Posted inଖେଳ

ଓଡ଼ିଶାରେ ଦ୍ୱିତୀୟଥର ହେବ ଜାତୀୟ ସିନିୟର ଭଲିବଲ

ଭୁବନେଶ୍ୱର, ୪।୧(କ୍ରୀଡ଼ା ପ୍ରତିନିଧି): ଓଡ଼ିଶାରେ କ୍ରମାଗତ ଦ୍ୱିତୀୟଥରପାଇଁ ହେବ ଜାତୀୟ ସିନିୟର ଭଲିବଲ ଚାମ୍ପିୟନଶିପ୍‌। ଭଲିବଲ ଇତିହାସରେ ପ୍ରଥମଥରପାଇଁ ଗତବର୍ଷ ଏହି ପ୍ରତିଯୋଗିତା ଆୟୋଜନ କରି ରାଜ୍ୟ ପ୍ରଶଂସା ସାଉଁଟିଥିଲା। ଜାତୀୟ ସିନିୟର ଭଲିବଲର ୬୮ତମ ସଂସ୍କରଣ କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ୨୦୧୯ ଡିସେମ୍ବର ୨୫ରୁ ଜାନୁୟାରୀ ୨ ପର୍ଯ୍ୟନ୍ତ ସଫଳତାର ସହ ସମ୍ପନ୍ନ ହୋଇଥିଲା। ଏଥର ଏଠାରେ ୬୯ତମ ସଂସ୍କରଣ ଆୟୋଜନପାଇଁ ପଥ ପରିଷ୍କାର ହୋଇଛି। ରବିବାର ଭର୍ଚୁଆଲ ମୋଡ୍‌ରେ ଭାରତୀୟ ଭଲିବଲ ଫେଡେରେଶନ (ଭିଏଫ୍‌ଆଇ)ର କାର୍ଯ୍ୟକାରିଣୀ କମିଟି ତଥା ସ୍ବତନ୍ତ୍ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ଓଡ଼ିଶାରେ ଜାତୀୟ ଭଲିବଲ ଚାମ୍ପିୟନଶିପ, ଜାତୀୟ କୋଚିଂ କ୍ୟାମ୍ପ ଏବଂ କିଟ୍‌ ବିଶ୍ୱବିଦ୍ୟାଳୟରେ ଆନ୍ତର୍ଜାତିକ ଓ ଜାତୀୟ ଭଲିବଲ ରେଫରି ପରୀକ୍ଷା ଆୟୋଜନ କରିବା ପାଇଁ ଭିଏଫ୍‌ଆଇ ସଭାପତି ତଥା ଏମ୍‌ପି ଅଚ୍ୟୁତ ସାମନ୍ତ ପ୍ରସ୍ତାବ ଦେଇଥିଲେ। ପ୍ରସ୍ତାବଗୁଡ଼ିକ ଭିଏଫ୍‌ଆଇର କାର୍ଯ୍ୟକାରିଣୀ କମିଟିରେ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିବାରୁ ଏହି ମେଗା ଇଭେଣ୍ଟ ଦ୍ୱିତୀୟଥରପାଇଁ ହେବା ଏକପ୍ରକାର ନିଶ୍ଚିତ ହୋଇଛି।
ନିକଟରେ ଅନୁଷ୍ଠିତ ଜାତୀୟସ୍ତରୀୟ ଭଲିବଲ ରେଫରି ପରୀକ୍ଷାରେ ଓଡ଼ିଶାରୁ ସର୍ବାଧିକ ୨୫ଜଣ କୃତକାର୍ଯ୍ୟ ହୋଇଥିବା ଅଚ୍ୟୁତ ସୂଚନା ଦେଇଛନ୍ତି। ଓଡ଼ିଶାରୁ ପ୍ରଥମ ଥର ଲାଗି ଏତେ ସଂଖ୍ୟକ ଜାତୀୟସ୍ତରୀୟ ଭଲିବଲ ରେଫରି କୃତକାର୍ଯ୍ୟ ହୋଇଛନ୍ତି। ଏ ସମ୍ପର୍କରେ ମତ ଦେଇ ସେ କହିଥିଲେ ଯେ, ଏହା ଓଡ଼ିଶାର ଖେଳାଳି ଓ ଭଲିବଲ କ୍ଲବ ପାଇଁ ସର୍ବୋପରି ଓଡ଼ିଶା ପାଇଁ ଏକ ଭଲ ସଙ୍କେତ ଦେଉଛି। ଏହି ଅବସରରେ ସେ କନ୍ଧମାଳରେ ଜୁନିୟର ବାଳିକା ଓ ବାଳକଙ୍କ ପାଇଁ ଏକ ଭଲିବଲ ଏକାଡେମୀ ଏବଂ କିଟ୍‌ ବିଶ୍ୱବିଦ୍ୟାଳୟରେ ଆଉ ଏକ ଭଲିବଲ ଏକାଡେମୀ ଖୋଲିବା ପାଇଁ ପ୍ରସ୍ତାବ ଦେଇଥିଲେ। ଓଡ଼ିଶାର ବିଭିନ୍ନ ଭଲିବଲ କ୍ଲବ ବିଶେଷ କରି କନ୍ଧମାଳ ଜିଲାର ଭଲିବଲ କ୍ଲବଗୁଡ଼ିକୁ ବଲ ଓ ନେଟ ଆଦି କ୍ରୀଡ଼ା ସାମଗ୍ରୀ ଯୋଗାଇ ଦିଆଯାଇଛି। ଗ୍ରାମାଞ୍ଚଳରେ ରହିଥିବା ଭଲିବଲ ଭିତ୍ତିଭୂମିର ବିକାଶ ପାଇଁ ପଦକ୍ଷେପ ନିଆଯାଉଛି। ଏପରିକି କେତେକ ସ୍ଥାନରେ ଫ୍ଲଡ୍‌ ଲାଇଟ୍‌ର ବ୍ୟବସ୍ଥା କରାଯିବା ଲାଗି ଯୋଜନା ରହିଛି ବୋଲି ସେ କହିଥିଲେ। ସେହିପରି ନିଜ ନିଜ ରାଜ୍ୟରେ ତଳସ୍ତରରେ ଭଲିବଲକୁ ଲୋକପ୍ରିୟ କରାଇବା ପାଇଁ ସେ ବୈଠକରେ ଉପସ୍ଥିତ ଥିବା ଭିଏଫ୍‌ଆଇର ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭିଏଫ୍‌ଆଇର କାର୍ଯ୍ୟକାରୀ ଉପସଭାପତି ରାଜକୁମାର, ମହାସଚିବ ଅନିଲ ଚୌଧୁରୀ, ଚେୟାରମ୍ୟାନ ତଥା ଉପସଭାପତି ଏସ୍‌. ବାସୁଦେବନ, ଉପସଭାପତି ରଥିନ ରାୟ ଚୌଧୁରୀ, ଆନନ୍ଦଶଙ୍କର ରାଜହଂସ, ସହଯୋଗୀ ଉପସଭାପତି ଶେଖର ବୋଷ, ବ୍ରଜେଶ ପାଠକ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାମାବତାର ସିଂ ଝାକରଙ୍କ ସମେତ ଭିଏଫ୍‌ଆଇର ସମସ୍ତ କର୍ମକର୍ତ୍ତା ଏବଂ ୩୦ଟି ରାଜ୍ୟ ଭଲିବଲ ଆସୋସିଏଶନର ସଭାପତି ଓ ସାଧାରଣ ସମ୍ପାଦକ ବୈଠକରେ ଉପସ୍ଥିତ ଥିଲେ।
ଜାତୀୟସ୍ତରୀୟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଓଡ଼ିଶା ରେଫରିମାନେ ହେଲେ ନିହାର ରଞ୍ଜନ ମଲିକ, ଚାରୁ ଚନ୍ଦ୍ର ନାୟକ, ସଞ୍ଜୟ କୁମାର ଭୋଇ, ସୁଶାନ୍ତ କୁମାର ସାହୁ, ମୋହନ କୁମାର ମହାପାତ୍ର, ଜ୍ଞାନେନ୍ଦ୍ର ମଲିକ, ରାଜେଶ କୁମାର ଦାସ, ମନୋରଞ୍ଜନ ପଣ୍ଡା, ରାଜକିଶୋର ମଲିକ, ଚନ୍ଦନ କୁମାର ଚଇନି, ଶରତ କୁମାର ସାହୁ, ସତ୍ୟଜିତ ବେହେରା, ପରିକ୍ଷିତ ଖରସେଲ, ନାରାୟଣ ସାହୁ, ରଞ୍ଜନ କୁମାର ବେହେରା, ରୋଶନ କୁମାର ସାହୁ, କମଳାକାନ୍ତ ବେହେରା, ଅଭ୍ରାଂଶୁ କୁମାର ମହାନ୍ତି, ପ୍ରଦୀପ କୁମାର ଜେନା, ମାନସ ରଞ୍ଜନ ମିଶ୍ର, ବିଭୁଦେନ୍ଦୁ ମାନସିଂ, ଡି. ସ୍ବାତୀଲତା ରେଡ୍ଡୀ ଓ ମଧୁସ୍ମିତା ପଣ୍ଡା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri