Posted inଜାତୀୟ

ଦୁବାଇ ଚାଲିଗଲେଣି ଦେଶର ପ୍ରଥମ ଓମିକ୍ରନ୍‌ ଆକ୍ରାନ୍ତ

ବେଙ୍ଗାଲୁରୁ,୨।୧୨: ପ୍ରଥମ ଥର ପାଇଁ ଦେଶରେ ଚିହ୍ନଟ ହୋଇଥିବା ୨ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ନଭେମ୍ବର ୨୦ ତାରିଖରେ ଭାରତ ଆସିଥିଲେ। ୫ ଦିନ ତଳେ ସେ ଦୁବାଇ ଚାଲିଯାଇଥିବା ଅଫିସିଆଲ ରିକର୍ଡରୁ ଜଣାପଡ଼ିଛି।

ବେଙ୍ଗାଲୁରୁର ମ୍ୟୁନିସିପାଲଟି ବୃହତ ବେଙ୍ଗାଲୁରୁ ମହାନଗର ପାଳିକା (ବିବିଏମ୍‌ପି) ଅନୁଯାୟୀ, ନଭେମ୍ବର ୨୦ ତାରିଖରେ ନେଗେଟିଭ କୋଭିଡ୍‌-୧୯ ରିପୋର୍ଟ ସହ ୬୬ ବର୍ଷୀୟ ବ୍ୟକ୍ତି ଦକ୍ଷିଣ ଆଫ୍ରିକାରୁ ଆସିଥିଲେ। ସେ କରୋନା ଭାଇରସର ଟିକାର ଉଭୟ ଡୋଜ ନେଇ ସାରିଛନ୍ତି। ଏଠାରେ ପହଞ୍ଚିବା ପରେ ସେ ଏକ ହୋଟେଲରେ ରହିଥିଲେ। ସେହି ଦିନ ସେ ପଜିଟିଭ ଥିବା ଜଣାପଡ଼ିଥିଲା। ତାଙ୍କ ନିକଟରେ ଲକ୍ଷଣ ଦେଖାଯାଉ ନ ଥିବାରୁ ସେଲ୍ଫ ଆଇସୋଲେଶନରେ ରହିବାକୁ ପରାମର୍ଶ ଦେଇଥିଲେ ସରକାରୀ ଡାକ୍ତର। ଓମିକ୍ରନ ସଂକ୍ରମିତ ଦେଶରୁ ଫେରିଥିବାରୁ ଦ୍ୱିତୀୟ ଥର ପାଇଁ ତାଙ୍କ ନମୁନା ସଂଗ୍ରହ କରାଯାଇ ୨୨ ତାରିଖରେ ଜେନମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା।

ତାଙ୍କ ସଂସ୍ପର୍ଶରେ ଆସିଥିବା ୨୪ ଜଣଙ୍କ ଟେଷ୍ଟ କରାଯାଇଥିଲା। ସେମାନଙ୍କ ରିପୋର୍ଟ ନେଗେଟିଭ ଆସିଛି। ଅକ୍ରାନ୍ତଙ୍କ ସିଧାସଳଖ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କର କଣ୍ଟାକ୍ଟ ଟ୍ରେସିଂ ପାଇଁ ଅଧିକାରୀମାନେ ୨୪୦ ଜଣଙ୍କ ଟେଷ୍ଟ କରିଥିଲେ। ସେମାନେ ମଧ୍ୟ ଆକ୍ରାନ୍ତ ନ ଥିବା ଜଣାପଡ଼ିଥିଲା।

କିନ୍ତୁ ନଭେମ୍ବର ୨୩ ତାରିଖରେ ୬୬ ବର୍ଷୀୟ ବ୍ୟକ୍ତି ଏକ ପ୍ରାଇଭେଟ ଲ୍ୟାବ କୋଭିଡ୍‌-୧୯ ଟେଷ୍ଟ କରାଇଥିଲେ, ଯାହାର ରିପୋର୍ଟ ନେଗେଟିଭ ଆସିଥିଲା। ୨୭ ତାରିଖରେ ପ୍ରାୟ ଅଧରାତିରେ ସେ ହୋଟେଲରୁ କ୍ୟାବ ନେଇ ବିମାନ ବନ୍ଦର ଯାଇଥିଲେ। ସେଠାରୁ ସେ ଫ୍ଲାଇଟ୍‌ ଯୋଗେ ଦୁବାଇ ଚାଲିଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧା ବିଶ୍ୱ ପାଇଁ ଜଳସଙ୍କଟ

ସମଗ୍ର ପରିବେଶ ଓ ପାଣିପାଗ ଏକ ବଡ଼ ବିପର୍ଯ୍ୟୟକୁ ସାମ୍ନା କରିବା ପାଇଁ ଯାଉଛି। ଆମ୍ଭମାନଙ୍କର କାର୍ଯ୍ୟକଳାପ ଯୋଗୁ ସାରା ବିଶ୍ୱ ବର୍ତ୍ତମାନ ଅସନ୍ତୁଳନର ଗୋଟାଏ ବିପଜ୍ଜନକ…

ବିକାଶର ନୂଆ ଠିକଣା

ବିକାଶକୁ ନେଇ ସମ୍ପ୍ରତି ଖୁବ୍‌ ଚର୍ଚ୍ଚା ଚାଲିଛି। କୁହାଯାଉଛି ଆମେ ଏକ ବିକାଶଶୀଳ ଦେଶରେ ପରିଣତ ହେବାକୁ ଆଉ ବେଶି ଦୂର ନୁହେଁ। ଏଥିପାଇଁ ଅନେକ ଯୋଜନା…

ଭିଜିଲାନ୍ସ ଜାଲରେ ପିଡବ୍ଲୁଡି ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକାଧିକ ସ୍ଥାନରେ ଚାଲିଛି ରେଡ୍

ଭବାନୀପାଟଣା,୧୯।୫(ଉତ୍ତମ କୁମାର ଦାଶ): ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି ଆଉ ଜଣେ ସରକାରୀ ବାବୁ। ମଙ୍ଗଳବାର ସକାଳୁ ସକାଳୁ କଳାହାଣ୍ଡି ଜିଲା ଧର୍ମଗଡ଼ ପିଡବ୍ଲୁଡି ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

ଟ୍ରମ୍ପଙ୍କ ୟୁଟର୍ନକୁ ଦେଖି କଡ଼ା ଜବାବ ଦେଲା ଇରାନ

ତେହରାନ,୧୯।୫: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶେଷ ମୁହୂର୍ତ୍ତରେ ଇରାନ ଉପରେ ପ୍ରସ୍ତାବିତ ଆକ୍ରମଣକୁ…

ତୃଷାର୍ତ୍ତକୁ ପାଣି ମନା

ଉତ୍ତରପ୍ରଦେଶର କାନପୁର ଅଞ୍ଚଳର ଏକ ଗ୍ରାମରେ ଜଣେ ୧୬ ବର୍ଷୀୟ ଦଳିତ ବାଳକ କ୍ଷେତରେ କାମ କରୁଥିଲେ। ଘଟଣାଟି ୨ ମେ’ର। ତାଙ୍କୁ ଅତ୍ୟଧିକ ଶୋଷ ଲାଗିବାରୁ…

ବ୍ରହ୍ମପୁରରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ, ରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ବ୍ରହ୍ମପୁର,୧୯।୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସହରରେ ପୋଲିସକୁ ଖାତିର ନ କରି ଅପରାଧୀମାନେ ପୁଣି ଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ସୋମବାର ରାତି ୯ଟାରେ ବିଜିପୁରର…

ଇରାନ ସହ ଯଦି କୌଣସି ଚୁକ୍ତି ନ ହୁଏ, ତେବେ କ’ଣ କରିବେ ଟ୍ରମ୍ପ? ସେନାକୁ ଦେଲେ ଏମିତି ନିର୍ଦ୍ଦେଶ

ଓ୍ବାଶିଂଟନ,୧୯।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ମଙ୍ଗଳବାର ହେବାକୁ ଥିବା ଇରାନ ଉପରେ ଯୋଜନାବଦ୍ଧ ଆକ୍ରମଣକୁ ସେ ଅସ୍ଥାୟୀ ଭାବରେ ସ୍ଥଗିତ ରଖିଛନ୍ତି, କାରଣ…

ପ୍ରଧାନଶିକ୍ଷକଙ୍କ ଅନୁରୋଧ କ୍ରମେ ବଦଳିଲା ନିଷ୍ପତ୍ତି, ବଢ଼ିଲା ମାଟ୍ରିକ୍‌ ସପ୍ଲିମେଣ୍ଟାରି ଫର୍ମ ପୂରଣ ଅବଧି

କଟକ,୧୮।୫(କାର୍ତ୍ତିକ ସାହୁ): ଜୁଲାଇ ପ୍ରଥମ ସପ୍ତାହରେ ହେବାକୁ ଥିବା ଚଳିତବର୍ଷର ମାଟ୍ରିକ୍‌ ସପ୍ଲିମେଣ୍ଟାରି (ରେଗୁଲାର, ଏକ୍ସ-ରେଗୁଲାର, ପତ୍ର ମାଧ୍ୟମ ରେଗୁଲାର ଓ ଏକ୍ସ-ରେଗୁଲାର) ଓ ରାଜ୍ୟ ମୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri