ବିଦେଶୀ ମୁଦ୍ରା ଲୋଭ: ମହିଳାଙ୍କୁ ଠକିନେଲେ ୪.୮୨ଲକ୍ଷ

ବ୍ରହ୍ମପୁର ଅଫିସ,୧୩ା୧:ଗଞ୍ଜାମ ଜିଲାରେ ଏବେ ସାଇବର ଅପରାଧୀଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରଥମେ ଅଜଣା ନମ୍ବରରେ ଫୋନ୍‌, ପରେ ଇନ୍‌ଷ୍ଟାଗ୍ରାମରେ ଚାଟିଂ କରି ଜଣେ ମହିଳାଙ୍କୁ ନିଜ ଜାଲରେ ଫସାଇଲା ସାଇବର ଠକ। ପରେ ବିଦେଶୀ ମୁଦ୍ରା ପାର୍ସଲ ପଠାଇବା ବାହାନାରେ ତାଙ୍କ ଠାରୁ ଅନ୍‌ଲାଇନରେ ୪ଲକ୍ଷ ୮୨ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏନେଇ ସାଇବର ଓ ଅର୍ଥନେତିକ ଅପରାଧ ଥାନାରେ ୨/୨୩ ରେ ଏକ ମାମଲା ରୁଜୁ ହୋଇଛି।
ପ୍ରକାଶ ଯେ, କଟକର ମୂଳ ବାସିନ୍ଦା ଗୀତିଶ୍ରୀ ଦାସ(୪୬) ଏବେ କୋଦଳାରେ ରହୁଥିବା ବେଳେ ଗତ ୨୨ ତାରିଖରେ କୌଣସି ସାମଗ୍ରୀ କିଣାକିଣି କରିବାକୁ ବ୍ରହ୍ମପୁର ଆସିଥିଲେ। ସେତେବେଳେ ଏକ ଅଜଣା ନମ୍ବରରୁ ଜଣେ କଲ୍‌ କରିଥିଲେ। ଏହାପରେ ସେ ନିଜକୁ ଡାକ୍ତର ବୋଲି ପରିଚୟ ଦେଇ ଇନ୍‌ଷ୍ଟାଗ୍ରାମ୍‌ରେ ଚାଟିଂ କରିଥିଲେ। ଏଥିସହ କିଛି ବିଦେଶୀ ମୁଦ୍ରା ସେ ପ୍ୟାକିଂ କରି ଉକ୍ତ ମହିଳାଙ୍କ ପାଖକୁ ପାର୍ସଲ ପଠାଉଥିବା କହିଥିଲେ। ଏପରି କି ପ୍ୟାକିଂର ଭିଡିଓ ମଧ୍ୟ ପଠାଇଥିଲେ। ଏହାପରେ ପୁଣି ଆଉ ଏକ ଅଜଣା ନମ୍ବରରୁ ପାର୍ସଲ ଆସିଥିବା ନେଇ ମହିଳାଙ୍କୁ ଫୋନ୍‌ ଆସିଲା,ଏଥିପାଇଁ ୩୦ହଜାର ଟଙ୍କା ପଠାଇବାକୁ କହିବାରୁ ମହିଳା ଜଣକ ଗୁଗୁଲ୍‌ ପେ’ ମାଧ୍ୟମରେ ତାହା ପଠାଇଥିଲେ। କିନ୍ତୁ ତାଙ୍କ ପାଖେ ପାର୍ସଲ ପହଞ୍ଚତ୍ ନ ଥିଲା। ପାର୍ସଲ ଆଣି ଆସିଥିବା ବ୍ୟକ୍ତି ଜଣକ ବିଭିନ୍ନ ବାହାନା କରି ମହିଳାଙ୍କଠାରୁ ପରବର୍ତ୍ତୀ ସମୟରେ ୫-୬ଥରରେ ମୋଟ ୪ ଲକ୍ଷ ୮୨ହଜାର ଟଙ୍କା ଅନ୍‌ଲାଇନ୍‌ ଟ୍ରାଞ୍ଜାକ୍ସନରେ ଠକି ନେଇଥିଲେ। ପୁଣି ଥରେ ଠକ ଜଣଙ୍କ ଭୁବନେଶ୍ୱର ବିମାନବନ୍ଦରରୁ ପାର୍ସଲ ରିଲିଜ୍‌ କରାଇବା ପାଇଁ ୨୫ ହଜାର ଟଙ୍କା ମାଗିଥିଲେ। ସେତେବେଳେ ଯାଇ ମହିଳା ଜଣକ ଠକାମିର ଶିକାର ହୋଇଥିବା ସନ୍ଦେହ କରିଥିଲେ। ପାର୍ସଲ ପରିବର୍ତ୍ତେ ସେ ଦେଇଥିବା ସମସ୍ତ ଟଙ୍କା ଫେରାଇବାକୁ କହିବାରୁ ଠକ ଜଣକ ଆଉ ଧରାଛୁଆଁ ଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?