ଭକ୍ତବିହୀନ ରଥଯାତ୍ରା କାହା ପାଇଁ

ହରିଶଙ୍କର ମିଶ୍ର

ଜଗତର ନାଥ ଜଗନ୍ନାଥଙ୍କର ବାରମାସରେ ତେରପର୍ବ ହେଲେ ବି ଶାସ୍ତ୍ରୀୟ ମତରେ ”ଦୋଳେ ଚ ଦୋଳଗୋବିନ୍ଦଂ ଚାପେ ଚ ମଧୁସୂଦନମ୍‌। ରଥେତୁ ବାମନଂ ଦୃଷ୍ଟ୍ବା ପୁନର୍ଜନ୍ମଂ ନ ଲଭ୍ୟତେ।“ ମାତ୍ର ଦୋଳବେଦିରେ ଦୋଳଗୋବିନ୍ଦ ବା ଚନ୍ଦନ ଯାତ୍ରାରେ ମଧୁସୂଦନ ଭାବେ ଶ୍ରୀଜୀଉଙ୍କ ଚଳନ୍ତି ବିଗ୍ରହ ମଦନମୋହନ ବିଜେ ହୁଅନ୍ତି। ସେଥିପାଇଁ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟରେ ଲେଖାଅଛି ”ସ୍ନାନ ଗୁଣ୍ଡିଚା ଏ ବେନି ସ୍ବୟଂଲୀଳା ଯା’ର। ପତିତ ପାବନ ଅର୍ଥେ ପ୍ରାସାଦୁ ବାହାର“ ସେଥିପାଇଁ ଶ୍ରୀଗୁଣ୍ଡିଚା ଯାତ୍ରାର ଅନ୍ୟନାମ ପତିତପାବନ ଯାତ୍ରା। ବିବିଧ କାରଣରୁ ଜଗନ୍ନାଥଙ୍କ ପ୍ରତି ଭକ୍ତି ଥାଇ ବିି ଅନେକ ଲୋକ ରତ୍ନ ସିଂହାସନରେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିପାରନ୍ତି ନାହିଁ। ସେମାନେ ଏହି ଯାତ୍ରାରେ ଶ୍ରୀଜୀଉମାନଙ୍କୁ ଦର୍ଶନ କରନ୍ତି। ପ୍ରତ୍ୟେକ ଭକ୍ତ ମଧ୍ୟ ନିଜକୁ ପତିତ ମନେକରି ରଥାରୂଢ ଶ୍ରୀଜୀଉମାନଙ୍କୁ ଦର୍ଶନରେ ଆତ୍ମହରା ହୋଇଥାଆନ୍ତି। ଏହାକୁ ଦୁର୍ଲଭ ଦର୍ଶନ ଭାବି ଆମ ରାଜ୍ୟ, ଦେଶର କୋଣ ଅନୁକୋଣରୁ ସାଧୁ ସନ୍ଥ ଏପରି କି ଦେଶ ବାହାରୁ ମଧ୍ୟ ଅନେକ ଭକ୍ତ ପୁରୀକୁ ଶ୍ରୀଜୀଉମାନଙ୍କ ପ୍ରତ୍ୟକ୍ଷ ଦର୍ଶନ ପାଇଁ ବ୍ୟାକୁଳ ମନରେ ଛୁଟି ଆସନ୍ତି। ବହୁବର୍ଷ ପୂର୍ବେ ପୁରୀରେ ହଇଜା ହେଉଥିବା ସତ୍ତ୍ବେ ରଥଯାତ୍ରାରେ ଭକ୍ତଙ୍କ ଉପସ୍ଥିତିକୁ ବାରଣ କରାଯାଉ ନ ଥିଲା।
ଗତବର୍ଷ କରୋନା ସଙ୍କ୍ରମଣ ଯୋଗୁ ଯାତ୍ରାର ପ୍ରାକ୍‌ ପ୍ରସ୍ତୁତି ବା ରଥ ଅନୁକୂଳ ଶ୍ରୀମନ୍ଦିର ମଧ୍ୟରେ ହୋଇଥିଲା। ଆଶା ଆଶଙ୍କା ମଧ୍ୟରେ ସରକାରୀ ଅନୁମୋଦନ ଯୋଗୁ ରଥଖଳାରେ ରଥନିର୍ମାଣ ହେଲା। ସମୟସ୍ବଳ୍ପତା ଯୋଗୁ କାରିଗରମାନଙ୍କୁ ଦୁଇଗୁଣା ମଜୁରି ସହ ନିଃଶୁଳ୍କ ରହଣି ପାନ୍ଥନିବାସର ଖାଦ୍ୟ ଏବଂ ଯାତାୟାତ ଖର୍ଚ୍ଚରେ ପୂର୍ବ ବର୍ଷ ଗୁଡ଼ିକଠାରୁ ବହୁ ଅଧିକ ଅର୍ଥ ବ୍ୟୟରେ ରଥ ନିର୍ମାଣ ସତ୍ତ୍ୱେ ଅଦାଲତ ନିର୍ଦ୍ଦେଶରେ ରଥଯାତ୍ରା ବନ୍ଦ ହେବାକୁ ଯାଉଥିଲା। ପରେ କିଛି ଆଲୋଚିତ ଓ ଅନାଲୋଚିତ କାରଣ ସହ ରାଜନୈତିକ ଇଚ୍ଛାଶକ୍ତି ପ୍ରୟୋଗରେ କିଛି ସର୍ତ୍ତ ସହ କେବଳ ସେବକମାନଙ୍କ ଦ୍ବାରା ରଥଯାତ୍ରା ପାଇଁ ପୁନଃ ଅଦାଲତ ଆଦେଶ ମିଳିଥିଲା। ମାତ୍ର ବାସ୍ତବରେ ଅନେକ ସର୍ତ୍ତ ଖିଲାପ ଗଣମାଧ୍ୟମରେ ପ୍ରକାଶ ସତ୍ତ୍ବେ ଦୂରଦର୍ଶନରେ ସାରା ପୃଥିବୀର ଲୋକମାନେ ଯାତ୍ରାର ସିଧାପ୍ରସାରଣ ଦେଖିଥିବା ଯୋଗୁ ସବୁକିଛି ଚପିଗଲା। କିନ୍ତୁ ପୁରୀ ସହରବାସୀ ୧୪୪ ଧାରା ଲାଗୁ ଯୋଗୁ ଗୃହାବରୋଧ ହେଲେ। କିଛିଦିନ ପାଇଁ ରଥ ପାଶର୍‌ବରେ ଯିବାକୁ ଅନୁମତି ସତ୍ତ୍ବେ ରଥ ସ୍ପର୍ଶ ବାରଣ ଥିଲା। ଆମ ସଂସ୍କୃତିରେ ନବବିବାହିତ ଦମ୍ପତିଙ୍କ ରଥ ସ୍ପର୍ଶ ପରମ୍ପରା ବି ନିଷିଦ୍ଧ ହୋଇଗଲା। ବାହୁଡ଼ାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ପୁନଃ ୧୪୪ଧାରା ଜାରି କରାଯାଇ ଯେଉଁ ଭୟର ବାତାବରଣ ସୃଷ୍ଟି କରାଗଲା ତାହା ଅନୁଭବୀ ହିଁ ଜାଣନ୍ତି। ଚଳିତ ବର୍ଷ ସ୍ନାନ ପୂର୍ଣ୍ଣମୀରେ ଶ୍ରୀଜୀଉମାନଙ୍କ ନୀତି କେବଳ ସ୍ନାନବେଦିରେ ସୀମିତ । କିନ୍ତୁ ୩୬ପ୍ଲାଟୁନ ପୋଲିସ ୨୦୦ ଗୃହରକ୍ଷୀ ଶତାଧିକ ପୋଲିସ ଅଧିକାରୀଙ୍କ ଉପସ୍ଥିତି ସତ୍ତ୍ବେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଯେଭଳି ବାରିକେଡ କରାଯାଇଛି ସେଥିରୁ ରଥଯାତ୍ରା ସମୟର ସମ୍ଭାବ୍ୟ ପରିସ୍ଥିତି ଓ ଭକ୍ତଙ୍କ ପ୍ରତି ପ୍ରଶାସନର ନିଷ୍ଠୁର ମନୋଭାବ ବେଶ୍‌ ଅନୁମେୟ। ପୋଲିସ ସେବାୟତ ଓ କିଛି ଅଧିକାରୀଙ୍କ ବ୍ୟତୀତ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀଜୀଉଙ୍କ ଦର୍ଶନ ସମ୍ପୂର୍ଣ୍ଣ ନିଷେଧ ସୂଚନା ଦେଉଛି।
ଚଳିତବର୍ଷ ରଥନିର୍ମାଣ ସ୍ବାଭାବିକ ଭାବେ ଆରମ୍ଭ କରାଯାଇ ରଥ ନିର୍ମାଣ ଚାଲିଛି। ଗତବର୍ଷ କରୋନା ପ୍ରକୋପ ଆରମ୍ଭରୁ ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ସେବାୟତ ପରିବାରକୁ ସାନିଟାଇଜର, ମାସ୍କ ଓ ଆର୍ଥିକ ସହାୟତା ପାଇଁ ବହୁ କୋଟି ଅର୍ଥ ବ୍ୟୟ କରିଛି। ସ୍ବତନ୍ତ୍ର ଅବରୋଧ ଗୃହ ଚିକିତ୍ସା ବ୍ୟବସ୍ଥା ବି କରାଯାଇଛି। ବିଗତ କିଛି ବର୍ଷରୁ ଏ ଯାବତ୍‌ ପ୍ରଶାସନର ଆଚରଣ ସେବାୟତଙ୍କ ପ୍ରତି ଅତ୍ୟଧିକ ପ୍ରୀତିର ବାର୍ତ୍ତା ଦେଉଛି। ସୂଚନାଯୋଗ୍ୟ ଯେ, ବହୁବର୍ଷ ଧରି କିଛିଲୋକ ରଥାରୂଢ଼ ଶ୍ରୀଜୀଉମାନଙ୍କୁ ସ୍ପର୍ଶ କରୁଥିବା ବେଳେ ରଥ ଉପର ଲୋକାରଣ୍ୟ ହେଉଥିଲା। ରଥକୁ ଦେବତୁଲ୍ୟ ମନେକରୁଥିବା ଭକ୍ତ ମୁକ୍ତ ଦର୍ଶନରୁ ବଞ୍ଚିତ ହେଉଥିଲେ। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ସେବକଙ୍କ ସ୍ବାର୍ଥରେ ରଥକୁ ଚଢ଼ିବା ପାଇଁ ଧାର୍ମିକ ବ୍ୟବସ୍ଥା ଉଲ୍ଲଂଘନ କରି ଶିଡ଼ି ବ୍ୟବସ୍ଥା କଲେ। କିନ୍ତୁ ୨୦୧୩ ମସିହାରେ ଗୋଟିଏ ନିର୍ଦ୍ଦିଷ୍ଟ ଘଟଣା ପରେ ଶ୍ରୀମନ୍ଦିର ପ୍ରଶାସନ ରଥାରୂଢ଼ ଶ୍ରୀଜୀଉଙ୍କୁ ସ୍ପର୍ଶର ଶାସ୍ତ୍ରୀୟତା ନିର୍ଦ୍ଧାରଣ ପାଇଁ ଶଙ୍କରାଚାର୍ଯ୍ୟଙ୍କ ମତ ଚାହିଁଥିଲା। ବହୁ ଭକ୍ତ, ବିଦ୍ବାନ, ସେବାୟତ ନିଯୋଗଙ୍କ ମତ ସହ ଧାର୍ମିକ ବ୍ୟବସ୍ଥାରେ ଏହା ଅଶାସ୍ତ୍ରୀୟ ବୋଲି ସେ ନିର୍ଣ୍ଣୟ ଦେଲେ। ଫଳତଃ ୍‌ସେ ୨୦୧୫ରେ ଶ୍ରୀଗୁଣ୍ଡିଚା ଦିନ ଶ୍ରୀଜୀଉଙ୍କ ଦର୍ଶନ କରିବାକୁ ଯାଇ ନ ଥିଲେ। କିନ୍ତୁ ତାଙ୍କର ପରାମର୍ଶ କ୍ରମେ ରାଜ୍ୟ ସରକାର ସମ୍ପୃକ୍ତ ସେବାୟତମାନଙ୍କ ପାଇଁ କ୍ଷତିପୂରଣ ବ୍ୟବସ୍ଥା କଲେ। କିନ୍ତୁ ଭକ୍ତବିହୀନ ରଥଯାତ୍ରା ସତ୍ତ୍ୱେ ଗତବର୍ଷ ତାହା ଦିଆଯାଇଛି ଏବଂ ଚଳିତବର୍ଷ ପାଇଁ ୧କୋଟି ୪୪ଲକ୍ଷ ଟଙ୍କା ବ୍ୟବସ୍ଥା ରହିଛି। ଭକ୍ତବିହୀନ ରଥଯାତ୍ରାକୁ ଦାବି ଓ ସ୍ବାଗତ କରିଥିବା ବିଭିନ୍ନ ବର୍ଗର ସେବାୟତ ମଧ୍ୟ ଭକ୍ତ ନ ଥିବାରୁ ଆର୍ଥିକ କ୍ଷତିର ଦ୍ବାହି ଦେଇ ଯଥେଷ୍ଟ ଅର୍ଥ ପାଇବା କେବଳ ପ୍ରଶାସନ ଯୋଗୁ ସମ୍ଭବ ହୋଇପାରିଛି। କିନ୍ତୁ ଏହି ଯାତ୍ରାରେ କିଛି ଆୟ ପାଇଁ ନିର୍ଭର କରୁଥିବା ସହସ୍ରାଧିକ ଲୋକଙ୍କୁ ଭକ୍ତବିହୀନ ରଥଯାତ୍ରା ଗତବର୍ଷ ପରି ଚଳିତବର୍ଷ ନିରାଶ କରିବ। ସେମାନଙ୍କ ପାଇଁ କିନ୍ତୁ ସରକାର ଉଦାସୀନ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଦୁଇ ଡୋଜ ଟିକା ନେଇ ବିନା ସାମାଜିକ ଦୂରତାରେ ଯଦି ସେବାୟତ, ପୋଲିସ ଓ ଅଧିକାରୀ ମାନେ ଏହି ଯାତ୍ରାରେ ସକ୍ରିୟ ଅଂଶଗ୍ରହଣ କରିପାରିବେ ତେବେ ଦୁଇ ଡୋଜ ଟିକା ନେଇଥିବା ଭକ୍ତଙ୍କୁ ଅନ୍ତତଃ ସୁନିୟନ୍ତ୍ରିତ ଭାବେ କେବଳ ଦର୍ଶନ ବ୍ୟବସ୍ଥା କରିବାରେ ରାଜ୍ୟ ସରକାର, ଜିଲା ଏବଂ ଶ୍ରୀମନ୍ଦିର ପ୍ରଶାସନର ଦାୟିତ୍ୱ ମଧ୍ୟ ରହିଛି। ଜଗନ୍ନାଥ ଭକ୍ତବତ୍ସଳ ଏବଂ ଭକ୍ତ ଜଗତର ନାଥ। ଜଗନ୍ନାଥ ସଂସ୍କୃତି ଓ ମହିମା ପ୍ରଚାର ଭଳି ଏହି ଉକ୍ତିର ଗରିମା ରକ୍ଷା ସହ ସେବକଙ୍କ ସ୍ବାର୍ଥ ଏବଂ ଭକ୍ତଙ୍କ ଭାବାବେଗ ପ୍ରତି ସମଦୃଷ୍ଟି ଦେବା ପ୍ରଶାସନର କର୍ତ୍ତବ୍ୟ। ବୋଧହୁଏ ଏହା ଦୁର୍ଭାଗ୍ୟ ଯେ ସହସ୍ର ବର୍ଷରୁ ଆଧ୍ୟାତ୍ମିକ ଓ ଭକ୍ତିସ୍ଥଳୀ ଭାବେ ବିବେଚିତ ପୁରୀ ଏବେ ପର୍ଯ୍ୟଟନ ସ୍ଥଳୀ ଭାବେ ବିକଶିତ କରାଇବା ପାଇଁ ସରକାର ଯୋଜନା କରୁଥିବାରୁ ଜଗନ୍ନାଥଙ୍କ ପ୍ରତି ସମର୍ପିତ ଭକ୍ତମାନଙ୍କୁ ଅଣଦେଖା କରାଯାଉଛି। ଏହା ମଧ୍ୟ ସତ୍ୟ ଯେ କେତେକ ବ୍ୟକ୍ତି ଦୂରଦର୍ଶନରେ କ୍ରିିକେଟ ଖେଳ ଭଳି ରଥଯାତ୍ରାର ସିଧାପ୍ରସାରଣକୁ ଗୁରୁତ୍ୱ ଦେଉଥିବାରୁ ଏହାର ସୁଯୋଗ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ହିଁ ନେଉଛନ୍ତି। ଲୋକଙ୍କ ଟିକସରୁ ଅନୁଦାନ ଓ ଦାତାମାନଙ୍କ ଅର୍ଥକୁ ଗଣତାନ୍ତ୍ରିକ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ ପର୍ଯ୍ୟଟକ ଏବଂ ସେବାୟତ କଲ୍ୟାଣ ପାଇଁ ବ୍ୟୟ କରୁଛନ୍ତି। ଏଣୁ ଭକ୍ତମାନଙ୍କ ଭାବାବେଗକୁ ଅଣଦେଖା କରିବା ଉଚିତ ନୁହେଁ।
୧୧୩, ଗୁଣ୍ଡିଚା ବିହାର, ପୁରୀ
ମୋ- ୭୯୭୮୭୮୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri