‘ଯେଁଉଠି ଥିଲେ ବି ବିଦେଶ ଫେରନ୍ତାଙ୍କୁ ଠାବ କରାଯିବ’

ଭୁବନେଶ୍ୱର, ୭।୧୨(ବ୍ୟୁରୋ): ବିଶ୍ୱକୁ ଏବେ ଓମିକ୍ରନ ଚିନ୍ତା ଘାରିଥିବା ବେଳେ ଓଡ଼ିଶାରେ ମଧ୍ୟ ସମାନ ରୂପ ଦେଖବାକୁ ମିଳୁଛି। ଯଦିଓ ଓଡ଼ିଶାରେ ଏ ପର୍ଯ୍ୟନ୍ତ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି। ହେଲେ ସତର୍କ ରହିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି। ସବୁଠାରୁ ବଡ଼ କଥା ହେଉଛି ବିଦେଶ ଫେରନ୍ତାଙ୍କ ମଧ୍ୟରୁ ୪୦ ପ୍ରତିଶତଙ୍କ ପତ୍ତା ମିଳୁ ନାହିଁ। ଯାହା କେବଳ ସରକାରଙ୍କ ନୁହେଁ, ରାଜ୍ୟବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି। ଏ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି, ଯେଉଁମାନେ ଓମିକ୍ରନ ସଂକ୍ରମିତ ଦେଶରୁ ଫେରିଛନ୍ତି, ସେମାନଙ୍କୁ ଠାବ କରିବା ପାଇଁ ଜିଲାସ୍ତରରେ ମାଇକ୍ରୋ ଲେଭଲରେ ପ୍ରଚେଷ୍ଟା ଜାରି ରହିଛି। ଆମେ ନିଶ୍ଚିତ ସମସ୍ତଙ୍କୁ ଖୋଜି ବାହାର କରିବୁ। ସୋମବାର ସନ୍ଧ୍ୟା ପର୍ଯ୍ୟନ୍ତ କୌଣସି ବିଦେଶ ଫେରନ୍ତା ପଜିଟିଭ୍‌ ବାହାରିନାହାନ୍ତି। ୬ ବିଦେଶ ଫେରନ୍ତା ପଜିଟିଭ୍‌ ବାହାରିଥିବା ନେଇ ଯେଉଁ ଖବର ଆସୁଛି, ତାହାର ତର୍ଜମା କରାଯାଉଛି।

ଡିଏମ୍‌ଇଟି ଡା. ରମାରମଣ ମହାନ୍ତି କହିଛନ୍ତି, ରାଜ୍ୟରୁ ୨୪୬ ନମୂନା ଜିନୋମ୍‌ ସିକ୍ୱେନ୍ସିଂ ପାଇଁ ପଠାଯାଇଛି। ଏସବୁ ବୁର୍ଲା, ମୟୁରଭଞ୍ଜ ସମେତ ବିଭିନ୍ନ କୋଭିଡ଼ କ୍ଲଷ୍ଟରର ପଜିଟିଭ୍‌ ନମୂନା। କୌଣସି ବିଦେଶ ଫେରନ୍ତା ଓମିକ୍ରନ ଆକ୍ରାନ୍ତ ହୋଇଛନ୍ତି ନା ନାହିଁ, ତାହା ଶୁକ୍ରବାର ଜଣାପଡ଼ିବ। ତେବେ ଓମିକ୍ରନକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ। ଯେଉଁ ଜାଗାରେ ଓମିକ୍ରନ ଚିହ୍ନଟ ହେଲାଣି, ସେଠାରେ ତା’ର ସ୍ବଳ୍ପ ଲକ୍ଷଣ ଦେଖାଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଥମିକ ସ୍କୁଲ ଖୋଲିବା ନିଷ୍ପତ୍ତି ସ୍ଥଗିତ

ଭୁବନେଶ୍ୱର,୨ା୧(ବ୍ୟୁରୋ): ଆସନ୍ତାକାଲିଠାରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ନେଇ ନିଷ୍ପତ୍ତିକୁ ସାମୟିକ ସ୍ଥଗିତ କରାଯାଇଥିବା ନେଇ ସୂଚନା ମିଳିଛି। ୨ ଦିନ ମଧ୍ୟରେ କରୋନା ସଂକ୍ରମଣ...

ପ୍ରିୟଦର୍ଶୀ ନାୟକ ଆଇସିଏସ୍‌ଆଇ ଚେୟାରମ୍ୟାନ

ଭୁବନେଶ୍ୱର, ୩୧ା୧୨(ବ୍ୟୁରୋ): କମ୍ପାନୀ ସେକ୍ରେଟାରୀ ପ୍ରିୟଦର୍ଶୀ ନାୟକ ୨୦୨୦ ବର୍ଷ ପାଇଁ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ କମ୍ପାନୀ ସେକ୍ରେଟାରିିଜ୍‌ ଅଫ୍‌ ଇଣ୍ଡିଆ (ଆଇସିଏସ୍‌ଆଇ)ର ପୂର୍ବ ଭାରତ ଆଞ୍ଚଳିକ...

ରାଜ୍ୟରୁ ସୁସ୍ଥ ହେଲେ ୭୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୪।୩(ବ୍ୟୁରୋ): ରାଜ୍ୟରୁ ଗୁରୁବାର ଆଉ ୭୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୧୨,୭୭,୭୫୦ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

ଚାକିରି ଆଶାରେ ଯାଇଥିଲେ, ଶବ ହୋଇ ଫେରିଲେ

ମୋରଡ଼ା,୩ା୬(ଡି.ଏନ୍‌.ଏ.): ଇଣ୍ଟରଭ୍ୟୁ ପାଇଁ ଯାଇଥିଲେ ଦୁଇ ଭାଇ। ଆଶା ଥିଲା ଚାକିରି କରି ଭଲରେ ଭଲରେ ପରିବାର ପୋଷଣ କରି ମା-ବାପାଙ୍କ ନାଁ ରଖିବେ। କିନ୍ତୁ...

ରାଜ୍ୟ ସରକାର ଆଣିବେ ‘ଗୁଣ୍ଡା’ ଆଇନ

ଭୁବନେଶ୍ୱର,୭ା୧୧(ବ୍ୟୁରୋ): ଦୁର୍ଦ୍ଦାନ୍ତ ଅପରାଧୀ ସାବାଡ଼ ହେବେ। ସଂଗଠିତ ଅପରାଧ କଲେ କଡ଼ା ଶାସ୍ତି ମିଳିବ। ଗୁଜରାଟ, ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ର ଭଳି ଓଡ଼ିଶା ସରକାର...

ଦରବୃଦ୍ଧି ପ୍ରତିବାଦରେ ସବୁ ଜିଲାରେ ଆନ୍ଦୋଳନ ପ୍ରସ୍ତୁତି

ଭୁବନେଶ୍ୱର, ୩।୧୧(ବ୍ୟୁରୋ): ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍‌ ବୃଦ୍ଧି ପ୍ରତିବାଦରେ ଯୁବକଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହା ବିରୋଧରେ ସୋମବାର କଂଗ୍ରେସ...

ଛତ୍ରବଜାର ପୋଲ ଗାର୍ଡ ୱାଲ ଭୁଶୁଡ଼ିବା ଘଟଣା: ୨ ଜଣଙ୍କ ଜୀବନ ଗଲା

କଟକ ଅଫିସ,୯ା୩: ଛତ୍ରବଜାରରୁ ମାଲ୍‌ଗୋଦାମକୁ ସଂଯୋଗ କରୁଥିବା ପୋଲର ମରାମତି କାର୍ଯ୍ୟ ଚାଲିଥିବାବେଳେ ବୁଧବାର ସନ୍ଧ୍ୟାରେ ଘଟିଛି ଅଘଟଣ। ପୋଲ ମରାମତି ବେଳେ ଗାର୍ଡ ୱାଲ...

ବର୍ଷା ଜଳ ଅଟକାଇବ ‘ବ୍ରିଜ୍‌-କମ୍‌-ଓ୍ବାଟର ଓୟାର’

ଭୁବନେଶ୍ୱର,୩ା୫(ବ୍ୟୁରୋ):ପୋଲ-ତଥା-ଜଳଧାରକ (ବ୍ରିଜ୍‌-କମ୍‌-ୱାଟର ଓୟାର) ନିର୍ମାଣ କୌଶଳକୁ ସବୁ ଜିଲାରେ ବ୍ୟାପକ ଭାବେ ପ୍ରୟୋଗ କରାଯିବ। ପୂର୍ବରୁ ପରୀକ୍ଷାମୂଳକ ଭାବେ ଏପରି ନିର୍ମାଣ କରାଯାଇଥିଲା। ଫଳାଫଳକୁ ଅନୁଧ୍ୟାନ...

Advertisement
Archives

Model This Week