ହାତୀପଲକୁ ନେଇ ଦୁଇ ଜିଲାର ବନ ବିଭାଗ ମୁହାଁମୁହିଁ

ଗୁଣପୁର,୩ା୨(ଡି.ଏନ.ଏ.): ଦେଢ଼ବର୍ଷ ଧରି ରାୟଗଡ଼ା ଜିଲା ଗୁଣପୁର ଅଞ୍ଚଳରେ ହାତୀପଲର ଦୌରାତ୍ମ୍ୟ ଚାଲିଛି। ଏଥିରେ ବ୍ୟାପକ ଫସଲ ହାନୀ ହେବା ସହ ୩ ଜଣଙ୍କ ଜୀବନ ଗଲାଣି। ଦୁଇଦିନ ହେଲା ୬ଟିକିଆ ହାତୀପଲ ଗଜପତି ଜିଲା ସୀମାନ୍ତ କାଶୀନଗର ବ୍ଲକର ଅମରଡା, ଫୁଲୁଗୁମି ଅଞ୍ଚଳକୁ ଚାଲିଯାଇଛନ୍ତି। ସେଠାରେ ମଧ୍ୟ ବ୍ୟାପକ ଫସଲହାନୀ ଘଟାଇଛନ୍ତି। ହାତୀପଲକୁ ଘଉଡ଼ାଇବା ପାଇଁ ରାୟଗଡ଼ା ବନ ବିଭାଗ ପକ୍ଷରୁ ଦିନରାତି ଏକ କରି ଉଦ୍ୟମ ଚାଲିଛି। ହେଲେ ଏଥିରେ ସଫଳତା ମିଳିନାହିଁ। ଅନ୍ୟପକ୍ଷରେ ଗଜପତି ଜିଲା ବନ କର୍ମଚାରୀ ରାୟଗଡ଼ା ସୀମାକୁ ହାତୀପଲ ଘଉଡ଼ାଇବାକୁ କେନ୍ଦ୍ରକରି ବୁଧବାର ରାତିରେ ଉଭୟ ଜିଲାର ବନ କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ ଏବଂ ହାତାହାତି ପରିସ୍ଥିତି ଉପୁଜିଥିଲା। ଧନ ଓ ଜୀବନର ସୁରକ୍ଷା ବଦଳରେ ଦୁଇ ଜିଲାର ବନ କର୍ମଚାରୀଙ୍କ ଏଭଳି ଆଚରଣକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଗଜପତି ଜିଲା ଲାଖାରୀ ଅଭୟରଣ୍ୟରୁ ୬ଟିକିଆ ହାତୀପଲ ଦେଢ଼ ବର୍ଷ ତଳେ ଖାଦ୍ୟ ଅନ୍ବେଷଣରେ ରାୟଗଡ଼ା ଜିଲାର ପଦ୍ମପୁର ଅଞ୍ଚଳକୁ ଚାଲି ଆସିଥିଲେ। ଏବେ ଗଜପତି ଜିଲାରେ ରହି ଫସଲ ନଷ୍ଟ କରିବାରୁ ସେଠାକାର ଶତାଧିକ ଲୋକ ଘଉଡ଼ାଇବାକୁ ଉଦ୍ୟମ ଚଳାଇଛନ୍ତି। ଗଜପତି ଜିଲା ବନବିଭାଗ ମଧ୍ୟ ଦୁଇଦିନ ହେଲା ଉଦ୍ୟମ ଚଳାଇଛି। ହେଲେ ସୀମାନ୍ତରୁ ହାତୀପଲକୁ ପୁଣି ରାୟଗଡ଼ା ମୁହାଁ କରିବାକୁ ଗଜପତି ବନ ବିଭାଗ ଉଦ୍ୟମ କରିବା ସହ ହାତୀପଲକୁ ନିଜ ଅଞ୍ଚଳକୁ ନେବା ପାଇଁ ରାୟଗଡ଼ା ବନ ବିଭାଗକୁ ବାଧ୍ୟ କରୁଛି। ଏହାକୁ ନେଇ ରାତିରେ ନାଉଡ଼ା ଗ୍ରାମ ନିକଟରେ ଗଣ୍ଡଗୋଳ ହୋଇଥିଲା। ହାତୀକୁ ନେଇ ଉଭୟ ଜିଲାର ବନ ବିଭାଗ ମଧ୍ୟରେ ବିବାଦ ବଢ଼ୁଛି। ଅଭାବନୀୟ ପରିସ୍ଥିତି ନେଇ ଉଭୟ ଜିଲାର ଡିଏଫଓଙ୍କ ନିକଟରେ କର୍ମଚାରୀମାନେ ଅବଗତ କରାଇଛନ୍ତି। ହାତୀପଲକୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ଏବେ ଜରୁରୀ ହୋଇପଡ଼ିଛି। ଉଭୟ ଜିଲାର ଜିଲାପାଳ, ଉଚ୍ଚ କର୍ତ୍ତୃପକ୍ଷ ଏବଂ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?