ଜଙ୍ଗଲ ନିଆଁ: ଦୁଇଦିନରେ ଦୁଇଗୁଣ

ଭୁବନେଶ୍ୱର,୧୨।୩(ବ୍ୟୁରୋ): ସାରା ରାଜ୍ୟରେ ଜଙ୍ଗଲ ଜଳୁଛି। ଦିନକୁ ଦିନ ଏହା ବଢ଼ି ଚାଲିଛି। ଭାରତୀୟ ବନ ସର୍ବେକ୍ଷଣ ସୂଚନାନୁସାରେ, ବୁଧବାର ୪୯୭ଟି ଫାୟାର ପଏଣ୍ଟରେ ନିଆଁ ରହିଥିବାବେଳେ ଗୁରୁବାର ୧୦୪୮ ସାଟେଲାଇଟ୍‌ ଆଧାରିତ ଫାୟାର ପଏଣ୍ଟ ପଞ୍ଜୀକରଣ ହୋଇଛି। ତେବେ ଚିନ୍ତା ବଢ଼ାଇଥିବା ଶିମିଳିପାଳ ବନାଗ୍ନିକୁ ନିୟନ୍ତ୍ରଣ କରାଯାଇପାରିଛି। ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପରେ ଦୁଇଦିନରେ ଯଥାକ୍ରମେ ୨୬ ଓ ୨୪ଟି ଫାୟାର ପଏଣ୍ଟ ଚିହ୍ନଟ ହୋଇଥିବାବେଳେ ଏବେମାତ୍ର ୫ଟି ପଏଣ୍ଟ ରିପୋର୍ଟ ହୋଇଛି। ତେବେ ଆବଶ୍ୟକ ପଦକ୍ଷେପ ସହ ବର୍ଷା ଯୋଗୁ ନିଆଁକୁ ଆୟତ୍ତ କରିବା ସହଜ ହେଉଛି। ଅନ୍ୟପକ୍ଷରେ ଆସନ୍ତା ୩ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଥିବାରୁ ନିଆଁ ବ୍ୟାପିବାରେ ବାଧା ସୃଷ୍ଟି ହେବାର ସମ୍ଭାବନା ରହିଛି।
ଜଙ୍ଗଲ ନିଆଁ ସ୍ଥିତି ନିୟନ୍ତ୍ରଣକୁ ଆସୁଥିଲେ ମଧ୍ୟ ଅଗ୍ନିଋତୁ ବାକି ଥିବାରୁ ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସତର୍କ ରହିଛନ୍ତି ବୋଲି ଫରେଷ୍ଟ ଫାୟାର ଟାସ୍କ ଫୋର୍ସ ପକ୍ଷରୁ ସୂଚନା ଦିଆଯାଇଛି। ଟାସ୍କ ଫୋର୍ସ ଅଧ୍ୟକ୍ଷ ସମସ୍ତ ଆଞ୍ଚଳିକ ବନ ସଂରକ୍ଷକ ଓ ବନଖଣ୍ଡ ଅଧିକାରୀଙ୍କୁ ନେଇ ଭିଡିଓ ସମ୍ମିଳନୀରେ ବନାଗ୍ନି ଉପରେ ସବିଶେଷ ସମୀକ୍ଷା କରିଛନ୍ତି। ସମସ୍ତେ ସଜାଗ ରହିବା ସହ ରାତ୍ରି ପାଟ୍ରୋଲିଂ କରି ତୁରନ୍ତ ଜଙ୍ଗଲ ଫାୟାର ପଏଣ୍ଟରେ ପହଞ୍ଚତ୍ ନିଆଁକୁ ଆୟତ୍ତ କରିବାକୁ ସେ ପରାମର୍ଶ ଦେଇଛନ୍ତି। ନିଆଁକୁ ଆୟତ୍ତ କରିବା ପାଇଁ ନିୟୋଜିତ ୪ ଓଡ୍ରାଫ୍‌ ଟିମ୍‌ ସ୍ଥାନରେ ବର୍ତ୍ତମାନ ୨୫ଜଣ ସଦସ୍ୟ ବିଶିଷ୍ଟ ୮ ଟିମ୍‌ ନିୟୋଜିତ ହୋଇଛନ୍ତି ବୋଲି ପିସିସିଏଫ୍‌ଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି।
ଫେବୃୟାରୀରୁ ଅତ୍ୟଧିକ ଖରା ଯୋଗୁ ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି। ଚଳିତବର୍ଷ ଆହୁରି ଅଧିକ ଖରା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଏହାକୁ ଦୃଷ୍ଟିରେ ରଖି ଏନ୍‌ଟିସିଏ ଶିମିଳିପାଳ ଓ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍‌ଟିସିଏ) ରାଜ୍ୟ ସରକାରଙ୍କୁ କହିଛି। ବ୍ୟାଘ୍ର ସଂରକ୍ଷଣ ଯୋଜନା ଅନୁଯାୟୀ, ଜଙ୍ଗଲ ଅଞ୍ଚଳରେ ନିଆଁକୁ ଆୟତ୍ତ କରିବା ପାଇଁ ସମସ୍ତ ପ୍ରତିଷେଧକ ଓ ନିୟନ୍ତ୍ରଣ ପ୍ରଣାଳୀ ପ୍ରୟୋଗ କରିବା ଲାଗି ଏନ୍‌ଟିସିଏ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଏବଂ ଶିମିଳିପାଳ ଓ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଜଣାଇଛନ୍ତି। ଏଥିସହିତ ଏ ନେଇ କ’ଣ ପଦକ୍ଷେପ ନିଆଯାଉଛି ତା’ର ଏକ ରିପୋର୍ଟ ଦେବା ପାଇଁ ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?