Posted inଖେଳ

ଧାର୍ମିକ ବିଶ୍ୱାସ ଲାଗି ଏହି କ୍ରିକେଟର୍‌ମାନେ ଜର୍ସିରେ ଲଗାଇ ନ ଥାନ୍ତି ମଦ କମ୍ପାନୀର ଲୋଗୋ

ନୂଆଦିଲ୍ଲୀ, ୯।୭- କ୍ରିକେଟର୍‌ମାନେ ସାଧାରଣତଃ ଜନପ୍ରତିନିଧିଙ୍କ ପରି। ଏପରିକି ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ସେମାନେ ରୋଲ୍‌ ମଡେଲ ପାଲଟିଥାନ୍ତି। ଏହି କ୍ରିକେଟର୍‌ମାନେ ବିଭିନ୍ନ ବ୍ରାଣ୍ଡ୍‌ର ପ୍ରମୋଟ୍‌ କରି ସେମାନଙ୍କ ଆୟର ଏକ ବୃହତ୍‌ ଅଂଶ ରୋଜଗାର କରିଥାନ୍ତି। କିନ୍ତୁ ଯେତେବେଳେ ମଦ୍ୟ ପ୍ରସ୍ତୁତକାରୀ କମ୍ପାନୀର ପ୍ରମୋଶନ କରିବା କଥା ଆସେ ବିଶ୍ୱରେ ଏମିତି କିଛି କ୍ରିକେଟର୍‌ ରହିଛନ୍ତି ଯେଉଁମାନେ ସେମାନଙ୍କର ଧାର୍ମିକ ବିଶ୍ୱାସ କିମ୍ବା ନୈତିକତା ଦୃଷ୍ଟିରୁ ଏହି ଲୋଗୋ ଜର୍ସିରେ ଲଗାଇବାକୁ ଅଗ୍ରାହ୍ୟ କରିଦେଇଛନ୍ତି। ଏହି କାରଣରୁ ବିନା କୌଣସି ପ୍ରାୟୋଜକରେ ଖେଳାଳିମାନେ ଖେଳିବାର ଦେଖାଯାଇଛି। ସେହିଭଳି କିଛି କ୍ରିକେଟର୍‌ଙ୍କ ମଧ୍ୟରେ ରହିଛନ୍ତି ଦକ୍ଷିଣ ଆଫ୍ରିକାର ହାସିମ ଅମ୍‌ଲା, ଆଫଗାନିସ୍ତାର ରଶିଦ୍‌ ଖାନ, ପାକିସ୍ତାନର ଆଝାର ଅଲୀ ଓ ଇମାଦ ଓ୍ବାସିମ ପ୍ରମୁଖ।
ଆଫ୍ରିକାର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ଗଣାଯାଉଥିବା ହାସିମ ଅମ୍‌ଲା ଉଭୟ ଟେଷ୍ଟ ଓ ଏକଦିବସୀୟ କ୍ରିକେଟ୍‌ରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଜଣେ ଧାର୍ମିକ ବ୍ୟକ୍ତି ଭାବେ ମଧ୍ୟ ସେ ପରିଚିତ। ସେ ଯେତେବେଳେ ମଧ୍ୟ ଦକ୍ଷିଣ ଆଫ୍ରିକା ଜର୍ସି ପରିଧାନ କରିଥାନ୍ତି ସେଥିରେ ‘କାଷ୍ଟଲେ ଲାଗର୍‌’ ଲୋଗୋ ଲାଗି ନ ଥିବାର ଦେଖାଯାଏ। ବିୟର ପ୍ରସ୍ତୁତକାର କମ୍ପାନୀ କାଷ୍ଟେଲ ଲାଗର ଜାତୀୟ କ୍ରିକେଟ୍‌ ଦଳର ପ୍ରାୟୋଜକ ରହିଛି। ଯେହେତୁ ଅମ୍‌ଲା ଏହି ଲୋଗୋ ଲଗାଇ ନ ଥାନ୍ତି ସେ ଜାତୀୟ କ୍ରିକେଟ୍‌ ଆସୋସିଏଶନକୁ ଫାଇନ୍‌ ମଧ୍ୟ ଦେଇଥାନ୍ତି। ସେହିଭଳି ଆଫଗାନିସ୍ତାନର ଷ୍ଟାର୍‌ ସ୍ପିନର ରଶିଦ ଖାନ ନିଜର ଯାଦୁକାରୀ ବୋଲିଂ ଲାଗି ବିଶ୍ୱର ବିଭିନ୍ନ ଟି୨୦ ଲିଗ୍‌ରେ ଖେଳିଥାନ୍ତି। ଯେତେବେଳେ ସେ ଅଷ୍ଟ୍ରେଲିଆର ଘରୋଇ ଟି୨୦ ଟୁର୍ନାମେଣ୍ଟ ବିଗ୍‌ ବାସ୍‌ ଲିଗ୍‌ରେ ଖେଳିଥାନ୍ତି ତାଙ୍କ ଜର୍ସିରେ ମୁଖ୍ୟ ପ୍ରାୟୋଜକ ‘ଓ୍ବେଷ୍ଟ ଏଣ୍ଡ୍‌’ ଲୋଗୋ ଲାଗି ନ ଥାଏ। ଓ୍ବେଷ୍ଟ ଏଣ୍ଡ ଏକ ବିୟର ପ୍ରସ୍ତୁତକାରୀ କମ୍ପାନୀ ହୋଇଥିବାବେଳେ ଏହା ଟୁର୍ନାମେଣ୍ଟର ମୁଖ୍ୟ ପ୍ରାୟୋଜକ ମଧ୍ୟ ରହିଛି। ନିଜର ଧାର୍ମିକ ବିଶ୍ୱାସ ଲାଗି ରଶିଦ୍‌ ଜର୍ସିରେ ଏହି ମଦ୍ୟ ପ୍ରସ୍ତୁତକାରୀ କମ୍ପାନୀର ଲୋଗୋ ଲଗାଇ ନ ଥାନ୍ତି। ସେହିଭଳି ପାକିସ୍ତାନ ଟେଷ୍ଟ କ୍ରିକେଟ୍‌ ଦଳର ଅଧିନାୟକ ଆଝାର ଅଲୀ ମଧ୍ୟ ବେଶ୍‌ ଧର୍ମ ବିଶ୍ୱାସୀ। ଇଂଲଣ୍ଡରେ ସମରସେଟ୍‌ କ୍ଲବ ପକ୍ଷରୁ କାଉଣ୍ଟି କ୍ରିକେଟ୍‌ ଖେଳୁଥିବାବେଳେ ସେ ମଧ୍ୟ ବିନା ଲୋଗୋ ଥିବା ଜର୍ସି ପରିଧାନ କରିଥାନ୍ତି। ‘ଟ୍ରିବ୍ୟୁଟ୍‌ ଆଲେ’ କାଉଣ୍ଟି କ୍ରିକେଟ୍‌ର ମୁଖ୍ୟ ପ୍ରାୟୋଜକ ରହିଛି, ଯାହାକି ଏକ ବିୟର ପ୍ରସ୍ତୁକାରୀ କମ୍ପାନୀ। ତେଣୁ ଆଝାର ନିଜ ଜର୍ସିରେ ଏହି କମ୍ପାନୀର ଲୋଗୋ ଲଗାଇ ନଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri