Posted inଖେଳ

ଧାର୍ମିକ ବିଶ୍ୱାସ ଲାଗି ଏହି କ୍ରିକେଟର୍‌ମାନେ ଜର୍ସିରେ ଲଗାଇ ନ ଥାନ୍ତି ମଦ କମ୍ପାନୀର ଲୋଗୋ

ନୂଆଦିଲ୍ଲୀ, ୯।୭- କ୍ରିକେଟର୍‌ମାନେ ସାଧାରଣତଃ ଜନପ୍ରତିନିଧିଙ୍କ ପରି। ଏପରିକି ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ସେମାନେ ରୋଲ୍‌ ମଡେଲ ପାଲଟିଥାନ୍ତି। ଏହି କ୍ରିକେଟର୍‌ମାନେ ବିଭିନ୍ନ ବ୍ରାଣ୍ଡ୍‌ର ପ୍ରମୋଟ୍‌ କରି ସେମାନଙ୍କ ଆୟର ଏକ ବୃହତ୍‌ ଅଂଶ ରୋଜଗାର କରିଥାନ୍ତି। କିନ୍ତୁ ଯେତେବେଳେ ମଦ୍ୟ ପ୍ରସ୍ତୁତକାରୀ କମ୍ପାନୀର ପ୍ରମୋଶନ କରିବା କଥା ଆସେ ବିଶ୍ୱରେ ଏମିତି କିଛି କ୍ରିକେଟର୍‌ ରହିଛନ୍ତି ଯେଉଁମାନେ ସେମାନଙ୍କର ଧାର୍ମିକ ବିଶ୍ୱାସ କିମ୍ବା ନୈତିକତା ଦୃଷ୍ଟିରୁ ଏହି ଲୋଗୋ ଜର୍ସିରେ ଲଗାଇବାକୁ ଅଗ୍ରାହ୍ୟ କରିଦେଇଛନ୍ତି। ଏହି କାରଣରୁ ବିନା କୌଣସି ପ୍ରାୟୋଜକରେ ଖେଳାଳିମାନେ ଖେଳିବାର ଦେଖାଯାଇଛି। ସେହିଭଳି କିଛି କ୍ରିକେଟର୍‌ଙ୍କ ମଧ୍ୟରେ ରହିଛନ୍ତି ଦକ୍ଷିଣ ଆଫ୍ରିକାର ହାସିମ ଅମ୍‌ଲା, ଆଫଗାନିସ୍ତାର ରଶିଦ୍‌ ଖାନ, ପାକିସ୍ତାନର ଆଝାର ଅଲୀ ଓ ଇମାଦ ଓ୍ବାସିମ ପ୍ରମୁଖ।
ଆଫ୍ରିକାର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ଗଣାଯାଉଥିବା ହାସିମ ଅମ୍‌ଲା ଉଭୟ ଟେଷ୍ଟ ଓ ଏକଦିବସୀୟ କ୍ରିକେଟ୍‌ରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଜଣେ ଧାର୍ମିକ ବ୍ୟକ୍ତି ଭାବେ ମଧ୍ୟ ସେ ପରିଚିତ। ସେ ଯେତେବେଳେ ମଧ୍ୟ ଦକ୍ଷିଣ ଆଫ୍ରିକା ଜର୍ସି ପରିଧାନ କରିଥାନ୍ତି ସେଥିରେ ‘କାଷ୍ଟଲେ ଲାଗର୍‌’ ଲୋଗୋ ଲାଗି ନ ଥିବାର ଦେଖାଯାଏ। ବିୟର ପ୍ରସ୍ତୁତକାର କମ୍ପାନୀ କାଷ୍ଟେଲ ଲାଗର ଜାତୀୟ କ୍ରିକେଟ୍‌ ଦଳର ପ୍ରାୟୋଜକ ରହିଛି। ଯେହେତୁ ଅମ୍‌ଲା ଏହି ଲୋଗୋ ଲଗାଇ ନ ଥାନ୍ତି ସେ ଜାତୀୟ କ୍ରିକେଟ୍‌ ଆସୋସିଏଶନକୁ ଫାଇନ୍‌ ମଧ୍ୟ ଦେଇଥାନ୍ତି। ସେହିଭଳି ଆଫଗାନିସ୍ତାନର ଷ୍ଟାର୍‌ ସ୍ପିନର ରଶିଦ ଖାନ ନିଜର ଯାଦୁକାରୀ ବୋଲିଂ ଲାଗି ବିଶ୍ୱର ବିଭିନ୍ନ ଟି୨୦ ଲିଗ୍‌ରେ ଖେଳିଥାନ୍ତି। ଯେତେବେଳେ ସେ ଅଷ୍ଟ୍ରେଲିଆର ଘରୋଇ ଟି୨୦ ଟୁର୍ନାମେଣ୍ଟ ବିଗ୍‌ ବାସ୍‌ ଲିଗ୍‌ରେ ଖେଳିଥାନ୍ତି ତାଙ୍କ ଜର୍ସିରେ ମୁଖ୍ୟ ପ୍ରାୟୋଜକ ‘ଓ୍ବେଷ୍ଟ ଏଣ୍ଡ୍‌’ ଲୋଗୋ ଲାଗି ନ ଥାଏ। ଓ୍ବେଷ୍ଟ ଏଣ୍ଡ ଏକ ବିୟର ପ୍ରସ୍ତୁତକାରୀ କମ୍ପାନୀ ହୋଇଥିବାବେଳେ ଏହା ଟୁର୍ନାମେଣ୍ଟର ମୁଖ୍ୟ ପ୍ରାୟୋଜକ ମଧ୍ୟ ରହିଛି। ନିଜର ଧାର୍ମିକ ବିଶ୍ୱାସ ଲାଗି ରଶିଦ୍‌ ଜର୍ସିରେ ଏହି ମଦ୍ୟ ପ୍ରସ୍ତୁତକାରୀ କମ୍ପାନୀର ଲୋଗୋ ଲଗାଇ ନ ଥାନ୍ତି। ସେହିଭଳି ପାକିସ୍ତାନ ଟେଷ୍ଟ କ୍ରିକେଟ୍‌ ଦଳର ଅଧିନାୟକ ଆଝାର ଅଲୀ ମଧ୍ୟ ବେଶ୍‌ ଧର୍ମ ବିଶ୍ୱାସୀ। ଇଂଲଣ୍ଡରେ ସମରସେଟ୍‌ କ୍ଲବ ପକ୍ଷରୁ କାଉଣ୍ଟି କ୍ରିକେଟ୍‌ ଖେଳୁଥିବାବେଳେ ସେ ମଧ୍ୟ ବିନା ଲୋଗୋ ଥିବା ଜର୍ସି ପରିଧାନ କରିଥାନ୍ତି। ‘ଟ୍ରିବ୍ୟୁଟ୍‌ ଆଲେ’ କାଉଣ୍ଟି କ୍ରିକେଟ୍‌ର ମୁଖ୍ୟ ପ୍ରାୟୋଜକ ରହିଛି, ଯାହାକି ଏକ ବିୟର ପ୍ରସ୍ତୁକାରୀ କମ୍ପାନୀ। ତେଣୁ ଆଝାର ନିଜ ଜର୍ସିରେ ଏହି କମ୍ପାନୀର ଲୋଗୋ ଲଗାଇ ନଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୦୨୦ ଅଲିମ୍ପିକ୍ସ: ବକ୍ସିଂ ଆଥ୍‌ଲେଟ୍‌ ଆମ୍ବାସାଡର ଗ୍ରୁପ୍‌ରେ ମେରୀକମ୍‌

ନୂଆଦିଲ୍ଲୀ, ୩୧।୧୦ (ପି.ଟି.)- ଆସନ୍ତା ବର୍ଷ ଟୋକିଓରେ ହେବାକୁ ଥିବା ଅଲିମ୍ପିକ୍ସରେ ବକ୍ସିଂରୁ ପ୍ରତିନିଧିତ୍ୱ ପାଇଁ ଆଇଓସି ପକ୍ଷରୁ ଗଠିତ ୧୦ ଜଣିଆ ଆଥ୍‌ଲେଟ୍‌ ଆମ୍ବାସାଡର...

କ୍ରିକେଟ୍‌‌ର ଏହି ରେକର୍ଡ, ୯୯ ବର୍ଷ ପରେ ଆଜି ବି ଅତୁଟ

ଅଷ୍ଟ୍ରେଲିଆର ଜ୍ୟାକ ମୋରିସନ ଗ୍ରେଗୋରୀଙ୍କ ଟେଷ୍ଟ କ୍ୟାରିୟର ବହୁତ ବଡ ନ ଥିଲା, କିନ୍ତୁ ସ୍ବଳ୍ପ କ୍ୟାରିୟରରେ ସେ ଚମତ୍କାର ପ୍ରଦର୍ଶନ ଦ୍ୱାରା ଆଶ୍ଚର୍ଯ୍ୟ କରିଦେଇଥିଲେ।...

ଆୟାରଙ୍କ ବିସ୍ଫୋରକ ବ୍ୟାଟିଂ: ଶୀର୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ

ଶାରଜା,୪।୧୦(ପି.ଟି.): ଅଧିନାୟକ ଶ୍ରେୟାସ ଆୟାରଙ୍କ ବିସ୍ଫୋରକ ବ୍ୟାଟିଂ ଓ ଓପନର ପୃଥ୍ବୀ ଶ’ଙ୍କ ଦ୍ରୁତ ଅର୍ଦ୍ଧଶତକ ସହାୟତାରେ ଦିଲ୍ଲୀ କ୍ୟାପିଟାଲ୍ସ ୧୮ ରନରେ କୋଲକାତା ନାଇଟ...

‘ପୁଷ୍ପା’ ଗୀତରେ ନାଚିଲେ କୋହଲି, ଦେଖନ୍ତୁ ଭିଡିଓ

ଅହମଦାବାଦ୍‌,୧୦।୨: ଘରୋଇ ମାଟିରେ ଆଉ ଏକ ସିରିଜ କବଜା କରିଛି ଭାରତୀୟ ଦଳ। ଅହମଦାବାଦ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ଭାରତ ୪୪ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ...

୧୪ ବର୍ଷ ପରେ ପ୍ରଥମ ଇଂଲଣ୍ଡ ଖେଳାଳି ଭାବେ ଏହି ସଫଳତା ପାଇଲେ ଷ୍ଟୋକ୍ସ

ଦୁବାଇ,୨୧।୭(ପି.ଟି.): ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଇଂଲଣ୍ଡ ବେନ୍‌ ଷ୍ଟୋକ୍ସ ଶ୍ରେଷ୍ଠ ଅଲରାଉଣ୍ଡର ବିବେଚିତ ହୋଇଛନ୍ତି। ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ଜାସନ...

ରେକର୍ଡ ଭାଙ୍ଗିଲେ ହର୍ମିଲାନ

ଭୁବନେଶ୍ୱର, ୨୯।୨(କ୍ରୀଡ଼ା ପ୍ରତିନିଧି)-ପଞ୍ଜାବୀ ବିଶ୍ୱବିଦ୍ୟାଳୟର ହର୍ମିଲାନ ବେନ୍ସ ଚଳିତ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ମହିଳା ୧୫୦୦ ମିଟରରେ ନୂଆ ରେକର୍ଡର ଅଧିକାରିଣୀ ହୋଇଛନ୍ତି। ଶୁକ୍ରବାର...

ଡେଭିସ୍‌ କପ୍‌ ମ୍ୟାଚ ନଭେମ୍ବରକୁ ଘୁଞ୍ଚିଲା

ନୂଆଦିଲ୍ଲୀ, ୨୩|୮ (ପି.ଟି.)- ପାକିସ୍ତାନ ବିପକ୍ଷ ଭାରତର ଡେଭିସ୍‌ କପ୍‌ ମ୍ୟାଚକୁ ନଭେମ୍ବରକୁ ଘୁଞ୍ଚାଇ ଦିଆଯାଇଛି। ପାକିସ୍ତାନର ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ ପରେ ଇଣ୍ଟରନ୍ୟାଶନାଲ ଟେନିସ...

ପତ୍ନୀଙ୍କ ସହ ଛୁଟି ବିତାଉଛନ୍ତି ରୋହିତ

ନୂଆଦିଲ୍ଲୀ,୨୪।୫: ଆଇପିଏଲ୍‌ ୨୦୨୨ରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଟୁର୍ନାମେଣ୍ଟରୁ ବିଦା ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ। ଏଥିଯୋଗୁ ଅଧିନାୟକ ରୋହିତ ଶର୍ମା ଶୀର୍ଘ ମୁକ୍ତ ହୋଇଛନ୍ତି। ଏବେ...

Advertisement
Archives

Model This Week