Posted inଖେଳ

ଓଡ଼ିଶାରେ ଦ୍ୱିତୀୟଥର ହେବ ଜାତୀୟ ସିନିୟର ଭଲିବଲ

ଭୁବନେଶ୍ୱର, ୪।୧(କ୍ରୀଡ଼ା ପ୍ରତିନିଧି): ଓଡ଼ିଶାରେ କ୍ରମାଗତ ଦ୍ୱିତୀୟଥରପାଇଁ ହେବ ଜାତୀୟ ସିନିୟର ଭଲିବଲ ଚାମ୍ପିୟନଶିପ୍‌। ଭଲିବଲ ଇତିହାସରେ ପ୍ରଥମଥରପାଇଁ ଗତବର୍ଷ ଏହି ପ୍ରତିଯୋଗିତା ଆୟୋଜନ କରି ରାଜ୍ୟ ପ୍ରଶଂସା ସାଉଁଟିଥିଲା। ଜାତୀୟ ସିନିୟର ଭଲିବଲର ୬୮ତମ ସଂସ୍କରଣ କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ୨୦୧୯ ଡିସେମ୍ବର ୨୫ରୁ ଜାନୁୟାରୀ ୨ ପର୍ଯ୍ୟନ୍ତ ସଫଳତାର ସହ ସମ୍ପନ୍ନ ହୋଇଥିଲା। ଏଥର ଏଠାରେ ୬୯ତମ ସଂସ୍କରଣ ଆୟୋଜନପାଇଁ ପଥ ପରିଷ୍କାର ହୋଇଛି। ରବିବାର ଭର୍ଚୁଆଲ ମୋଡ୍‌ରେ ଭାରତୀୟ ଭଲିବଲ ଫେଡେରେଶନ (ଭିଏଫ୍‌ଆଇ)ର କାର୍ଯ୍ୟକାରିଣୀ କମିଟି ତଥା ସ୍ବତନ୍ତ୍ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ଓଡ଼ିଶାରେ ଜାତୀୟ ଭଲିବଲ ଚାମ୍ପିୟନଶିପ, ଜାତୀୟ କୋଚିଂ କ୍ୟାମ୍ପ ଏବଂ କିଟ୍‌ ବିଶ୍ୱବିଦ୍ୟାଳୟରେ ଆନ୍ତର୍ଜାତିକ ଓ ଜାତୀୟ ଭଲିବଲ ରେଫରି ପରୀକ୍ଷା ଆୟୋଜନ କରିବା ପାଇଁ ଭିଏଫ୍‌ଆଇ ସଭାପତି ତଥା ଏମ୍‌ପି ଅଚ୍ୟୁତ ସାମନ୍ତ ପ୍ରସ୍ତାବ ଦେଇଥିଲେ। ପ୍ରସ୍ତାବଗୁଡ଼ିକ ଭିଏଫ୍‌ଆଇର କାର୍ଯ୍ୟକାରିଣୀ କମିଟିରେ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିବାରୁ ଏହି ମେଗା ଇଭେଣ୍ଟ ଦ୍ୱିତୀୟଥରପାଇଁ ହେବା ଏକପ୍ରକାର ନିଶ୍ଚିତ ହୋଇଛି।
ନିକଟରେ ଅନୁଷ୍ଠିତ ଜାତୀୟସ୍ତରୀୟ ଭଲିବଲ ରେଫରି ପରୀକ୍ଷାରେ ଓଡ଼ିଶାରୁ ସର୍ବାଧିକ ୨୫ଜଣ କୃତକାର୍ଯ୍ୟ ହୋଇଥିବା ଅଚ୍ୟୁତ ସୂଚନା ଦେଇଛନ୍ତି। ଓଡ଼ିଶାରୁ ପ୍ରଥମ ଥର ଲାଗି ଏତେ ସଂଖ୍ୟକ ଜାତୀୟସ୍ତରୀୟ ଭଲିବଲ ରେଫରି କୃତକାର୍ଯ୍ୟ ହୋଇଛନ୍ତି। ଏ ସମ୍ପର୍କରେ ମତ ଦେଇ ସେ କହିଥିଲେ ଯେ, ଏହା ଓଡ଼ିଶାର ଖେଳାଳି ଓ ଭଲିବଲ କ୍ଲବ ପାଇଁ ସର୍ବୋପରି ଓଡ଼ିଶା ପାଇଁ ଏକ ଭଲ ସଙ୍କେତ ଦେଉଛି। ଏହି ଅବସରରେ ସେ କନ୍ଧମାଳରେ ଜୁନିୟର ବାଳିକା ଓ ବାଳକଙ୍କ ପାଇଁ ଏକ ଭଲିବଲ ଏକାଡେମୀ ଏବଂ କିଟ୍‌ ବିଶ୍ୱବିଦ୍ୟାଳୟରେ ଆଉ ଏକ ଭଲିବଲ ଏକାଡେମୀ ଖୋଲିବା ପାଇଁ ପ୍ରସ୍ତାବ ଦେଇଥିଲେ। ଓଡ଼ିଶାର ବିଭିନ୍ନ ଭଲିବଲ କ୍ଲବ ବିଶେଷ କରି କନ୍ଧମାଳ ଜିଲାର ଭଲିବଲ କ୍ଲବଗୁଡ଼ିକୁ ବଲ ଓ ନେଟ ଆଦି କ୍ରୀଡ଼ା ସାମଗ୍ରୀ ଯୋଗାଇ ଦିଆଯାଇଛି। ଗ୍ରାମାଞ୍ଚଳରେ ରହିଥିବା ଭଲିବଲ ଭିତ୍ତିଭୂମିର ବିକାଶ ପାଇଁ ପଦକ୍ଷେପ ନିଆଯାଉଛି। ଏପରିକି କେତେକ ସ୍ଥାନରେ ଫ୍ଲଡ୍‌ ଲାଇଟ୍‌ର ବ୍ୟବସ୍ଥା କରାଯିବା ଲାଗି ଯୋଜନା ରହିଛି ବୋଲି ସେ କହିଥିଲେ। ସେହିପରି ନିଜ ନିଜ ରାଜ୍ୟରେ ତଳସ୍ତରରେ ଭଲିବଲକୁ ଲୋକପ୍ରିୟ କରାଇବା ପାଇଁ ସେ ବୈଠକରେ ଉପସ୍ଥିତ ଥିବା ଭିଏଫ୍‌ଆଇର ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭିଏଫ୍‌ଆଇର କାର୍ଯ୍ୟକାରୀ ଉପସଭାପତି ରାଜକୁମାର, ମହାସଚିବ ଅନିଲ ଚୌଧୁରୀ, ଚେୟାରମ୍ୟାନ ତଥା ଉପସଭାପତି ଏସ୍‌. ବାସୁଦେବନ, ଉପସଭାପତି ରଥିନ ରାୟ ଚୌଧୁରୀ, ଆନନ୍ଦଶଙ୍କର ରାଜହଂସ, ସହଯୋଗୀ ଉପସଭାପତି ଶେଖର ବୋଷ, ବ୍ରଜେଶ ପାଠକ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାମାବତାର ସିଂ ଝାକରଙ୍କ ସମେତ ଭିଏଫ୍‌ଆଇର ସମସ୍ତ କର୍ମକର୍ତ୍ତା ଏବଂ ୩୦ଟି ରାଜ୍ୟ ଭଲିବଲ ଆସୋସିଏଶନର ସଭାପତି ଓ ସାଧାରଣ ସମ୍ପାଦକ ବୈଠକରେ ଉପସ୍ଥିତ ଥିଲେ।
ଜାତୀୟସ୍ତରୀୟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଓଡ଼ିଶା ରେଫରିମାନେ ହେଲେ ନିହାର ରଞ୍ଜନ ମଲିକ, ଚାରୁ ଚନ୍ଦ୍ର ନାୟକ, ସଞ୍ଜୟ କୁମାର ଭୋଇ, ସୁଶାନ୍ତ କୁମାର ସାହୁ, ମୋହନ କୁମାର ମହାପାତ୍ର, ଜ୍ଞାନେନ୍ଦ୍ର ମଲିକ, ରାଜେଶ କୁମାର ଦାସ, ମନୋରଞ୍ଜନ ପଣ୍ଡା, ରାଜକିଶୋର ମଲିକ, ଚନ୍ଦନ କୁମାର ଚଇନି, ଶରତ କୁମାର ସାହୁ, ସତ୍ୟଜିତ ବେହେରା, ପରିକ୍ଷିତ ଖରସେଲ, ନାରାୟଣ ସାହୁ, ରଞ୍ଜନ କୁମାର ବେହେରା, ରୋଶନ କୁମାର ସାହୁ, କମଳାକାନ୍ତ ବେହେରା, ଅଭ୍ରାଂଶୁ କୁମାର ମହାନ୍ତି, ପ୍ରଦୀପ କୁମାର ଜେନା, ମାନସ ରଞ୍ଜନ ମିଶ୍ର, ବିଭୁଦେନ୍ଦୁ ମାନସିଂ, ଡି. ସ୍ବାତୀଲତା ରେଡ୍ଡୀ ଓ ମଧୁସ୍ମିତା ପଣ୍ଡା।


Enter your email to get our daily news in your inbox.

All Right Reserved By Dharitri.Com

ମୌଳିକ ସୁବିଧା ଅପହଞ୍ଚ ଗାଁ କମାରଖୋଲ: କୂଅ-ଝରଣା ପାଣି ଉପରେ ନିର୍ଭର

ନୂଆପଡ଼ା,୨୫ା୮ (ମକାରୁ ବେମାଲ):ସ୍ବାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ନୂଆପଡ଼ା ଜିଲା ବୋଡେନ ବ୍ଲକ ଖଇରା ପଞ୍ଚାୟତ କମାରଖୋଲ ଗଁାରେ ମୌଳିକ ସୁବିଧା ଅପହଞ୍ଚ ହୋଇରହିଛି। ଗଁାରେ ୨୦…

ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ: ମମତାଙ୍କୁ ଧମକ ଦେଲେ ମୁଖ୍ୟମନ୍ତ୍ରୀ! ଘରୁ ବାହାରିବାକୁ….

କୋଲକାତା,୨୫ା୮: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ସେୟାର କରି ଶୁଭେନ୍ଦୁ…

ଗରିମା କନକ୍ଲେଭ୍‌, ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ

ଛତ୍ରପୁର,୨୫।୮( ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ‘ଗରିମା ଯୋଜନା’ର ସଫଳ ରୂପାୟନ ପାଇଁ ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ…

ଧାନ ବିକ୍ରି ପଞ୍ଜୀକରଣବେଳେ ଚାଷୀଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ): ଖରିଫ ୨୦୨୬-୨୭ ଧାନ ବିକ୍ରି ପାଇଁ ପାକ୍ସଗୁଡ଼ିକରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଥିବାବେଳେ ଆଗଲପୁର ବ୍ଲକ ମୁରୁଶୁଣ୍ଡି ପାକ୍ସରେ ଧାନ କିଣାବିକାକୁ ନେଇ ଏକ…

ଦୁର୍ଗମ ଅଞ୍ଚଳରେ ‘ଦମନ’ ଟିମ୍‌: କମୁଛି ମ୍ୟାଲେରିଆ ଜ୍ୱର ଭୟ

ଦାରିଙ୍ଗବାଡି, ୨୫।୮ (ଅରୁଣ ସାହୁ): ମ୍ୟାଲେରିଆ ମୁକ୍ତ ଲକ୍ଷ୍ୟରେ ଦୁର୍ଗମ ଅଞ୍ଚଳରେ ଅପରେଶନ ଦମନ କାର୍ଯ୍ୟକ୍ରମ ଜୋରଦାର କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ଜଳ ନିଷ୍କାସନ ଫେଲ୍‌, ବେହାଲ ବରଗଡ଼ ସହର

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍‌(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri