ହାତୀପଲକୁ ନେଇ ଦୁଇ ଜିଲାର ବନ ବିଭାଗ ମୁହାଁମୁହିଁ

ଗୁଣପୁର,୩ା୨(ଡି.ଏନ.ଏ.): ଦେଢ଼ବର୍ଷ ଧରି ରାୟଗଡ଼ା ଜିଲା ଗୁଣପୁର ଅଞ୍ଚଳରେ ହାତୀପଲର ଦୌରାତ୍ମ୍ୟ ଚାଲିଛି। ଏଥିରେ ବ୍ୟାପକ ଫସଲ ହାନୀ ହେବା ସହ ୩ ଜଣଙ୍କ ଜୀବନ ଗଲାଣି। ଦୁଇଦିନ ହେଲା ୬ଟିକିଆ ହାତୀପଲ ଗଜପତି ଜିଲା ସୀମାନ୍ତ କାଶୀନଗର ବ୍ଲକର ଅମରଡା, ଫୁଲୁଗୁମି ଅଞ୍ଚଳକୁ ଚାଲିଯାଇଛନ୍ତି। ସେଠାରେ ମଧ୍ୟ ବ୍ୟାପକ ଫସଲହାନୀ ଘଟାଇଛନ୍ତି। ହାତୀପଲକୁ ଘଉଡ଼ାଇବା ପାଇଁ ରାୟଗଡ଼ା ବନ ବିଭାଗ ପକ୍ଷରୁ ଦିନରାତି ଏକ କରି ଉଦ୍ୟମ ଚାଲିଛି। ହେଲେ ଏଥିରେ ସଫଳତା ମିଳିନାହିଁ। ଅନ୍ୟପକ୍ଷରେ ଗଜପତି ଜିଲା ବନ କର୍ମଚାରୀ ରାୟଗଡ଼ା ସୀମାକୁ ହାତୀପଲ ଘଉଡ଼ାଇବାକୁ କେନ୍ଦ୍ରକରି ବୁଧବାର ରାତିରେ ଉଭୟ ଜିଲାର ବନ କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ ଏବଂ ହାତାହାତି ପରିସ୍ଥିତି ଉପୁଜିଥିଲା। ଧନ ଓ ଜୀବନର ସୁରକ୍ଷା ବଦଳରେ ଦୁଇ ଜିଲାର ବନ କର୍ମଚାରୀଙ୍କ ଏଭଳି ଆଚରଣକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଗଜପତି ଜିଲା ଲାଖାରୀ ଅଭୟରଣ୍ୟରୁ ୬ଟିକିଆ ହାତୀପଲ ଦେଢ଼ ବର୍ଷ ତଳେ ଖାଦ୍ୟ ଅନ୍ବେଷଣରେ ରାୟଗଡ଼ା ଜିଲାର ପଦ୍ମପୁର ଅଞ୍ଚଳକୁ ଚାଲି ଆସିଥିଲେ। ଏବେ ଗଜପତି ଜିଲାରେ ରହି ଫସଲ ନଷ୍ଟ କରିବାରୁ ସେଠାକାର ଶତାଧିକ ଲୋକ ଘଉଡ଼ାଇବାକୁ ଉଦ୍ୟମ ଚଳାଇଛନ୍ତି। ଗଜପତି ଜିଲା ବନବିଭାଗ ମଧ୍ୟ ଦୁଇଦିନ ହେଲା ଉଦ୍ୟମ ଚଳାଇଛି। ହେଲେ ସୀମାନ୍ତରୁ ହାତୀପଲକୁ ପୁଣି ରାୟଗଡ଼ା ମୁହାଁ କରିବାକୁ ଗଜପତି ବନ ବିଭାଗ ଉଦ୍ୟମ କରିବା ସହ ହାତୀପଲକୁ ନିଜ ଅଞ୍ଚଳକୁ ନେବା ପାଇଁ ରାୟଗଡ଼ା ବନ ବିଭାଗକୁ ବାଧ୍ୟ କରୁଛି। ଏହାକୁ ନେଇ ରାତିରେ ନାଉଡ଼ା ଗ୍ରାମ ନିକଟରେ ଗଣ୍ଡଗୋଳ ହୋଇଥିଲା। ହାତୀକୁ ନେଇ ଉଭୟ ଜିଲାର ବନ ବିଭାଗ ମଧ୍ୟରେ ବିବାଦ ବଢ଼ୁଛି। ଅଭାବନୀୟ ପରିସ୍ଥିତି ନେଇ ଉଭୟ ଜିଲାର ଡିଏଫଓଙ୍କ ନିକଟରେ କର୍ମଚାରୀମାନେ ଅବଗତ କରାଇଛନ୍ତି। ହାତୀପଲକୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ଏବେ ଜରୁରୀ ହୋଇପଡ଼ିଛି। ଉଭୟ ଜିଲାର ଜିଲାପାଳ, ଉଚ୍ଚ କର୍ତ୍ତୃପକ୍ଷ ଏବଂ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

ଡିଫେନ୍ସ ମିନିଷ୍ଟ୍ରିରେ କରୁଥିଲେ ଚାକିରି, ହଠାତ୍‌ ୩ ମାସର ଗର୍ଭବତୀବସ୍ଥାରେ କଲେ ଆତ୍ମହତ୍ୟା; ରାଜଧାନୀରେ ଚାଞ୍ଚଲ୍ୟ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରି) ରେ କାର୍ଯ୍ୟରତ ଜଣେ ୩ ମାସର ଗର୍ଭବତୀ ମହିଳା ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଶାଶୂଘର ଲୋକେ…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ବାଂଲାଦେଶରେ ପୁଣି ହିନ୍ଦୁମାନଙ୍କୁ କରାଯାଉଛି କି ଟାର୍ଗେଟ? ଛାତ ଉପରେ ବାପା, ସିଡ଼ିରେ ମାଆ-ଝିଅ, ଖଟ ତଳେ ମିଳିଲା ୧୨ ବର୍ଷ ପୁଅର ମୃତଦେହ

ଢାକା,୨୩।୮: ବାଂଲାଦେଶର ରଙ୍ଗପୁର ସହରରେ ଏକ ବନ୍ଦ ଘର ଭିତରେ ପରିବାରର ଚାରି ଜଣଙ୍କ ମୃତଦେହ ମିଳିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକଙ୍କ ମଧ୍ୟରେ…

ସୂର୍ଯ୍ୟ-ଚନ୍ଦ୍ରଙ୍କ ଅଶୁଭ ଯୋଗ; ଅଗଷ୍ଟ ମାସ ଶେଷବେଳକୁ ୪ ରାଶିଙ୍କ ବଢିପାରେ ଅଡୁଆ, ଧନହାନୀକୁ ଶରୀର ପୀଡା…

ଏହି ଯୋଗ ମାଙ୍ଗଳିକ କାର୍ଯ୍ୟ ପାଇଁ ଅଶୁଭ କିମ୍ୱା ବିନାଶକାରୀ ବୋଲି ଧରାଯାଏ। ଏବେ ୩୧ ଅଗଷ୍ଟରେ ଏହି ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ…

ଚାଇନା ଯିବେ NSA ଅଜିତ ଡୋଭାଲ; ଜାଣନ୍ତୁ ଏହାର ପ୍ରମୁଖ କାରଣ

ନୂଆଦିଲ୍ଲୀ,୨୩।୮: ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ସମ୍ପର୍କରେ ପୁଣି ଥରେ କୂଟନୈତିକ ଆଲୋଚନା ଆଗକୁ ବଢ଼ିବାକୁ ଯାଉଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

‘ମାଆଙ୍କ ସହ ଚା ପିଇଲେ, ତାଙ୍କ ପାଦ ଧୋଇଲେ…’, ଭାବ ବିହ୍ବଳ କରୁଛି ପାହାଡ଼ରୁ ଡେଇଁ ଜୀବନ ହାରିଥିବା କୁନାଲଙ୍କ ପୁରୁଣା ଭିଡିଓ

ମୁମ୍ବାଇ,୨୩।୮: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ, ଆଇଫୋନ ଇଏମଆଇକୁ ନେଇ ବିବାଦ ପରେ ୧୮ ବର୍ଷୀୟ କୁନାଲ ନାମକ ଜଣେ ନାବାଳକ ଏବଂ ତାଙ୍କ ବାପାମାଆ ଯେଉଁମାନେ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri