର ସଭାପତି ଖଗେଶ୍ୱର ସେଠୀ ଦାବି କରିଛନ୍ତି।

ଅନ୍ୟପକ୍ଷେ ଶିମିଳିପାଳ ଅଭିମୁଖେ ଭାଜପାର ୧୫ ଜଣିଆ ଟିମ୍‌ ଶନିବାର ଶିମିଳିପାଳ ଅଭିମୁଖେ ଗସ୍ତ କରିଛନ୍ତି। ବିଧାୟକ ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ କ୍ଷେତ୍ର ପରିଦର୍ଶନରେ ଭାଜପା ଟିମ୍‌ ଯାଇଛନ୍ତି। ଏହି ଟିମ୍‌ରେ ୧୩ ବିଧାୟକ, ଜିଲା ପରିଷଦ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ ସାମିଲ ଅଛନ୍ତି। ଏହି ଟିମ୍‌ ଶିମିଳିପାଳ ଅଗ୍ନିକାଣ୍ଡର କାରଣ ଓ ନିରାକରଣ ଅନୁଧ୍ୟାନ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?