ଦ୍ୱିତୀୟ ଡୋଜ୍‌ ପାଇଁ ହିତାଧିକାରୀ ହଟହଟା

ଭୁବନେଶ୍ୱର, ୮।୬ (ବ୍ୟୁରୋ):  ଟିକା ଅଭାବର ବିକଳ୍ପ ପନ୍ଥା ବାହାର କରାଯିବା ପରେ ୧୮ରୁ ୪୪ ବର୍ଷୀୟ ହିତାଧିକାରୀଙ୍କ ପାଇଁ ସୋମବାରଠାରୁ ଟିକାକରଣ ଆରମ୍ଭ ହୋଇଛି। ପ୍ରଥମ ଡୋଜ୍‌ ନେଇ ସାରିଥିବା ବ୍ୟକ୍ତିମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଏହି ଟିକାକରଣ କରାଯାଉଛି। ଯାତ୍ରୀ ନିବାସ ଓ ତେରାପନ୍ଥ ଭବନ ବ୍ୟତୀତ ବାକି ହିତାଧିକାରୀମାନେ ଯେଉଁଠାରେ ପ୍ରଥମ ଡୋଜ୍‌ ଟିକା ନେଇଥିଲେ ଦ୍ୱିତୀୟ ଡୋଜ୍‌ ମଧ୍ୟ ସେହିଠାରେ ନେବେ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଥିଲା। ମାତ୍ର ଆରମ୍ଭରୁ ବହୁ ଅବ୍ୟବସ୍ଥା ନଜରକୁ ଆସିଥିଲା। କେବଳ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର, ବୁଦ୍ଧେଶ୍ୱରୀ କମ୍ୟୁନିଟି ସେଣ୍ଟର ଓ ୟୁନିଟ-୧ ବାଳିକା ଉଚ୍ଚ ବିଦ୍ୟାଳୟ ଟିକା କେନ୍ଦ୍ରକୁ ଛାଡିଦେଲେ ଅନ୍ୟ କୌଣସି ସ୍ଥାନରେ ଟିକାକରଣ କରାଯାଉ ନ ଥିବା ଦେଖାଯାଇଥିଲା। ବିଏମ୍‌ସି ନିର୍ଦ୍ଧାରଣ କରିଥିବା ବହୁ ଟିକାକରଣ କେନ୍ଦ୍ର ବନ୍ଦ ରହିଥିଲା। ଫଳରେ ଲୋକେ ନିରାଶରେ ଫେରିବା ସହ ଅସନ୍ତୋଷ ପ୍ରକାଶ କରୁଥିବା ଦେଖିବାକୁ ମିଳିଥିଲା।
ସୂଚନାଯୋଗ୍ୟ, ବିଏମ୍‌ସିର ୬୭ ଓ୍ବାର୍ଡର ୧୯ କମ୍ୟୁନିଟି ସେଣ୍ଟର, ୧୪ କଲ୍ୟାଣ ମଣ୍ଡପ ଓ ୩ ଜୋନ୍‌ ଅଫିସ୍‌କୁ ମିଶାଇ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ସ୍ଥାନରେ ସ୍ବତନ୍ତ୍ର ଟିକାକରଣ କରାଯାଇଥିଲା। ଏପରି କି କେତେକ ଓ୍ବାର୍ଡ ଅଫିସ୍‌ ଓ ସ୍ବତନ୍ତ୍ର ସ୍ଥାନ ନିରୂପଣ କରି ଗତ ମେ ୩ରୁ ୧୮ରୁ ୪୪ ବର୍ଗଙ୍କୁ ଟିକାକରଣ କରାଯାଇଥିଲା। ଦ୍ୱିତୀୟ ଡୋଜ୍‌ ଟିକା ପାଇବା ପାଇଁ ଏବେ ହିତାଧିକାରୀମାନେ ଅପେକ୍ଷା କରି ରହିଥିବାବେଳେ ସୋମବାରଠାରୁ ଟିକାକରଣ ଆରମ୍ଭ ହେବ ବୋଲି ରବିବାର ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଥିଲା। ଏଥିସହ ଯେଉଁମାନେ ମେ’ ୩ କିମ୍ବା ତା’ ପୂର୍ବରୁ ଓ ମେ ୪ରେ ପ୍ରଥମ ଡୋଜ୍‌ ନେଇଥିବା ହିତାଧିକାରୀ ସିଧାସଳଖ ଉକ୍ତ ଟିକାଦାନ କେନ୍ଦ୍ରରୁ ଦ୍ୱିତୀୟ ଡୋଜ୍‌ ନେଇପାରିବେ। ତେଣୁ ହିତାଧିକାରୀମାନେ ଟିକା ନେବା ପାଇଁ ନିର୍ଦ୍ଧାରିତ ସମୟରେ ସମ୍ପୃକ୍ତ ସ୍ଥାନକୁ ଯାଇଥିଲେ। ମାତ୍ର ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକ ବ୍ୟତୀତ ଅନ୍ୟ କୌଣସି କେନ୍ଦ୍ରରେ ଟିକାକରଣ ହେଉ ନ ଥିବା ଦେଖିବାକୁ ପାଇଥିଲେ। ଟିକା ନେଇ ନ ପାରିବାରୁ ସେସବୁ ସ୍ଥାନରେ ଉତ୍ତେଜନା ପ୍ରକାଶ ପାଇଥିଲା। ଶହୀଦ ନଗର, ଝାରପଡା, ଲକ୍ଷ୍ମୀସାଗର, ପୁରୁଣା ଭୁବନେଶ୍ୱର, ରେଣ୍ଟାଲ କଲୋନୀ, ବରମୁଣ୍ଡା, ୟୁନିଟ୍‌-୮, ପୋଖରୀପୁଟ ଆଦି ସ୍ଥାନରେ ଟିକା ନ ପାଇ ଲୋକେ ନିରାଶ ହେବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।
ସମ୍ପର୍କରେ ବିଏମ୍‌ସିର ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ଅନ୍ତର୍ଯ୍ୟାମୀ ମିଶ୍ର କହିଛନ୍ତି, ସମସ୍ତ ଟିକାକେନ୍ଦ୍ରରେ ଦ୍ୱିତୀୟ ଡୋଜ୍‌ ଟିକା ଦିଆଯାଉଛି। ତେବେ କିଛିଟା କେନ୍ଦ୍ରରେ ଟିକାକରଣ କରାଯାଇ ପାରିନାହିଁ। ଯେଉଁ ସ୍ଥାନରେ ଏଭଳି ପରିସ୍ଥିତି ଉପୁଜିଛି ସେଠାରେ ସମ୍ପୃକ୍ତ ହିତାଧିକାରୀ ନିକଟ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ପ୍ରଥମ ଡୋଜ୍‌ ଟିକାର ସାର୍ଟିଫିକେଟ ଦେଖାଇ ଦ୍ୱିତୀୟ ଡୋଜ୍‌ ଟିକା ନେଇ ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri