Posted inଫୁରସତ

କେବଳ ଏହି କାରଣ ପାଇଁ ବ୍ୟକ୍ତି କିଣିଲେ ଆଇଲ୍ୟାଣ୍ଡ, ଗାଡ଼ିକୁ କଲେ ଘର

ପ୍ରତ୍ୟେକ ବ୍ୟକ୍ତି ଜୀବନ ଜିଇଁବା ପାଇଁ ଭିନ୍ନ ଭିନ୍ନ ତରିକା ଆପଣାଇଥାନ୍ତି। କିଛି ଲୋକ ନିଜ ଜୀବନକୁ ଅତି ସୀମିତରେ ବିତାଇଥାନ୍ତି। ସରଳ ଭାବରେ କହିବାକୁ ଗଲେ ଜଣେ ବ୍ୟକ୍ତି ନିଜ ଜୀବନ ବଞ୍ଚାଇବାକୁ ଏକ ମାପକାଠି ସ୍ଥିର କରିଥାନ୍ତି। ଏବେ ଧାଁଧପଡ଼ ଜୀବନ ମଧ୍ୟରେ ଲୋକେ ଶାନ୍ତିରେ ରହିବାକୁ ଚାହୁଁଛନ୍ତି। ସେହିଭଳି ଆମେରିକାରେ ରହୁଥିବା ଟିମ୍‌ ଭେଡିଡସନ ନାମକ ଜଣେ ବ୍ୟକ୍ତି ଶାନ୍ତିରେ ରହିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।

ଟିମ୍‌ ଡେଭିଡସନ ପୂର୍ବରୁ ଏକ ଭ୍ୟାନ୍‌ କିଣି ଏହାକୁ ନିଜର ଘର ଭାବେ ବ୍ୟବହାର କରୁଥିଲେ। ଏଥିରେ କିଚେନ୍‌, ବାଥ୍‌ରୁମ୍‌, ବେଡରୁମ୍‌ ଆଦି କରିଛନ୍ତି। ଏବେ ଏହି ଭ୍ୟାନ୍‌କୁ ପାର୍କିଂ କରିବା ପାଇଁ ସେ ଫ୍ଲୋରିଡାରେ ୧.୫ କୋଟି ଅର୍ଥାତ୍‌ ୬୫ ହଜାର ୩୪୦ ବର୍ଗଫୁଟରେ ଏକ ଆଇଲ୍ୟାଣ୍ଡ କିଣିଛନ୍ତି। ଏଥିରେ ଡେଭିଡସନ ୨ ଲକ୍ଷ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ୧ କୋଟି ୪୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଏହା କେବଳ ସେ ସୁଖ ଏବଂ ଶାନ୍ତିରେ ରହିବାକୁ ଖର୍ଚ୍ଚ କରିଥିବା କହିଛନ୍ତି। ସେ କୁହନ୍ତି, ଭ୍ୟାନ୍‌କୁ ଘର କରିବା ଦ୍ୱାରା ଇଚ୍ଛା ଜୁଆଡ଼େ ହେଉଛି ସେ ଏହି ଗାଡ଼ି ନେଇ ଯାଉଛନ୍ତି। ଯେଉଁଠି ଇଚ୍ଛା ହେଉଛି ସେଠି ରଖି ରାତ୍ରିଯାପନ କରୁଛନ୍ତି। ଏହାଦ୍ୱାରା ତାଙ୍କୁ ବହୁ ସୁବିଧା ହେବା ସହ ମାନସିକ ଶାନ୍ତି ବି ମିଳିପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ ପ୍ରସାଦ ରାୟଗଡ଼ାର ନୂଆ ଏସ୍ପି; ଦାୟିତ୍ବ ଗ୍ରହଣ କରୁକରୁ କହିଦେଲେ ଏହି କଥା, ଛାନିଆ…

ଗୁଣପୁର,୨୭।୫(ସୁଜାତା ପାଢ଼ୀ): ରାୟଗଡ଼ା ଜିଲାର ନୂତନ ଏସପି ଭାବେ ରାଜ୍ ପ୍ରସାଦ ବୁଧବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି । ପୂର୍ବତନ ଏସପି ସ୍ୱାତି ଏସ କୁମାରଙ୍କ ଠାରୁ…

କର୍ନାଟକରେ ସତ୍ତା ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଶେଷ! କାଲି ଏହି ସମୟରେ ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୨୭।୫: କର୍ନାଟକରେ ଆଗାମୀ ଦୁଇ ଦିନ ମଧ୍ୟରେ କ୍ଷମତା ପରିବର୍ତ୍ତନ ନେଇ କଳ୍ପନାଜଳ୍ପନା ତୀବ୍ର ହେଉଥିବା ବେଳେ, କଂଗ୍ରେସ ବିଧାୟକ ଆର.ଭି. ଦେଶପାଣ୍ଡେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ…

ବେଆଇନ ଗୋହତ୍ୟା ରୋକିବାକୁ ଜିଲାପାଳ, ଥାନାଧିକାରୀଙ୍କୁ ସ୍ମାରକପତ୍ର

ବନ୍ତ,୨୭ା୫(କିଶୋର କୁମାର ସେଠୀ): ମୁସଲମାନ ସମ୍ପ୍ରଦାୟର ପର୍ବ ଇଦ-ଉଲ-ଜୁହା (ବକ୍ରିଦ) ପର୍ବ ପାଳନ ହେବାକୁ ଯାଉଥିବା ବେଳେ, ଏହି ସମୟରେ ବେଆଇନ ଗୋହତ୍ୟା ଏବଂ ଗୋ-ଚାଲାଣକୁ ସମ୍ପୂର୍ଣ୍ଣ…

ଭାଇ-ଭାଇ ବିବାଦ ଯୋଗୁଁ ମା’ର କଲେନି ଅନ୍ତିମସଂସ୍କାର, ପୋଲିସ ଆସି କାନ୍ଧେଇଲା ଶବ

ବାଲେଶ୍ୱର,୨୭ା୫( ବାଞ୍ଛାନିଧି ଦେ): ଦୁଇ ପୁଅ ମଧ୍ଯରେ ବିବାଦ ପାଇଁ ବଳି ପଡିଲେ ମା’ । ଏମିତି କି ମା’ର ଶବସତ୍କାର କଲେନି ଦୁଇ ପୁଅ ।…

OCS ପରୀକ୍ଷାରେ ଚାଷୀ ପୁଅଙ୍କ କମାଲ୍, ପ୍ରଥମ ପ୍ରୟାସରେ ସଫଳ ହୋଇ…

ବରଗଡ଼,୨୭।୫(ପ୍ରେମାନନ୍ଦ ଖମାରୀ): ଓଡିଶା ସର୍ଭିସ୍ କମିଶନ(OPSC ) ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ୍ (ଓସିଏସ୍) ପରୀକ୍ଷାରେ ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ବାଘମୁଣ୍ଡା(ଭିଞ୍ଜେତୋରା) ଗ୍ରାମର ନିବାସ…

ଭାଜପାରେ ଯୋଗଦେଇ ଭୁବନେଶ୍ବର ଫେରିବା ପରେ ବଡ଼ ଗୁମର ଖୋଲିଦେଲେ ଦେବାଶିଷ, ବିଜେଡିର ଅବସ୍ଥା….

ଭୁବନେଶ୍ବର,୨୭ା୫: ବିଜେଡି ଛାଡି ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ ରାଜ୍ୟ ସଭା ଏମ୍‌ପି ଦେବାଶିଷ ସାମନ୍ତରାୟ । ସୋମବାର ଦେବାଶିଷ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ…

ପେଟ୍ରୋଲ ପମ୍ପରେ ତେଲ ବଳିଥିବାବେଳେ ଯଦି ଦାମ୍ ବଢ଼େ; ତେବେ କାହା ପକେଟ୍‌କୁ ଯାଏ ବର୍ଦ୍ଧିତ ଟଙ୍କା, ମାଲିକ ନା କମ୍ପାନୀ?

ନୂଆଦିଲ୍‌ଲୀ,୨୭।୫: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଉତ୍ତେଜନା ଯୋଗୁଁ ଗତ କିଛି ଦିନ ହେବ ପେଟ୍ରୋଲ ଏବଂ ଡିଜେଲ ଦର ଅନେକ ଥର ବୃଦ୍ଧି ପାଇଛି। ନିକଟରେ ପେଟ୍ରୋଲ ଲିଟର…

ଓଡ଼ିଶାବାସୀଙ୍କ ପାଇଁ ଗୌରବର ମୁହୂର୍ତ୍ତ, ଏସୀୟ ଇନ୍‌ଡୋର ଆଥଲେଟିକ୍ସ ନେଇ ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ଭୁବନେଶ୍ବର,୨୭ା୫: ଓଡ଼ିଶାରେ ହେବ ୨୦୨୭ ଏସୀୟ ଇନ୍‌ଡୋର ଆଥଲେଟିକ୍ସ ଚାମ୍ପିଅନସିପ୍ । ଏନେଇ ଏକ୍ସରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ହଂକଂଠାରେ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri